ନକଲି ଡାକ୍ତରଙ୍କ କ୍ଲିନିକ୍‌ରେ ଚଢ଼ାଉ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ଲାଇସେନ୍ସ କିମ୍ବା ଡାକ୍ତରୀ ଶିକ୍ଷାଗତ ଯୋଗ୍ୟତା ନାହିଁ। ତଥାପି ଘରେ ହୋମିଓପାଥିକ କ୍ଲିନିକ୍‌ ଖୋଲି ଔଷଧ ଦେବା ସହ ରୋଗୀଙ୍କ ଚିକିତ୍ସା କରୁଛନ୍ତି। କରୋନାକୁ ନେଇ ଲୋକେ ଆତଙ୍କ ଓ ଆଶଙ୍କା ଭିତରେ ରହୁଥିବାବେଳେ ‘ଷ୍ଟପ୍‌ କରୋନା’ ନାମକ ଔଷଧ ଧରାଇ ୨ଶହରୁ ୧୫ଶହ ପର୍ଯ୍ୟନ୍ତ ଟଙ୍କା ନେଉଛନ୍ତି। ଏଭଳି ଏକ ଅଭିଯୋଗ ପାଇବାପରେ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍‌ ଗୁରୁବାର ଏୟାରଫିଲ୍ଡ ଥାନା ସୁନ୍ଦରପଦାସ୍ଥିତ ଏକ କ୍ଲିନିକ୍‌ରେ ଚଢ଼ାଉ କରି ସେଠାରୁ ପ୍ରାୟ ୧୦ହଜାର ଟଙ୍କାର ଔଷଧ ଜବତ କରିଛନ୍ତି। ଏଥିସହ ବିନା ଲାଇସେନ୍ସରେ ଏଭଳି ଔଷଧ ବିକ୍ରି କରିଥିବା ଅଭିଯୋଗରେ ମାନସ ରଞ୍ଜନ ପାତ୍ର (୪୭)ଙ୍କ ନାମରେ ଡ୍ରଗ୍ସ ଆଣ୍ଡ୍‌ କସ୍‌ମେଟିକ୍ସ ଆକ୍ଟ ଧାରା ୧୮(ସି)ରେ ଏକ ମାମଲା ରୁଜୁ କରାଯାଇଛି। ଜବତ ଔଷଧକୁ ପରୀକ୍ଷା ପାଇଁ ଦିଲ୍ଲୀ ଗାଜିଆବାଦକୁ ପଠାଯିବ ବୋଲି ଡ୍ରଗ୍ସ ଇନ୍ସପେକ୍ଟର ଚନ୍ଦନ ଗିରି ସୂଚନା ଦେଇଛନ୍ତି। ଉକ୍ତ ନକଲି ଡାକ୍ତରଙ୍କଠାରୁ ଔଷଧ ସେବନ ନ କରିବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।
ପ୍ରକାଶ ଯେ, ସୁନ୍ଦରପଦାର କୋକିଳ ଭିଲ୍ଲାରେ ମାନସ ନିଜ ଭଡ଼ା ଘରେ ‘ଷ୍ଟପ୍‌ କରୋନା’ ନାମରେ ଔଷଧ ଦେଉଥିବା ଖବର ମିଳିବା ପରେ ‘ଧରିତ୍ରୀ’ ପକ୍ଷରୁ ଅନୁସନ୍ଧାନ କରାଯାଇଥିଲା। ଧରିତ୍ରୀ ପ୍ରତିନିଧି ରୋଗୀ ସାଜି ଉକ୍ତ କ୍ଲିନିକ୍‌ରେ ପହଞ୍ଚତ୍ ସମ୍ପୃକ୍ତ ଡାକ୍ତରଙ୍କୁ କେତେକ ଲକ୍ଷଣ କହିଥିଲେ। ଏହାପରେ ମାନସ ୨୦୦ଟଙ୍କା ନେଇ ଏକ ୧୦ ଗ୍ରାମର ପ୍ଲାଷ୍ଟିକ ବୋତଲରେ ‘ଷ୍ଟପ୍‌ କରୋନା’ ହାତ ଲେଖାଥିବା ତରଳ ଔଷଧ ଦେଇଥିଲେ। ଏହାକୁ ଖାଇଲେ ଜୀବନରେ କେବେ କରୋନା ପାଖ ମାଡ଼ିବ ନାହିଁ। ବହୁ ବଡ଼ ବଡ଼ ଅଧିକାରୀ ଓ ପ୍ରତିଷ୍ଠିତ ଗଣମାଧ୍ୟମ କର୍ମଚାରୀ ଏହାକୁ ଖାଇ ଭଲ ହୋଇଛନ୍ତି। ଆଗାମୀ ଦିନରେ ଏଠାରେ ଏକ କରୋନା ହସ୍ପିଟାଲ ଖୋଲାଯିବ ବୋଲି କହିଥିଲେ। ତେବେ ତାଙ୍କର ଔଷଧ ଓ କ୍ଲିନିକ୍‌ର ବୈଧତା ଜାଣିବା ପାଇଁ ଆମ ପ୍ରତିନିଧି ଏ ସମ୍ପର୍କରେ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ସହ ଯୋଗାଯୋଗ କରିଥିଲେ। ହେଲେ ସେପରି କାହାକୁ ଅନୁମତି ଦିଆଯାଇ ନ ଥିବା କହିଥିଲେ। ଗୁରୁବାର ପୂର୍ବାହ୍ନରେ ଡ୍ରଗ୍ସ ଇନ୍ସପେକ୍ଟର ଚନ୍ଦନ ଗିରି, ତୁଷାର ରଞ୍ଜନ ପାଣିଗ୍ରାହୀ, ପି.କେ. ଲେଙ୍କା, ସୁଦର୍ଶନ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ଟିମ୍‌ ମାନସଙ୍କ ଘରେ ଚଢ଼ାଉ କରିଥିଲା। ସେତେବେଳେ ସେଠାରେ ୫ଜଣ ରୋଗୀଙ୍କ ଚିକିତ୍ସା ଚାଲିଥିଲା। ପ୍ରଥମେ ମାନସ ଡ୍ରଗ୍ସ ଅଧିକାରୀଙ୍କୁ ଦେଖି ହଡ଼ବଡ଼େଇ ଯାଇଥିଲେ। ଔଷଧ ବିକ୍ରି ଓ ଚିକିତ୍ସା ପାଇଁ ଲାଇସେନ୍ସ ମାଗିବାରୁ ସେ କିଛି ଦେଖାଇପାରି ନ ଥିଲେ। ମାନସ କହିଥିଲେ, ସେ ଯୁକ୍ତ ୨ ବିଜ୍ଞାନ ପଢିଛନ୍ତି। ଗତବର୍ଷ କରୋନା ଆରମ୍ଭ ହେବାପରେ ଏହି ହୋମିଓପାଥିକ କ୍ଲିନିକ୍‌ ଖୋଲି ନିଜେ ‘ଷ୍ଟପ୍‌ କରୋନା’ ଔଷଧ ତିଆରି କରି ଲୋକଙ୍କୁ ଦେଉଛନ୍ତି। ଏଥିସହ କ୍ୟାନ୍ସସର, ଡାଇବେଟିସ ଆଦି ବିଭିନ୍ନ ପ୍ରକାର ରୋଗର ଓଷଧ ନିଜେ ତିଆରି କରୁଥିବା ସେ ଡ୍ରଗ୍ସ ଅଧିକାରୀଙ୍କ ଆଗରେ ସ୍ବୀକାର କରିଥିଲେ।
ତୃତୀୟ ମହଲା ଭୟ ଦେଖାଇଲେ
ନକଲି ଡାକ୍ତର ସାଜିଥିବା ମାନସ ଡ୍ରଗ୍ସ ଅଧିକାରୀଙ୍କ ଚଢ଼ାଉ ସମୟରେ ପ୍ରଥମେ ହଡ଼ବଡ଼େଇ ଯାଇଥିଲେ ମଧ୍ୟ ପରେ କିନ୍ତୁ ଭ୍ରୂକ୍ଷେପ କରି ନ ଥିଲେ। ନିଜ ଭୁଲ ସ୍ବୀକାର କରିବା ପରିବର୍ତ୍ତେ ସର୍ବ ସମ୍ମୁଖରେ ସିଗାରେଟ ଟାଣିଥିଲେ। ନିଜକୁ ରାଜ୍ୟ ସଚିବାଳୟ ତୃତୀୟ ମହଲାର ଜଣେ ଅଧିକାରୀଙ୍କ ସମ୍ପର୍କୀୟ ବୋଲି କହି ଭୟ ଦେଖାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?