ନକଲି ଘିଅ କାରଖାନାରେ ଚଢ଼ାଉ

କଟକସଦର,୨୭।୧୧(ଡି.ଏନ୍‌.ଏ.): କଟକ ଅଞ୍ଚଳରେ ଗତ କିଛିମାସ ହେବ ନକଲି ସାମଗ୍ରୀ କାରଖାନା ବଢ଼ିବାରେ ଲାଗିଛି। ତେଲ, ଘିଅ, ଗୁଟ୍‌ଖା ଭଳି ବିଭିନ୍ନ ସାମଗ୍ରୀର ନକଲି କାରଖାନା କଟକ ଅଞ୍ଚଳର ଏବେ ମୁଖ୍ୟ ପେଣ୍ଠସ୍ଥଳୀ ଭାବେ ଉଭାନ ହେବାରେ ଲାଗିଛି। ପୋଲିସ ପକ୍ଷରୁ ବାରମ୍ବାର ଚଢ଼ାଉ ସତ୍ତ୍ୱେ ମାଲିକମାନେ କିଛିଦିନର ବ୍ୟବଧାନ ପରେ ପୁଣିଥରେ ନକଲି କାରବାର ଆରମ୍ଭ କରିଦେଉଛନ୍ତି। ତେବେ ମାଲଗୋଦାମ ଥାନା ପୋଲିସ ଓ କଟକ ସଦର ପୋଲିସ ମିଳିତ ଭାବେ ପୁଣି ଏକ ନକଲି କାରଖାନା ଉପରେ ଚଢ଼ାଉ କରିଛନ୍ତି। କଟକସଦର ଥାନା ଅନ୍ତର୍ଗତ ହରିଅନ୍ତା ପଞ୍ଚାୟତ ଉଲ୍ଲାର ଗ୍ରାମର ଏକ ନକଲି ଘିଅ କାରଖାନାରେ ଗୁରୁବାର ଚଢ଼ାଉ କରି ବିଭିନ୍ନ ନାମୀଦାମୀ ଘିଅ କମ୍ପାନୀର ଲୋଗୋ, ଜରି ପ୍ୟାକେଟ, ନକଲି ଘିଅ ପ୍ରସ୍ତୁତ ପାଇଁ ସାମଗ୍ରୀ, ଓଜନ ଯନ୍ତ୍ରୀ ସମେତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ଜବତ ସାମଗ୍ରୀର ମୂଲ୍ୟ ପ୍ରାୟ ୫୦ଲକ୍ଷ ଟଙ୍କା ହେବ ବୋଲି ମାଲଗୋଦାମ ଥାନାଧିକାରୀ ରବିନାରାୟଣ ଭଞ୍ଜ କହିଛନ୍ତି। ଏହାସହ କାରଖାନା ମାଲିକଙ୍କ ସମେତ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମାଲିକ ବାଙ୍କୀ ଥାନା ଅଧୀନ ନୂଆଗଁା ଅଞ୍ଚଳର ନରସିଂହ ଦାସ ଓ ବାରଙ୍ଗ ଥାନା ଅଧୀନ ଜଈପୁର(ବେଲଗଛିଆ)ର କାଳନ୍ଦୀ ସାହୁ। ଏ ନେଇ ମାଲଗୋଦାମ ଥାନାରେ ଏକ ମାମଲା(ନଂ.୨୩୩/୨୦) ରୁଜୁ ହୋଇଛି।
ପୋଲିସ ସୂଚନା ଅନୁଯାୟୀ, କଟକ ମାଲଗୋଦାମରେ ନକଲି ଘିଅ ବିକ୍ରି ହେଉଥିବା ନେଇ ଏକ ବିଶେଷ ସୂତ୍ରରୁ ମାଲଗୋଦାମ ଥାନାରେ ଖବର ପହଞ୍ଚତ୍ଥିଲା। ପୋଲିସ ସେଠାରେ ଚଢ଼ାଉ କରି ବିକ୍ରେତା କାଳନ୍ଦୀଙ୍କୁ ଧରିବା ସହ ପଚରାଉଚରା ବେଳେ ମୁଖ୍ୟ କାରଖାନା କଟକସଦର ଅଞ୍ଚଳରେ ଥିବା ଜଣାପଡ଼ିଥିଲା। ତେବେ ପୋଲିସ ପ୍ରଥମେ ସଦର ଥାନା ପୋଲିସଙ୍କ ସହାୟତାରେ ବୁଧବାର ରାତିରେ ଉଲ୍ଲାର ଗ୍ରାମକୁ ଯାଇ ନକଲି ଘିଅ କାରଖାନାକୁ ସିଲ୍‌ କରିଥିଲା। ପରଦିନ ପୋଲିସ ପୂରା ଟିମ୍‌ ସହ ପହଞ୍ଚତ୍ ଚଢ଼ାଉ କରି ନକଲି ଘିଅ ଓ ସାମଗ୍ରୀ ଜବତ କରିଥିଲେ। ଚଢ଼ାଉରେ ମାଲଗୋଦାମ ଥାନାଧିକାରୀଙ୍କ ସମେତ କଟକ ଜୋନ ନଂ.୧ ଏସିପି ଅମରେଶ୍ୱର ପଣ୍ଡା, ଜୋନ ନଂ.୪ ଏସିପି ସତ୍ୟରଞ୍ଜନ ମଲ୍ଲିକ, ସଦର ଥାନାଧିକାରୀ ସୁଧାଂଶୁ ଭୂଷଣ ଜେନା, ଖାଦ୍ୟ ନିରାପତ୍ତା ଅଧିକାରୀ ପ୍ରତୀକ୍ଷା ଦାସ ମହାପାତ୍ର, ଓଜନ ମାପ ଅଧିକାରୀ ମୋନାଲିସା ରାୟ ପ୍ରମୁଖ ଅଧିକାରୀ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

୧୦ ଲକ୍ଷ ଯୌତୁକ ଦାବିରେ ନିର୍ଯାତନା: ମାଡ଼ମାରି ନବବଧୂଙ୍କ ନାକରୁ ରକ୍ତସ୍ରାବ, ନନ୍ଦିପଦା ଥାନାରେ ମାମଲା ରୁଜୁ

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ପଞ୍ଚାୟତ ଅନ୍ତର୍ଗତ ସରଳା-ରାଧାନଗରପାଟଣା ଗ୍ରାମରେ ଜଣେ ନବବଧୂଙ୍କୁ ୧୦ ଲକ୍ଷ ଟଙ୍କା ଯୌତୁକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?