Posted inଜାତୀୟ

ଏଲ୍‌ଏସିରେ ସ୍ଥିତାବସ୍ଥା ପରିବର୍ତ୍ତନ ଉଦ୍ୟମ

ନୂଆଦିଲ୍ଲୀ,୨ା୯: ପୂର୍ବ ଲଦାଖର ପାଙ୍ଗୋଙ୍ଗ୍‌ ହ୍ରଦରେ ସ୍ଥିତାବସ୍ଥା ବଦଳାଇବା ପାଇଁ ସାମରିକ ଉତ୍ତେଜନା ସୃଷ୍ଟିକାରୀ ଉଦ୍ୟମ କରିଥିଲା। ଚାଇନାର ଏପରି କାର୍ଯ୍ୟ ଦ୍ୱିପାକ୍ଷିକ ଚୁକ୍ତିର ଉଲ୍ଲଂଘନ ବୋଲି ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଅଗଷ୍ଟ ୨୯-୩୦ ରାତିରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ଅନୁଷ୍ଠାନିକ ବିବୃତି ଜାରି କରାଯାଇଛି। ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ପାଙ୍ଗୋଙ୍ଗ୍‌ ହ୍ରଦର ସାଉଥ୍‌ ବ୍ୟାଙ୍କ୍‌ ଏରିଆରେ ସ୍ଥିତାବସ୍ଥା ପରିବର୍ତ୍ତନ ଲାଗି ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ଉଦ୍ୟମ କରିଥିଲା। ଭାରତ ଓ ଚାଇନାର ବହିର୍ବ୍ୟାପାର ମନ୍ତ୍ରୀ ତଥା ସ୍ବତନ୍ତ୍ର ପ୍ରତିନିଧିଙ୍କ ମଧ୍ୟରେ ହୋଇଥିବା ସହମତିକୁ ଏହା ସମ୍ପୂର୍ଣ୍ଣ ଭାବେ ଅସମ୍ମାନ। ତେବେ ଚାଇନାର ଏପରି କାର୍ଯ୍ୟକୁ ନେଇ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି) ସଂଲଗ୍ନ ଅଞ୍ଚଳରେ ଭାରତୀୟ ଯବାନମାନେ ଏହାର ଉତ୍ତେଜନା ସୃଷ୍ଟିକାରୀ କାର୍ଯ୍ୟର କଡ଼ା ଜବାବ ଦେଇଥିଲେ। ଭାରତର ସାର୍ବଭୌମତ୍ୱ ଓ କ୍ଷେତ୍ରୀୟ ଅଖଣ୍ଡତାର ସୁରକ୍ଷା ପାଇଁ ସେନା ଆମତ୍ରକ୍ଷାମୂଳକ ଉପଯୁକ୍ତ ପଦକ୍ଷେପ ନେଇଥିଲା। ଉଭୟ କୂଟନୈତିକ ଓ ସାମରିକ ଚ୍ୟାନେଲରେ ଚାଇନା ଆଗରେ ଆମେ ଏହି ପ୍ରସଙ୍ଗ ଉଠାଇଛୁ। ଏହାସହ ପିଏଲ୍‌ଏ ସୈନ୍ୟଙ୍କୁ ନିୟନ୍ତ୍ରଣରେ ରଖିବା ପାଇଁ ଅନୁରୋଧ କରିଛୁ।

ଚାଇନାକୁ ସବୁ କ୍ଷେତ୍ରରେ ବିରୋଧ କରିବ ଆମେରିକା

ଚାଇନା ସବୁଠି ଲଢ଼େଇ କରିବାକୁ ଆଗଭର ହେଉଛି। ତେଣୁ ଏହାକୁ ଗଲଓ୍ବାନ ଉପତ୍ୟକାରେ ସାର୍ବଭୌମତ୍ୱ ଜାହିର କରିବା ସମେତ ସମସ୍ତ କ୍ଷେତ୍ରରେ ବିରୋଧ କରିବା ଓ୍ବାଶିଂଟନର ରଣନୀତି ବୋଲି ଆମେରିକାର ଜଣେ ବରିଷ୍ଠ କୂଟନୀତିଜ୍ଞ ପ୍ରକାଶ କରିଛନ୍ତି। ଭାରତ-ଆମେରିକା ତୃତୀୟ ଲିଡରଶିପ୍‌ ସମିଟରେ ସୋମବାର ଆମେରିକାର ପରରାଷ୍ଟ୍ର ଉପସଚିବ ଷ୍ଟିଫେନ୍‌ ବିଗୁନ୍‌ କହିଛନ୍ତି, ଚାଇନା ଯଥାର୍ଥ ସନ୍ତୁଳନ ବଜାୟ ରଖି ପାରସ୍ପରିକ ସ୍ବାର୍ଥକୁ ସମ୍ମାନ ଦେବା ପରିବର୍ତ୍ତେ ଟେକ୍ନୋଲୋଜି ଚୋରିରୁ ନେଇ ଜାତୀୟ ସାର୍ବଭୌମତ୍ୱ ଓ ଅନ୍ୟ ଦେଶଗୁଡ଼ିକର ଜଳ ଉପରେ ଅଧିକାର ସାବ୍ୟସ୍ତର ସୁଯୋଗକୁ ହାତଛଡ଼ା କରି ନ ଥିବା ଜଣାପଡ଼ିଛି। ଏହି କାରଣରୁ ଚାଇନାକୁ ସମସ୍ତ କ୍ଷେତ୍ରରେ ପଛକୁ ଠେଲିବା ହେଉଛି ଆମେରିକାର ରଣନୀତି।

‘ସୀମା ନିର୍ଦ୍ଧାରଣ ହୋଇ ନ ଥିବାରୁ ସମସ୍ୟା ଲାଗିରହିବ’

ଭାରତ-ଚାଇନା ମଧ୍ୟରେ ସୀମା ନିର୍ଦ୍ଧାରଣ ହୋଇ ନାହିଁ। ତେଣୁ ଦୁଇଦେଶ ମଧ୍ୟରେ ସବୁବେଳେ ସୀମା ବିବାଦ ଲାଗିରହିବ। ମତଭେଦକୁ ସଂଘର୍ଷରେ ପରିଣତ ନ କରିବା ପାଇଁ ଉଭୟ ଦେଶର ନେତାଙ୍କ ମଧ୍ୟରେ ହୋଇଥିବା ସହମତିକୁ ନୂଆଦିଲ୍ଲୀ ଓ ବେଜିଂ କାର୍ଯ୍ୟକାରୀ କରିବା ଉଚିତ ବୋଲି ମଙ୍ଗଳବାର ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୟୁରୋପ ଗସ୍ତରେ ଥିବା ମନ୍ତ୍ରଣାଳୟ ମୁଖପାତ୍ର ଓ୍ବାଙ୍ଗ୍‌ ୟି କହିଛନ୍ତି, ଭାରତ ସହ ଆଲୋଚନା ମାଧ୍ୟମରେ ସବୁ ପ୍ରକାର ବିବାଦର ସମାଧାନ ପାଇଁ ଚାଇନା ପ୍ରସ୍ତୁତ। ୭୦ ବର୍ଷ ମଧ୍ୟରେ ଚାଇନା ୧ ଇଞ୍ଚ ମଧ୍ୟ ବିଦେଶୀ ଜମି ଦଖଲ କରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

ଚିନି ପରେ ଏବେ ଗୁଡ଼ ହେଲା ମହଙ୍ଗା, ଦୁଇଗୁଣା ବଢିଲା ଦର; ଜାଣନ୍ତୁ ଦାମ ବଢ଼ିବାର କାରଣ

ନୂଆଦିଲ୍ଲୀ,୨୫।୮: ଗତ କିଛି ଦିନ ଧରି ଚିନିର ବଢ଼ୁଥିବା ଦାମ ଲୋକଙ୍କ ଚିନ୍ତା ବଢ଼ାଇଥିବା ବେଳେ ଏବେ ଗୁଡ଼ ମଧ୍ୟ ମହଙ୍ଗା ହୋଇଛି। ଚିନି ପରେ ଗୁଡ଼ର…

ଡଙ୍ଗା ଚଢୁଥିଲେ ପରେଶ୍ୱର,ଟାଣିନେଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ରାଜକନିକା,୨୫।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ତ୍ରୈଲୋକ୍ୟପୁର ପଞ୍ଚାୟତ ଗଙ୍ଗାଧର ପ୍ରସାଦ ଡିଆ ଗାଁ ସନ୍ନିକଟ ଖରସ୍ରୋତା ନଦୀର ଭରାନଦୀରେ ମଙ୍ଗଳବାର ସକାଳେ ସମୟରେ…

ଧ୍ରୁବ ଜୁରେଲଙ୍କ ‘ଟାଟୁ’ ପଛରେ କ’ଣ ଅଛି ଅର୍ଥ? ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ…

ନୂଆଦିଲ୍ଲୀ,୨୫।୮: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧ୍ରୁବ ଜୁରେଲ ଶତକ ପୂରଣ କରିବା ମାତ୍ରେ, ତାଙ୍କର ଉତ୍ସବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ପ୍ରଥମେ ଏକ…

ବିଧାୟକଙ୍କ ଉପସ୍ଥିତିରେ ଆପୋଷ ବୁଝାମଣାରେ ତୁଟିଲା ଉଠାଦୋକାନୀ ବିବାଦ

ଛତ୍ରପୁର,୨୫।୮(ଦିଲ୍ଲୀପ ସାମଲ): ଛତ୍ରପୁର ସହର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟ ପରିବା ବଜାର ଉଠାଦୋକାନୀ ମଙ୍ଗଳବାର ବନ୍ଦ ଡାକରା ଦେଇଥିବା ବେଳେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ…

ଇମ୍ରାନଙ୍କୁ ନେଇ ଏମିତି କହିଲେ କପିଲ ଦେବ, ହେଉଛି ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ କପିଲ ଦେବ ପୁଣି ଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇମ୍ରାନ ଖାନଙ୍କ ସମର୍ଥନରେ ବାହାରିଛନ୍ତି। ସମ୍ପ୍ରତି, 21 ଜଣ…

ରାହୁଲ ଗାନ୍ଧୀଙ୍କ ଉପରେ ରାଗିଗଲେ ଶଙ୍କରାଚାର୍ଯ୍ୟ, ଦେଲେ ସିଧା ଚେତାବନୀ

ନୂଆଦିଲ୍ଲୀ,୨୫।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନୁସ୍ମୃତି ସମ୍ପର୍କିତ ବୟାନକୁ ନେଇ ଶଙ୍କରାଚାର୍ଯ୍ୟ ସ୍ବାମୀ ଅବିମୁକ୍ତେଶ୍ୱରାନନ୍ଦ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ମନୁସ୍ମୃତି ଏବଂ…

ଅସରପା ଶବ୍ଦକୁ ନେଇ ଏବେବି ରହିଛି ବିବାଦ, ପୁଣି ଉଠିଲାଣି CJIଙ୍କ କଥା? ଅଭିଜିତ ଦୀପକେଙ୍କ ଆଶ୍ଚର୍ଯ୍ୟଜନକ ଦାବି

ନୂଆଦିଲ୍ଲୀ,୨୫।୮: ‘କକ୍ରୋଚ’ ଶବ୍ଦର ବ୍ୟବହାରକୁ ନେଇ ରାଜନୈତିକ ବିବାଦ ଜାରି ରହିଛି। ଏହା ମଧ୍ୟରେ, କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦାବି କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri