ଗୋପାଳପୁରରେ ଆରମ୍ଭ ହେଲା ବୁଣାକାର ହାଟ

ରସୁଲପୁର,୨୬ା୯(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳର ବୁଣକାର ଗାଁଭାବେ ଗୋପାଳପୁରର ସାରା ରାଜ୍ୟରେ ସୁନାମ ରହିଛି। ଏହି ଗାଁରେ ୧୫୦୦ରୁ ଊର୍ଦ୍ଧ୍ୱ ବୁଣାକାର ପରିବାର ବସବାସ କରୁଛନ୍ତି। ତେଣୁ ଏଠାରେ ରବିବାରଠାରୁ ଜୟଜଗନ୍ନାଥ ବୁଣାକାର ସାପ୍ତାହିକ ହାଟ ଶୁଭାରମ୍ଭ କରାଯାଇଛି। ହାଟର ପ୍ରଥମ ଦିନରେ ୫ଲକ୍ଷ ଟଙ୍କାର ବସ୍ତ୍ର କାରବାର ହୋଇଥିବା ଆକଳନ କରାଯାଉଛି। ଏହି ହାଟ ପ୍ରତ୍ୟେକ ରବିବାର ସକାଳ ୫ଟାରୁ ଆରମ୍ଭ ହୋଇ ୯ଟାରେ ସମାପ୍ତ ହେବ। ଏଠାରେ ବୁଣାକାରଙ୍କ ହାତ ତିଆରି ବିଭିନ୍ନ କିସମ ବସ୍ତ୍ର ଉପଲବ୍ଧ ହେବ। ଏହାଛଡ଼ା ବୁଣାବୁଣିରେ ବ୍ୟବହାର ହେଉଥିବା କଞ୍ଚାମାଲ ଓ ଯନ୍ତ୍ରାଂଶ ମିଳିବ। ହାଟରେ ବୁଣାକାର ନିଜର ତନ୍ତ ଉପତ୍ାଦିତ ଦ୍ରବ୍ୟକୁ ବିକ୍ରି କରିବା ସହିତ ବସ୍ତ୍ର ପ୍ରସ୍ତୁତିରେ ଆବଶ୍ୟକ ସରଞ୍ଜାମ କ୍ରୟ କରିପାରିବେ ବୋଲି ବୁଣାକାର ଅମୂଲ୍ୟ ସୁର, ବୈକୁଣ୍ଠ ସୁର, ରଞ୍ଜନ ସୁର, ଲକ୍ଷ୍ମୀଧର ଦାସ, ବିଶ୍ୱରଞ୍ଜନ ଦାସ ଓ ଧର୍ମେନ୍ଦ୍ର ଦାସ ପ୍ରମୁଖ ପ୍ରକାଶ କରିଛନ୍ତି।
ଜୟଜଗନ୍ନାଥ ବୁଣାକାର ମହାପ୍ରସାଦ ସେବା ସମିତି ପକ୍ଷରୁ ହାଟ ଶୁଭାରମ୍ଭ କରାଯାଇଛି। ଗାଁର ପାଲା ମଣ୍ଡପଠାରେ ଭୋର୍‌ ୫ଟା ସମୟରେ ହାଟ ବସିଥିଲା। ମଣ୍ଡପ ଉପରେ ଶୁଭକଳସ ସ୍ଥାପନକରି ବରିଷ୍ଠ ବୁଣାକାରମାନେ ହାଟ ଶୁଭାରମ୍ଭ କରିଥିଲେ। ହାଟରେ ବୁଣାକାରମାନେ ଟସର, ଗିଚା, ପାଟ ଶାଢ଼ି, ଚାଦର, ସ୍କାର୍ପ, ଓଢ଼ଣି, ଉଲବୁଣା ଚଦର, ଉତ୍ତରୀୟ, ସାଲ, କାଣ୍ଟିଆ ଚାଦର, ଲୁଙ୍ଗି, ଗାମୁଛା, ରୁମାଲ ଆଦି ସାମଗ୍ରୀ ବିକ୍ରି କରିବେ। ପୂର୍ବରୁ ବୁଣକାରମାନେ ଉପତ୍ାଦିତ ଦ୍ରବ୍ୟକୁ ସମିତିଗୁଡ଼ିକ ମାଧ୍ୟମରେ ବୟନ ଶିଳ୍ପ ବିଭାଗ ଅଧୀନରେ କାର୍ଯ୍ୟରତ ସଂସ୍ଥା ସେରିଫେଡ, ବୟନିକା, ଉତ୍କଳିକା ଓ ସମ୍ବଲପୁରୀ ବସ୍ତ୍ରାଳୟ ଆଦିରେ ବିକ୍ରି କରୁଥିଲେ। ଏବେ ହାଟ ଜରିଆରେ ଗ୍ରାହକ ସୁଲଭ ମୂଲ୍ୟରେ ସାମଗ୍ରୀ ପାଇ ପାରବେ ଓ ବୁଣାକାରମାନେ ଲାଭାଂଶକୁ ସିଧାସଳଖ ହାସଲ କରିବେ। ଏହି ହାଟରେ ହସ୍ତତନ୍ତ ସାମଗ୍ରୀ, କଞ୍ଚାମାଲ, ଯନ୍ତ୍ରାଂଶ ଆଦି କାରବାରରେ ସମ୍ପୃକ୍ତ ବ୍ୟବସାୟୀମାନେ ଏକାଠି ହେବେ ବୋଲି ଜଣାପଡ଼ିଛି। ପ୍ରଥମ ପାଳିରେ ୫୦ରୁ ଊର୍ଦ୍ଧ୍ୱ ବୁଣାକାର ଓ ବ୍ୟବସାୟୀ ଏହି ହାଟରେ କାରବାରରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଖରା ସହ କାଳବୈଶାଖୀ; ୧୫ ଯାଏ ସତର୍କ ରହିବାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ)- ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ…

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଗ୍ୟାସ୍ ସିଲିଣ୍ଡର ଲିକେଜ୍‌! କାଦୋବେଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩ ବଖରା ଘର, ସର୍ବସ୍ୱ ହରାଇଲା…

ଥୁଆମୂଳ ରାମପୁର, ୯।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲପାଟଣା ପଞ୍ଚାୟତର କାଦୋବେଡା ଗ୍ରାମରେ ସୋମବାର ସମୟରେ ଏକ ସଂଘାତିକ ଅଗ୍ନିକାଣ୍ଡ ଘଟିଯାଇଛି।…

କଙ୍କୋରଡ଼ା ପଞ୍ଚାୟତକୁ ଅବହେଳା ପ୍ରତିବାଦ: ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସରପଞ୍ଚ-ଗ୍ରାମବାସୀଙ୍କ ଧାରଣା

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡ଼ା ପଞ୍ଚାୟତକୁ ବ୍ଲକ ପ୍ରଶାସନ ପକ୍ଷରୁ ଦୀର୍ଘଦିନ ଧରି ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି।…

ଭାଜପା ପକ୍ଷରୁ ସହିଦ ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସ ପାଳିତ: ଯୋଗଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ମହୁରୀ କାଳୁଆ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ମହାନ ସ୍ୱାଧୀନତା…

ହୋମଗାର୍ଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ବଢ଼ିଲା ଦୈନିକ ଭତ୍ତା, ଜାଣନ୍ତୁ ଏବେ ମିଳିବ କେତେ..?

ଭୁବନେଶ୍ୱର,୯।୬(ସୁନୀତ ମିଶ୍ର): ରାଜ୍ୟର ଗୃହରକ୍ଷୀ (Home Guards) ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି…

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

ଅସରପା ବି ଅଟନ୍ତି ବିୟରପ୍ରେମୀ, କାରଣ ଜାଣିଲେ ତାଜୁବ ହେବେ…

ଆଜିକାଲି ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ଦୁନିଆରେ କକ୍ରୋଚ (ଅସରପା) ନାମଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଏହି ଜୀବର ନାମ ଶୁଣିବା ମାତ୍ରେ ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri