ଟିକାକରଣ କେନ୍ଦ୍ରରେ ପୋଷ୍ଟର ଲଗାକୁ ନେଇ ଜୋର ଧରିଲା ରାଜନୀତି

ଭୁବନେଶ୍ୱର,୨୨।୬(ବ୍ୟୁରୋ):  ରାଜ୍ୟର ବିଭିନ୍ନ ଟିକାକରଣ କେନ୍ଦ୍ରରେ ପୋଷ୍ଟର ଲଗାଯିବାକୁ ନେଇ ଜୋର ଧରିଲା ରାଜନୀତି। ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋଚିତ୍ରକୁ ବାଦ୍‌ଦେଇ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥିବାରୁ ବିଭିନ୍ନ ସ୍ଥାନରେ ଭାଜପା ପ୍ରତିବାଦ କରିଛି। ଅନ୍ୟପଟେ ଏହି ଘଟଣାକୁ ନେଇ ବିଜେଡି, ଭାଜପା ମଧ୍ୟରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଯାଇଛି। କଂଗ୍ରେସ କିନ୍ତୁ ଉଭୟ ବିଜେଡି ଓ କଂଗ୍ରେସକୁ ସମାଲୋଚନା କରିଛି।
ବାଲେଶ୍ୱର, ଜୟପୁର ଓ ରାୟଗଡ଼ାରେ ଭାଜପା ନେତା ଓ କର୍ମୀମାନେ ପ୍ରତିବାଦ କରିଛନ୍ତି। ବାଲେଶ୍ୱରରେ ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ବିନା ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଥିବାରୁ ଭାଜପା କର୍ମୀମାନେ ହୋହଲ୍ଲା କରିବା ସହିତ ବିରୋଧ କରିଛନ୍ତି। ବାଲେଶ୍ୱର ଗାନ୍ଧୀ ସ୍ମୃତି ଭବନ ଟିକାକରଣ କେନ୍ଦ୍ରରେ କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିଥିବାରୁ ଭାଜପା କର୍ମୀମାନେ ସେଠାରେ ପ୍ରତିବାଦ କରିଥିଲେ। ଏହାସହ ଟିକାକରଣ ପୂର୍ବରୁ ସେମାନେ ରିବନ ଛିଣ୍ଡାଇ ମୋଦିଙ୍କ ଫଟୋ ଜବରଦସ୍ତ ଲଗାଇଛନ୍ତି। ଅନ୍ୟପଟେ ଜୟପୁରର ଟିକାକରଣ କେନ୍ଦ୍ରରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଟିକାକରଣ ନେଇ ରାଜ୍ୟ ସରକାର ବାହାବା ନେବାକୁ ଚେଷ୍ଟା କରୁଥିବା ଭାଜପା କର୍ମୀମାନେ ଅଭିଯୋଗ କରି ସିଡିଏମ୍‌ଓଙ୍କୁ ଘେରିଥିଲେ। ଏହାସହ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟରକୁ ଅନେକ ସ୍ଥାନରୁ ଚିରିଦେଇଛନ୍ତି। ଅନ୍ୟପଟେ ରାୟଗଡ଼ା ୟୁଜିଏମ୍‌ଆଇଟିରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନ ରହିବାରୁ ଭାଜପା ପ୍ରତିବାଦ କରିଛି। ଟିକାକରଣ ଅଭିଯାନରେ କେନ୍ଦ୍ର ସରକାର ମାଗଣାରେ ଟିକା ଦେଉଥିବା ବେଳେ କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ କାହିଁକି ରହିବ ବୋଲି ଭାଜପା ପ୍ରଶ୍ନ କରିଛି। ସେହିପରି ଅନୁଗୋଳ ଜିଲାରେ ମଧ୍ୟ ସମାନ ଘଟଣା ଦୃଷ୍ଟିକୁ ଆସିଛି। ଭାଜପା କର୍ମୀମାନେ ଜୋରଦାର ପ୍ରତିବାଦ କରିଛନ୍ତି।
ଏହି ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ରାଜ୍ୟ ସରକାର ଅନେକ କେନ୍ଦ୍ରୀୟ ଯୋଜନା ହଡ଼ପ କରି ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି। ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ସମେତ ପ୍ରଧାନମନ୍ତ୍ରୀଙ୍କ ଫଟୋ ପୋଷ୍ଟର ଲଗାଯିବା କଥା। ଏନେଇ ଉଭୟ କେନ୍ଦ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇବେ ବୋଲି ପ୍ରତାପ କହିଛନ୍ତି।
ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି, ସଂଘୀୟ ବ୍ୟବସ୍ଥାକୁ ଭଲ ଭାବେ ବୁଝୁଥିବା କେନ୍ଦ୍ରମନ୍ତ୍ରୀ ଅସହିଷ୍ଣୁ ଭାବ ପ୍ରକାଶ କରିବା ଠିକ୍‌ ନୁହେଁ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା କୋଭିଡ୍‌ ପରିଚାଳନାରେ ମାଗଣା ଚିକିତ୍ସା, ଭିତ୍ତିଭୂମିଠାରୁ ଆରମ୍ଭକରି ବିଭିନ୍ନ ବ୍ୟବସ୍ଥା କରି ଅନ୍ୟ ରାଜ୍ୟ ତୁଳନାରେ ପ୍ରଶଂସିତ ହୋଇଛି। ଟିକାକରଣ ଭଳି ସାମୂହିକ ସ୍ବାସ୍ଥ୍ୟ ଅଭିଯାନ ସମୟରେ ଏଠାରେ ସଂକୀର୍ଣ୍ଣ ରାଜନୈତିକ ତୁ ତୁ ମେ ମେ ଠିକ୍‌ ନୁହେଁ। କିଭଳି ଅନୁକୂଳ ବାତାବରଣ ଭିତରେ ଗାଁ ଗହଳି ଲୋକମାନଙ୍କର ଠିକ୍‌ ଭାବେ ଟିକାକରଣ ହୋଇପାରିବ ସେଥିପ୍ରତି ଧ୍ୟାନଦେବା ଆବଶ୍ୟକ ବୋଲି ଦେବୀ କହିଛନ୍ତି।
ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ଯଦି କେନ୍ଦ୍ର ମାଗଣା ଟିକା ଦେଉଛି ବୋଲି ମୋଦିଙ୍କ ଫଟୋ ଲାଗିବା କଥା ଭାଜପା କହୁଛି ତେବେ ଲୋକମାନେ ଟଙ୍କା ଦେଇ ପେଟ୍ରୋଲ ପକାଉଛନ୍ତି, ପେଟ୍ରୋଲ ପମ୍ପଗୁଡ଼ିକରେ କାହିଁକି ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ଲାଗୁଛି। ପୋଷ୍ଟର ଲଗାକୁ ନେଇ ଯେଉଁ ପ୍ରତିଯୋଗିତା ଚାଲିଛି ତାହା ନିନ୍ଦନୀୟ। କିପରି ରାଜ୍ୟର ସବୁ ଲୋକ ଟିକା ନେଇପାରିବେ ସେଥିନେଇ ଉଭୟ ସରକାର ମିଳିତ ଭାବେ ପ୍ରତିଯୋଗିତା କରିବା ଆବଶ୍ୟକ। ମାଗଣା ଟିକା ଦେଉଛନ୍ତି ବୋଲି ପ୍ରଚାର କରିବାକୁ ଭାଜପା ମୋଦିଙ୍କ ଫଟୋ ଛାପିବାକୁ ଚାହୁଁଛି, ସେମିତି ୨ୟ ଲହରରେ ଭାରତ କରୋନା ସଂକ୍ରମଣରେ ଏକ ନମ୍ବର ହୋଇଛି ସେକଥା ଲେଖି ଫଟୋ ମାରୁନାହାନ୍ତି। ମହାମାରୀ ସମୟରେ ଲୋକେ ଖାଇବାକୁ ପାଉନାହାନ୍ତି, ଏଠି ଟିକାକରଣ ନ କରି ରାଜନୀତି କରିବା ଦୁର୍ଭାଗ୍ୟଜନକ। ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଲାଗିବାରେ ଅସୁବିଧା କେଉଁଠି ରହିଛି। ସବୁ ତ ମିଶିକରି କରୁଛନ୍ତି, ଏ କ୍ଷେତ୍ରରେ ଅସୁବିଧା କ’ଣ ରହିଗଲା ବୋଲି ନିରଞ୍ଜନ ପ୍ରଶ୍ନ ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

ଖୁବ୍‌ଶୀଘ୍ର ନୋ ପାର୍କିଂ ଜୋନ୍‌ ଚିହ୍ନଟ କରିବ ବିଏମ୍‌ସି

ଭୁବନେଶ୍ୱର, ୨୭।୪ (ବନ୍ଦନା ସେଠୀ): ସହରସାରା ଏବେ ବେଆଇନ ପାର୍କିଂ। ଗଳିକନ୍ଦିଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ଯିଏ ଯେଉଁଠି ପାରୁଛି ଗାଡ଼ି ରଖି ଦେଉଛି।...

୩୯ ଲୋକ ସଭା, ୨୨୬ ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନ

ଭୁବନେଶ୍ୱର,୨୭ା୪(ଅନିଲ ଦାସ): ରାଜ୍ୟରେ ମେ’ ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକ ସଭା...

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri