ହତ୍ୟା ଉଦ୍ୟମ କରି ଫେରାର ଥିଲେ, ଆଜି କୋର୍ଟ ଚାଲାଣ କଲା ପୋଲିସ

ଗୋପାଳପୁର,୨୫ା୧୧(ନବୀର ରାଜ ଆଚାରୀ): ହତ୍ୟା ଉଦ୍ୟମ ମାମଲାର ଫେରାର ଥିବା ଅନ୍ୟତମ ଅଭିଯୁକ୍ତଙ୍କୁ ଶନିବାର ସାରେ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ରଣ୍ଢା ଗ୍ରାମ ହରିଜନ ସାହିର କାହ୍ନୁ ଦାସ (୧୯)। ଏହି ଘଟଣା ପୂର୍ବରୁ ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣା ଘଟାଇ କାହ୍ନୁ ଫେରାର ଥିବା ବେଳେ ଶନିବାର ରଣ୍ଢା ହରିଜନ ସାହି ନିକଟରେ ଥିବା ଖବର ପାଇ ପୋଲିସ ସେଠାରେ ଚଢ଼ାଉ କରିଥିଲା। ପଚାରଉଚରା ପରେ ଆଜି ସନ୍ଧ୍ୟାରେ କେସ୍‌ ନଂ ୪୬୨/୨୩ରେ ଏକ ମାମଲା ରୁଜୁ କରି କାହ୍ନାଙ୍କୁ କୋର୍ଟ ଚାଲାଣ କରାଯାଇଛି।
ସୂଚନାନୁସାରେ, ଏହି ଥାନା ଅଧିନସ୍ଥ ପଞ୍ଚମା ଗ୍ରାମରେ ସେପ୍ଟେମ୍ବର ୨୦ରେ ରାଜେଶ ଦାସଙ୍କ ସହିତ ସେହି ଗ୍ରାମର ଭୀମା ପ୍ରଧାନଙ୍କ କୌଣସି କଥାକୁ ନେଇ ମାର୍‌ପିଟ୍‌ ହୋଇଥିଲା l ପୁଣି ସାରେ ରାଜେଶ ଓ କାହ୍ନୁ ଦୁଇ ଜଣ ମିଶି ଭୀମାଙ୍କ ଘରକୁ ଯାଇ ଖୋଜିଥିଲେ। ପରେ ରାଜେଶ ଭୀମାଙ୍କ ଘରେ ପଶି ତାଙ୍କ ବାପା ନିରଞ୍ଜନ ପ୍ରଧାନଙ୍କୁ କଟୁରିରେ ମରଣାନ୍ତକ ଆକ୍ରମଣ କରି ଘଟଣାସ୍ଥଳରୁ ରାଜେଶ ଚମ୍ପଟ ମାରିଥିଲେ। ଏନେଇ ଭୀମା ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ l ସେହି ସମୟରେ ରାଜେଶଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ କାହ୍ନୁ ଫେରାର ଥିଲେ l


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଦାବି ନେଇ ଗର୍ଜିଲା ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଛତ୍ରପୁର,୨୨।୧(ସନ୍ତୋଷ ପାଢ଼ୀ): ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ଗଞ୍ଜାମ ଜିଲା କମିଟି ପକ୍ଷରୁ ବିଭିନ୍ନ ଦାବି ଗୁଡିକର ସମାଧାନ ଓ କାର୍ଯ୍ୟାନୁଷ୍ଠାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ...

ଜଙ୍ଗଲରୁ ମୃତ ଶରୀର ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ସୋରଡା, ୨୧ା୧ (ରଜନୀ ମହାପାତ୍ର): ସୋରଡା ବଡଗଡ ଥାନା ଇଲାକାରେ ପୁଣି ଠାରେ ଏକ ହତ୍ୟା ଘଟଣା ସାମ୍ନାକୁ ଆସିଛି। ବଡଗଡ ଥାନା ଅନ୍ତରଗତ ଓରା...

ବ୍ଲକ କାର୍ଯ୍ୟାଳୟକୁ ଖବରଦାତାଙ୍କ ପ୍ରବେଶ ନିଷେଧ କଲେ ବିଡିଓ

ସାନଖେମୁଣ୍ଡି,୨୧।୧: ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟକୁ ଖବରଦାତାମାନଙ୍କୁ ପ୍ରବେଶ ନିଷେଧ କରାଯାଇଛି। ଏହାକୁ ନେଇ ଖବରଦାତାମାନେ ଗଣମାଧ୍ୟମର କଣ୍ଠରୋଧ କରାଯାଉଥିବା ଅଭିଯୋଗ କରିଛନ୍ତି। ଖବରଦାତା...

କିପରି ରୋକାଯାଇ ପାରିବ ଦୁର୍ଘଟଣା: ସବୁଠୁ ଅଧିକ ଶିକାର ହେଉଛନ୍ତି…

ପୁରୁଷୋତ୍ତମପୁର,୨୧।୧(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ପୁରୁଷୋତ୍ତମପୁର ତାରାତାରିଣୀ କଲେଜପରିଷରରେ ଶଡ଼କସୁରକ୍ଷା ସଚ୍ଚେତନତା କାର୍ଯ୍ୟକ୍ରମ ଏମ୍‌ଭିଆଇ ରବିନ୍ଦ୍ରନାଥ ଯେନାଙ୍କ ସଂଯୋଜନାରେ ମଙ୍ଗଳବାର ଅନୁଷ୍ଠିତ...

ଏକ ସପ୍ତାହ୧୍ୟାପୀ ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ ଯୋରଦାର ପ୍ରସ୍ତୁତି

ଦିଗପହଣ୍ଡି,୨୦ା୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ କମଳାପୁର ସ୍ଥିତ ଶ୍ରୀଶ୍ରୀକାଶୀ ବିଶ୍ୱନାଥ ଶୈବ ପୀଠରେ ଆସନ୍ତା ଫେବୃଆରୀ ୫ ଠାରୁ ଏକ ସପ୍ତାହ...

ଘରକୁ ମାଡ଼ିଗଲା ହାଇଓ୍ବା: ବର୍ତ୍ତିଗଲେ ପରିବାର

ଆସିକା,୨୧।୧(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଆସିକା ଏନ୍‌ଏସିର ସୁନାମ୍ବ ରଥ ଦାଣ୍ଡସାହି ନୃସିଂହ ମନ୍ଦିର ନିକଟରେ ମଙ୍ଗଳବାର ଭୋର ୫ଟା ସମୟରେ ଏକ ବାଲି...

ଗାଡ଼ି ଚାଳକଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ପୋଲିସ ସୋମବାର ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ମେଣ୍ଡରାଜପୁର ଗ୍ରାମର ଗାଡ଼ି ଚାଳକ କବିସୂର୍ଯ୍ୟ ପାତ୍ର ଓରଫ କବିଙ୍କୁ ସୋମବାର...

ସ୍ତ୍ରୀଙ୍କୁ ନିର୍ଯାତନା: ସ୍ବାମୀଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହେଲେ ମହିଳା

ଦିଗପହଣ୍ଡି,୧୯ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର ଏମ୍‌.ଲିଲି ପାତ୍ରଙ୍କୁ ତାଙ୍କ ସ୍ବାମୀ ଏମ୍‌.ଅଶୋକ ପାତ୍ର ନିସ୍ତୁକ ମାଡ଼ ମାରିବା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri