Posted inUncategorized

ହିନ୍ଦୁ ପୁଅ ସହ କଥା ହେବାରୁ ନାବାଳିକା ଝିଅକୁ ହତ୍ୟା କଲେ ବାପା, ମୃତଦେହକୁ ଖଣ୍ଡ ଖଣ୍ଡ କରି ରଖିଦେଲେ ଟ୍ରେନ ବଗିରେ, ପୂରା ଘଟଣା ଜାଣିଲେ…

ଲକ୍ଷ୍ନୌ,୨୧।୫: ରାଜଧାନୀ ଲକ୍ଷ୍ନୌରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଗୋମତୀନଗର ଏକ୍ସପ୍ରେସର ଏକ ସ୍ଲିପର କୋଚର ବାକ୍ସ ଏବଂ ବ୍ୟାଗ ଭିତରୁ ମିଳିଥିବା ଯୁବତୀଙ୍କ ଖଣ୍ଡବିଖଣ୍ଡିତ ଶବ ମାମଲାରେ ଜିଆରପି (GRP) ଏକ ବଡ଼ ଖୁଲାସା କରିଛି। ଜଣେ ଜନ୍ମକଲା ବାପା ହିଁ ନିଜର ନାବାଳିକା ଝିଅକୁ ଅତି ନିର୍ମମ ଭାବେ ହତ୍ୟା କରି ଶବକୁ ଟୁକୁଡ଼ା ଟୁକୁଡ଼ା କରି କାଟିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି।

ପୋଲିସ ଅଭିଯୁକ୍ତ ବାପାକୁ ଉତ୍ତର ପ୍ରଦେଶର କୁଶୀନଗରରୁ ଗିରଫ କରିବାରେ ସଫଳ ହୋଇଛି। ଅନ୍ୟ ଜାତିର ପୁଅ ସହ ଝିଅ ମୋବାଇଲରେ କଥା ହେଉଥିବାରୁ ରାଗରେ ବାପା ଏଭଳି କାଣ୍ଡ ଭିଆଇଥିବା ସ୍ବୀକାର କରିଛନ୍ତି।

ଜିଆରପି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ବାପା ପ୍ରଥମେ ଝିଅକୁ ହତ୍ୟା କରିଥିଲେ। ଏହାପରେ ପ୍ରମାଣ ନଷ୍ଟ କରିବା ପାଇଁ ଶବର ମୁଣ୍ଡକୁ କାଟି ନିଜ ଗାଁର ଏକ ପୋଖରୀରେ ଫିଙ୍ଗି ଦେଇଥିଲେ। ଶରୀରର ବାକି ୫ଟି ଅଂଶକୁ ବସ୍ତାରେ ଭରି ଏକ ବାକ୍ସ ଏବଂ ବ୍ୟାଗରେ ପ୍ୟାକ କରିଥିଲେ। ଏହାପରେ ସେ ସେହି ବ୍ୟାଗ ଓ ବାକ୍ସକୁ ନେଇ ଛପ୍ରା-ଗୋମତୀନଗର ଏକ୍ସପ୍ରେସର ସ୍ଲିପର କୋଚରେ ରଖି ଫେରାର୍‌ ହୋଇଯାଇଥିଲେ।

ଲକ୍ଷ୍ନୌର ଚାରବାଗ ଷ୍ଟେଶନରେ ଯେତେବେଳେ ଟ୍ରେନ ବଗିରୁ ଏହି ରକ୍ତଭିଜା ବାକ୍ସ ଓ ବ୍ୟାଗ ମିଳିଥିଲା, ସେତେବେଳେ ସାରା ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଥିଲା। ଶବର ମୁଣ୍ଡ ନଥିବାରୁ ମୃତଦେହ ଚିହ୍ନଟ କରିବା ପୋଲିସ ପାଇଁ ସବୁଠାରୁ ବଡ଼ ଆହୱାନ ଥିଲା। କିନ୍ତୁ ଜିଆରପି ରେଳ ଷ୍ଟେଶନଗୁଡ଼ିକର ସିସିଟିଭି (CCTV) ଫୁଟେଜ ଯାଞ୍ଚ କରିବା ପରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରିଥିଲା।

ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ିବା ପରେ ଜଣାପଡ଼ିଥିଲା ଯେ, ଅଭିଯୁକ୍ତ ହେଉଛି କୁଶୀନଗରର ସେବରହୀ ଥାନା ଅନ୍ତର୍ଗତ ଜୟପୁର ଗାଁର ବିଗନ ଅନସାରୀ। ପୋଲିସ ତାକୁ ହେପାଜତକୁ ନେଇ ପଚରାଉଚରା କରିବା ପରେ ସେ ନିଜର ଅପରାଧ ସ୍ବୀକାର କରିଛନ୍ତି। ମୃତ ନାବାଳିକା ଜଣକ ହେଉଛନ୍ତି ବିଗନଙ୍କ ଝିଅ ଶବ୍ବା, ଯିଏକି ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଥିଲେ।

ପୋଲିସ ପଚରାଉଚରା ବେଳେ ଅଭିଯୁକ୍ତ ବିଗନ ଅନସାରୀ କହିଛନ୍ତି ଯେ, ଝିଅ ଶବ୍ବା ଜଣେ ହିନ୍ଦୁ ଯୁବକ ସହିତ ଲଗାତାର ଫୋନରେ କଥା ହେଉଥିଲା। ବିଗନ ଏହାକୁ ବିରୋଧ କରିବା ସହ ଝିଅକୁ ବାରମ୍ବାର ବାରଣ କରିଥିଲେ। କିନ୍ତୁ ଶବ୍ବା କାହା କଥା ନଶୁଣି ସେହି ଯୁବକଙ୍କ ସହ ଯୋଗାଯୋଗ ଜାରି ରଖିଥିଲେ।

ପୋଲିସ କହିଛି ଯେ ବିଗନର ଅନ୍ୟ ଦୁଇଟି ଝିଅ ପୂର୍ବରୁ ନିଜ ପସନ୍ଦରେ ପ୍ରେମ ବିବାହ କରିସାରିଥିଲେ। ଏଥିପାଇଁ ବିଗନ ସମାଜରେ ନିଜର ପ୍ରତିଷ୍ଠା ହରାଇଥିବା ଭାବୁଥିଲା। ଶବ୍ବା ମଧ୍ୟ ସେହିଭଳି କିଛି ପଦକ୍ଷେପ ନେଇପାରେ ବୋଲି ସେ ଆଶଙ୍କା କରୁଥିଲେ। ଏହି କ୍ରୋଧ ଏବଂ ସନ୍ଦେହରେ ଅନ୍ଧ ହୋଇ ସେ ନିଜ ସାନ ଝିଅକୁ ଦୁନିଆରୁ ଚିରଦିନ ପାଇଁ ବିଦାୟ ଦେବାକୁ ଏକ ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲେ ।

ବର୍ତ୍ତମାନ ପୋଲିସ ଅଭିଯୁକ୍ତ ବିଗନ ଅନସାରୀକୁ କୋର୍ଟ ଚାଲାଣ କରିବା ସହ ଝିଅର କଟାମୁଣ୍ଡକୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ପୋଖରୀରେ ସର୍ଚ୍ଚ ଅପରେଶନ ଜାରି ରଖିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri