Posted inଜାତୀୟ

ପାରାଚ୍ୟୁଟ୍‌ରେ ଫେରିବେ ମହାକାଶଚାରୀ

ଲକ୍ଷ୍ନୌ,୨୧।୧୧: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଗଗନୟାନ ମିଶନକୁ ସଫଳ କରିବା ଦିଗରେ ଆଗେଇ ଚାଲିଛି। ୧୦,୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ସ୍ପେସ୍‌କ୍ରାଫ୍ଟ ମିଶନ ୨୦୨୪ରେ ଶେଷ ହେବା ନେଇ ବୈଜ୍ଞାନିକମାନେ ଆଶାବାଦୀ। ଗଗନୟାନ ମିଶନର ସଫଳ ରୂପାୟନ ଲାଗି କାର୍ଯ୍ୟ କରୁଥିବା ଇସ୍ରୋ ଶନିବାର ମେନ୍‌ ପାରାଚ୍ୟୁଟ ଏୟାରଡ୍ରପ୍‌ ଟେଷ୍ଟ୍‌ (ଆଇଏମ୍‌ଏଟି) କରିଛି।

ଏହି ପାରାଚ୍ୟୁଟ ଜରିଆରେ ମହାକାଶଚାରୀମାନେ ସ୍ପେସ୍‌ରୁ ପୃଥିବୀରେ ଅବତରଣ କରିବେ। ଇସ୍ରୋ ପକ୍ଷରୁ ଉତ୍ତର ପ୍ରଦେଶ ଝାନ୍ସିର ବବିନା ଫିଲ୍ଡ ଫାୟାର୍‌ ରେଞ୍ଜ (ବିଏଫ୍‌ଏଫ୍‌ଆର୍‌)ରେ ଆଇଏମ୍‌ଏଟିର ଟେଷ୍ଟ୍‌ କରାଯାଇଛି। ବିକ୍ରମ ସାରାଭାଇ ସ୍ପେସ୍‌ ସେଣ୍ଟର (ଭିଏସ୍‌ଏସ୍‌ସି) ଏହି ସ୍ବତନ୍ତ୍ର ଆକାଶଛତାକୁ ତିଆରି କରିଛି। କ୍ରିଉ ମଡେଲ ମାସ୍‌ (ମହାକାଶକୁ ରକେଟ୍‌ ପ୍ରେରଣ ପରେ ପୃଥିବୀକୁ ଫେରୁଥିବା ଅଂଶ)ର ଓଜନ ସହିତ ଏହାର ଓଜନ ସମାନ । ଏହି ପାରାଚ୍ୟୁଟ ସାହାଯ୍ୟରେ ମହାକାଶଚାରୀମାନେ ପୃଥିବୀ ପୃଷ୍ଠରୁ ୨.୫ କିଲୋମିଟର ଉପରେ ଆସି ପହଞ୍ଚିବା ପରେ ଏୟାରଫୋର୍ସର ଆଇଏଲ୍‌- ୭୬ ଏୟାରକ୍ରାଫ୍ଟ ଦ୍ୱାରା ଅଷ୍ଟ୍ରୋନଟ୍‌ମାନେ ପୃଥିବୀ ପୃଷ୍ଠକୁ ଆସିବେ ବୋଲି ଇସ୍ରୋ କହିଛି।

ମୋଟ ୧୦ଟି ପାରାଚ୍ୟୁଟକୁ ମିଶାଇ ଏହି ସ୍ବତନ୍ତ୍ର ଆକାଶଛତା ତିଆରି କରାଯାଇଛି। ଗଗନୟାନରେ ବ୍ୟବହାର ହେବାକୁ ଥିବା ପାରାଚ୍ୟୁଟର ବେଗ ନିୟନ୍ତ୍ରଣ କ୍ଷମତା ରହିିଛି। ୧୦ଟି ଆକାଶଛତା ମଧ୍ୟରୁ ୩ଟି ପାରାଚ୍ୟୁଟ ମହାକାଶଚାରୀଙ୍କୁ ପୃଥିବୀକୁ ଫେରାଇ ଆଣିବାକୁ ସକ୍ଷମ। ଶନିବାର କରାଯାଇଥିବା ଏହି ପରୀକ୍ଷଣରେ ମୁଖ୍ୟ ଆକାଶଛତାରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ସଫଳ ପରୀକ୍ଷଣ ପରେ ହିଁ ଭାରତ ନିଜର ପ୍ରଥମ ହ୍ୟୁମାନ ସ୍ପେସ୍‌ ଫ୍ଲାଇଟ୍‌ ମିଶନରେ ପାରାଚ୍ୟୁଟକୁ ସାମିଲ କରିବ। ଇସ୍ରୋ ଏବଂ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂଗଠନ (ଡିଆର୍‌ଡିଓ) ମିଳିତ ଭାବେ ଉକ୍ତ ମିଶନ ଉପରେ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri