‘ଓଏସ୍‌ଏସ୍‌ସି ଦୁର୍ନୀତି ଚପାଇବାକୁ ଉଦ୍ୟମ’

ଭୁବନେଶ୍ୱର, ୩।୮(ବ୍ୟୁରୋ): ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ (ଓଏସ୍‌ଏସ୍‌ସି) ମହାଦୁର୍ନୀତି ପ୍ରତିବାଦରେ ସୋମବାର ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଷ୍ଟାଫ୍‌ ସିଲେକ୍ସନ କମିଶନ କାର୍ଯ୍ୟାଳୟ ସମ୍ମୁଖରେ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଛାତ୍ର କଂଗ୍ରେସ କର୍ମକର୍ତ୍ତାମାନେ ଏଡିଏମ୍‌ ଅଫିସଠାରୁ ଏକ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ଷ୍ଟାଫ୍‌ ସିଲେକ୍ସନ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ। ବିକ୍ଷୋଭରତ ଛାତ୍ର କଂଗ୍ରେସ ସଭାପତି ନୱାଜ ଓ କର୍ମକର୍ତ୍ତାଙ୍କୁ ପୋଲିସ ଷ୍ଟାଫ୍‌ ସିଲେକ୍ସନ କମିଶନ କାର୍ଯ୍ୟାଳୟ ସମ୍ମୁଖରୁ ବଳପୂର୍ବକ ଉଠାଇ ନେଇଥିଲା। ଏହି ଅବସରରେ ନୱାଜ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହ ଖେଳୁଛନ୍ତି। ଷ୍ଟାଫ୍‌ ସିଲେକ୍ସନ କମିଶନ ଦୁର୍ନୀତିର ଗନ୍ତାଘର। ଏହାର କାନ୍ଥବାଡ଼ରେ ଅଦୃଶ୍ୟଭାବେ ଲେଖା ହୋଇଛି-‘ପଇସା ଦିଅ, ଚାକିରି ନିଅ’। କେବଳ ଜଣେ କିରାଣିଙ୍କୁ ଧରି ସରକାର ମହାଦୁର୍ନୀତିକୁ ଚପାଇଦେବାକୁ ଚାହୁଁଛନ୍ତି। ଷ୍ଟାଫ୍‌ ସିଲେକ୍ସନର ଅଧ୍ୟକ୍ଷଙ୍କ ଠାରୁ ସମସ୍ତ ସଭ୍ୟ ଏଥିରେ ସମ୍ପୃକ୍ତ। ମେଧାବୀ ଛାତ୍ର କଷ୍ଟକରି ପାଠପଢ଼େ, ପରୀକ୍ଷା ଦିଏ, ହେଲେ ପରୀକ୍ଷା ପୂର୍ବରୁ ଚାକିରି ବିକ୍ରି ହୋଇଯାଉଛି। ଏ ଘଟଣାକୁ ଚପାଇବାକୁ ଜଣଙ୍କୁ ଧରାହୋଇଛି। ଅସଲ ଅପରାଧୀଙ୍କୁ ମୁଖ୍ୟମନ୍ତ୍ରୀ ଘଣ୍ଟ ଘୋଡ଼ାଇଛନ୍ତି। ଭିଜିଲାନ୍ସ ତଦନ୍ତ ସରକାରଙ୍କୁ ଘଣ୍ଟ ଘୋଡ଼ାଇବ। ଛାତ୍ର କଂଗ୍ରେସ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ ଦାବି କରୁଛି ବୋଲି ନଓ୍ବାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୟୂରଭଞ୍ଜର ଶିଶୁ କନ୍ୟାଙ୍କ ନାମରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସ

ବାରିପଦା ଅଫିସ,୧୮ା୭: ବିଚକ୍ଷଣ ପ୍ରତିଭାର ପରିଚୟ ଦେଇ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ସ୍ଥାନ ପାଇଛନ୍ତି ମୟୂରଭଞ୍ଜ ଜିଲାର କୁନି ଝିଅ ଶ୍ରେୟାସୀ ମହାନ୍ତ। ମାତ୍ର...

ବାଲି ମାଫିଆଙ୍କ ସହ ବାର୍ତ୍ତାଳାପର ଅଡିଓ ଭାଇରାଲ:ବଦଳିଲେ ଭଣ୍ଡାରିପୋଖରୀ ଥାନାଧିକାରୀ

ଭଦ୍ରକ ଅଫିସ, ୨୫ା୮- ବାଲି ମାଫିଆଙ୍କୁ ସୁହାଇଲା ଭଳି ଥାନାଧିକାରୀଙ୍କ କଥାବାର୍ତ୍ତାର ଅଡିଓ ରେକର୍ଡ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏନେଇ ବିବାଦୀୟ...

ଶିଶୁ ଓ ମହିଳାଙ୍କ ସୁରକ୍ଷାକୁ ନେଇ ଜାତୀୟ କର୍ମଶାଳା: ‘ପରୀ ପାଇଁ କଥାଟିଏ’ ସମାଜରେ ନୂଆ ଜାଗରଣ ସୃଷ୍ଟି କରିଛି

ଭୁବନେଶ୍ୱର, ୪ା୮(ବ୍ୟୁରୋ): ‘ପରୀ ପାଇଁ କଥାଟିଏ’ କାର୍ଯ୍ୟକ୍ରମ ସମାଜରେ ନୂଆ ଜାଗରଣ ସୃଷ୍ଟି କରିଛି। ନାବାଳିକାଙ୍କୁ ଉଦ୍ଧାର କରାଯାଇ ଠିକଣା ସ୍ଥାନରେ ପହଁଞ୍ଚାଇ ପାରିଛି ପୋଲିସ।...

ବଡ଼ମ୍ବା ବନ ବିଭାଗ ହେପାଜତରେ ଧନେଶ୍ୱରଙ୍କ ମୃତ୍ୟୁ ଘଟଣା: କଟକ ଜିଲାପାଳ, ପିସିସିଏଫ୍‌ଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ରିପୋର୍ଟ ତଲବ

ଭୁବନେଶ୍ୱର,୩୧।୩(ବ୍ୟୁରୋ): କଟକ ଜିଲା ବଡ଼ମ୍ବା ବନ ବିଭାଗ ହେପାଜତରେ ସ୍ଥାନୀୟ ଅଞ୍ଚଳର ଧନେଶ୍ୱର ବେହେରା (୫୯)ଙ୍କ ମୃତ୍ୟୁ ଘଟଣାକୁ ଜାତୀୟ ମାନବ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)...

ମାଷ୍ଟର କ୍ୟାଣ୍ଟିନରୁ ଯୋଦ୍ଧା, ଘୋଡ଼ା ପ୍ରତିମୂର୍ତ୍ତି ସ୍ଥାନାନ୍ତର କରା ନ ଯାଉ

ଭୁବନେଶ୍ୱର,୩୦ା୬(ବ୍ୟୁରୋ): ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ମାଷ୍ଟର କ୍ୟାଣ୍ଟିନ ଛକରୁ ଯୋଦ୍ଧା, ଘୋଡ଼ା ସ୍ଥାନାନ୍ତର ନ କରିବା ପାଇଁ ରାଜ୍ୟ ସରକାରଙ୍କୁ ଉପଦେଶ ଦେବା...

ପରିଚାଳନା କମିଟି ସଭାପତିଙ୍କ ନାଁରେ ଯୌନ ଉତ୍ପୀଡ଼ନ ଅଭିଯୋଗ

ଯାଜପୁର ରୋଡ୍‌,୨୬ା୯(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଦୀପ ବିଶ୍ୱାଳ ଛାତ୍ରୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ନେଇ ଅଭିଯୋଗ...

ଉପାଧ୍ୟକ୍ଷ ପଦକୁ ବିଜେଡିର ୧୪ ଆଶାୟୀ

ଯାଜପୁର ରୋଡ,୪ା୪(ଡି.ଏନ୍‌.ଏ.): ନିର୍ବାଚନ ଫଳାଫଳ ଘୋଷଣା ପରେ ୨୬ଟି ୱାର୍ଡ ବିଶିଷ୍ଟ ବ୍ୟାସନଗର ମ୍ୟୁନିସିପାଲିଟିର ଉପାଧ୍ୟକ୍ଷ ନିର୍ବାଚନ ନେଇ ଛକାପଞ୍ଝା ଆରମ୍ଭ ହୋଇଛି। ଏହି ମ୍ୟୁନିସିପାଲିଟିର...

ସୁନ୍ଦରୀର ଯତ୍ନ ନେବାକୁ ନବୀନଙ୍କୁ ଚିଠି ଲେଖିଲେ ଶିବରାଜ

ଭୁବନେଶ୍ୱର,୯ା୧୨(ବ୍ୟୁରୋ): ସୁନ୍ଦରୀର ଯତ୍ନ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ। ସୁନ୍ଦରୀକୁ ମଧ୍ୟପ୍ରଦେଶ ଫେରାଇନେବା ପର୍ଯ୍ୟନ୍ତ ତା’ର...

Advertisement
Archives

Model This Week