ପରପୁରୁଷ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ହତ୍ୟା ଉଦ୍ୟମ

ପୁରୁଷୋତ୍ତମପୁର,୨୫।୬(ଡି.ଏନ୍‌.ଏ.): ପରପୁରୁଷ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ଜଣେ ରକ୍ଷିତାଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ। ଜଣେ ମହିଳାଙ୍କୁ ରକ୍ଷିତା ବୋଲି କହୁଥିବା ଯୁବକ ପରପୁରୁଷ ସହ ଶାରୀରିକ ସମ୍ପର୍କ ଲାଗି ତାଙ୍କୁ ବାଧ୍ୟ କରିଥିଲେ। ଏଥିରେ ସେ ରାଜି ନ ହେବାରୁ ତାଙ୍କୁ ଏକ କୋଠରିରେ ବନ୍ଦ କରି ରଖି ମରଣାନ୍ତକ ଆକ୍ରମଣ ସହ ହତ୍ୟା ଉଦ୍ୟମ କରିଥିବା ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ ହୋଇଛି। ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଆଇଆଇସି ପ୍ରିୟୁସ ରଞ୍ଜନ ଛୋଟରାୟ ଘଟଣାକୁ ଗୁରୁତର ଭାବେ ଗ୍ରହଣ କରିଛନ୍ତି। କେସ୍‌ ନଂ. ୩୫୨/୨୨ରେ ମାମଲା ରୁଜୁ କରି ଦୁଇ ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛନ୍ତି। ଯୁବକ ଦ୍ବୟ ହେଲେ ବ୍ରହ୍ମପୁର ରାମକୃଷ୍ଣ ନଗରର ମହମ୍ମଦ ଲାଇକ ଓ ପୁରୁଷୋତ୍ତମପୁର ନାରାୟଣୀ ଢାବା ହୋଟେଲ ମାଲିକ ଅରୁଣ କୁମାର ନାୟକ।
ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘ ୪ ବର୍ଷ ହେଲା ମହମ୍ମଦ ଲାଇକ ତାଙ୍କୁ ଭଲ ପାଇ ବ୍ରହ୍ମପୁରରେ ଏକ ଭଡାଘରେ ରଖିଥିଲେ। ମହମ୍ମଦ ଜଣେ ହୋଟେଲ ରୋଷେୟା ହୋଇଥିବାରୁ ପୁରୁଷୋତ୍ତମପୁର ସହର ଉପକଣ୍ଠରେ ଥିବା ନାରାୟଣୀ ଢାବାରେ କାର୍ଯ୍ୟ କରୁଛନ୍ତି। ଶୁକ୍ରବାର ଅପରାହ୍ନରେ ମହିଳାଙ୍କୁ ପୁରୁଷୋତ୍ତମପୁରରେ ଘର ଭଡା ନେଇ ରହିବା ଲାଗି ଡକାଇଥିଲେ। ସେ ଆସିବା ପରେ ହୋଟେଲ ପଛପଟେ ଥିବା ଘରେ ନେଇ ବସାଇଥିଲେ। ପରେ ତାଙ୍କ ହୋଟେଲ ମାଲିକ ସହ ଶାରୀରିକ ସମ୍ପର୍କ ରଖିବାକୁ କହିଥିଲେ। ସେ ମନା କରି ଘର ବାହାରକୁ ଚାଲି ଆସିବାରୁ ଉଭୟେ ମହମ୍ମଦ ଲାଇକ ଓ ଅରୁଣ ପୁଣି ଘର ଭିତରକୁ ତାଙ୍କୁ ନେଇ ଦୈହିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ମହିଳା ଜଣକ ରାଜି ନ ହେବାରୁ ତାଙ୍କୁ ସେମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ସେ ପିନ୍ଧିଥିବା ସୁନା ଚେନଟିକୁ ଛିଣ୍ଡାଇ ନେଇ ଯାଇଥିଲେ। କୌଶଳକ୍ରମେ ମହିଳା ଜଣକ ସେମାନଙ୍କ କବଳରୁ ଖସିିି ଆସିଥିଲେ। ଏହି ସମୟରେ ରାସ୍ତାରେ ଯାଉଥିବା ଏକ ବସ୍‌ ଯୋଗେ ବ୍ରହ୍ମପୁର ଯାଇ ରାତିରେ ମହିଳା ଥାନାରେ ଜଣାଇଥିଲେ। ପୋଲିସ ତାଙ୍କ ଅବସ୍ଥା ଦେଖି ଚିକିତ୍ସା କରାଇଥିଲେ। ଘଟଣାଟି ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଘଟିଥିବାରୁ ପୁରୁଷୋତ୍ତମପୁର ପୋଲିସକୁ ଖବର ଦେବା ସହ ମହିଳା ଜଣଙ୍କୁ ପୁରୁଷୋତ୍ତମପୁର ଥାନାରେ ଲିଖିତ ଅଭିଯୋଗ କରିବାଲାଗି ପରାମର୍ଶ ଦେଇଥିଲେ। ଏହାକୁ ନେଇ ଶନିବାର ମହିଳା ଜଣକ ପୁରୁଷୋତ୍ତମପୁର ଥାନାକୁ ଆସି ଅଭିଯୋଗ କରିଥିବା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଆଇଆଇସି ପ୍ରିୟୁସ ରଞ୍ଜନ ଛୋଟରାୟ କହିଛନ୍ତି।
ସୂଚନାଯୋଗ୍ୟ, ମହିଳା ଜଣକ ପୂର୍ବରୁ ବ୍ରହ୍ମପୁର ଗୋଇଲୁଣ୍ଡି ଅଞ୍ଚଳରେ ଜଣେ ଯୁବକଙ୍କୁ ବିବାହ କରିଥିଲେ। ତାଙ୍କର ୨ଟି ଝିଅ ଓ ଗୋଟିଏ ପୁଅ ପୂର୍ବ ସ୍ବାମୀଙ୍କ ନିକଟରେ ରହିଛନ୍ତି। ସେ ପୂର୍ବ ସ୍ବାମୀଙ୍କ ନାମରେ ୩ ବର୍ଷ ତଳେ ମହିଳା ଥାନାରେ କେସ ମଧ୍ୟ କରିଛନ୍ତି। ମହମ୍ମଦ ଲାଇକ ମଧ୍ୟ ବିବାହିତ। ସେ ତାଙ୍କ ସ୍ତ୍ରୀଙ୍କୁ ଛାଡି ଦେଇଛନ୍ତି। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିବାରୁ ସେମାନେ ଘରଛାଡି ଭଡାରେ ରହୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା: ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଛୁରାମାଡ଼

ନବରଙ୍ଗପୁର, ୧୦/୧୦ (ସନ୍ତୋଷ ସନ୍ତୋଷ): ଉମରକୋଟରେ କଲେଜ ନିର୍ବାଚନକୁ କେନ୍ଦ୍ର କରି ଉତ୍ତେଜନା ଦେଖାଦେଇଛି। ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଦୀପକମଲ ମହାପାତ୍ର ନାମକ…

ଅଭିଜିତ, ସୌରଭ, ଆଶୁତୋଷ ହେପାଜତରେ; ସେମାନଙ୍କୁ କେତେ ସମୟ ପର୍ଯ୍ୟନ୍ତ ଅଟକ ରଖାଯିବ? ଜାଣନ୍ତୁ ଅପଡେଟ

ନୂଆଦିଲ୍ଲୀ,୧୦।୧୦: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିବା ଏବଂ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିବାକୁ ପହଞ୍ଚିଥିବା ‘କକରୋଚ ଜନତା ପାର୍ଟି’ର ନେତା…

ନାଗସାପ ସହ ରିଲ୍ସ କରିବାବେଳେ ମାରିଲା ଚୋଟ, ଚାଲିଗଲା ଯୁବକଙ୍କ ଜୀବନ

ପୁରୀ,୧୦ା୧୦(ଅଜିତ୍‌ କୁମାର ମହାନ୍ତି): ସୋସିଆଲ ମିଡିଆରେ ରିଲ୍ସ କରିବା ନିଶା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ନାଗ ସାପକୁ ଧରି ରିଲ୍ସ କରୁଥିବା ବେଳେ ସାପ…

ଦୁର୍ଭାଗ୍ୟଶାଳୀ ସଞ୍ଜୁ ସାମସନ: ପ୍ରଥମଥର ପାଇଁ ଜଣେ ଖେଳାଳି ଭାବେ ସାମ୍ନା କଲେ ଏମିତି ଅବସ୍ଥା

ରାଞ୍ଚି,୧୦।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ସଞ୍ଜୁ ସାମସନ ଚମତ୍କାର ବ୍ୟାଟିଂ କରି ୪୧ଟି ବଲରୁ ୮୨ ରନ ସଂଗ୍ରହ କରିଥିଲେ। ୯ଟି ଚୌକା ଓ…

ମୁହଁ ଖୋଲିଲେ ଦୀପକେଙ୍କ ମାଆ, ସିଧା କହିଲେ ଦେଖିନେବି…

ନୂଆଦିଲ୍ଲୀ,୧୦।୧୦: କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଅଟକ ରଖାଯିବା ଘଟଣାକୁ ନେଇ ତାଙ୍କ ପିତାମାତା ସରକାରଙ୍କ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି।…

ବିଶ୍ୱ ଦରବାରରେ ଓଡ଼ିଆ ପୁଅ: ଜାପାନରେ ପ୍ରଶଂସିତ ହୋଇ ଜନ୍ମମାଟି ପାଇଁ ଗୌରବ ଆଣିଲେ ଗୋଡ଼ଭଗାର ଡାକ୍ତର ଅଭିଷେକ

ଅତାବିରା,୧୦ା୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ଡା. ଅଭିଷେକ ନାଏକ। ଜନ୍ମମାଟି ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ସେ ବିଏଚ୍‌ୟୁସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ…

IND vs WI: ବୋଲରଙ୍କ କ୍ୟାରିୟର ବରବାଦ…! କାହା ଉପରେ ରାଗି ଏମିତି କହିଲେ ଗୌତମ ଗମ୍ଭୀର? ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଦଶ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ, ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ପିଚକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଗତ ରାତିରେ ଭାରତ…

ଲଜ୍ଜାଜନକ ରେକର୍ଡ କଲେ ଶ୍ରେୟସ ଆୟର: ଅଧିନାୟିକତ୍ୱ ଉପରେ ଉଠିଲା ପ୍ରଶ୍ନବାଚୀ

ନୂଆଦିଲ୍ଲୀ,୧୦।୧୦: ରାଞ୍ଚିର JSCA ଅନ୍ତର୍ଜାତୀୟ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଏକ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ପ୍ରଥମେ ବ୍ୟାଟିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?