ବାସ୍ତବ ପ୍ରସଙ୍ଗରୁ ନଜର ହଟାଇବାକୁ ପ୍ରୟାସ: ବିଜେଡି

ଭୁବନେଶ୍ବର, ୧୪ା୨(ବ୍ୟୁରୋ):ଓଡ଼ିଶା ଭାଜପାର ଏହି ଆନ୍ଦୋଳନ କେବଳ ଓଡ଼ିଶାର ବାସ୍ତବ ପ୍ରସଙ୍ଗରୁ ଲୋକଙ୍କ ନଜର ହଟାଇବାକୁ ଆଉ ଏକ ଦୁର୍ବଳ ପ୍ରୟାସ ବୋଲି ବିଜେଡି ମୁଖପାତ୍ର ଗୌତମ ବୁଦ୍ଧ ଦାଶ କହିଛନ୍ତି ା ଭାଜପା ଖବରଦାତା ସମ୍ମିଳନୀରେ ଜବାବ ଦେଇ ଗୌତମ କହିଛନ୍ତି, କେନ୍ଦ୍ର ଦ୍ୱାରା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବନ୍ଦ କରିବା, ଓଡ଼ିଶାକୁ ୭ ଲକ୍ଷ ଘର ଯୋଗାଇ ନ ଦେବା, ଓଡ଼ିଶା ଚାଷୀଙ୍କ ଧାନ କ୍ରୟ ହ୍ରାସ ଏବଂ କେନ୍ଦ୍ର ଦ୍ୱାରା ବଳକା ଚାଉଳ ଉଠାଣ ନ ହେବା ବିଷୟ ଭାଜପା ନେତାମାନେ କେନ୍ଦ୍ର ନିକଟରେ ଉଠାଉ ନାହାନ୍ତି। ସେହିପରି କେନ୍ଦୁପତ୍ର ଉପରେ ୧୮% ଜିଏସ୍‌ଟି ଲଗାଇବା ଏବଂ କେନ୍ଦ୍ର ଦ୍ୱାରା ପାର୍ଲାମେଣ୍ଟରେ ମହିଳା ସଂରକ୍ଷଣ ବିଲ୍‌ ପାସ୍‌ ନ ହେବା ଭଳି ପ୍ରସଙ୍ଗକୁ ନେଇ ଓଡ଼ିଶା ଭାଜପାର ନେତାମାନେ କେନ୍ଦ୍ରରେ ସେମାନଙ୍କ ଦଳ ଦ୍ୱାରା ଚଳାଯାଉଥିବା ସରକାରଙ୍କ ନିକଟରେ ଉଠାଇବା ଆବଶ୍ୟକ ା
ବିଭିନ୍ନ ଅପ୍ରସଙ୍ଗ ଉଠାଇ ଓଡ଼ିଶା ଏବଂ ଏହାର ସାଢ଼େ ୪ କୋଟି ଓଡ଼ିଆଙ୍କୁ ବଦନାମ କରିବାକୁ ରାଜ୍ୟ ଭାଜପା ଚେଷ୍ଟା କରୁଥିବାର ଏହା ଆଉ ଏକ ଉଦାହରଣ ା ଭାରତର ଅନେକ ଭାଜପା ଶାସିତ ରାଜ୍ୟ ଅପେକ୍ଷା ଓଡ଼ିଶାର ଆଇନଶୃଙ୍ଖଳା ସ୍ଥିତି ବହୁତ ଭଲ ା ଯଦି ଆମେ ଏହିପରି ପ୍ରତ୍ୟେକ ରାଜ୍ୟର ସମ୍ପୂର୍ଣ୍ଣ ବିବରଣୀ ଦେବା ଆରମ୍ଭ କରିବୁ, ତେବେ ରାଜ୍ୟବାସୀଙ୍କ ଆଗରେ ଓଡ଼ିଶା ଭାଜପା ପାଇଁ ଲଜ୍ଜାଜନକ ହେବ। ତେଣୁ ଭାଜପାର ଜ୍ଞାନ ଉଦୟ ହେବ ଓ ସେମାନେ ଓଡ଼ିଶାର ବିକାଶ ତଥା ଅଭିବୃଦ୍ଧି ପାଇଁ କହିବେ ଏବଂ ସେମାନଙ୍କର ଚିରାଚରିତ ଅଭ୍ୟାସ ଭଳି ବଦନାମ କରିବେ ନାହିଁ ବୋଲି ଗୌତମ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା,୮।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି ନେଇ ବିଭିନ୍ନ ସମୟରେ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

‘ମୋ ମୁଣ୍ଡ କାଟିଦେଲେ ବି ଭାଜପାକୁ ଯିବିନି…’, ଟିଏମସି କନ୍ଦଳ ଭିତରେ ଗର୍ଜିଲେ ମହୁଆ, କରିଦେଲେ ବଡ଼ ଖୁଲାସା

କୋଲକାତା,୮।୭: ପଶ୍ଚିମବଙ୍ଗରେ ଗତ ୧୫ ବର୍ଷ ଧରି କ୍ଷମତାରେ ଥିବା ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (TMC) ବର୍ତ୍ତମାନ ଏକ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେଉଛି।…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଆସନ୍ତା ୧୦ରେ କଳାହାଣ୍ଡି ଗସ୍ତ କରିବେ ମନମୋହନ ସାମଲ, ଆଗାମୀ ନିର୍ବାଚନକୁ ନେଇ ଦେବେ ଗୁରୁମନ୍ତ୍ର

ଭବାନୀପାଟଣା,୮।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାକୁ ଆସନ୍ତା ୧୦ ତାରିଖ ଶୁକ୍ରବାର ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଗସ୍ତ ରହିଛି । ଉକ୍ତ ଦିନ ସେ…

ରାଗିଗଲେ ଦିଦି! ନିଜ ଦଳୀୟ କର୍ମୀଙ୍କୁ ଚାପୁଡ଼ା ମାରିଲେ ମମତା ବାନାର୍ଜୀ, ଭିଡିଓ ଭାଇରାଲ୍

କୋଲକାତା,୮।୭: କୋଲକାତାରେ ଏକ ଦଳୀୟ ପ୍ରତିବାଦ ସମୟରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଜଣେ ତୃଣମୂଳ କଂଗ୍ରେସ (ଟିଏମସି) କର୍ମୀଙ୍କୁ ଚାପୁଡ଼ା ମାରିଛନ୍ତି। ଏହି…

ଇରାନକୁ ପୁଣି ଟ୍ରମ୍ପଙ୍କ ଖୋଲା ଧମକ, କହିଲେ..’ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ, ଆବଶ୍ୟକ ପଡ଼ିଲେ ଆଜି ରାତିରେ…’

ଓ୍ବାଶିଂଟନ,୮।୭: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ସାମୁଦ୍ରିକ ସୁରକ୍ଷା ବିପନ୍ନ ହେବା ଯୋଗୁ ହର୍ମୁଜ୍ ଷ୍ଟ୍ରେଟ୍ ରେ ଶତାଧିକ ଜାହାଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri