ଗଣେଶ ଭସାଣି ଗଣ୍ଡଗୋଳରୁ ଆକ୍ରମଣ: ବଡ଼ଭାଇ ମୃତ, ସାନ ଗୁରୁତର

ସୋରଡା,୧୬ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡ଼ା ଥାନା ଅଧୀନ ଅମୃତୁଲୁ ଗ୍ରାମରେ ଗଣେଶ ଭସାଣି ବେଳେ ହୋଇଥିବା ଏକ ବଚସା ୩ ଦିନ ପରେ ଉଗ୍ରରୂପ ନେଇଛି। ଦୁଇ ଭାଇ କାତିରେ ଆକ୍ରମଣ କରିବାରୁ ଅନ୍ୟ ଏକ ପରିବାରର ବଡ଼ଭାଇଙ୍କ ମୃତ୍ୟୁ ଘଟିଥିବା ବେଳେ ସାନଭାଇ ଗୁରୁତର ହୋଇଛନ୍ତି। ମୃତକ ହେଲେ ବାବୁ ସ୍ବାଇଁ। ତାଙ୍କ ସାନଭାଇ ଜିତୁ ସ୍ବାଇଁ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ପୋଲିସ ୨ ଅଭିଯୁକ୍ତ ଲିକୁନ ବିଶୋୟୀ ଓ ନିକୁ ବିଶୋୟୀଙ୍କୁ ଅଟକ ରଖିଛି।

ଅମୃତୁଲୁ ଗାଁରେ ଶୁକ୍ରବାର ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଯାଉଥିଲା। ଏହି ସମୟରେ ଗୋଟିଏ ପାଶ୍ୱର୍ର୍ରେ ଲିକୁନ ଓ ବାବୁ ଉଭୟେ ବାଇକ୍‌ରେ ଯାଉଥିବା ବେଳେ ସେମାନଙ୍କ ଗାଡି ସାମାନ୍ୟ ଘୋଷାରି ହୋଇଯାଇଥିଲା। ଏହାକୁ ନେଇ ବାବୁ ଗତ ରବିବାର ରାତିରେ ଲିକୁନଙ୍କ ଘରକୁ ଯାଇ ପାଟିତୁଣ୍ଡ କରିଥିଲେ। ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇ ହାତାହାତି ହୋଇଥିଲା। ଲିକୁନ ଓ ତାଙ୍କ ଭାଇ ନିକୁ ମିଶି ବାବୁଙ୍କୁ କାତିରେ ଆକ୍ରମଣ କରିଥିଲେ। ଏହାଦେଖି ବାବୁଙ୍କ ସାନଭାଇ ଜିତୁ ଅଟକାଇବାକୁ ଆସିବାରୁ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ମରଣାନ୍ତକ ଆକ୍ରମଣ ଫଳରେ ବାବୁ ଓ ଜିତୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଯାଇଥିଲେ। ପରିବାର ଲୋକେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ସୋରଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ୨ ଭାଇଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ବଡ଼ଭାଇ ବାବୁଙ୍କ ମୃତ୍ୟୁ ଘଟିଛି। ଏ ନେଇ ତାଙ୍କ ପରିବାର ଲୋକେ ସୋରଡା ଥାନାରେ ଏତଲା ଦେଇଛନ୍ତି। ସୋରଡା ଥାନାଧିକାରୀ ଅନିଲ କୁମାର ପରିଡା ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ୨ ଅଭିଯୁକ୍ତଙ୍କୁ ଅଟକ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟକେନ୍ଦ୍ରରେ ଅଭାବନୀୟ ଘଟଣା, ଛାତି ବିନ୍ଧୁଥିବା ବ୍ୟକ୍ତିଙ୍କୁ କୁକୁର କାମୁଡ଼ା ଇଞ୍ଜେକ୍ସନ ଦେଇଦେଲେ ଫାର୍ମାସିଷ୍ଟ

କେନ୍ଦ୍ରାପଡ଼ା,୧୩ା୫(ଜଗନ୍ନାଥ ଧଳ): କୁକୁର କାମୁଡା ରୋଗୀ ବଦଳରେ ଅନ୍ୟଜଣେ ଯୁବକଙ୍କୁ କୁକୁର କାମୁଡା ଇଞ୍ଜେକ୍ସନ ଦେଇଦେଲେ ଫାର୍ମାସିଷ୍ଟ । କେନ୍ଦ୍ରାପଡା ଜିଲା କୁଦାନଗରୀ ଥାନା ଅନ୍ତର୍ଗତ କରିଲୋପାଟଣା…

ବୃଦ୍ଧ କାଳେ ଯୌନ ପୀପାସୁ ହେଲା କାଳ, ନାବାଳିକାଙ୍କୁ ବଳାତ୍କାର କରି…

କଟକ,୧୩ା୫(ପ୍ରଭୁକଲ୍ୟାଣ ପାଲ୍‌): ବୃଦ୍ଧ କାଳେ ଯୌନ ପୀପାସୁ ହେବା କାଳ। ଚକୋଲେଟ୍‌ ଦେଇ କରିଥିଲେ ନୃଶଂସତା। ନାବାଳିକାଙ୍କୁ ବଳାତ୍କାର ମାମଲାରେ ୬୧ ବର୍ଷୀୟ ଆସମୀକୁ ସଜା ଶୁଣାଇଲେ…

ଭୁବନେଶ୍ୱରରେ ଶେଷ ହେଉଛି ପେଟ୍ରୋଲ! ମନ୍ତ୍ରୀ କହିଲେ କାଲିଠୁ…

ଭୁବନେଶ୍ୱର,୧୩।୫: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଅନ୍ତର୍ଜାତୀୟ ବଜାରରେ ବଢ଼ିବାରେ ଲାଗିଛି ଅଶୋଧିତ ତୈଳ ଦର । ଏହା ପ୍ରଭାବରେ ଭାରତରେ ତେଲ ସଂକଟ ଦେଖାଦେଲାଣି । ଓଡ଼ିଶାର…

ଆରଡି ଛକରୁ ହଟିଲା ଜବରଦଖଲ: ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ…

ଭଦ୍ରକ, ୧୩।୫(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥ ସର୍ଭିସ ରୋଡ଼ର ଭଦ୍ରକ ଆରଡ଼ି ଛକରୁ ହଟିଲା ଜବରଦଖଲ। ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ଜିଲା ପ୍ରଶାସନ…

ମୋଦିଙ୍କ ସୁରକ୍ଷାରେ ପ୍ରତି ଘଣ୍ଟାରେ ଖର୍ଚ୍ଚ ହୁଏ କେତେ ଟଙ୍କା? ସିକ୍ୟୁରିଟି ବଜେଟ ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୧୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ତାଙ୍କ ରାଜନୀତି ପାଇଁ ନୁହେଁ ବରଂ ତାଙ୍କର ସରଳ ଜୀବନଶୈଳୀ ଏବଂ ଶୃଙ୍ଖଳିତ ଦୈନନ୍ଦିନ କାର୍ଯ୍ୟ ପାଇଁ ମଧ୍ୟ ଜଣାଶୁଣା।…

ପୁଣି ଛିଣ୍ଡିଗଲା ଗାନ୍ଧୀଛକରେ ତ୍ରିରଙ୍ଗା, ଦେଖନ୍ତୁ ଭିଡିଓ..

ବରଗଡ,୧୩।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ସୌନ୍ଦର୍ଯ୍ୟକରଣ ପାଇଁ ସ୍ଥାନୀୟ ଗାନ୍ଧିଛକରେ ସୁଉଚ୍ଛରେ ଜାତୀୟ ପତାକା ତ୍ରିରଙ୍ଗା ଉଡାଯାଇଛି। ତେବେ ଜିଲାର ଉଚ୍ଚତମ ଏହି ତ୍ରିରଙ୍ଗାର କିଛି ଅଂଶ…

ମମତା ବାଜାର୍ଜୀଙ୍କ ପାଖଲୋକ ଛାଡିଲେ ପଦ, ବଙ୍ଗଳା ରାଜନୀତିରେ ହଲଚଲ!

କୋଲକାତା,୧୩।୫: ପଶ୍ଚିମବଙ୍ଗରେ ସରକାର ପରିବର୍ତ୍ତନ ପରେ, ପଶ୍ଚିମବଙ୍ଗ ମହିଳା କମିଶନର ଅଧ୍ୟକ୍ଷା ଲୀନା ଗଙ୍ଗୋପାଧ୍ୟାୟ ଇସ୍ତଫା ଦେଇଛନ୍ତି। ସେ ତାଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପୂର୍ୱରୁ ତାଙ୍କ…

ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ ସ୍ନାତକ ପରୀକ୍ଷା ଫଳ ପ୍ରକାଶ: ମୋନାଲିସା ଟପ୍ପର

ଖୋର୍ଦ୍ଧା,୧୩ା୫(ପ୍ରଭାତ ପାଣିଗ୍ରାହୀ): ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ଅଷ୍ଟାଦଶ ତମ ଶେଷବର୍ଷ ସ୍ନାତକ ପାଠ୍ୟକ୍ରମର କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏହି ପରୀକ୍ଷାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri