ମଙ୍ଗଳବାର ଭୋର ୪ଟା ୪୪ରେ ଉଲ୍‌କା ପିଣ୍ଡ ଡିର୍ମୋଫୋସକୁ ଧକ୍କାଦେବ ଡାର୍ଟ…

ଓ୍ବାଶିଂଟନ, ୨୬।୯ : ଏବେ ଆଉ ପୃଥିବୀକୁ ଉଲ୍‌କା ପିଣ୍ଡ ଧକ୍କା ଦେବାର ଭୟ ରହିବ ନାହିଁ। ନାସାର ଡାର୍ଟ ମିଶନ ପୃଥିବୀ ପାଇଁ ପାଲଟିବ ସୁରକ୍ଷା କବଚ। ଏଭଳି ବିପଦର ମୁକାବିଲା ପାଇଁ ନାସାର ମହାକାଶଯାନ ଡାର୍ଟ ପୃଥିବୀଠାରୁ ୬୮ ଲକ୍ଷ କିଲୋମିଟର ଦୂରରେ ଥିବା ଉଲ୍‌କା ପିଣ୍ଡ ଡିର୍ମୋଫୋସକୁ ଧକ୍କା ଦେବାକୁ ଯାଉଛି। ୫୨୫ ଫୁଟର ଏହି ଉଲ୍‌କା ପିଣ୍ଡକୁ ଧକ୍କା ଦିଆଯାଇ ଏହାର ଗତି ପଥକୁ ବଦଳା ଯିବାର ପ୍ରୟାସ କରାଯାଉଛି। ଏହି ଧକ୍କାର ଲାଇଭ୍‌ ଷ୍ଟ୍ରିମିଂ ଇଣ୍ଟରନେଟରେ ଦେଖିବାକୁ ମିଳିବ।

ଡାର୍ଟ ଡିର୍ମୋଫୋସକୁ ୨୭ ସେପ୍ଟେମ୍ବର ମଙ୍ଗଳବାରରେ ଧକ୍କା ଦେବ। ଭାରତୀୟ ସମୟ ଭୋର ୪ଟା ୪୪ରେ ଏହା ସମ୍ପନ୍ନ ହେବ। ଏହି ସମୟରେ ଡାର୍ଟ ମହାକାଶ ଯାନର ବେଗ ଘଣ୍ଟା ପ୍ରତି ୨୨,୫୦୦ କିଲୋମିଟର ରହିଥିବ। ସବୁ ଉଲ୍‌କା ପିଣ୍ଡ ପୃଥିବୀ ପାଇଁ ବିପଦ ସୃଷ୍ଟି କରନ୍ତି ନାହିଁ। ତଥାପି, ଏହା ପରୀକ୍ଷଣ କରାଯାଉଛି ଯେ ଭବିଷ୍ୟତରେ ଯଦି ପୃଥିବୀ ଆଡକୁ କୌଣସି ଉଲ୍‌କା ପିଣ୍ଡ ଆସେ ତେବେ ଆମେ ଏହାର ପଥ ପରିବର୍ତ୍ତନ କରିହେବ କି? ଏହାକୁ ‘ପୃଥିବୀର ସୁରକ୍ଷା ପରୀକ୍ଷଣ’ ମିଶନ କୁହାଯାଉଛି। ମହାକାଶ ବିଜ୍ଞାନୀମାନେ ଆଶା କରୁଛନ୍ତି ଯେ ଏହି ଧକ୍କା ଉଲ୍‌କା ପିଣ୍ଡର ଗତି ପଥ ବଦଳାଇବ। ସେମାନେ ଦୀର୍ଘ ଦିନ ଧରି ବିଭିନ୍ନ ଉଲ୍‌କା ପିଣ୍ଡ ଉପରେ ନଜର ରଖିଛନ୍ତି। ଧକ୍କା ପରେ ଗତି ପଥ ପରିବର୍ତ୍ତନ ଟେଲିସ୍କୋପ ଦ୍ୱାରା ଦେଖାଯିବ। ୨୪ ନଭେମ୍ବର ୨୦୨୧ରେ ଆରମ୍ଭ ହୋଇଥିବା ଡାର୍ଟ ମିଶନ ପାଇଁ ୨୫୦୦ କୋଟି ଖର୍ଚ୍ଚ ହୋଇଛି।

ଏହି ଧକ୍କାର ପ୍ରତି ସେକେଣ୍ଡର ଚିତ୍ର ଉତ୍ତୋଳନ କରିବାରେ ଡ୍ରାକୋ ଉଲ୍‌କା ସାହାଯ୍ୟ କରିବ। ଏକ ଛୋଟ ଉପଗ୍ରହ ହାଲୁକା ଇଟାଲୀୟନ କ୍ୟୁବସାଟ ମଧ୍ୟ ପଠାଯାଇଛି, ଯାହା ଧକ୍କା ହେବା ପୂର୍ବରୁ ମହାକାଶ ଯାନରୁ ଅଲଗା ହେବ। ଏହା ସହିତ, ଧକ୍କାର ଅତି ସ୍ପଷ୍ଟ ଚିତ୍ର ୩ ମିନିଟ ପରେ ନିଆଯାଇପାରିବ ।


Enter your email to get our daily news in your inbox.

All Right Reserved By Dharitri.Com

ପଥଚାରୀଙ୍କୁ ପିଟିଦେଲା ବାଇକ୍‌: ପରିବହନ ବିଭାଗ କ୍ୟାମେରା ଆଗରେ ଘଟିଲା…

ଭଞ୍ଜନଗର,୧୮।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମଲାସପଦର ଛକ ନିକଟରେ ସୋମବାର ରାତି ପ୍ରାୟ ୧୦ଟା ସମୟରେ ଏକ ବାଇକ ଚାଳକ ଜଣେ ପଥଚାରୀଙ୍କୁ…

ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଆସିଲା ସ୍ବାଧିକାର ଭଙ୍ଗ ପ୍ରସ୍ତାବ ନୋଟିସ: ଅପମାନଜନକ ମନ୍ତବ୍ୟ ଦେଇ…

ନୂଆଦିଲ୍ଲୀ,୧୮ା୫:ଏନ୍‌ଇଇଟି-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ହୋଇଥିବାବେଳେ ଏବେ ତାଙ୍କୁ ରାଜ୍ୟ ସଭାରେ ସ୍ବାଧିକାର ଭଙ୍ଗର ସମ୍ମୁଖୀନ…

IPL 2026 ମଧ୍ୟରେ ପୂର୍ବତନ ଅଧିନାୟକଙ୍କ ପରଲୋକ: କ୍ରିକେଟ ଜଗତ ସ୍ତବ୍ଧ

ନୂଆଦିଲ୍ଲୀ,୧୮।୫: ଆଇପିଏଲ ୨୦୨୬ ମଧ୍ୟରେ ଇଂଲଣ୍ଡରୁ ଏକ ଦୁଃଖଦ ଖବର ଆସିଛି। ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକ ସ୍ମିଥ ୯୨ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି।…

ଇରାନର ଏହି ବଡ଼ ଦାବି ଆମେରିକା ପୂରଣ କଲେ ଭାରତ ହେବ ଲାଭବାନ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୫: ଆମେରିକା-ଇରାନ ଉତ୍ତେଜନା ମଧ୍ୟରେ, କିଛି ଆଶ୍ୱସ୍ତି ମିଳିଛି। ଇରାନର ସରକାରୀ ସମାଚାର ଏଜେନ୍ସି ଅନୁଯାୟୀ, ଆମେରିକା ଇରାନର ଏକ ପ୍ରମୁଖ ଦାବି ପୂରଣ କରିବାକୁ…

ସାମ୍ନାକୁ ଆସିଲା ଭାରତର ପ୍ରଥମ ବୁଲେଟ ଟ୍ରେନ୍‌ର ଚିତ୍ର: ଦେଖିବାକୁ…

ନୂଆଦିଲ୍ଲୀ,୧୮।୫: ଭାରତର ପ୍ରଥମ ବୁଲେଟ ଟ୍ରେନ୍‌ର ଚିତ୍ର ସାମ୍ନାକୁ ଆସିଛି। ଏହି ଟ୍ରେନ୍‌ଟି ଗୁଜରାଟରେ ପ୍ରଥମଥର ପାଇଁ ଚାଲିବାକୁ ଯାଉଛି। ଏଥିରେ ଏକ କେଶର ରଙ୍ଗ(ଗେରୁଆ) ରହିବ।…

ଏବେ ଶେଷ ହୋଇଯିବ ଯୁଦ୍ଧ! ଇରାନ ଆମେରିକାକୁ ପଠାଇଲା ଏଭଳି ଏକ ଜିନିଷ, ଦେଖିଲେ କ’ଣ ରାଜି ହୋଇଯିବେ ଟ୍ରମ୍ପ?

ନୂଆଦିଲ୍ଲୀ,୧୮।୫: ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମାପ୍ତ କରିବା ପାଇଁ ଇରାନ ଆମେରିକା ସହିତ ଏକ ସଂଶୋଧିତ ଶାନ୍ତି ପ୍ରସ୍ତାବ ଶେୟାର କରିଛି। ସୋମବାର ଏକ ପାକିସ୍ତାନୀ…

ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ ତହସିଲଦାର: ୩ ବର୍ଷ ସଶ୍ରମ କାରାଦଣ୍ଡ ସହ…

ଗୁଣପୁର,୧୮।୫(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ପଦ୍ମପୁରର ପୂର୍ବତନ ଅବସରପ୍ରାପ୍ତ ତହସିଲଦାର ଖୀରାବ୍ଦି ବେହେରା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି l ତାଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ କୀର୍ତ୍ତିମାନ: IPL ଇତିହାସରେ କେହି ଏମିତି ରେକର୍ଡ ହାସଲ କରିପାରିନାହାନ୍ତି

ନୂଆଦିଲ୍ଲୀ,୧୮।୫: ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଛୋଟ IPL କ୍ୟାରିୟର ମଧ୍ୟରେ ଅନେକ ରେକର୍ଡ ସ୍ଥାପନ କରିସାରିଛନ୍ତି। ତାଙ୍କ କ୍ୟାରିୟରରେ ସୂର୍ଯ୍ୟବଂଶୀ ଚୌକା ଅପେକ୍ଷା ଅଧିକ ଛକା ମାରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri