Posted inଜାତୀୟ

‘ମନ୍ଦିର ଭାଙ୍ଗି ହିନ୍ଦୁଙ୍କୁ ଅପମାନିତ କରିବାକୁ ପ୍ରୟାସ’

ନୂଆଦିଲ୍ଲୀ,୧।୫: ମନ୍ଦିର ଭାଙ୍ଗି ହିନ୍ଦୁମାନଙ୍କୁ ଅପମାନିତ କରିବାର ପ୍ରୟାସ କରାଯାଉଛି ବୋଲି ବିଶ୍ୱ ହିନ୍ଦୁ ପରିଷଦର ସଭାପତି ପ୍ରବୀଣ ତୋଗାଡିଆ ରବିବାର କହିଛନ୍ତି।  ତୋଗାଡିଆ କହିଛନ୍ତି, ଏହା ଦୁଃଖଦାୟକ। ମନ୍ଦିର ଭାଙ୍ଗିବା ଉଚିତ ନୁହେଁ। ଏହି ପ୍ରସଙ୍ଗରେ ଉଭୟ କଂଗ୍ରେସ ଏବଂ ଭାଜପା ସମାନ ମତ ରଖିବା ଉଚିତ୍‌। ସରକାର ଯାହାର ହେଉ ନା କାହିଁକି ମନ୍ଦିରଗୁଡିକ ଭାଙ୍ଗି ଦିଆଯିବ ନାହିଁ କାରଣ ମନ୍ଦିର ଧ୍ୱଂସ ହିନ୍ଦୁମାନଙ୍କୁ ଅପମାନିତ କରିବାର ପ୍ରୟାସ ଅଟେ।
ସେହିପରି ଦେଶର ଧାର୍ମିକ ସ୍ଥାନରେ ବେଆଇନ ଭାବେ ସ୍ଥାପିତ ଲାଉଡସ୍ପିକର ହଟାଇବା ତଥା ଆଇନଗତ ଭାବରେ ସ୍ଥାପିତ ଲାଉଡ ସ୍ପିକରର ସ୍ବରକୁ କମ କିମ୍ବା ସୀମା ମଧ୍ୟରେ ରଖିବାକୁ ନେଇ ତୋଗାଡିଆ କହିଛନ୍ତି, ସୁପ୍ରିମକୋର୍ଟ ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶ କରାଯିବା ଉଚିତ। ଦେଶର ସମସ୍ତ ମସଜିଦରୁ ଲାଉଡ ସ୍ପିକର ହଟାଯାଉ ନଚେତ୍‌ ଯଦି ଲାଉଡସ୍ପିକରକୁ ମସଜିଦରେ ରଖାଯାଉଛି, ତେବେ ସୀମା ପରିସରରେ ରଖାଯାଉ।

ରାଜସ୍ଥାନର ଅଲୱାର ଜିଲାରେ ଏକ ମନ୍ଦିର ଭାଙ୍ଗିବା ପ୍ରସଙ୍ଗରେ ଏହି କଥା କହିଛନ୍ତି। ସ୍ଥାନୀୟ ଲୋକ ଦାବି କରିଛନ୍ତି, ଏହି ମନ୍ଦିରଟି ୩୦୦ ବର୍ଷ ପୁରୁଣା ଥିଲା ଏବଂ ଏହାକୁ ଭାଙ୍ଗିବା ସମୟରେ ଗର୍ଭ ଗୃହରେ ସ୍ଥାପିତ ପ୍ରତିମାଗୁଡ଼ିକୁ ଅସମ୍ମାନ କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

କ୍ଷୁଦ୍ର ପଲୋର ଉଦଘାଟନ; ନାମ ଫଳକରେ ସରପଞ୍ଚ-ସମିତି ସଭ୍ୟାଙ୍କ ନାମରେ ତ୍ରୁଟି, ଗ୍ରାମର ନାମ ଭୁଲକୁ ନେଇ ଅସନ୍ତୋଷ

ପଟ୍ଟାଙ୍ଗି,୧୩ା୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ପେଟୁରୁ ପଞ୍ଚାୟତର ରାଇପାଡୁ ଗ୍ରାମରେ ନୂତନ କରି ଏକ କ୍ଷୁଦ୍ର ପୋଲ ନିର୍ମାଣ ହୋଇଛି ।…

ମହଙ୍ଗା ମାଡ଼! ବଢ଼ିଲା ଅମୂଲ କ୍ଷୀର ଦାମ୍, ଲିଟର ପିଛା….

ନୂଆଦିଲ୍ଲୀ,୧୩ା୫: ସାଧାରଣ ଜନତାଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି । ଦେଶର ପ୍ରମୁଖ ଦୁଗ୍ଧ କମ୍ପାନୀ ଅମୂଲ ସାରା ଦେଶରେ କ୍ଷୀରର ମୂଲ୍ୟ ପ୍ରତି ଲିଟର…

କ୍ୟାମ୍ପ ନିକଟରୁ IRB ହାବିଲଦାରଙ୍କ ମୃତଦେହ ଉଦ୍ଧାର, ଋଣଭାର-ପାରିବାରିକ ଚିନ୍ତାରେ…

ଭଞ୍ଜନଗର,୧୩ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ତନରଡ଼ା ଆଇଆରବି ୮ମ ସ୍ଵତନ୍ତ୍ର ବାଟାଲିୟନ ହାବିଲଦାରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ଦେବାଶିଷ ବେହେରା…

ପଞ୍ଚାୟତ ନିର୍ବାଚନ ପାଇଁ ପାଗଭିଡ଼ା, ଭାଜପାରେ ସାମିଲ ହେଲେ ବହୁ….

ଗଞ୍ଜାମ,୧୩ା୫ (ବିଦ୍ୟାଧର ସାହୁ ): ଛତ୍ରପୁର ନିର୍ବାଚନ ମଣ୍ଡଳୀର ଗଞ୍ଜାମ ବ୍ଲକ ପୋଇରାଶି ପଞ୍ଚାୟତ ଅନ୍ତର୍ଗତ ବଳରାମଚନ୍ଦ୍ର ପୁର ଗ୍ରାମର ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଭାଜପାର ମିଶ୍ରଣ…

ବାସନ ଧୋଉଥିଲେ ମହିଳା, ଟାଣିନେଲା କୁମ୍ଭୀର, ଦୀର୍ଘ ସମୟ ଲଢ଼େଇ ପରେ…

ମହାକାଳପଡ଼ା,୧୩ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): ବଦଳିଛି ସରକାର। ବଦଳିନି ଜଙ୍ଗଲଘେରୀ ଶବରପଡ଼ାର ଚିତ୍ର। ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ…

ପ୍ରତୀକ ଯାଦବଙ୍କ ମୃତ୍ୟୁକୁ ନେଇ ବଡ଼ ଖୁଲାସା, ପୋଷ୍ଟମର୍ଟମ ରିପୋର୍ଟ….

ଲକ୍ଷ୍ନୌ,୧୩।୫: ଭାଜପାର ନେତ୍ରୀ ଏବଂ ମହିଳା କମିଶନର ଉପାଧ୍ୟକ୍ଷ ଅପର୍ଣ୍ଣା ଯାଦବଙ୍କ ସ୍ୱାମୀ ପ୍ରତୀକ ଯାଦବଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ…

ତେଲ ସଂକଟ: ୨୯ ରୁଟ୍‌ ପାଇଁ ବିମାନ ଉଡ଼ାଣରେ ଲାଗିଲା କଟକଣା

ନୂଆଦିଲ୍ଲୀ,୧୩ା୫: ତେଲ ସଂକଟ ନେଇ ଉଡ଼ାଣ କମ୍‌ ପାଇଁ ସୂଚନା ଜାରି କରିଛି ଏୟାର ଇଣ୍ଡିଆ। ୨୯ଟି ଅନ୍ତର୍ଜାତୀୟ ରୁଟ୍‌ରେ ଉଡ଼ାଣ କମ୍‌ ଓ ବାତିଲ ନେଇ…

ଚାଷୀଙ୍କ ପାଇଁ ଖୁସି ଖବର, ଧାନର MSP ବଢ଼ାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୩ା୫: କେନ୍ଦ୍ର କ୍ୟାବିନେଟର ବୈଠକରେ ଚାଷୀ, ଭିତ୍ତିଭୂମି ଏବଂ ଶକ୍ତି କ୍ଷେତ୍ର ସହ ଜଡିତ ଅନେକ ପ୍ରମୁଖ ନିଷ୍ପତ୍ତିକୁ ମଞ୍ଜୁରୀ ମିଳିଛି । ୨୦୨୬-୨୭ ଖରିଫ ଋତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri