କ୍ରିକେଟରଙ୍କ ପ୍ରେମରେ ଆଥିୟା!

ମୁମ୍ବାଇ: ବଲିଉଡ୍ ଅଭିନେତା ସୁନିଲ ସେଟ୍ଟିଙ୍କ ଝିଅ ଆଥିୟା ସେଟ୍ଟି ତାଙ୍କ ଲଭ୍ ଆଫେୟାର୍ସକୁ ନେଇ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ଏକଥା ମଧ୍ୟ ସମସ୍ତଙ୍କୁ ଜଣା ଯେ ଆଥିୟାଙ୍କ ନାଁ କ୍ରିକେଟର କେ. ଏଲ୍ ରାହୁଲଙ୍କ ସହ ଯୋଡି ହୋଇ ରହିଛି । ଆଥିୟା ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ଆଉ ସମୟ ସମୟରେ ସେ ଯେଉଁ ଫଟୋ ଓ ଭିଡିଓ ଶେୟାର କରନ୍ତି ତାହା ତାଙ୍କ ପ୍ରଶଂସକଙ୍କୁ ଖୁବ୍ ପସନ୍ଦ ଆସିଥାଏ । ନିକଟରେ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ତାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ କ୍ରିକେଟର କେ. ଏଲ୍ ରାହୁଲଙ୍କ ସହ ନଜର ଆସିଛନ୍ତି । ଏହି ଫଟୋକୁ ରବିନ ଉଥପ୍ପାଙ୍କ ପତ୍ନୀ ଶୀତଳ ଶେୟାର କରିଛନ୍ତି । ହେଲେ ଏମାନେ ଏକା ନୁହେଁ ବରଂ ସେହି ଫଟୋରେ ରବିନ ଉଥପ୍ପାଙ୍କ ପତ୍ନୀ ଶୀତଲ, କ୍ରିକେଟର କେ. ଏଲ୍ ରାହୁଲ ଓ ତାଙ୍କ ଭଉଣୀ ଭାବନା, ଆଥିୟା ସେଟ୍ଟି ଓ କ୍ରିକେଟର ସିନାନ ଖାଦିର ନଜର ଆସୁଛନ୍ତି । ସମସ୍ତେ ଏକ ଲମ୍ବା ଡାଇନିଂ ଟେବୁଲରେ ବସିଥିବା ଦେଖାଯାଉଛି । ଆଥିୟା ହ୍ୱାଇଟ୍ ଲାଇନିଂ ସାର୍ଟରେ ନଜର ଆସୁଥିବା ବେଳେ କେ. ଏଲ୍‌. ରାହୁଲ ଏକ ବ୍ଲାକ ସ୍ୱେଟରରେ ଦେଖାଯାଉଛନ୍ତି । ଶୀତଲ ଏହି ଫଟୋ ଶେୟାର କରି କ୍ୟାପଶନରେ ଲେଖିଛନ୍ତି ମୁଁ ଏମାନଙ୍କର ଭଲ ବନ୍ଧୁ ହୋଇଯାଇଛି, ଯେଉଁମାନେ ଆରମ୍ଭରୁ ମୋର ପରିବାର ଥିଲେ । ଆଉ ଜୀବନର ପ୍ରତିଟି ମୁହୂର୍ତ୍ତରେ ମୋତେ ଆଗକୁ ଯିବାକୁ ସାହାଯ୍ୟ କରିଛନ୍ତି । ଆଥିୟା ଏହାର ପ୍ରତିକ୍ରିୟାରେ ଏକ ହାର୍ଟ ଇମୋଜି ଦେଇ କମେଣ୍ଟ ଦେଇଛନ୍ତି । ସୂଚନାଯୋଗ୍ୟ, ଆଥିୟା ଓ କେ. ଏଲ୍ ରାହୁଲ ବହୁ ଦିନରୁ ରିଲେସନଶିପରେ ଥିବା ଆଲୋଚନା ହେଉଥିବା ବେଳେ ଏମାନେ କିନ୍ତୁ ଏହାକୁ କେବେ ସ୍ୱିକାର କରି ନାହାଁନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଠିକାଦାର ପ୍ରୀତି: ୮୪.୪୨ କୋଟି କ୍ଷତି, ୩୫୨.୭୩ କୋଟି ରାସ୍ତା କାମର ନାହିଁ ଦ୍ରବ୍ୟ ରସିଦ୍‌

ଭୁବନେଶ୍ୱର,୫ା୧୦(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ରାସ୍ତା ନିର୍ମାଣ କାର୍ଯ୍ୟରେ କିଭଳି ଅପମିଶ୍ରିତ ଆଲକାତରା ବ୍ୟବହାର ନ ହେବ ସେଥିପାଇଁ ଅର୍ଥ ବିଭାଗ ପକ୍ଷରୁ ସ୍ବତନ୍ତ୍ର…

ଏସୀୟ କ୍ରୀଡ଼ାରେ ଦୁଇଟି ସ୍ବର୍ଣ୍ଣ ଜିତିବା ପରେ ଅବସର ନେଲେ ଏହି କ୍ରିକେଟର, ପ୍ରଶଂସକ କହିଲେ…

ନୂଆଦିଲ୍ଲୀ,୫।୧୦: ପାକିସ୍ତାନୀ ମହିଳା କ୍ରିକେଟର କାଇନାତ ଇମତିଆଜ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ରବିବାର ଏକ ପୋଷ୍ଟ ମାଧ୍ୟମରେ ସେ ଏହି ଖବର ଜଣାଇ ଲେଖିଥିଲେ,…

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?