ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କୁ ଅପହରଣ ଉଦ୍ୟମ

ପଟ୍ଟାମୁଣ୍ଡାଇ, ୧୭ା୩(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଞ୍ଚଳର ଜଣେ ଛାତ୍ରୀ କାର କାଚ ଭାଙ୍ଗି ଅପହରଣକାରୀଙ୍କ କବଳରୁ ଖସି ଆସିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ଗୁରୁବାର ପୂର୍ବାହ୍ନ ପ୍ରାୟ ୧୦ଟା୧୫ରେ ଏହି ଘଟଣା ଘଟିଛି। ଦୁର୍ବୃତ୍ତମାନେ ଏକ କାରରେ ସମ୍ପୃକ୍ତା ଛାତ୍ରୀକୁ କୌଣସି ଔଷଧ ଶୁଙ୍ଗାଇ ଅପହରଣ କରିବାକୁ ଉଦ୍ୟମ କରିଥିଲେ। ହେଲେ ତାହା କାଟୁ କରି ନ ଥିଲା। ଫଳରେ ଛାତ୍ରୀ ଜଣକ ଅପହରଣକାରୀଙ୍କ କବଳରୁ ଖସି ଆସିବାକୁ ଉଦ୍ୟମ କରିଥିଲେ। ଏହାଦେଖି ଅପହରଣକାରୀମାନେ ତାଙ୍କୁ ବ୍ଲେଡ୍‌ରେ ଆକ୍ରମଣ କରିବାରୁ ସେ ଆହତ ହୋଇଛନ୍ତି। ଶେଷରେ ଅପହରଣକାରୀମାନେ ତାଙ୍କୁ ସ୍ଥାନୀୟ ଗଜାନନ ମାର୍କେଟ କମ୍ପ୍ଲେକ୍ସ ନିକଟରେ ଛାଡି କେନ୍ଦ୍ରାପଡ଼ା ଆଡକୁ ଚାଲିଯାଇଥିବା ଛାତ୍ରୀ ଜଣକ କହିଛନ୍ତି। ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ଅନୁଯାୟୀ, ପଟ୍ଟାମୁଣ୍ଡାଇ ଅଞ୍ଚଳର ଏକ ହାଇସ୍କୁଲରେ ମାଟ୍ରିକ୍‌ ପରୀକ୍ଷା ଦେଇ ଛାତ୍ରୀ ଜଣକ ଘରକୁ ଫେରୁଥିଲେ। ଏ ସମୟରେ ୩ଜଣ ଦୁର୍ବୃତ୍ତ ଛାତ୍ରୀଙ୍କୁ କିଛି ଶୁଙ୍ଗାଇ ଅଚେତ କରିବାକୁ ଉଦ୍ୟମ କରିବା ସହ କାରକୁ ଉଠାଇ ନେଉଥିଲେ। ହେଲେ କାର ଭିତରେ ଛାତ୍ରୀ ଜଣଙ୍କ ସହ ଦୁର୍ବୃତ୍ତମାନଙ୍କ ଧସ୍ତାଧସ୍ତି ହୋଇଥିଲା। ଛାତ୍ରୀ ଜଣଙ୍କ ଗୋଇଠା ମାରି କାରର କାଚ ଭାଙ୍ଗି ସେମାନଙ୍କ କବଳରୁ ମୁକୁଳିବା ପାଇଁ ଚିତ୍କାର କରିଥିଲେ। ଦୁର୍ବୃତ୍ତମାନେ ଏହା ଦେଖି ବ୍ଲେଡ୍‌ ସାହାଯ୍ୟରେ ଛାତ୍ରୀଙ୍କୁ ଆକ୍ରମଣ କରିବାରୁ ତାଙ୍କ ହାତ, ବେକ ଓ ଗୋଡରେ କ୍ଷତ ସୃଷ୍ଟି ହୋଇଛି। ଛାତ୍ରୀ ଜଣଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ରୁଣ୍ଡ ହେବାରୁ ଦୁର୍ବୃତ୍ତମାନେ ତାଙ୍କୁ ଛାଡ଼ି କାର ନେଇ ଫେରାର ହୋଇଯାଇଥିଲେ। ଏହାର କିଛି ସମୟ ପରେ ଛାତ୍ରୀଜଣକ ସଂଜ୍ଞାହୀନ ହୋଇ ପଡିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଛାତ୍ରୀଙ୍କ ମା’ ବାପା ଚିକିତ୍ସାଳୟରେ ପହଞ୍ଚତ୍ଥିଲେ। ଏ ନେଇ ଛାତ୍ରୀଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଛାତ୍ରୀଙ୍କୁ ପଚାରିବାରେ ପରୀକ୍ଷା ଦେଇ ସ୍କୁଲରୁ ବାହାରୁ ଥିବା ବେଳେ ୩ ଜଣ ଦୁର୍ବୃତ୍ତ କ’ଣ ଶୁଙ୍ଗାଇ ଦେବାରୁ ମୋର ମୁଣ୍ଡ ବୁଲାଇ ଦେଇଥିଲା। ଏହି ସମୟ ଅପହରଣକାରୀମାନେ ମୋତେ କାର ଭିତରକୁ ଉଠାଇ ନେଇଥିଲେ। ହେଲେ ମୁଁ ସେମାନଙ୍କ ସହିତ ଲଢ଼ିବା ସହିତ କାରର କାଚକୁ ଗୋଇଠା ମାରି ଭାଙ୍ଗି ନିଜକୁ ମୁକୁଳାଇଥିଲି ବୋଲି କହିଛନ୍ତି। ଛାତ୍ରୀଙ୍କ ଏଭଳି ସାହସିକତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଏ ସମ୍ପର୍କରେ ଆଇଆଇସି ତପନ କୁମାର ରାଉତଙ୍କୁ ପଚାରିବାରେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି। ତଦନ୍ତ ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ଅପହରଣକାରୀମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଣୀ ଚିକିତ୍ସାକୁ ଦିଆଯାଉନି ପ୍ରାଧାନ୍ୟ

ଖମାର,୧୮ା୨:  ଗ୍ରାମାଞ୍ଚଳର ଅର୍ଥନୀତିକୁ ଆଗକୁ ନେବାରେ ପ୍ରାଣୀଧନଙ୍କ ପ୍ରମୁଖ ଭୂମିକା ରହିଛି। ସେଥିପାଇଁ ସରକାରଙ୍କ ପକ୍ଷରୁ ପ୍ରାଣୀଧନ ପାଳନ ନିମନ୍ତେ ବିଭିନ୍ନ ଯୋଜନାରେ ଯୁବତୀ ଯୁବକମାନଙ୍କୁ ପ୍ରୋତ୍ସାହନ...

ବଲାଙ୍ଗୀର ଜିଲା: ଜୁନ୍‌ ୧ରୁ ଚାଲିବ ଘରୋଇ ବସ୍‌

ବଲାଙ୍ଗୀର ଅଫିସ, ୨୯।୫-ବଲାଙ୍ଗୀର ଜିଲାରେ ଜୁନ ୧ତାରିଖରୁ ଘରୋଇ ବସ୍‌ ଚଳାଚଳ ଆରମ୍ଭ କରିବ। ଜିଲା ଘରୋଇ ବସ୍‌ ମାଲିକ ସଂଘର ଏକ ଗୁରୁତ୍ୱପୂର୍ଣ ସାଧାରଣ...

ସଡକ ଦୁର୍ଘଟଣା; ଉଭୟ ଗାଡି ଚାଳକ ଗୁରୁତର

ପାଟଣା,୧୧।୧(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳିଦେଇ ଯାଇଥିବା ୪୯ ନମ୍ବର ମୁମ୍ବାଇ କୋଲ୍‌କତା ଜାତୀୟ ରାଜପଥର ବାଉଁଶୁଳି ନିକଟରେ ସୋମବାର ବିଳମ୍ବିତ ରାତିରେ...

ପ୍ଲାଜମା ଦାନ କଲେ ୨ କରୋନା ଯୋଦ୍ଧା: ସାଲ୍ୟୁଟ କଲେ ଗଞ୍ଜାମ ଜିଲାପାଳ, ଏସ୍‌ପି

ଛତ୍ରପୁର, ୩।୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ପୁଣି ୨ ଜଣ କରୋନା ଯୋଦ୍ଧା ଗୁରୁବାର ପ୍ଲାଜମା ଦାନ କରିଛନ୍ତି। ସେମାନେ ହେଲେ ଆସିକା ବ୍ଲକର ଆରଡ଼ବ୍ଲ୍ୟୁଏସ୍‌ଏସ୍‌ ଜେଇ...

ପୁଣି ଅନୁଭବଙ୍କ ନାଁରେ ଏକ ମାମଲା ରୁଜୁ କଲେ ବର୍ଷା

କଟକ ଅଫିସ,୧୦ା୬: ଥମୁନି ବର୍ଷା-ଅନୁଭବଙ୍କ ବିବାଦ। ଅନୁଭବଙ୍କ ନାଁରେ ପୁଣି ଏକ ମାମଲା ରୁଜୁ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ। କଟକ ଏସ୍‌ଡିଜେଏମ୍‌ କୋର୍ଟରେ ସେ ଏହି...

କୁକୁଡ଼ା ବୋଝେଇ ପିକ୍‌ଅପ୍‌ ଦୁର୍ଘଟଣାଗ୍ରସ୍ତ: କୁକୁଡ଼ା ବୋହିନେଲେ ଲୋକେ

ପାଟଣା,୨୦।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ରେଙ୍ଗାଳବେଡ଼ା ୪୯ ନଂ ଜାତୀୟ ରାଜପଥ ନିକଟ ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ବ୍ରଏଲର କୁକୁଡ଼ା ବୋଝେଇ ପିକ୍‌ଅପ...

ଆଜିଠାରୁ ୨ କେନ୍ଦ୍ରରେ ମାଟ୍ରିକ୍‌ ଖାତା ଦେଖା

କେନ୍ଦ୍ରାପଡ଼ା ଅଫିସ, ୨୧ା୫: ଚଳିତ ଶିକ୍ଷା ବର୍ଷର ମାଟ୍ରିକ ପରୀକ୍ଷା ଖାତା ଦେଖା ଶନିବାରଠାରୁ ଆରମ୍ଭ ହେଉଛି। କେନ୍ଦ୍ରାପଡ଼ା ଜିଲାର ୨ଟି କେନ୍ଦ୍ରରେ ଖାତା ଦେଖାଯିବା...

ବିଦ୍ୟୁତ୍‌ ଆଘାତରେ ଯୁବକ ଗୁରୁତର, ବିଭାଗ ଯନ୍ତ୍ରୀଙ୍କ ନିକଟରେ ଖବର ନାହିଁ

ଦାରିଙ୍ଗବାଡ଼ି,୫।୬(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦାସିଂବାଡ଼ି ପଞ୍ଚାୟତରେ ବିଦ୍ୟୁତ୍‌ ମରାମତି କାର୍ଯ୍ୟ କରୁଥିବା ବେଳେ ବିଦ୍ୟୁତ ଆଘାତ ଲାଗିବାରୁ ଜଣେ ଯୁବକ ଗୁରୁତର ହୋଇପଡ଼ିଛନ୍ତି।...

Advertisement
Archives

Model This Week