ନକଲି ଡାକ୍ତରଙ୍କ କ୍ଲିନିକ୍‌ରେ ଚଢ଼ାଉ ଘଟଣା: ଏସ୍‌ଡିଜେଏମ୍‌ କୋର୍ଟରେ ମାମଲା

ଭୁବନେଶ୍ୱର,୧୨ା୬(ବ୍ୟୁରୋ): ଶିକ୍ଷାଗତ ଯୋଗ୍ୟତା ନ ଥାଇ ନିଜକୁ ଜଣେ ହୋମିଓପାଥିକ୍‌ ଡାକ୍ତର କହୁଥିଲେ। ‘ଷ୍ଟପ କରୋନା’ ଔଷଧ ଦେଇ ଲୋକଙ୍କୁ ଠକୁଥିଲେ। ଏପରି ଏକ ସଙ୍ଗିନ ଅଭିଯୋଗ ଆଧାରରେ ଗୁରୁବାର ଡ୍ରଗ୍ସ କଣ୍ଟ୍ରୋଲରଙ୍କ ନିର୍ଦ୍ଦେଶକ୍ରମେ ସୁନ୍ଦରପଦସ୍ଥିତ ଉକ୍ତ କ୍ଲିନିକ୍‌ରେ ଚଢ଼ାଉ କରାଯାଇ ବିପୁଳ ଔଷଧ ଜବତ କରାଯାଇଥିଲା। ଶୁକ୍ରବାର ଏହି ଘଟଣା କୋର୍ଟରେ ପହଞ୍ଚତ୍ଛି। ନିଜକୁ ଡାକ୍ତର ବୋଲି କହୁଥିବା ମାନସ ରଞ୍ଜନ ପାତ୍ର ଖୁବ୍‌ଶୀଘ୍ର କୋର୍ଟରେ ହାଜର ହେବେ। ଏନେଇ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ଡ୍ରଗ୍ସ ଇନ୍ସପେକ୍ଟର ଚନ୍ଦନ ଗିରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭୁବନେଶ୍ୱର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ୨ସିସିରେ ଏକ ମାମଲା (ନଂ.୩୦୯/୨୧) ରୁଜୁ ହୋଇଛି। ଜବତ ଓଷଧ ଓ ନକଲି ଡାକ୍ତରଙ୍କ ସମ୍ପର୍କିତ ସମସ୍ତ ତଥ୍ୟ କୋର୍ଟରେ ଦାଖଲ କରାଯାଇଛି। କୋର୍ଟ ପକ୍ଷରୁ ମାନସଙ୍କ ନିକଟକୁ ନୋଟିସ ପଠାଯିବ। ସେ ହୋମିଓପାଥିକ ଔଷଧ ବିକ୍ରି, ପ୍ରସ୍ତୁତି ଓ ଚିକିତ୍ସା କରିବା ପାଇଁ ତାଙ୍କ ନିକଟରେ ଥିବା ଦସ୍ତାବିଜକୁ କୋର୍ଟରେ ଦାଖଲ କରିବେ ବୋଲି ଗିରି କହିଛନ୍ତି।
ସୁନ୍ଦରପଦାର କୋକିଳ ଭିଲ୍ଲାରେ ମାନସ ନିଜ ଭଡା ଘରେ ‘ଷ୍ଟପ୍‌ କରୋନା’ ନାମରେ ଔଷଧ ଦେଉଥିବା ଖବର ମିଳିବା ପରେ ‘ଧରିତ୍ରୀ’ ପକ୍ଷରୁ ଅନୁସନ୍ଧାନ କରାଯାଇଥିଲା। ଆମ ପ୍ରତିନିଧି ରୋଗୀ ସାଜି ଉକ୍ତ କ୍ଲିନିକ୍‌ରେ ପହଞ୍ଚତ୍ ସମ୍ପୃକ୍ତ ଡାକ୍ତରଙ୍କୁ କେତେକ ଲକ୍ଷଣ କହିଥିଲେ। ଏହାପରେ ମାନସ ୨୦୦ଟଙ୍କା ନେଇ ଏକ ୧୦ ଗ୍ରାମର ପ୍ଲାଷ୍ଟିକ ବୋତଲରେ ‘ଷ୍ଟପ୍‌ କରୋନା’ ହାତ ଲେଖାଥିବା ତରଳ ଔଷଧ ଦେଇଥିଲେ। ଆଗାମୀ ଦିନରେ ଏଠାରେ ଏକ କରୋନା ହସ୍ପିଟାଲ ହେବ ବୋଲି ମାନସ କହିଥିଲେ। ତେବେ ତାଙ୍କର ଔଷଧ ଓ କ୍ଲିନିକ୍‌ର ବୈଧତା ଜାଣିବା ପାଇଁ ଆମ ପ୍ରତିନିଧି ଡ୍ରଗ୍ସ କଣ୍ଟ୍ରୋଲରଙ୍କ ସହ ଯୋଗାଯୋଗ କରିଥିଲେ। ଡ୍ରଗ୍ସ କଣ୍ଟ୍ରୋଲରଙ୍କ ପକ୍ଷରୁ ଏକ ଟିମ୍‌ ମାନସ ରହୁଥିବା ଘରେ ଥିବା କ୍ଲିନିକ୍‌ରେ ଚଢାଉ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଚଳ ହୋଇପଡ଼ିଛି ବର୍ଷାମାପକ ଓ ପାଗ ନିର୍ଣ୍ଣୟ ଯନ୍ତ୍ର

ଖଣ୍ଡପଡ଼ା,୧୯ା୭(ସ୍ବ.ପ୍ର.)-ଖଣ୍ଡପଡ଼ା ବ୍ଲକ ପରିସରସ୍ଥ ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ସ୍ଥାପିତ ବର୍ଷାମାପକ ଯନ୍ତ୍ର ଓ ପାଣିପାଗ ନିର୍ଣ୍ଣୟ ଯନ୍ତ୍ର ଦୀର୍ଘବର୍ଷ ଧରି ଅଚଳ ତଥା ପରିତ୍ୟକ୍ତ...

୨୦୧୭-୧୮ ବର୍ଷରେ ନିର୍ବାଚନ ଚାନ୍ଦା: ବିଜେଡିକୁ ମିଳିଛି ୧୩ କୋଟି ୪ ଲକ୍ଷ, ଆଞ୍ଚଳିକ ଦଳ ମଧ୍ୟରେ ସର୍ବାଧିକ;ଦ୍ୱିତୀୟରେ ଜେଡି(ୟୁ), ୱାଇଏସ୍‌ଆର ତୃତୀୟ

ଭୁବନେଶ୍ୱର,୨୧।୫(ବ୍ୟୁରୋ)- ରାଜ୍ୟରେ କ୍ଷମତାସୀନ ବିଜେଡି ୨୦୧୭-୧୮ ଆର୍ଥିକ ବର୍ଷରେ ୧୩ କୋଟି ୪ ଲକ୍ଷ ଟଙ୍କା ଚାନ୍ଦା ପାଇଛି। ଏହା ଦେଶର ଏହି ସମୟରେ ମିଳିଥିବା...

ହୀରାକୁଦ ଡ୍ୟାମ୍‌ରୁ ୬ଟି ଗେଟ୍‌ ଦେଇ ଜଳ ନିଷ୍କାସନ

ସମ୍ବଲପୁର,୭ା୯(ବ୍ୟୁରୋ): ହୀରାକୁଦ ଡ୍ୟାମ୍‌ରୁ ଶନିବାର ୬ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ କରାଯାଇଛି । ମିଳିଥିବା ରିପୋର୍ଟ ଅନୁସାରେ ସକାଳ ୯ଟା ପର୍ଯ୍ୟନ୍ତ ପ୍ରତି ସେକେଣ୍ଡରେ...

ବସ୍ତିରୁ ଆରମ୍ଭ ହେବ ଉଚ୍ଛେଦ

ଅନୁଗୋଳଅଫିସ, ୭।୬ ଅନୁଗୋଳ ଜିଲା ତାଳଚେର ପୌରାଞ୍ଚଳରେ ସରକାରୀ ଜାଗାରେ ଘର କରିଥିବା ଲୋକଙ୍କ ଅଟ୍ଟାଳିକାକୁ ପ୍ରଶାସନ ମାଟିରେ ମିଶାଇ ଦେଲା। ଏପରି କି ଦୁଇ...

କରୋନା ବଦଳାଇଛି ପେସା, ପରିଚୟ

ବଅଁରପାଳ,୨୧ା୮(ଡି.ଏନ.ଏ.) ସାଧାରଣତଃ ଚୈତ୍ର ମାସରେ ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇଥାଏ। ଶିବଙ୍କ ଉପାସନା ପୂର୍ବକ ଦଣ୍ଡୁଆମାନେ ବ୍ରତ ପାଳନ କରିବା ସହ ଧୂଳିଦଣ୍ଡ, ପାଣିଦଣ୍ଡ ପ୍ରଦର୍ଶନ କରିଥାନ୍ତି।...

CORONAVIRUS UPDATE: ରାଜ୍ୟରେ ପୁଣି ୧୬୭ କରୋନା ପଜିଟିଭ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୫,୪୭୦ରେ ପହଞ୍ଚିଲା

ଭୁବନେଶ୍ୱର, ୨୦।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ପୁଣି ୧୬୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୪୭୦ରେ ପହଞ୍ଚିଛି।...

କୋଭିଡ୍‌ କେୟାର ହୋମ୍‌ ପାଇଁ ବିଏମ୍‌ସିର ନୂଆ ଏସ୍‌ଓପି

ଭୁବନେଶ୍ୱର,୧୯ା୮(ବ୍ୟୁରୋ): କୋଭିଡ୍‌ କେୟାର ହୋମ୍‌ (ସିସିଏଚ୍‌) ବନ୍ଦୋବସ୍ତ କରିବା ପାଇଁ ବିଏମ୍‌ସି ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜୁଅର (ଏସ୍‌ଓପି) ଜାରି କରିଛି। ଗାଇଡ୍‌ଲାଇନ୍ସକୁ ଅନୁପାଳନ କରି...

ଦ୍ରୁତ ଗତିରେ ବଢୁଛି ବୈତରଣୀ,ବନ୍ୟା ଆଶଙ୍କା

ଭଣ୍ଡାରିପୋଖରୀ,୨୬।୮(ଡି.ଏନ୍‌.ଏ): ବୈତରଣୀ ନଦୀରେ ବନ୍ୟା ଜଳ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଲଘୁଚାପଜନିତ ଲଗାଣ ବର୍ଷାରେ ବୈତରଣୀ ନଦୀ ମଙ୍ଗଳବାର ରାତି ୩ ଟାରୁ...

Advertisement
Archives

Model This Week