Posted inଜାତୀୟ

ଆବାସିକ ବିଦ୍ୟାଳୟରେ ୪୫ ଛାତ୍ରୀଛାତ୍ର କରୋନା ପଜିଟିଭ୍‌

ହାଇଦ୍ରାବାଦ,୩୦।୧୧: ତେଲଙ୍ଗାନା ସଙ୍ଗାରେଡ୍ଡି ଜିଲାର ମୁଥାଙ୍ଗି ଗାଁରେ ଥିବା ମହାତ୍ମା ଜ୍ୟୋତିବା ଫୁଲେ ଗୁରୁକୁଳ ଏକ ଆବାସିକ ବିଦ୍ୟାଳୟରେ ୪୫ ଜଣ ଛାତ୍ରୀଛାତ୍ର ଓ ଜଣେ ଶିକ୍ଷକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

ସୂଚନାନୁସାରେ, ତିନି ଦିନ ତଳେ ସ୍କୁଲର ଜଣେ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କ ନିକଟରେ କୋଭିଡ୍‌ ସମସ୍ତ ଲକ୍ଷଣ ଦେଖିବାକୁ ମିଳିଥିଲା । ତେଣୁ ସ୍କୁଲ ପ୍ରଶାସନ ପକ୍ଷରୁ ସମସ୍ତ ଛାତ୍ରୀଛାତ୍ରଙ୍କର କୋଭିଡ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ସ୍କୁଲରେ ମୋଟ ୪୯୧ ଜଣ ଛାତ୍ରୀଛାତ୍ର ପଢୁଥିବାବେଳେ ସେମାନଙ୍କ ମଧ୍ୟରୁ ୨୬୧ ଜଣଙ୍କର ରବିବାର କରୋନା ପରୀକ୍ଷା କରାଯାଇଥିଲା। ଏହାପରେ ୪୫ ଜଣ ଛାତ୍ରୀଛାତ୍ର କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ପଜିଟିଭ୍‌ ଛାତ୍ରୀଛାତ୍ରଙ୍କୁ ହଷ୍ଟେଲରେ ଆଇସୋଲେସନରେ ରଖାଯାଇଛି । ତେବେ ସେମାନଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ସେହିପରି ସେମାନଙ୍କର ନମୂନାକୁ ଜେନୋମ ସିକ୍ୱେନ୍ସିଂ ପାଇଁ ହାଇଦ୍ରାବାଦ ପଠାଯାଇଥିବା ବେଳେ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଶାନ୍ତ ମିଡଲ ଇଷ୍ଟ: ତେଲ ଟ୍ୟାଙ୍କର ଉପରେ ଆକ୍ରମଣରେ ଭାରତୀୟ ମୃତ

ତେହରାନ,୧୪।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସାମରିକ ଉତ୍ତେଜନା ଏବେ ସମଗ୍ର ମଧ୍ୟପ୍ରାଚ୍ୟକୁ ଗ୍ରାସ କରୁଥିବା ପରି ମନେ ହେଉଛି। ଏହା ମଧ୍ୟରେ, ସଂଯୁକ୍ତ ଆରବ…

ରାମ ମନ୍ଦିର ଦାନ ଟଙ୍କା ଚୋରି ମାମଲା: ୟୁପି ଏସ୍‌ଆଇଟିକୁ ଷ୍ଟାଟସ୍‌ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୪ା୭ (ପି.ଟି.): ଅଯୋଧ୍ୟା ରାମମନ୍ଦିରକୁ ମିଳିଥିବା ଦାନ ଟଙ୍କା ଆତ୍ମସାତ୍‌ ଅଭିଯୋଗର ତଦନ୍ତ ପାଇଁ ଉତ୍ତରପ୍ରଦେଶ ସରକାର ଗଠନ କରିଥିବା ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି)କୁ ମାମଲା…

ଦୁଇ ଘଣ୍ଟା ପାଇଁ ୪ ସହରକୁ ୟେଲୋ ୱାର୍ନିଂ ଜାରି କଲା ପାଣିପାଗ ବିଭାଗ, ପ୍ରବଳ ବର୍ଷା…

ଭୁବନେଶ୍ବର,୧୪।୭: ଖୋର୍ଦ୍ଧା, ଭୁବନେଶ୍ବର, କଟକ, ପୁରୀ ପାଇଁ ୟେଲୋ ୱାର୍ନିଂ ଜାରି କଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ଦୁଇ ଘଣ୍ଟା ମଧ୍ୟରେ ଏକାଧିକ…

