ଜାଗା ବିବାଦକୁ ନେଇ ଆକ୍ରମଣ, ଜଣେ ଆହତ

ଗଞ୍ଜାମ,୬ା୭(ବିଦ୍ୟାଧର ସାହୁ): ରମ୍ଭା ଥାନା ଅନ୍ତର୍ଗତ ଗଞ୍ଜାମ ବ୍ଲକର ସନ୍ତୋଷପୁର ଗ୍ରାମରେ ଜାଗା ବିବାଦକୁ ନେଇ ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଉକ୍ତ ଗ୍ରାମର ଜେ. ଡମ୍ବରୁ ରେଡ୍ଡି ଆହତ ହୋଇଥିବା ବେଳେ ତାଙ୍କୁ ଦଳଗତ ଭାବେ ଆକ୍ରମଣ ହୋଇଥିବା ନେଇ ରମ୍ଭା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l

ମିଳିଥିବା ସୂଚନାନୁଯାୟୀ, ଆଜି ସକାଳେ ସନ୍ତୋଷପୁର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ତାଙ୍କ ଜାଗାରେ ଉକ୍ତ ଗ୍ରାମର କେ. ଦଣ୍ଡପାଣି ପ୍ରଧାନ ଘର ତିଆରି କରୁଥିବା ଖବର ପାଇ ଉକ୍ତ ସ୍ଥାନରେ ପହଞ୍ଚି ପ୍ରତିବାଦ କରିବାରୁ ସେଠାରେ ଦଣ୍ଡପାଣି ପ୍ରଧାନ ଓ ତାଙ୍କ ସମ୍ପର୍କୀୟ
ଗାଳିଗୁଲଜ କରିବା ସହ ଡମ୍ବରୁଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇ ଦେବା ସହ ମାରଣାସ୍ତ୍ର
ଧରି ଉପରକୁ ଝପଟି ଆସିଥିଲେ। ଫଳରେ ସେ ଭୟଭୀତ ହୋଇ ଘରକୁ ଚାଲି ଆସିଥିଲେ। ପରେ ସେମାନେ ତାଙ୍କ ଘରକୁ ଆସି ଦଳଗତ ଭାବେ ବିଭିନ୍ନ ମରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି। ଏନେଇ ସେ ରମ୍ଭା ଥାନାରେ ଉକ୍ତ ଗ୍ରାମର କେ. ଦଣ୍ଡପାଣି ପ୍ରଧାନ, କେ. ବସନ୍ତ ପ୍ରଧାନ, କେ. ହେମନ୍ତ ପ୍ରଧାନ, କେ. ନିବେଦିତା ପ୍ରଧାନ ପ୍ରମୁଖ ୪ ଜଣଙ୍କ ନାମରେ ତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ କରିଛନ୍ତି। ଏଥିରେ ତାଙ୍କ ବାମ ହାତରେ ଆଘାତ ଲାଗିଥିବା ଜଣାପଡ଼ିଛି। ଏନେଇ ରମ୍ଭା ପୋଲିସ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୧୨ ଦିନ ମଧ୍ୟରେ ଶୁଭେନ୍ଦୁ ସରକାରଙ୍କ ପ୍ରଥମ ୟୁ-ଟର୍ଣ୍ଣ, ଗଣମାଧ୍ୟମକୁ ନେଇ ନେଲେ ଏଭଳି ନିଷ୍ପତ୍ତି

କୋଲକାତା,୨୨।୫: ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ଭାଜପା ସରକାର ପଶ୍ଚିମବଙ୍ଗରେ ଦାୟିତ୍ୱ ଗ୍ରହଣ କରିବାର ୧୨ ଦିନ ବିତିଗଲାଣି। ଏହି ସମୟ ମଧ୍ୟରେ ପ୍ରଶାସନ ଦ୍ରୁତ ଗତିରେ ନିଷ୍ପତ୍ତି…

ଜାରି ହେଲା ପେଟ୍ରୋଲ-ଡିଜେଲର ନୂଆଦର, କେଉଁଠି କମିଲା ତ କେଉଁଠି ବଢ଼ିଲା?

ନୂଆଦିଲ୍‌ଲୀ,୨୨।୫: ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ମୂଲ୍ୟରେ ଅସ୍ଥିରତା ମଧ୍ୟରେ, ଦେଶର ସରକାରୀ ତୈଳ କମ୍ପାନୀଗୁଡ଼ିକ ଆଜି ପେଟ୍ରୋଲ ଏବଂ ଡିଜେଲର ନୂତନ ଦର ପ୍ରକାଶ କରିଛନ୍ତି।…

ଯୁଦ୍ଧ ରୋକିବା ପାଇଁ ୪ଟି ସର୍ତ୍ତ ଜାରି କଲେ ଟ୍ରମ୍ପ, ବଡ଼ ଧମକ ଦେଇ କହିଲେ- ଇରାନ ନ ମାନିଲେ…

ନୂଆଦିଲ୍ଲୀ,୨୨।୫: ମଧ୍ୟପ୍ରାଚ୍ୟ ଆଉ ଏକ ଯୁଦ୍ଧର ଆଶଙ୍କାରେ ପଡ଼ିପାରେ। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ବିପଦରେ ପଡ଼ିଛି, ଏବଂ ପୁଣି ଥରେ ଯୁଦ୍ଧ ଆରମ୍ଭ ହୋଇପାରେ।…

୨୪ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ତାରିଖ ଘେଷଣା: ଏହି ଦିନ ହେବ ଭୋଟିଂ

ନୂଆଦିଲ୍ଲୀ,୨୨।୫: ଜୁନ-ଜୁଲାଇରେ ଖାଲି ପଡୁଥିବା ୨୪ଟି ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ଏହା ସହିତ ମହାରାଷ୍ଟ୍ର ଏବଂ ତାମିଲନାଡୁର ଦୁଇଟି…

୨ ପୁଅକୁ ବଞ୍ଚାଇବାକୁ ଯାଇ ନଦୀରେ ବୁଡିଯାଇଥିଲେ ବ୍ୟକ୍ତି, ଜାଲ ପକାଇ ମୃତଦେହକୁ ଉଦ୍ଧାର କଲେ ମତ୍ସ୍ୟଜୀବୀ

ନନ୍ଦପୁର/ ପାଡୁଆ, ୨୨।୫ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାନ୍ତ ପାନ୍ଥଲୁଙ୍ଗ ପଞ୍ଚାୟତ ଦେଇ ପ୍ରବାହିତ ମାଛକୁଣ୍ଡ ନଦୀର ଶୋଭାପୁଟ…

ଆସୁଛି ଲଘୁଚାପ, ଏହି ଦିନଠୁ ପ୍ରବଳ ବର୍ଷିବ

ଭୁବନେଶ୍ବର,୨୨ା୫: ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ…

ଇନ୍‌ଷ୍ଟାଗ୍ରାମରେ ଭାଜପାକୁ ପଛରେ ପକାଇଲା ‘କକ୍‌ରୋଚ ଜନତା ପାର୍ଟି’: ନୂଆ ଆକାଉଣ୍ଟ ସହ ଫେରିଲେ ପ୍ରତିଷ୍ଠାତା

ନୂଆଦିଲ୍ଲୀ,୨୨ା୫(ପି.ଟି.):ସୋସିଆଲ ମିଡିଆରେ ହଲଚଲ ସୃଷ୍ଟି କରିଥିବା ବ୍ୟଙ୍ଗାତ୍ମକ ଡିଜିଟାଲ ଆନ୍ଦୋଳନ ‘କକ୍‌ରୋଚ ଜନତା ପାର୍ଟି’ (ସିଜେପି) ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗୁରୁବାର ଏହି ପାର୍ଟିର…

ସ୍ପଷ୍ଟ ଦିବାଲୋକରେ ବିଚ ରାସ୍ତାରେ ଦୁଇ ଯୁବକଙ୍କୁ ନିର୍ଘାତ ମାଡ଼ , ଗୁଣ୍ଡାଗିରିର ଭିଡିଓ ଭାଇରାଲ

ଉଦଳା, ୨୨।୫( ସନ୍ତୋଷ ବାଞ୍ଝିନୀ): ରାସ୍ତା ପାଲଟିଲା ରେସଲିଂ ରିଙ୍ଗ। ପୋଲିସକୁ ନାହିଁ ଭୟ, ଥାନା ଠାରୁ ୫ ଶହ ମିଟର ଦୂରରେ ସ୍ପଷ୍ଟ ଦିବାଲୋକରେ ବିଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri