ଟୋକିଓ,୨୧।୪: ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉ ୩ ମାସ ବାକି ରହିଛି । ତେବେ ଏହି ମେଗା ଇଭେଣ୍ଟ ଆରମ୍ଭ ହେବା ପୂର୍ବରୁ ଟିକାକରଣ ପାଇଁ ଏ ପର୍ଯ୍ୟନ୍ତ କୌଣସି ଆଥ୍ଲେଟ ଅନୁରୋଧ କରିନାହାନ୍ତି ବୋଲି ଆୟୋଜକ କମିଟି ତରଫରୁ କୁହାଯାଇଛି। ଜାପାନରେ କିନ୍ତୁ ଟିକାକରଣ ପ୍ରକ୍ରିୟା ଅତ୍ୟନ୍ତ ଧିମା ଗତିରେ ଚାଲିଛି। ଜାପାନରେ ଏ ପର୍ଯ୍ୟନ୍ତ ମାତ୍ର ୧ ପ୍ରତିଶତ ଲୋକ ଟିକା ନେଇଛନ୍ତି। ତେଣୁ ଏବେ ଅଲିମ୍ପିକ ଆୟୋଜନ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଟିକାକରଣ ପାଇଁ କୌଣସି ଆଥ୍ଲେଟ ଆନୁଷ୍ଠାନିକ ଭାବେ ଅନୁରୋଧ କରିନାହାନ୍ତି ବୋଲି ଆଥ୍ଲେଟିକ କମିଟି ନାଓକା ଟାକାହାସୀ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି।
ଯଦି ଅଲିମ୍ପିକ ଆୟୋଜନ ହୁଏ ତେବେ ଏହା ମନ୍ଥର ଟିକାକରଣ ପ୍ରକ୍ରିୟା ପାଇଁ ଖାଲି ଷ୍ଟାଡିୟମ ତଥା ଭେନ୍ୟୁରେ ଆୟୋଜିତ ହେବ। ବିଦେଶୀ ପ୍ରଶଂସକଙ୍କୁ ପୂର୍ବରୁ ଜାପାନରେ ପ୍ରବେଶ କରିବା ନେଇ ବାରଣ କରାଯାଇଛି। ତେଣୁ ଟିକା ନେଇ ନ ଥିବା ପ୍ରଶଂସକଙ୍କୁ ନେଇ ଅଲିମ୍ପିକ ଆୟୋଜନ କରିବା ଅବାସ୍ତବ ମନେହେଉଛି। ଜାପାନରେ ପ୍ରବେଶ କରୁଥିବା କେତେକ ଅଣଜାପାନୀଙ୍କୁ ଟିକାକରଣରେ ସାମିଲ କରାଯିବ। ଆଥ୍ଲେଟମାନଙ୍କୁ ଟିକାକରଣରେ ସାମିଲ କରାଯିବାର କୌଣସି ଯୋଜନା ନାହିଁ ବୋଲି ସରକାରଙ୍କ ତରଫରୁ କୁହାଯାଇଛି। ତେବେ ସବୁ ଆଥ୍ଲେଟଙ୍କୁ ପ୍ରତିଦିନ ପରୀକ୍ଷା କରାଯିବ। ଅନ୍ୟପଟେ ଆଥ୍ଲେଟମାନଙ୍କୁ ଟିକା ଦିଆଯିବାକୁ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଅଧ୍ୟକ୍ଷ ଥୋମାସ ବାକ୍ ଉତ୍ସାହିତ କରିଛନ୍ତି।
ଅଗରକର ଜଣେ ଅହଙ୍କାରୀ ଚୟନକର୍ତ୍ତା, ଖେଳାଳିଙ୍କ ଜୀବନ ବରବାଦ କରିଛନ୍ତି: ସାମିଙ୍କ ଅବସର ପରେ ବର୍ଷିଲେ…
ନୂଆଦିଲ୍ଲୀ,୭।୧୧: ଭାରତୀୟ କ୍ରିକେଟ୍ ଦଳର ଅନ୍ୟତମ ଶ୍ରେଷ୍ଠ ଦ୍ରୁତ ବୋଲର ମହମ୍ମଦ ସାମି ଟେଷ୍ଟ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ଦୀପାବଳିର ଠିକ୍ ଦୁଇ ଦିନ ପୂର୍ବେ,…
ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିରଳ ରେକର୍ଡ, ଜାଣନ୍ତୁ…
ଓ୍ବେଲିଂଟନ,୭।୧୧: ଯୁବ ଫାଷ୍ଟ ବୋଲରଙ୍କ ଜବରଦସ୍ତ ପ୍ରଦର୍ଶନ ପରେ ଲୋକେଶ ରାହୁଲଙ୍କ ନିର୍ଭରଯୋଗ୍ୟ ବ୍ୟାଟିଂ ବଳରେ ଶନିବାର ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ବର୍ଷା ପ୍ରଭାବିତ ଦ୍ୱିତୀୟ ଦିନିକିଆ…
ବିରାଟଙ୍କ ପରେ, ଜନ ସିନାଙ୍କ ନକଲ କରି ଗ୍ଲେନ ଫିଲିପ୍ସଙ୍କୁ ଥଟ୍ଟା କଲେ ରୋହିତ ଶର୍ମା
ନୂଆଦିଲ୍ଲୀ,୭।୧୧: ୩୮ ବର୍ଷ ବୟସରେ, ରୋହିତ ଶର୍ମା ସ୍ପଷ୍ଟ ଭାବରେ ତାଙ୍କ କ୍ରିକେଟ କ୍ୟାରିୟରର ବାକି ସମୟ ଉପଭୋଗ କରୁଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଏକଦିବସୀୟ ମ୍ୟାଚର…
ବର୍ଷା ବଞ୍ଚାଇଲା ଟିମ ଇଣ୍ଡିଆର ମାନ; ୧୩୫ ରନର ଲକ୍ଷ୍ୟ ପିଛା କରିବା ବେଳେ ବଢ଼ିଥିଲା ଚାପ, ଏମିତି ଜିତିଲେ ମେନ ଇନ୍ ବ୍ଲୁ
ନୂଆଦିଲ୍ଲୀ,୭।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚରେ ବର୍ଷା ଭାରତୀୟ ଦଳକୁ ଏକ ବଡ଼ ବିପର୍ଯ୍ୟୟରୁ ରକ୍ଷା କରିଛି। ୧୩୫ ରନର ଲକ୍ଷ୍ୟକୁ ପିଛା କରୁଥିବା ଭାରତ…
ପଡ଼ିଆରେ ରାହୁଲଙ୍କ ଜର୍ସି ଏମିତି ସଜାଡ଼ିଦେଲେ କୋହଲି! ଭାଇରାଲ ଭିଡିଓ ଦେଖି ମନେପଡ଼ିଯିବ ପିଲାଦିନ
ୱେଲିଂଟନ୍,୭।୧୧:ପଡ଼ିଆରେ ଖେଳ ସମୟରେ ଗମ୍ଭୀର ଦେଖାଯାଉଥିବା ବିରାଟ କୋହଲିଙ୍କ ମଜାଳିଆ ଅନ୍ଦାଜ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନ୍ରେ ଖେଳାଯାଇଥିବା ଦ୍ୱିତୀୟ…
୨ ଛକା ମାରି ବିଶ୍ୱରେକର୍ଡ କଲେ ରୋହିତ ଶର୍ମା: ଭାଙ୍ଗିଲେ ପାକିସ୍ତାନ କ୍ରିକେଟର୍ଙ୍କ ରେକର୍ଡ
ୱେଲିଂଟନ,୭।୧୧: ଭାରତୀୟ କ୍ରିକେଟ୍ର ଷ୍ଟାର୍ ବ୍ୟାଟର ରୋହିତ ଶର୍ମା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଆଉ ଏକ ବଡ଼ ରେକର୍ଡ ନିଜ ନାଁରେ କରିଛନ୍ତି। ଏହି ମ୍ୟାଚ୍ରେ…
‘ଅତ୍ୟନ୍ତ ଦୁଃଖଦ ଦିନ…’ ମହମ୍ମଦ ସାମିଙ୍କ ଅବସର ନେଇ ଦୁଃଖ ପ୍ରକାଶ କଲେ ଭାରତୀୟ ଦଳର ବୋଲିଂ କୋଚ
ନୂଆଦିଲ୍ଲୀ,୭।୧୧: ଭାରତର ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମି ଶୁକ୍ରବାର ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ତାଙ୍କର ଏହି ଅବସର ଘୋଷଣା ପ୍ରଶଂସକମାନଙ୍କୁ ଦୁଃଖିତ କରିଥିବା…
IND vs NZ: ମ୍ୟାଚ ଚାଲିଥିବା ବେଳେ ନିଜର playing XI (ଖେଳାଳି ଦଳ)ରେ ହଠାତ ପରିବର୍ତ୍ତନ କରି ସମସ୍ତଙ୍କୁ ଚମକାଇ ଦେଲା ନ୍ୟୁଜିଲ୍ୟାଣ୍ଡ
ନୂଆଦିଲ୍ଲୀ,୭।୧୧: ଭାରତ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡର ଚୂଡ଼ାନ୍ତ ଏକାଦଶରେ ହଠାତ ଏକ ପରିବର୍ତ୍ତନ କରାଯାଇଛି। ବ୍ଲେୟାର ଟିକନରଙ୍କ ସ୍ଥାନରେ ମ୍ୟାଟ ଫିଶରଙ୍କୁ ଦଳରେ…