ପ୍ୟାରିସ୍‌ ନିକଟତର ହେଲା ଜଙ୍ଗଲ ନିଆଁ

ଆଭୋନ(ଫ୍ରାନ୍ସ),୧୪ା୭: ପଶ୍ଚିମ ୟୁରୋପରେ ପ୍ରଚଣ୍ଡ ଗ୍ରୀଷ୍ମଲହରି ଲାଗିରହିଥିବାବେଳେ ବ୍ୟାପକ ଅଞ୍ଚଳରେ ଜଙ୍ଗଲ ଜଳୁଛି। ସ୍ପେନ୍‌ରେ ଜଙ୍ଗଲ ନିଆଁ ଏପର୍ଯ୍ୟନ୍ତ ୧୩ ଜଣଙ୍କ ଜୀବନ ନେଲାଣି। ସୋମବାର ଏହି…

ଏଲୋପ୍‌ମେଣ୍ଟ ମାମଲାରେ ପୋକ୍‌ସୋ ଆଇନର ଦୁରୁପଯୋଗ ହେଉଛି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୪ା୭: ସ୍ବେଚ୍ଛାକୃତ ଭାବେ ରିଲେଶନଶିପ୍‌ରେ ରହୁଥିବା କିଶୋର କିଶୋରୀଙ୍କ ବିରୋଧରେ ପୋକ୍‌ସୋ ଆଇନର ଦୁରୁପଯୋଗ କରାଯାଉଥିବା ନେଇ ସୁପ୍ରିମକୋର୍ଟ ସୋମବାର ଚିନ୍ତାବ୍ୟକ୍ତ କରିଛନ୍ତି। ପ୍ରେମ ସମ୍ପର୍କରେ ଥିବା…

‘ଜୁରାସିକ୍‌ ପାର୍କ’ ଅଭିନେତା ସାମ୍‌ ନିଲ୍‌ଙ୍କ ପରଲୋକ

ଓ୍ବେଲିଙ୍ଗଟନ, ୧୪।୭: ହଲିଉଡ୍‌ର ଅଲଟାଇମ୍‌ ସୁପରହିଟ ଫିଲ୍ମ ‘ଜୁରାସିକ୍‌ ପାର୍କ’ ଏବଂ ‘ଦି ପିଆନୋ’ ପାଇଁ ବିଶ୍ୱପ୍ରସିଦ୍ଧ ନ୍ୟୁଜିଲାଣ୍ଡର କିମ୍ବଦନ୍ତୀ ଅଭିନେତା ସାମ୍‌ ନିଲ୍‌ଙ୍କର ୭୮ବର୍ଷ ବୟସରେ…

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ନାଗରିକତ୍ୱ ନ୍ୟାୟସଙ୍ଗତ ପ୍ରକ୍ରିୟାରେ ନିର୍ଦ୍ଧାରଣ ହେଉ

ନୂଆଦିଲ୍ଲୀ,୧୪ା୭: ଗୁଆହାଟୀ ହାଇକୋର୍ଟ ପୂର୍ବରୁ ଫରେନର୍ସ ଟ୍ରିବ୍ୟୁନାଲ ଦେଇଥିବା ରାୟକୁ କାଏମ୍‌ ରଖି ୨୭ ଜଣଙ୍କୁ ବିଦେଶୀ ଘୋଷଣା କରିଥିବାବେଳେ ସୁପ୍ରିମକୋର୍ଟ ସୋମବାର ଏହାକୁ ଖାରଜ କରିଦେଇଛନ୍ତି।…

ପାତଲମ୍ବା ଗାଁରେ ହାତୀ ତାଣ୍ଡବ: ଆତଙ୍କରେ ଗ୍ରାମବାସୀ

କଲ୍ୟାଣସିଂହପୁର,୧୩।୭(ଦୀପକ କୁମାର ପରିଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ ଅନ୍ତର୍ଗତ ପାତଲମ୍ବା ଗାଁରେ ସୋମବାର ଏକ ଦନ୍ତା ହାତୀ ପଶି ଆତଙ୍କ ସୃଷ୍ଟି କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri