ଏବେ ‘ହ୍ବାଟ୍ସଆପ୍‌’ରୁ ମଧ୍ୟ ପଠାଇପାରିବେ ଟଙ୍କା, ଜାଣନ୍ତୁ କିଭଳି

ନୂଆଦିଲ୍ଲୀ,୬।୧୧: ଦୀର୍ଘ ବର୍ଷ ଧରି ଆଇନଗତ ପ୍ରତିବନ୍ଧକକୁ ସାମ୍ନା କରିବା ପରେ ଗୁରୁବାର ରାତିରେ ‘ହ୍ବାଟ୍ସଆପ୍‌’ ପେମେଣ୍ଟ ସର୍ଭିସ(ଟଙ୍କା ନେଣଦେଣ ସେବା)ରେ ପ୍ରବେଶ କରିବାର ସୁଯୋଗ ପାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରାୟ ୪୦୦ ନିୟୁତ ଉପଭୋକ୍ତାଙ୍କ ମଧ୍ୟରୁ ୨୦ ନିୟୁତ ଗ୍ରାହକଙ୍କୁ ସେବା ପ୍ରଦାନ କରିବାକୁ ଅନୁମତି ଦିଆଯାଇଛି। ନ୍ୟାଶନାଲ ପେମେଣ୍ଟ କର୍ପୋରେଶନ ଅଫ୍‌ ଇଣ୍ଡିଆ(ଏନ୍‌ପିସିଆଇ) ଫେସବୁକ୍‌ର ଏହି ମେସେଜିଂ ଆପ୍‌କୁ ଏଥିପାଇଁ ଅନୁମତି ଦେଇଛି। ତେବେ ଏହାକୁ ବ୍ୟବହାର କରିବା ସମୟରେ କିଛି ଜିନିଷ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ।

-ୟୁପିଆଇରେ କାମ କରିବ ‘ହ୍ବାଟ୍ସଆପ୍‌ ପେମେଣ୍ଟ ଆପ୍‌’
ଗୁଗୁଲ ପେ, ଫୋନ୍‌ ପେ, ଭିମ୍‌ ଆପ୍‌ ଏବଂ ବ୍ୟାଙ୍କଗୁଡ଼ିକର ବିଭିନ୍ନ ଆପ୍‌ରେ ବ୍ୟବହାର ହେଉଥିବା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌(ୟୁପିଆଇ)ରେ ହ୍ବାଟ୍ସଆପ୍‌ ପେମେଣ୍ଟ ଆପ୍‌ କାମ କରିବ। ଏଥିପାଇଁ ଆପଣଙ୍କୁ ହ୍ବାଟ୍ସଆପ୍‌ ଓ୍ବାଲେଟ୍‌ରେ ଟଙ୍କା ରଖିବା ଆବଶ୍ୟକ ନାହିଁ। ବ୍ୟାଙ୍କ ଖାତାରେ ଥିବା ଟଙ୍କାକୁ ଅନ୍ୟ ଲୋକଙ୍କୁ ପଠାଇବାରେ ଏହି ଆପ୍‌ ସାହାଯ୍ୟ କରିବ। ଦେୟ ପାଇଁ ରେଜିଷ୍ଟ୍ରେଶନ(ପଞ୍ଜିକୃତ) କରିବା ପରେ ହ୍ବାଟ୍ସଆପ୍‌ ଏକ ନୂତନ ୟୁପିଆଇ ଆଇଡି ସୃଷ୍ଟି କରିବ। ଆପ୍‌ର ପେମେଣ୍ଟ ସିଷ୍ଟମକୁ ଯାଇ ଉପଭୋକ୍ତା ଏହି ଆଇଡି ପାଇପାରିବେ।

-ହ୍ବାଟ୍ସଆପ୍‌ ପେମେଣ୍ଟ ପାଇଁ ଏଭଳି କରିବେ ରେଜିଷ୍ଟେଶନ
ପେମେଣ୍ଟ ସୁବିଧା ପାଇଁ ଉପଭୋକ୍ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଏବଂ ଫୋନ୍‌ ନଂ ଥିବା ଜରୁରୀ। ସ୍କ୍ରିନ୍‌ ତଳେ ଥିବା ‘ଆଟାଚ୍‌ମେଣ୍ଟ’ ଆଇକନ୍‌ ଉପରେ କ୍ଲିକ୍‌ କରି ପେମେଣ୍ଟ କରାଯାଇପାରିବ। ତେବେ ପ୍ରଥମେ ୟୁପିଆଇ ପାସ୍‌କୋଡ୍‌ ସେଟ୍‌ କରିବାକୁ ପଡ଼ିବ। ପୂର୍ବରୁ ଥିବା ପାସ୍‌କୋଡ୍‌କୁ ମଧ୍ୟ ଆପଣ ବ୍ୟବହାର କରିପାରିବେ।

-ଏହାଛଡ଼ା ଅନ୍ୟ ପେମେଣ୍ଟ ଆପ୍‌ ସହ ହ୍ବାଟ୍ସଆପ୍‌ର ଏହି ଆପ୍‌କୁ ବ୍ୟବହାର କରିପାରିବେ। ହେଲେ କେବଳ ଭାରତୀୟ ବ୍ୟାଙ୍କ ଆକାଉଣ୍ଟ ସହ ସଂଯୁକ୍ତ ଭାରତୀୟ ନମ୍ବର ପାଇଁ ବ୍ୟବହାର କରାଯାଇପାରିବ। ହ୍ବାଟ୍ସଆପ୍‌ରେ ଅନ୍ତର୍ଜାତୀୟ ନମ୍ବର ଥିଲେ ଏହି ସୁବିଧାକୁ ବ୍ୟବହାର କରିହେବ ନାହିଁ।

-ୟୁପିଆଇ ଏକ ମାଗଣା ସେବା। ଏହି କାରବାର ପାଇଁ ଆପଣଙ୍କୁ ଦେୟ ଦେବାକୁ ପଡ଼ିବ ନାହିଁ। କେବଳ ନେଣଦେଣର ସୀମା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri