ଟଙ୍କା ଫେରସ୍ତ ମାଗିବାରୁ ନର୍ସିଂ ଶିକ୍ଷୟିତ୍ରୀଙ୍କୁ ବଳାତ୍କାର ଉଦ୍ୟମ

ଦେବଗଡ଼,୨୮ା୪: ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ମିରିଗିଡିଆ ସାହି ଅଞ୍ଚଳରେ ଥିବା ଘରୋଇ ନର୍ସିଂ ଟ୍ରେନିଂ ସ୍କୁଲର ଶିକ୍ଷୟିତ୍ରୀଙ୍କୁ ଉକ୍ତ ସ୍କୁଲର ଡାଇରେକ୍ଟର ବଳାତ୍କାର ଉଦ୍ୟମ ସହ ଜୀବନରେ ମାରିଦେବାର ପ୍ରୟାସ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ଦେବଗଡ଼ ଥାନା ପୋଲିସ ଡାଇରେକ୍ଟର ପ୍ରଶାନ୍ତ ସାହୁଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି। ବୁଧବାର ପ୍ରଶାନ୍ତଙ୍କୁ ଗିରଫ କରାଯାଇଥିବା ଦେବଗଡ଼ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ନାୟକ ପ୍ରକାଶ କରିଛନ୍ତି।
ସୂଚନା ଅନୁଯାୟୀ ରିଆମାଳ ଥାନା ଅନ୍ତର୍ଗତ ଟିଙ୍କବିର ଗ୍ରାମର ପ୍ରଶାନ୍ତ କୁମାର ସାହୁ (୪୦) ମିରିଗିଡିଆ ସାହିରେ ଏକ ନର୍ସିଂ ଟ୍ରେନିଂ ସ୍କୁଲ ସ୍ଥାପନ କରିଥିଲେ। ଏଥିରେ ପ୍ରଧାନସାହିର ଜଣେ ମହିଳା ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଟ୍ରେନିଂ ସ୍କୁଲ ପାଇଁ ଏକ ଗାଡି କିଣିବା ଲାଗି ଡାଇରେକ୍ଟର ପ୍ରଶାନ୍ତ ଉକ୍ତ ମହିଳା କର୍ମଚାରୀଙ୍କଠାରୁ ୨ଲକ୍ଷ ଟଙ୍କା ଧାର ଆକାରରେ ନେବା ସହ ୨ ମାସ ଭିତରେ ଫେରସ୍ତ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଡାଇରେକ୍ଟର ଶିକ୍ଷୟିତ୍ରୀଙ୍କଠାରୁ ଗତ ମାର୍ଚ୍ଚ ୧୦ ତାରିଖରେ ସ୍କୁଲ ଛାତ୍ରୀଙ୍କ ଜମାଥିବା ଟଙ୍କା ମଧ୍ୟରୁ ୭୦ ହଜାର ଟଙ୍କା ମାଗିଥିଲେ। ଶିକ୍ଷୟିତ୍ରୀ ଜଣକ ପ୍ରଶାନ୍ତଙ୍କୁ ମୋଟ ୨ଲକ୍ଷ ୭୦ ହଜାର ଟଙ୍କା ଦେଲା ପରେ ସେ ଆଉ ଧରାଛୁଆଁ ଦେଇ ନ ଥିଲେ। ତେବେ ଗତ ମାର୍ଚ୍ଚ ୧୬ ତାରିଖରେ ପ୍ରଶାନ୍ତ ନିଜ ଗ୍ରାମ ଟିଙ୍କବିରରୁ ନର୍ସିଂ ସ୍କୁଲରେ ପହଞ୍ଚିବା ପରେ ଶିକ୍ଷୟିତ୍ରୀ ଜଣକ ଟଙ୍କା ମାଗିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ପ୍ରଶାନ୍ତ ଶିକ୍ଷୟିତ୍ରୀଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ। ଶିକ୍ଷୟିତ୍ରୀ ସ୍କୁଲରୁ ନିଜ ରୁମ୍‌କୁ ଫେରିବା ପରେ ପ୍ରଶାନ୍ତ ସେଠାରେ ପହଞ୍ଚି କୋଠରି ମଧ୍ୟକୁ ପଶି ଶିକ୍ଷୟିତ୍ରୀଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ଶିକ୍ଷୟିତ୍ରୀ ଜଣକ ଏହାର ପ୍ରତିବାଦ କରିବାରୁ ପ୍ରଶାନ୍ତ ତାଙ୍କ ଗାଲ, ଓଠକୁ କାମୁଡି ଛିଣ୍ଡାଇ ଦେବା ସହ ବେକକୁ ଚିପି ଦେବାକୁ ଉଦ୍ୟମ କରିଥିଲେ। ସେ ଅଚେତ ହୋଇ ପଡିଥିଲେ। ତାଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରି ସେ ପଳାଇ ଆସିଥିଲେ। ଶିକ୍ଷୟିତ୍ରୀ ଚିକିତ୍ସିିତ ହୋଇ ଫେରିବା ପରେ ମଙ୍ଗଳବାର ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅସୁସ୍ଥ ଘୋଡ଼ାର ଚିକିତ୍ସା କଲେନି:ମରିବାକୁ ଛାଡ଼ିଦେଇ ମାଲିକ ପାର୍‌

ଅନୁଗୋଳ ଅଫିସ, ୨।୮- ପଶୁ ହେଲେ ବି ଜୀବନ ଅଛି। ଯନ୍ତ୍ରଣାରେ ଛଟପଟ ହେଉଛି। ଏପରି ଅବସ୍ଥାରେ ତା’ର ଯତ୍ନ ଜରୁରୀ। ହେଲେ ଅବିବେକୀ ମାଲିକ...

ଡ୍ରଗ୍ସ ଲିଙ୍କ୍‌ରେ ବିଏମ୍‌ସି କର୍ମଚାରୀ

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ) : ରାଜଧାନୀରେ ବେଧଡ଼କ ଭାବେ ଚାଲିଥିବା ଡ୍ରଗ୍ସ କାରବାରରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କର୍ମଚାରୀ। ଲିଙ୍ଗରାଜ ଥାନା ପୋଲିସ ପୁରୁଣା ଭୁବନେଶ୍ୱରିରେ ଚଢ଼ାଉ...

ଯୁକ୍ତ୨ ପରୀକ୍ଷା: ନୂଆ ପଦ୍ଧତିରେ ସ୍ବଚ୍ଛତାକୁ ନେଇ ଆଶଙ୍କା

ଭୁବନେଶ୍ୱର, ୧୧ା୧୦(ବ୍ୟୁରୋ): ଯୁକ୍ତ୨ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ନୂଆ ପଦ୍ଧତି ଆପଣାଇଛି। ସିଏଚ୍‌ଏସ୍‌ଇର ଏହି ପରୀକ୍ଷା ସଂସ୍କାର ନୀତିରେ ସରକାରଙ୍କ...

ଜେଲରେ ପ୍ରେମୀ ଯୁଗଳଙ୍କ ବିବାହ

ଠାକୁରମୁଣ୍ଡା,୨୦ା୧(ଡି.ଏନ୍‌.ଏ.)- ଜେଲରେ ହେଲା ପ୍ରେମୀ ଯୁଗଳଙ୍କ ବିବାହ। ପ୍ରେମିକାଙ୍କୁ ବରଣମାଳା ଦେଇ ଜୀବନସାଥୀର ସ୍ବୀକୃତି ଦେଲେ ବଳାତ୍କାର ଅଭିଯୁକ୍ତ ପ୍ରେମିକ। ମୟୂରଭଞ୍ଜ ଜିଲା କରଞ୍ଜିଆ ଜେଲରେ...

ଜିଲା ପ୍ରଶାସନ କର୍ମଚାରୀଙ୍କ ବଦଳି ପ୍ରହସନ; ଚୌକି ଛାଡୁନାହାନ୍ତି ପୁରୁଣା ବାବୁ

ଅନୁଗୋଳ ଅଫିସ,୨୪।୬:  ଅନୁଗୋଳ ଜିଲା କାର୍ଯ୍ୟାଳୟରେ କାର୍ଯ୍ୟରତ ପୁରୁଣା ବାବୁଙ୍କ ଛାଡୁନି ଚୌକି ନିଶା। ଦୀର୍ଘ ବର୍ଷ ହେଲା ଗୋଟିଏ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଏହି...

ମୟୂରଭଞ୍ଜ ପଲିଟେକ୍‌ନିକ୍‌ରେ ପ୍ରତିଷ୍ଠା ହେବ ଉତ୍କର୍ଷ କେନ୍ଦ୍ର

ଭୁବନେଶ୍ୱର, ୩ା୫(ବ୍ୟୁରୋ):ମୟୂରଭଞ୍ଜସ୍ଥିତ ସରକାରୀ ପଲିଟେକ୍‌ନିକ୍‌ରେ ଆଡ୍‌ଭାନ୍ସ ମେକାଟ୍ରୋନିକ୍ସ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ। ପ୍ରାୟ ୪.୧୮ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ଉତ୍କର୍ଷ...

ନୂଆପଡ଼ାକୁ ମିଳିଲା ‘ରାଜସ୍ବ ଗ୍ରାମ୍ୟ ମାନ୍ୟତା’

କୋକସରା,୧୨।୧୨(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ତହସିଲ ଅଧୀନରେ ଥିବା ଟେମରା ପଞ୍ଚାୟତର ନୂଆପଡା ଗ୍ରାମକୁ ଦୀର୍ଘ ବର୍ଷ ପରେ ରାଜସ୍ବ ଗ୍ରାମ୍ୟର ମାନ୍ୟତା ମିଳିିଛି। ଗ୍ରାମବାସୀ...

ନାହିଁ ସ୍କୁଲଗୃହ, କ୍ଲବ ଘରେ ପାଠପଢ଼ା

ନୂଆପଡ଼ା,୫।୯(ମକାରୁ ବେମାଲ): ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ଆଗ୍ରେନ ପଞ୍ଚାୟତ ସନବାହାଲି ଗାଁର କ୍ଲବ ଘରେ ଚାଲିଛି ପିଲାଙ୍କ ଭବିଷ୍ୟତ ଗଢ଼ା। ସନବାହାଲି ପ୍ରାଥମିକ...

Advertisement
Archives

Model This Week