ଭାରତୀୟ କ୍ରିକେଟର୍ କେ.ଏଲ ରାହୁଲ ଏବେ ଜବରଦସ୍ତ ଫର୍ମରେ ଅଛନ୍ତି। ଆଇପିଏଲ୍ ୨୦୨୨ରେ ସେ ଚମତ୍କାର ବ୍ୟାଟିଂ କରୁଛନ୍ତି। ଗତକାଲି ଅର୍ଥାତ୍ ଏପ୍ରିଲ ୧୮ରେ ସେ ତାଙ୍କ ୩୦ତମ ଜନ୍ମଦିନ ପାଳନ କରିଛନ୍ତି। ଜନ୍ମଦିନରେ ତାଙ୍କୁ ସାଥୀ ଖେଳାଳିଙ୍କ ସହ ପ୍ରଶଂସକମାନେ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ। ଏଥିମଧ୍ୟରୁ ରାହୁଲଙ୍କ ପ୍ରେମିକା ଆଥିଆ ଶେଟ୍ଟିଙ୍କ ଜନ୍ମଦିନ ଶୁଭେଚ୍ଛା ସୁବଠୁ ଖାସ୍ ଥିଲା।
ଆଥିଆ ନିଜ ଇନଷ୍ଟାଗ୍ରାମରେ କେ.ଏଲ ରାହୁଲଙ୍କ ସହ ଅନେକ ଫଟୋ ଶେୟାର କରି ଲେଖିଛନ୍ତି, ତୁମ ସହିତ ଯେକୌଣସି ସ୍ଥାନରେ, ଜନ୍ମଦିନର ଶୁଭେଚ୍ଛା। ଏହାର ଜବାବରେ ରାହୁଲ ଲେଖିଛନ୍ତି, ‘ଲଭ ୟୁ’ । ଆଥିଆ ରାହୁଲଙ୍କ ସହ ତିନୋଟି କଳା ଏବଂ ଧଳା ଫଟୋ ଶେୟାର କରିଛନ୍ତି। ପ୍ରଥମ ଫଟୋରେ ଆଥିଆ ରାହୁଲଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳୁଛି। ଦ୍ୱିତୀୟ ଫଟୋରେ ଉଭୟ ଜଙ୍ଗଲ ମଝିରେ ହାତଧରି ଚାଲୁଥିବାର ନଜର ଆସିଛନ୍ତି। ତୃତୀୟ ଫଟୋରେ ରାହୁଲ ଏବଂ ଆଥିଆ ଗାଡିରେ ବସିଥିବାର ଦେଖାଯାଇଛି। ଆଥିଆ ଏବଂ ରାହୁଲ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଛନ୍ତି। ଆଥିଆ ମଧ୍ୟ ଷ୍ଟାଡିୟମରେ ରାହୁଲଙ୍କୁ ଚିୟର କରିବା ପାଇଁ ଅଧିକାଂଶ ସମୟ ଷ୍ଟାଡିୟମରେ ଉପସ୍ଥିତ ଥାନ୍ତି।
କେ.ଏଲ ରାହୁଲ ବହୁତ ଭଲ ଫର୍ମରେ ଅଛନ୍ତି। ସେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଏକ ଚମତ୍କାର ଶତକ ହାସଲ କରିଥିଲେ। ରାହୁଲ ୬୦ଟି ବଲରେ ୧୦୩ ରନର ଇନିଂସ ଖେଳିଥିଲେ। ସେ ଆଇପିଏଲ ୨୦୨୨ରେ ଲକ୍ଷ୍ନୌ ସୁପର ଜିଆଣ୍ଟସର ଅଧିନାୟକ। ରାହୁଲଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ବହୁତ ଭଲ ପ୍ରଦର୍ଶନ କରୁଛି।