ପରପୁରୁଷ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ହତ୍ୟା ଉଦ୍ୟମ

ପୁରୁଷୋତ୍ତମପୁର,୨୫।୬(ଡି.ଏନ୍‌.ଏ.): ପରପୁରୁଷ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ଜଣେ ରକ୍ଷିତାଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ। ଜଣେ ମହିଳାଙ୍କୁ ରକ୍ଷିତା ବୋଲି କହୁଥିବା ଯୁବକ ପରପୁରୁଷ ସହ ଶାରୀରିକ ସମ୍ପର୍କ ଲାଗି ତାଙ୍କୁ ବାଧ୍ୟ କରିଥିଲେ। ଏଥିରେ ସେ ରାଜି ନ ହେବାରୁ ତାଙ୍କୁ ଏକ କୋଠରିରେ ବନ୍ଦ କରି ରଖି ମରଣାନ୍ତକ ଆକ୍ରମଣ ସହ ହତ୍ୟା ଉଦ୍ୟମ କରିଥିବା ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ ହୋଇଛି। ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଆଇଆଇସି ପ୍ରିୟୁସ ରଞ୍ଜନ ଛୋଟରାୟ ଘଟଣାକୁ ଗୁରୁତର ଭାବେ ଗ୍ରହଣ କରିଛନ୍ତି। କେସ୍‌ ନଂ. ୩୫୨/୨୨ରେ ମାମଲା ରୁଜୁ କରି ଦୁଇ ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛନ୍ତି। ଯୁବକ ଦ୍ବୟ ହେଲେ ବ୍ରହ୍ମପୁର ରାମକୃଷ୍ଣ ନଗରର ମହମ୍ମଦ ଲାଇକ ଓ ପୁରୁଷୋତ୍ତମପୁର ନାରାୟଣୀ ଢାବା ହୋଟେଲ ମାଲିକ ଅରୁଣ କୁମାର ନାୟକ।
ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘ ୪ ବର୍ଷ ହେଲା ମହମ୍ମଦ ଲାଇକ ତାଙ୍କୁ ଭଲ ପାଇ ବ୍ରହ୍ମପୁରରେ ଏକ ଭଡାଘରେ ରଖିଥିଲେ। ମହମ୍ମଦ ଜଣେ ହୋଟେଲ ରୋଷେୟା ହୋଇଥିବାରୁ ପୁରୁଷୋତ୍ତମପୁର ସହର ଉପକଣ୍ଠରେ ଥିବା ନାରାୟଣୀ ଢାବାରେ କାର୍ଯ୍ୟ କରୁଛନ୍ତି। ଶୁକ୍ରବାର ଅପରାହ୍ନରେ ମହିଳାଙ୍କୁ ପୁରୁଷୋତ୍ତମପୁରରେ ଘର ଭଡା ନେଇ ରହିବା ଲାଗି ଡକାଇଥିଲେ। ସେ ଆସିବା ପରେ ହୋଟେଲ ପଛପଟେ ଥିବା ଘରେ ନେଇ ବସାଇଥିଲେ। ପରେ ତାଙ୍କ ହୋଟେଲ ମାଲିକ ସହ ଶାରୀରିକ ସମ୍ପର୍କ ରଖିବାକୁ କହିଥିଲେ। ସେ ମନା କରି ଘର ବାହାରକୁ ଚାଲି ଆସିବାରୁ ଉଭୟେ ମହମ୍ମଦ ଲାଇକ ଓ ଅରୁଣ ପୁଣି ଘର ଭିତରକୁ ତାଙ୍କୁ ନେଇ ଦୈହିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ମହିଳା ଜଣକ ରାଜି ନ ହେବାରୁ ତାଙ୍କୁ ସେମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ସେ ପିନ୍ଧିଥିବା ସୁନା ଚେନଟିକୁ ଛିଣ୍ଡାଇ ନେଇ ଯାଇଥିଲେ। କୌଶଳକ୍ରମେ ମହିଳା ଜଣକ ସେମାନଙ୍କ କବଳରୁ ଖସିିି ଆସିଥିଲେ। ଏହି ସମୟରେ ରାସ୍ତାରେ ଯାଉଥିବା ଏକ ବସ୍‌ ଯୋଗେ ବ୍ରହ୍ମପୁର ଯାଇ ରାତିରେ ମହିଳା ଥାନାରେ ଜଣାଇଥିଲେ। ପୋଲିସ ତାଙ୍କ ଅବସ୍ଥା ଦେଖି ଚିକିତ୍ସା କରାଇଥିଲେ। ଘଟଣାଟି ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଘଟିଥିବାରୁ ପୁରୁଷୋତ୍ତମପୁର ପୋଲିସକୁ ଖବର ଦେବା ସହ ମହିଳା ଜଣଙ୍କୁ ପୁରୁଷୋତ୍ତମପୁର ଥାନାରେ ଲିଖିତ ଅଭିଯୋଗ କରିବାଲାଗି ପରାମର୍ଶ ଦେଇଥିଲେ। ଏହାକୁ ନେଇ ଶନିବାର ମହିଳା ଜଣକ ପୁରୁଷୋତ୍ତମପୁର ଥାନାକୁ ଆସି ଅଭିଯୋଗ କରିଥିବା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଆଇଆଇସି ପ୍ରିୟୁସ ରଞ୍ଜନ ଛୋଟରାୟ କହିଛନ୍ତି।
ସୂଚନାଯୋଗ୍ୟ, ମହିଳା ଜଣକ ପୂର୍ବରୁ ବ୍ରହ୍ମପୁର ଗୋଇଲୁଣ୍ଡି ଅଞ୍ଚଳରେ ଜଣେ ଯୁବକଙ୍କୁ ବିବାହ କରିଥିଲେ। ତାଙ୍କର ୨ଟି ଝିଅ ଓ ଗୋଟିଏ ପୁଅ ପୂର୍ବ ସ୍ବାମୀଙ୍କ ନିକଟରେ ରହିଛନ୍ତି। ସେ ପୂର୍ବ ସ୍ବାମୀଙ୍କ ନାମରେ ୩ ବର୍ଷ ତଳେ ମହିଳା ଥାନାରେ କେସ ମଧ୍ୟ କରିଛନ୍ତି। ମହମ୍ମଦ ଲାଇକ ମଧ୍ୟ ବିବାହିତ। ସେ ତାଙ୍କ ସ୍ତ୍ରୀଙ୍କୁ ଛାଡି ଦେଇଛନ୍ତି। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିବାରୁ ସେମାନେ ଘରଛାଡି ଭଡାରେ ରହୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରୟୋଦଶୀ ତିଥି ପରେ ରଥଯାତ୍ରା କରାଯିବା ଅନୁଚିତ’

ପୁରୀ, ୧୮ା୬(ଅଜିତ୍‌ ମହାନ୍ତି) ଅଦିନରେ ରଥଯାତ୍ରା କରୁଥିବା ବ୍ୟକ୍ତିବିଶେଷ ଓ ସଙ୍ଗଠନ ଧୀରେ ଧୀରେ ବାଟକୁ ଆସିବେ। ପରମ୍ପରା ଓ ଶାସ୍ତ୍ର ଅନୁଯାୟୀ, ଆଷାଢ଼ ଶୁକ୍ଳ...

ଟିଟିଲାଗଡ଼ କୋର୍ଟରେ ଗୋବିନ୍ଦ

ଟିଟିଲାଗଡ଼, ୧୦ା୨(ଡି.ଏନ୍‌.ଏ.) କଳାହାଣ୍ଡି ଜିଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗସ୍ଥିତ ଏକ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ଗିରଫ...

ଝାଡେଶ୍ୱର ମହେଶଙ୍କ ପୀଠରେ ବୋଲ୍‌ବମ୍‌ ଭକ୍ତଙ୍କ ଭିଡ଼

ଆନନ୍ଦପୁର,୫। ୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଝାଡ଼େଶ୍ୱର ମନ୍ଦିର ପରିସରରେ ବୋଲଭମ୍‌ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଶ୍ରାବଣ ମାସର ତୃତୀୟ ସୋମବାର କାଉଡ଼ିଆମାନେ ଝାଡ଼େଶ୍ୱର...

ବିଶ୍ୱ ଦରବାରରେ ପହଞ୍ଚିବ କୋରାପୁଟ କଫି

କୋରାପୁଟ/ନବରଙ୍ଗପୁର, ୨୮ା୧୧(ସ୍ବ.ପ୍ର./ବି.ପ୍ର.): କୋରାପୁଟ ଓ ନବରଙ୍ଗପୁର ଜିଲାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ଶନିବାରଠାରୁ ଆରମ୍ଭ ହୋଇଛି। ଭର୍ଚୁଆଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍‌ଘାଟନ...

ଗହୀରମଥାରେ ଦାଆ ବେଣ୍ଟିଆ

ମହାକାଳପଡ଼ା,୭।୬ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ମୌସୁମୀ ବାୟୁ ଆଗମନ ପୂର୍ବରୁ ଦେଶୀ ଓ ବିଦେଶୀ ପକ୍ଷୀମାନଙ୍କର...

ଧସିଲା ପୁରୁଣା ପୋଲ ଆପ୍ରୋଚ୍‌ ରାସ୍ତା

ରସୁଲପୁର,୧୭ା୩(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ-୨ର ଦାୟିତ୍ୱହୀନତା କାର୍ଯ୍ୟ ଯୋଗୁ ଗନ୍ଧଣ ପଞ୍ଚାୟତ ଏକତଳା ଗ୍ରାମ ସହ ମଧୁବନ ଲକ୍ଷ୍ମୀ ବଜାରକୁ...

ବ୍ୟକ୍ତିର ବିକାଶ ପାଇଁ ମିତବ୍ୟୟିତା ଅପରିହାର୍ଯ୍ୟ

ସୋନପୁର,୩୦।୧୦(ନି.ପ୍ର.): ସୁବର୍ଣ୍ଣପୁର ଜିଲା ସ୍ବଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ବିଶ୍ୱ ମିତବ୍ୟୟିତା ଦିବସ ବୁଧବାର ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରୀଛାତ୍ରଙ୍କୁ ନେଇ ଏକ ସଚେତନତା...

ଭଦ୍ରକବାସୀଙ୍କ ପାଇଁ ଖୁସି ଖବର: ଜିଲା ମୁଖ୍ୟ ଡାକ୍ତରଖାନାରେ ଆରମ୍ଭ ହେଲା ଟେଲିମେଡିଶିନ ସେବା

ଭଦ୍ରକ ଅଫିସ,୨୧।୭: ଭଦ୍ରକ ଜିଲାବାସୀଙ୍କୁ ଘରେ ବସି ସ୍ବାସ୍ଥ୍ୟ ସେବା ଯୋଗାଇବା ଓ ସଂକ୍ରମଣରୁ ଦୂରେଇ ରଖିବା ପାଇଁ ମଙ୍ଗଳବାର ଜିଲା ମୁଖ୍ୟ ଡାକ୍ତରଖାନାରେ ଟେଲିମେଡିଶିନ...

Advertisement
Archives

Model This Week