ଛାତ୍ରଙ୍କୁ ହତ୍ୟା ଉଦ୍ୟମ, ସିନିୟର ଗିରଫ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ଖଣ୍ଡଗିରି ଥାନା ଅନ୍ତର୍ଗତ ଏକ ଘରୋଇ କଲେଜର ବିଟେକ୍‌ ପ୍ରଥମ ବର୍ଷର ଛାତ୍ର ପ୍ରୀତମ କୁମାର ଷଡ଼ଙ୍ଗୀଙ୍କୁ ସୋମବାର ସାରେ ମରଣାନ୍ତକ ଆକ୍ରମଣ ସହ ଉଠାଇ ନେଇ ଅଟକ ରଖି ହତ୍ୟା ଧମକ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଭିଯୁକ୍ତ ସିନିୟର ଛାତ୍ର ନୀତୀଶ କୁମାର ତ୍ରିପାଠୀଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଛି। ନୀତୀଶ ଉକ୍ତ କଲେଜର ବିଟେକ୍‌ ଦ୍ୱିତୀୟ ବର୍ଷ ଛାତ୍ର ହୋଇଥିବା ବେଳେ ତାଙ୍କ ଘର ଯାଜପୁର ଜିଲା ମଙ୍ଗଳପୁର ଥାନା ଅଞ୍ଚଳରେ। ତେବେ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ନୀତିଶ୍‌ଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ପୋଲିସ ତାଙ୍କଠାରୁ ଗୋଟିଏ ବାଇକ୍‌ ଓ ଆକ୍ରମଣରେ ବ୍ୟବହୃତ ଲୁହାରଡ୍‌କୁ ଜବତ କରିଛି। ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତ ନୀତିଶ୍‌ ଏଭଳି କାଣ୍ଡ କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ପ୍ରୀତମ ଏବଂ ଅଭିଯୁକ୍ତ ନୀତୀଶ୍‌ଙ୍କ ମଧ୍ୟରେ କଲେଜ୍‌ ୱେଲ୍‌କେମ୍‌ ସମୟରୁ ଶତ୍ରୁତା ଥିଲା। ଏନେଇ ପୂର୍ବରୁ ନୀତୀଶଙ୍କ ନଁାରେ ପ୍ରୀତମ ଥାନାରେ ଅଭିଯୋଗ କରିଥିଲେ। ଏହାକୁ ନେଇ ସୋମବାର ପ୍ରୀତମଙ୍କୁ ନୀତିଶ୍‌ ଗାଳିଗୁଲଜ କରିଥିଲେ। ପରେ ସା ପ୍ରାୟ ୭ଟା ୩୦ବେଳେ ପ୍ରୀତମ ହଷ୍ଟେଲକୁ ଫେରୁଥିବା ବେଳେ ସାଙ୍ଗମାନଙ୍କ ସହ ନୀତୀଶ ପୂର୍ବ କଥାକୁ ନେଇ ତାଙ୍କ ସହ ଯୁକ୍ତିତର୍କ କରି ଲୁହାରଡ଼ରେ ଆକ୍ରମଣ କରିଥିଲେ। ଆକ୍ରମଣରେ ପ୍ରୀତମଙ୍କ ମଣ୍ଡ ଫାଟିଯିବାରୁ ରକ୍ତସ୍ରାବ ହୋଇଥିଲା। ପରେ ନୀତୀଶ ତାଙ୍କ ସହଯୋଗୀଙ୍କ ସହ ପ୍ରୀତମଙ୍କୁ ବାଇକ୍‌ରେ ବସାଇ ଜଟଣୀକୁ ନେଇଯାଇଥିଲେ। ସେଠାରେ ଏକ ମେଡିସିନ୍‌ ଦୋକାନରେ ତାଙ୍କ ଚିକିତ୍ସା କରିବା ପରେ ଏକ ଖୋଲାସ୍ଥାନରେ ପ୍ରୀତମଙ୍କୁ ବଳପୂର୍ବକ ଅଟକ ରଖିଥିଲେ। ଏପଟେ ପ୍ରୀତମ ହଷ୍ଟେଲ ନ ଫେରିବାରୁ ତାଙ୍କ ସାଙ୍ଗମାନେ ଏ ନେଇ ଥାନାରେ ଜଣାଇଥିଲେ। ପ୍ରୀତମଙ୍କ ଫୋନକୁ ଟ୍ରାକ୍‌ କରି ରାତି ପ୍ରାୟ ୧୨ଟା ୩୦ଟା ବେଳେ ପୋଲିସ ଜଟଣୀ ଅଞ୍ଚଳରୁ ତାଙ୍କୁ ଉଦ୍ଧାର କରିବା ସହ ନୀତୀଶଙ୍କୁ କାବୁ କରିଥିଲେ। ପରେ ପ୍ରୀତମଙ୍କ ଅଭିଯୋଗକ୍ରମେ ପୋଲିସ ମାମଲା (ନଂ.୨୦/୨୩) ରୁଜୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?