Posted inଫୁରସତ

ତେଜରାତି ଦୋକାନରେ ଦୁଇ ମୂଷାଙ୍କ ଜୋର୍‌ଦାର ଲଢ଼େଇ, ଭିଡିଓ ଦେଖିଲେ ହସିହସି ଗଡ଼ିବେ

ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି, ଯାହାକୁ ଦେଖିଲେ ହସିହସି ଗଡ଼ିଯିବେ। ଏହି ଭିଡିଓରେ ଏକ ତେଜରାତି ଦୋକାନରେ ଦୁଇଟି ମୂଷା ପରସ୍ପର ମଧ୍ୟରେ ଜୋର୍‌ଦାର ଲଢ଼େଇ ହେଉଥିବା ଦେଖିବାକୁ ମିଳିଛି। ଗୋଟିଏ ମୂଷା ଆଉ ଗୋଟିଏ ମୂଷାକୁ ଲାତ ପରେ ଲାତ ମାରି ଚାଲିଛି।

ଭିଡିଓଟିକୁ ଭାରତରେ ଖୁବ୍‌ ପସନ୍ଦ କରାଯାଇଛି। ଏହାକୁ ଦେଖି ଭାରତୀୟ ପ୍ରଶଂସକମାନେ ପିଲାଦିନର ଦୁଇଭାଇ ଏବଂ ଦୁଇ ବନ୍ଧୁଙ୍କ ମଧ୍ୟରେ ଲଢ଼େଇ ହେବା ସହ ତୁଳନା କରିଛନ୍ତି। ଦୋକାନର ଏକ ଉପର ଥାକରେ ଦୁଇ ମୂଷାଙ୍କ ମଧ୍ୟରେ ଏହି ଲଢ଼େଇ ହେଉଛି। ତାଙ୍କ ଆଖପାଖରେ ଦୋକାନ ସାମଗ୍ରୀ ମଧ୍ୟ ରଖାଯାଇଛି। ଖାଲିଥିବା ସ୍ଥାନରେ ଦୁହେଁ ଖୁବ୍‌ ଜୋର୍‌ରେ ଲଢୁଛନ୍ତି। ପଛରେ ଡବ୍ଲ୍ୟୁଡବ୍ଲ୍ୟୁଇର କମେଣ୍ଟ୍ରି ମଧ୍ୟ ଶୁଣାଯାଉଛି।
ଭିଡିଓଟିକୁ ଆଇଏଏସ୍‌ ଅଫିସର ଅବନୀଶ ଶରଣ ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ‘ବେକ ଧରା ଧରି ଲଢ଼େଇ ଚାଲିଛି’।
୬ ନଭେମ୍ବର ସକାଳେ ଅର୍ଥାତ୍‌ ଆଜି ଏହି ଭିଡିଓଟି ଶେୟାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏହାକୁ ୨୫ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଏଥିସହିତ ୨ ହଜାରରୁ ଅଧିକ ଲୋକ ଲାଇକ୍‌ ମଧ୍ୟ କରିଛନ୍ତି। ୨୫୦ରୁ ଅଧିକ ରିଟୁଇଟ୍‌ କରାଯାଇଛି। ମୂଷା ଦୁହିଁଙ୍କର ଏହି ଲଢ଼େଇକୁ ଅନେକ ଲୋକ ଶେୟାର କରିଛନ୍ତି। ୟୁଜରମାନେ ଏଥିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧା ମୁହଁର ଟ୍ରେଣ୍ଡ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ଏକ ନୂଆ ଟ୍ରେଣ୍ଡ୍‌ ଭାଇରାଲ୍‌ ହେବାରେ ଲାଗିଛି। ଏହି ଟ୍ରେଣ୍ଡର ନାଁ ରହିଛି ହାଫ୍‌ ଫେସ୍‌। ଅର୍ଥାତ୍‌ ଅଧା ମୁହଁର...

ବିକ୍‌ନୀ ପିନ୍ଧି ସମୁଦ୍ର କୂଳରେ ଯୋଗ କରୁଥିଲେ ମହିଳା, ପଛରୁ ଆସିଲା ଏକ ଅଜଣା ଜୀବ; ଆଉ ତା’ ପରେ…

ଯୋଗ ସ୍ବାସ୍ଥ୍ୟ ପକ୍ଷେ ବହୁତ ହିତକର। ମାତ୍ର ଯୋଗ ପାଇଁ ସ୍ଥାନ, କାଳ, ପାତ୍ର ଯଦି ଠିକ୍‌ ନ ରହିବ ତେବେ ସବୁ ଗଡ଼ବଡ଼ ହୋଇଯିବ।...

ପାରଦର୍ଶୀ ଜଙ୍ଗଲ: ହିଂସ୍ର ପ୍ରାଣୀଙ୍କୁ ସହଜରେ ହୁଏ ଦେଖି

ବ୍ୟାଙ୍କକ,୧।୨: ଜଙ୍ଗଲ ପୁଣି ପାରଦର୍ଶୀ। ମାନେ ଏପଟୁ ଦେଖିଲେ ସେପଟେ ଯାହା ଥିବ ସବୁ ଦେଖାଯିବ। ଏହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ। ତେବେ...

ପିଲାଙ୍କ ପାଇଁ ମା’ ବି କରିପାରେ ଏମିତି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଦେଖି ହସର ଖୋରାକ ଯୋଗାଉଥିବା ବେଳେ...

ଦାମୀ ଛତା

ବର୍ଷାର ସାଥୀ ଛତା। ତେବେ କିଛି ଛତା ଅଛି, ଯାହା ବର୍ଷାରୁ ସୁରକ୍ଷା ପ୍ରଦାନ କରିବା ସହ ଷ୍ଟାଟସ୍‌ର ପ୍ରତୀକ ସାଜିଥାଏ । କାରଣ ସେସବୁର...

ନିଜକୁ ଫିଟ୍‌ ରଖିବା ପାଇଁ ଗଛରେ ଗୋଡ଼ ରଖି ବିଲେଇ କରୁଥିଲା ଏମିତି, ଭିଡିଓ ଭାଇରାଲ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ...

କେବଳ ସ୍ବାତୀ ନକ୍ଷତ୍ରରେ ପାଣି ପିଇଥାଏ ଏହି ପକ୍ଷୀ

ଭାରତୀୟ ମହିଳାମାନେ ସାଧାରଣତଃ ବ୍ରତ ଉପବାସ କରିଥାନ୍ତି। କିନ୍ତୁ ଗୋଟିଏ ପକ୍ଷୀ ନିର୍ଜଳା ବ୍ରତ କରୁଥିବା କେବେ ଶୁଣିଛନ୍ତି। ଅବିଶ୍ୱାସ ଲାଗୁଥିଲେ ବି ସତ। ଆସନ୍ତୁ...

ଖାଲି ମଣିଷ ନୁହେଁ, ହାତୀକୁ ଦେଖି କେମିତି ଦୌଡ଼ୁଛି ବାଘ ଦେଖନ୍ତୁ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ...

Advertisement


Archives

Model This Week