ନକଲି ଘିଅ କାରଖାନାରେ ଚଢ଼ାଉ

କଟକସଦର,୨୭।୧୧(ଡି.ଏନ୍‌.ଏ.): କଟକ ଅଞ୍ଚଳରେ ଗତ କିଛିମାସ ହେବ ନକଲି ସାମଗ୍ରୀ କାରଖାନା ବଢ଼ିବାରେ ଲାଗିଛି। ତେଲ, ଘିଅ, ଗୁଟ୍‌ଖା ଭଳି ବିଭିନ୍ନ ସାମଗ୍ରୀର ନକଲି କାରଖାନା କଟକ ଅଞ୍ଚଳର ଏବେ ମୁଖ୍ୟ ପେଣ୍ଠସ୍ଥଳୀ ଭାବେ ଉଭାନ ହେବାରେ ଲାଗିଛି। ପୋଲିସ ପକ୍ଷରୁ ବାରମ୍ବାର ଚଢ଼ାଉ ସତ୍ତ୍ୱେ ମାଲିକମାନେ କିଛିଦିନର ବ୍ୟବଧାନ ପରେ ପୁଣିଥରେ ନକଲି କାରବାର ଆରମ୍ଭ କରିଦେଉଛନ୍ତି। ତେବେ ମାଲଗୋଦାମ ଥାନା ପୋଲିସ ଓ କଟକ ସଦର ପୋଲିସ ମିଳିତ ଭାବେ ପୁଣି ଏକ ନକଲି କାରଖାନା ଉପରେ ଚଢ଼ାଉ କରିଛନ୍ତି। କଟକସଦର ଥାନା ଅନ୍ତର୍ଗତ ହରିଅନ୍ତା ପଞ୍ଚାୟତ ଉଲ୍ଲାର ଗ୍ରାମର ଏକ ନକଲି ଘିଅ କାରଖାନାରେ ଗୁରୁବାର ଚଢ଼ାଉ କରି ବିଭିନ୍ନ ନାମୀଦାମୀ ଘିଅ କମ୍ପାନୀର ଲୋଗୋ, ଜରି ପ୍ୟାକେଟ, ନକଲି ଘିଅ ପ୍ରସ୍ତୁତ ପାଇଁ ସାମଗ୍ରୀ, ଓଜନ ଯନ୍ତ୍ରୀ ସମେତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ଜବତ ସାମଗ୍ରୀର ମୂଲ୍ୟ ପ୍ରାୟ ୫୦ଲକ୍ଷ ଟଙ୍କା ହେବ ବୋଲି ମାଲଗୋଦାମ ଥାନାଧିକାରୀ ରବିନାରାୟଣ ଭଞ୍ଜ କହିଛନ୍ତି। ଏହାସହ କାରଖାନା ମାଲିକଙ୍କ ସମେତ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମାଲିକ ବାଙ୍କୀ ଥାନା ଅଧୀନ ନୂଆଗଁା ଅଞ୍ଚଳର ନରସିଂହ ଦାସ ଓ ବାରଙ୍ଗ ଥାନା ଅଧୀନ ଜଈପୁର(ବେଲଗଛିଆ)ର କାଳନ୍ଦୀ ସାହୁ। ଏ ନେଇ ମାଲଗୋଦାମ ଥାନାରେ ଏକ ମାମଲା(ନଂ.୨୩୩/୨୦) ରୁଜୁ ହୋଇଛି।
ପୋଲିସ ସୂଚନା ଅନୁଯାୟୀ, କଟକ ମାଲଗୋଦାମରେ ନକଲି ଘିଅ ବିକ୍ରି ହେଉଥିବା ନେଇ ଏକ ବିଶେଷ ସୂତ୍ରରୁ ମାଲଗୋଦାମ ଥାନାରେ ଖବର ପହଞ୍ଚତ୍ଥିଲା। ପୋଲିସ ସେଠାରେ ଚଢ଼ାଉ କରି ବିକ୍ରେତା କାଳନ୍ଦୀଙ୍କୁ ଧରିବା ସହ ପଚରାଉଚରା ବେଳେ ମୁଖ୍ୟ କାରଖାନା କଟକସଦର ଅଞ୍ଚଳରେ ଥିବା ଜଣାପଡ଼ିଥିଲା। ତେବେ ପୋଲିସ ପ୍ରଥମେ ସଦର ଥାନା ପୋଲିସଙ୍କ ସହାୟତାରେ ବୁଧବାର ରାତିରେ ଉଲ୍ଲାର ଗ୍ରାମକୁ ଯାଇ ନକଲି ଘିଅ କାରଖାନାକୁ ସିଲ୍‌ କରିଥିଲା। ପରଦିନ ପୋଲିସ ପୂରା ଟିମ୍‌ ସହ ପହଞ୍ଚତ୍ ଚଢ଼ାଉ କରି ନକଲି ଘିଅ ଓ ସାମଗ୍ରୀ ଜବତ କରିଥିଲେ। ଚଢ଼ାଉରେ ମାଲଗୋଦାମ ଥାନାଧିକାରୀଙ୍କ ସମେତ କଟକ ଜୋନ ନଂ.୧ ଏସିପି ଅମରେଶ୍ୱର ପଣ୍ଡା, ଜୋନ ନଂ.୪ ଏସିପି ସତ୍ୟରଞ୍ଜନ ମଲ୍ଲିକ, ସଦର ଥାନାଧିକାରୀ ସୁଧାଂଶୁ ଭୂଷଣ ଜେନା, ଖାଦ୍ୟ ନିରାପତ୍ତା ଅଧିକାରୀ ପ୍ରତୀକ୍ଷା ଦାସ ମହାପାତ୍ର, ଓଜନ ମାପ ଅଧିକାରୀ ମୋନାଲିସା ରାୟ ପ୍ରମୁଖ ଅଧିକାରୀ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଶାସକ୍ତ ବାଇକ୍‌ ଚାଳକଙ୍କୁ କୋର୍ଟ ଚାଲାଣ

ପାଟପୁର,୯ା୧୨(ଡି.ଏନ.ଏ.)-ପାଟପୁର ପୋଲିସ ସୋମବାର ଅପରାହ୍ନରେ ଜଣେ ନିଶାସକ୍ତ ବାଇକ୍‌ ଚାଳକଙ୍କୁ ନନ ଏଫ୍‌ଆଇଆର୍‌ ମାମଲା ନଂ. ୧୨୧/୧୯ରେ କୋର୍ଟ ଚାଲାଣ କରିଛି। ସେ ହେଲେ ଶେରଗଡ଼...

ପ୍ରେମ ପାଇଁ ୫ ଘଣ୍ଟାର ଆତଙ୍କ

ବଲାଙ୍ଗୀର ଅଫିସ, ୧୬ା୬:ଏକତରଫା ପ୍ରେମକୁ ନେଇ ବଲାଙ୍ଗୀର ସହରରେ ମଙ୍ଗଳବାର ସକାଳେ ଦେଖିବାକୁ ମିଳିଛି ୫ଘଣ୍ଟାର ଆତଙ୍କ। ଜଣେ ବନ୍ଧୁକଧାରୀ ଯୁବକ ଅନ୍ୟ ଜଣେ ବ୍ୟକ୍ତିଙ୍କ...

କୃଷ୍ଣ ବଳରାମ ବେଶରେ ଦୁଇଠାକୁର

ପୁରୀ ଅଫିସ ୨୬ା୮:ଶ୍ରୀମନ୍ଦିରରେ ଗୁରୁବାର ଭାଦ୍ରବ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ କୃଷ୍ଣ ବଳରାମ ବେଶ ସମ୍ପନ୍ନ ହୋଇଛି। ମଧ୍ୟାହ୍ନ ଧୂପ ପରେ ରତ୍ନସିଂହାସନରେ...

କଟକଣା ନାହିଁ, ଜିଲାରେ ମାତିଛନ୍ତି କ୍ୱାକ୍‌

ରାୟଗଡ଼ା,୧୭।୧୨(ସ୍ବ.ପ୍ର.): ରାୟଗଡ଼ାରେ ଜିଲା ମୁଖ୍ୟ ଚିକିତ୍ସାଳୟ ସହ ପ୍ରତ୍ୟେକ ବ୍ଲକ ଏବଂ ଗ୍ରାମାଞ୍ଚଳରେ ରହିଛି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର। ତଥାପି ମାତି ଚାଲିଛନ୍ତି...

‘ଧରିତ୍ରୀ’ ପ୍ରଭାବ: ଶୁଚିସ୍ମିତାଙ୍କୁ ମିଳିଲା ସରକାରୀ ସହାୟତା

ସିମୁଳିଆ, ୨୮।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଈଶ୍ୱରପୁର ପଞ୍ଚାୟତ ଅଧୀନ କଳାଶୁଣୀ ଅଞ୍ଚଳର ଊର୍ମିଳା ଓ ନରହରି ପଣ୍ଡାଙ୍କ ଦେଢ଼ବର୍ଷର ଶିଶୁକନ୍ୟା ଶୁୁଚିସ୍ମିତାଙ୍କୁ ସରକାରୀ ଓ...

ଚିକିତ୍ସା ପାଇଁ ଯାଇଥିବା କଏଦୀ ଅଧାବାଟରୁ ଚମ୍ପଟ

ରାଇରଙ୍ଗପୁର,୨୫ା୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଉପକାରାଗାରରେ ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ଜନୈକ କଏଦୀ ଚିକିତ୍ସା ପାଇଁ ବାରିପଦା ଯାଇ ଫେରିବା...

ବେଆଇନ ଇଟାଭାଟିକୁ ପ୍ରଶାସନର ଲଗାମ ନାହିଁ

କୋରେଇ,୯ା୨(ଡି.ଏନ.ଏ.): ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ କୋରେଇ ଅଞ୍ଚଳରେ ଗଢ଼ିଉଠିଥିବା ବେଆଇନ ଇଟାଭାଟିଗୁଡ଼ିକ ଉପରେ ପ୍ରଶାସନର ଲଗାମ ନାହିଁ। କୋରେଇ ବ୍ଲକର ମୂଳାପାଳ, ପଥରପଦା,...

ମା’ତାରାତାରିଣୀଙ୍କ ପୀଠରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର ଅଫିସ,୧୮।୫: ମା’ତାରାତାରିଣୀଙ୍କ ପୀଠରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ବୁଧବାର ଯୋଗ ଦେବାକୁ ପହଞ୍ଚିଛନ୍ତି। ପରେ...

Advertisement
Archives

Model This Week