ଏବେ ‘ହ୍ବାଟ୍ସଆପ୍‌’ରୁ ମଧ୍ୟ ପଠାଇପାରିବେ ଟଙ୍କା, ଜାଣନ୍ତୁ କିଭଳି

ନୂଆଦିଲ୍ଲୀ,୬।୧୧: ଦୀର୍ଘ ବର୍ଷ ଧରି ଆଇନଗତ ପ୍ରତିବନ୍ଧକକୁ ସାମ୍ନା କରିବା ପରେ ଗୁରୁବାର ରାତିରେ ‘ହ୍ବାଟ୍ସଆପ୍‌’ ପେମେଣ୍ଟ ସର୍ଭିସ(ଟଙ୍କା ନେଣଦେଣ ସେବା)ରେ ପ୍ରବେଶ କରିବାର ସୁଯୋଗ ପାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରାୟ ୪୦୦ ନିୟୁତ ଉପଭୋକ୍ତାଙ୍କ ମଧ୍ୟରୁ ୨୦ ନିୟୁତ ଗ୍ରାହକଙ୍କୁ ସେବା ପ୍ରଦାନ କରିବାକୁ ଅନୁମତି ଦିଆଯାଇଛି। ନ୍ୟାଶନାଲ ପେମେଣ୍ଟ କର୍ପୋରେଶନ ଅଫ୍‌ ଇଣ୍ଡିଆ(ଏନ୍‌ପିସିଆଇ) ଫେସବୁକ୍‌ର ଏହି ମେସେଜିଂ ଆପ୍‌କୁ ଏଥିପାଇଁ ଅନୁମତି ଦେଇଛି। ତେବେ ଏହାକୁ ବ୍ୟବହାର କରିବା ସମୟରେ କିଛି ଜିନିଷ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ।

-ୟୁପିଆଇରେ କାମ କରିବ ‘ହ୍ବାଟ୍ସଆପ୍‌ ପେମେଣ୍ଟ ଆପ୍‌’
ଗୁଗୁଲ ପେ, ଫୋନ୍‌ ପେ, ଭିମ୍‌ ଆପ୍‌ ଏବଂ ବ୍ୟାଙ୍କଗୁଡ଼ିକର ବିଭିନ୍ନ ଆପ୍‌ରେ ବ୍ୟବହାର ହେଉଥିବା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌(ୟୁପିଆଇ)ରେ ହ୍ବାଟ୍ସଆପ୍‌ ପେମେଣ୍ଟ ଆପ୍‌ କାମ କରିବ। ଏଥିପାଇଁ ଆପଣଙ୍କୁ ହ୍ବାଟ୍ସଆପ୍‌ ଓ୍ବାଲେଟ୍‌ରେ ଟଙ୍କା ରଖିବା ଆବଶ୍ୟକ ନାହିଁ। ବ୍ୟାଙ୍କ ଖାତାରେ ଥିବା ଟଙ୍କାକୁ ଅନ୍ୟ ଲୋକଙ୍କୁ ପଠାଇବାରେ ଏହି ଆପ୍‌ ସାହାଯ୍ୟ କରିବ। ଦେୟ ପାଇଁ ରେଜିଷ୍ଟ୍ରେଶନ(ପଞ୍ଜିକୃତ) କରିବା ପରେ ହ୍ବାଟ୍ସଆପ୍‌ ଏକ ନୂତନ ୟୁପିଆଇ ଆଇଡି ସୃଷ୍ଟି କରିବ। ଆପ୍‌ର ପେମେଣ୍ଟ ସିଷ୍ଟମକୁ ଯାଇ ଉପଭୋକ୍ତା ଏହି ଆଇଡି ପାଇପାରିବେ।

-ହ୍ବାଟ୍ସଆପ୍‌ ପେମେଣ୍ଟ ପାଇଁ ଏଭଳି କରିବେ ରେଜିଷ୍ଟେଶନ
ପେମେଣ୍ଟ ସୁବିଧା ପାଇଁ ଉପଭୋକ୍ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଏବଂ ଫୋନ୍‌ ନଂ ଥିବା ଜରୁରୀ। ସ୍କ୍ରିନ୍‌ ତଳେ ଥିବା ‘ଆଟାଚ୍‌ମେଣ୍ଟ’ ଆଇକନ୍‌ ଉପରେ କ୍ଲିକ୍‌ କରି ପେମେଣ୍ଟ କରାଯାଇପାରିବ। ତେବେ ପ୍ରଥମେ ୟୁପିଆଇ ପାସ୍‌କୋଡ୍‌ ସେଟ୍‌ କରିବାକୁ ପଡ଼ିବ। ପୂର୍ବରୁ ଥିବା ପାସ୍‌କୋଡ୍‌କୁ ମଧ୍ୟ ଆପଣ ବ୍ୟବହାର କରିପାରିବେ।

-ଏହାଛଡ଼ା ଅନ୍ୟ ପେମେଣ୍ଟ ଆପ୍‌ ସହ ହ୍ବାଟ୍ସଆପ୍‌ର ଏହି ଆପ୍‌କୁ ବ୍ୟବହାର କରିପାରିବେ। ହେଲେ କେବଳ ଭାରତୀୟ ବ୍ୟାଙ୍କ ଆକାଉଣ୍ଟ ସହ ସଂଯୁକ୍ତ ଭାରତୀୟ ନମ୍ବର ପାଇଁ ବ୍ୟବହାର କରାଯାଇପାରିବ। ହ୍ବାଟ୍ସଆପ୍‌ରେ ଅନ୍ତର୍ଜାତୀୟ ନମ୍ବର ଥିଲେ ଏହି ସୁବିଧାକୁ ବ୍ୟବହାର କରିହେବ ନାହିଁ।

-ୟୁପିଆଇ ଏକ ମାଗଣା ସେବା। ଏହି କାରବାର ପାଇଁ ଆପଣଙ୍କୁ ଦେୟ ଦେବାକୁ ପଡ଼ିବ ନାହିଁ। କେବଳ ନେଣଦେଣର ସୀମା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri