ଟିକାକରଣ କେନ୍ଦ୍ରରେ ପୋଷ୍ଟର ଲଗାକୁ ନେଇ ଜୋର ଧରିଲା ରାଜନୀତି

ଭୁବନେଶ୍ୱର,୨୨।୬(ବ୍ୟୁରୋ):  ରାଜ୍ୟର ବିଭିନ୍ନ ଟିକାକରଣ କେନ୍ଦ୍ରରେ ପୋଷ୍ଟର ଲଗାଯିବାକୁ ନେଇ ଜୋର ଧରିଲା ରାଜନୀତି। ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋଚିତ୍ରକୁ ବାଦ୍‌ଦେଇ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥିବାରୁ ବିଭିନ୍ନ ସ୍ଥାନରେ ଭାଜପା ପ୍ରତିବାଦ କରିଛି। ଅନ୍ୟପଟେ ଏହି ଘଟଣାକୁ ନେଇ ବିଜେଡି, ଭାଜପା ମଧ୍ୟରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଯାଇଛି। କଂଗ୍ରେସ କିନ୍ତୁ ଉଭୟ ବିଜେଡି ଓ କଂଗ୍ରେସକୁ ସମାଲୋଚନା କରିଛି।
ବାଲେଶ୍ୱର, ଜୟପୁର ଓ ରାୟଗଡ଼ାରେ ଭାଜପା ନେତା ଓ କର୍ମୀମାନେ ପ୍ରତିବାଦ କରିଛନ୍ତି। ବାଲେଶ୍ୱରରେ ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ବିନା ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଥିବାରୁ ଭାଜପା କର୍ମୀମାନେ ହୋହଲ୍ଲା କରିବା ସହିତ ବିରୋଧ କରିଛନ୍ତି। ବାଲେଶ୍ୱର ଗାନ୍ଧୀ ସ୍ମୃତି ଭବନ ଟିକାକରଣ କେନ୍ଦ୍ରରେ କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିଥିବାରୁ ଭାଜପା କର୍ମୀମାନେ ସେଠାରେ ପ୍ରତିବାଦ କରିଥିଲେ। ଏହାସହ ଟିକାକରଣ ପୂର୍ବରୁ ସେମାନେ ରିବନ ଛିଣ୍ଡାଇ ମୋଦିଙ୍କ ଫଟୋ ଜବରଦସ୍ତ ଲଗାଇଛନ୍ତି। ଅନ୍ୟପଟେ ଜୟପୁରର ଟିକାକରଣ କେନ୍ଦ୍ରରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଟିକାକରଣ ନେଇ ରାଜ୍ୟ ସରକାର ବାହାବା ନେବାକୁ ଚେଷ୍ଟା କରୁଥିବା ଭାଜପା କର୍ମୀମାନେ ଅଭିଯୋଗ କରି ସିଡିଏମ୍‌ଓଙ୍କୁ ଘେରିଥିଲେ। ଏହାସହ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟରକୁ ଅନେକ ସ୍ଥାନରୁ ଚିରିଦେଇଛନ୍ତି। ଅନ୍ୟପଟେ ରାୟଗଡ଼ା ୟୁଜିଏମ୍‌ଆଇଟିରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନ ରହିବାରୁ ଭାଜପା ପ୍ରତିବାଦ କରିଛି। ଟିକାକରଣ ଅଭିଯାନରେ କେନ୍ଦ୍ର ସରକାର ମାଗଣାରେ ଟିକା ଦେଉଥିବା ବେଳେ କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ କାହିଁକି ରହିବ ବୋଲି ଭାଜପା ପ୍ରଶ୍ନ କରିଛି। ସେହିପରି ଅନୁଗୋଳ ଜିଲାରେ ମଧ୍ୟ ସମାନ ଘଟଣା ଦୃଷ୍ଟିକୁ ଆସିଛି। ଭାଜପା କର୍ମୀମାନେ ଜୋରଦାର ପ୍ରତିବାଦ କରିଛନ୍ତି।
ଏହି ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ରାଜ୍ୟ ସରକାର ଅନେକ କେନ୍ଦ୍ରୀୟ ଯୋଜନା ହଡ଼ପ କରି ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି। ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ସମେତ ପ୍ରଧାନମନ୍ତ୍ରୀଙ୍କ ଫଟୋ ପୋଷ୍ଟର ଲଗାଯିବା କଥା। ଏନେଇ ଉଭୟ କେନ୍ଦ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇବେ ବୋଲି ପ୍ରତାପ କହିଛନ୍ତି।
ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି, ସଂଘୀୟ ବ୍ୟବସ୍ଥାକୁ ଭଲ ଭାବେ ବୁଝୁଥିବା କେନ୍ଦ୍ରମନ୍ତ୍ରୀ ଅସହିଷ୍ଣୁ ଭାବ ପ୍ରକାଶ କରିବା ଠିକ୍‌ ନୁହେଁ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା କୋଭିଡ୍‌ ପରିଚାଳନାରେ ମାଗଣା ଚିକିତ୍ସା, ଭିତ୍ତିଭୂମିଠାରୁ ଆରମ୍ଭକରି ବିଭିନ୍ନ ବ୍ୟବସ୍ଥା କରି ଅନ୍ୟ ରାଜ୍ୟ ତୁଳନାରେ ପ୍ରଶଂସିତ ହୋଇଛି। ଟିକାକରଣ ଭଳି ସାମୂହିକ ସ୍ବାସ୍ଥ୍ୟ ଅଭିଯାନ ସମୟରେ ଏଠାରେ ସଂକୀର୍ଣ୍ଣ ରାଜନୈତିକ ତୁ ତୁ ମେ ମେ ଠିକ୍‌ ନୁହେଁ। କିଭଳି ଅନୁକୂଳ ବାତାବରଣ ଭିତରେ ଗାଁ ଗହଳି ଲୋକମାନଙ୍କର ଠିକ୍‌ ଭାବେ ଟିକାକରଣ ହୋଇପାରିବ ସେଥିପ୍ରତି ଧ୍ୟାନଦେବା ଆବଶ୍ୟକ ବୋଲି ଦେବୀ କହିଛନ୍ତି।
ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ଯଦି କେନ୍ଦ୍ର ମାଗଣା ଟିକା ଦେଉଛି ବୋଲି ମୋଦିଙ୍କ ଫଟୋ ଲାଗିବା କଥା ଭାଜପା କହୁଛି ତେବେ ଲୋକମାନେ ଟଙ୍କା ଦେଇ ପେଟ୍ରୋଲ ପକାଉଛନ୍ତି, ପେଟ୍ରୋଲ ପମ୍ପଗୁଡ଼ିକରେ କାହିଁକି ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ଲାଗୁଛି। ପୋଷ୍ଟର ଲଗାକୁ ନେଇ ଯେଉଁ ପ୍ରତିଯୋଗିତା ଚାଲିଛି ତାହା ନିନ୍ଦନୀୟ। କିପରି ରାଜ୍ୟର ସବୁ ଲୋକ ଟିକା ନେଇପାରିବେ ସେଥିନେଇ ଉଭୟ ସରକାର ମିଳିତ ଭାବେ ପ୍ରତିଯୋଗିତା କରିବା ଆବଶ୍ୟକ। ମାଗଣା ଟିକା ଦେଉଛନ୍ତି ବୋଲି ପ୍ରଚାର କରିବାକୁ ଭାଜପା ମୋଦିଙ୍କ ଫଟୋ ଛାପିବାକୁ ଚାହୁଁଛି, ସେମିତି ୨ୟ ଲହରରେ ଭାରତ କରୋନା ସଂକ୍ରମଣରେ ଏକ ନମ୍ବର ହୋଇଛି ସେକଥା ଲେଖି ଫଟୋ ମାରୁନାହାନ୍ତି। ମହାମାରୀ ସମୟରେ ଲୋକେ ଖାଇବାକୁ ପାଉନାହାନ୍ତି, ଏଠି ଟିକାକରଣ ନ କରି ରାଜନୀତି କରିବା ଦୁର୍ଭାଗ୍ୟଜନକ। ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଲାଗିବାରେ ଅସୁବିଧା କେଉଁଠି ରହିଛି। ସବୁ ତ ମିଶିକରି କରୁଛନ୍ତି, ଏ କ୍ଷେତ୍ରରେ ଅସୁବିଧା କ’ଣ ରହିଗଲା ବୋଲି ନିରଞ୍ଜନ ପ୍ରଶ୍ନ ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?