ଛାତ୍ରଙ୍କୁ ହତ୍ୟା ଉଦ୍ୟମ, ସିନିୟର ଗିରଫ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ଖଣ୍ଡଗିରି ଥାନା ଅନ୍ତର୍ଗତ ଏକ ଘରୋଇ କଲେଜର ବିଟେକ୍‌ ପ୍ରଥମ ବର୍ଷର ଛାତ୍ର ପ୍ରୀତମ କୁମାର ଷଡ଼ଙ୍ଗୀଙ୍କୁ ସୋମବାର ସାରେ ମରଣାନ୍ତକ ଆକ୍ରମଣ ସହ ଉଠାଇ ନେଇ ଅଟକ ରଖି ହତ୍ୟା ଧମକ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଭିଯୁକ୍ତ ସିନିୟର ଛାତ୍ର ନୀତୀଶ କୁମାର ତ୍ରିପାଠୀଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଛି। ନୀତୀଶ ଉକ୍ତ କଲେଜର ବିଟେକ୍‌ ଦ୍ୱିତୀୟ ବର୍ଷ ଛାତ୍ର ହୋଇଥିବା ବେଳେ ତାଙ୍କ ଘର ଯାଜପୁର ଜିଲା ମଙ୍ଗଳପୁର ଥାନା ଅଞ୍ଚଳରେ। ତେବେ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ନୀତିଶ୍‌ଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ପୋଲିସ ତାଙ୍କଠାରୁ ଗୋଟିଏ ବାଇକ୍‌ ଓ ଆକ୍ରମଣରେ ବ୍ୟବହୃତ ଲୁହାରଡ୍‌କୁ ଜବତ କରିଛି। ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତ ନୀତିଶ୍‌ ଏଭଳି କାଣ୍ଡ କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ପ୍ରୀତମ ଏବଂ ଅଭିଯୁକ୍ତ ନୀତୀଶ୍‌ଙ୍କ ମଧ୍ୟରେ କଲେଜ୍‌ ୱେଲ୍‌କେମ୍‌ ସମୟରୁ ଶତ୍ରୁତା ଥିଲା। ଏନେଇ ପୂର୍ବରୁ ନୀତୀଶଙ୍କ ନଁାରେ ପ୍ରୀତମ ଥାନାରେ ଅଭିଯୋଗ କରିଥିଲେ। ଏହାକୁ ନେଇ ସୋମବାର ପ୍ରୀତମଙ୍କୁ ନୀତିଶ୍‌ ଗାଳିଗୁଲଜ କରିଥିଲେ। ପରେ ସା ପ୍ରାୟ ୭ଟା ୩୦ବେଳେ ପ୍ରୀତମ ହଷ୍ଟେଲକୁ ଫେରୁଥିବା ବେଳେ ସାଙ୍ଗମାନଙ୍କ ସହ ନୀତୀଶ ପୂର୍ବ କଥାକୁ ନେଇ ତାଙ୍କ ସହ ଯୁକ୍ତିତର୍କ କରି ଲୁହାରଡ଼ରେ ଆକ୍ରମଣ କରିଥିଲେ। ଆକ୍ରମଣରେ ପ୍ରୀତମଙ୍କ ମଣ୍ଡ ଫାଟିଯିବାରୁ ରକ୍ତସ୍ରାବ ହୋଇଥିଲା। ପରେ ନୀତୀଶ ତାଙ୍କ ସହଯୋଗୀଙ୍କ ସହ ପ୍ରୀତମଙ୍କୁ ବାଇକ୍‌ରେ ବସାଇ ଜଟଣୀକୁ ନେଇଯାଇଥିଲେ। ସେଠାରେ ଏକ ମେଡିସିନ୍‌ ଦୋକାନରେ ତାଙ୍କ ଚିକିତ୍ସା କରିବା ପରେ ଏକ ଖୋଲାସ୍ଥାନରେ ପ୍ରୀତମଙ୍କୁ ବଳପୂର୍ବକ ଅଟକ ରଖିଥିଲେ। ଏପଟେ ପ୍ରୀତମ ହଷ୍ଟେଲ ନ ଫେରିବାରୁ ତାଙ୍କ ସାଙ୍ଗମାନେ ଏ ନେଇ ଥାନାରେ ଜଣାଇଥିଲେ। ପ୍ରୀତମଙ୍କ ଫୋନକୁ ଟ୍ରାକ୍‌ କରି ରାତି ପ୍ରାୟ ୧୨ଟା ୩୦ଟା ବେଳେ ପୋଲିସ ଜଟଣୀ ଅଞ୍ଚଳରୁ ତାଙ୍କୁ ଉଦ୍ଧାର କରିବା ସହ ନୀତୀଶଙ୍କୁ କାବୁ କରିଥିଲେ। ପରେ ପ୍ରୀତମଙ୍କ ଅଭିଯୋଗକ୍ରମେ ପୋଲିସ ମାମଲା (ନଂ.୨୦/୨୩) ରୁଜୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri