Posted inଜାତୀୟ

ପାରାଚ୍ୟୁଟ୍‌ରେ ଫେରିବେ ମହାକାଶଚାରୀ

ଲକ୍ଷ୍ନୌ,୨୧।୧୧: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଗଗନୟାନ ମିଶନକୁ ସଫଳ କରିବା ଦିଗରେ ଆଗେଇ ଚାଲିଛି। ୧୦,୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ସ୍ପେସ୍‌କ୍ରାଫ୍ଟ ମିଶନ ୨୦୨୪ରେ ଶେଷ ହେବା ନେଇ ବୈଜ୍ଞାନିକମାନେ ଆଶାବାଦୀ। ଗଗନୟାନ ମିଶନର ସଫଳ ରୂପାୟନ ଲାଗି କାର୍ଯ୍ୟ କରୁଥିବା ଇସ୍ରୋ ଶନିବାର ମେନ୍‌ ପାରାଚ୍ୟୁଟ ଏୟାରଡ୍ରପ୍‌ ଟେଷ୍ଟ୍‌ (ଆଇଏମ୍‌ଏଟି) କରିଛି।

ଏହି ପାରାଚ୍ୟୁଟ ଜରିଆରେ ମହାକାଶଚାରୀମାନେ ସ୍ପେସ୍‌ରୁ ପୃଥିବୀରେ ଅବତରଣ କରିବେ। ଇସ୍ରୋ ପକ୍ଷରୁ ଉତ୍ତର ପ୍ରଦେଶ ଝାନ୍ସିର ବବିନା ଫିଲ୍ଡ ଫାୟାର୍‌ ରେଞ୍ଜ (ବିଏଫ୍‌ଏଫ୍‌ଆର୍‌)ରେ ଆଇଏମ୍‌ଏଟିର ଟେଷ୍ଟ୍‌ କରାଯାଇଛି। ବିକ୍ରମ ସାରାଭାଇ ସ୍ପେସ୍‌ ସେଣ୍ଟର (ଭିଏସ୍‌ଏସ୍‌ସି) ଏହି ସ୍ବତନ୍ତ୍ର ଆକାଶଛତାକୁ ତିଆରି କରିଛି। କ୍ରିଉ ମଡେଲ ମାସ୍‌ (ମହାକାଶକୁ ରକେଟ୍‌ ପ୍ରେରଣ ପରେ ପୃଥିବୀକୁ ଫେରୁଥିବା ଅଂଶ)ର ଓଜନ ସହିତ ଏହାର ଓଜନ ସମାନ । ଏହି ପାରାଚ୍ୟୁଟ ସାହାଯ୍ୟରେ ମହାକାଶଚାରୀମାନେ ପୃଥିବୀ ପୃଷ୍ଠରୁ ୨.୫ କିଲୋମିଟର ଉପରେ ଆସି ପହଞ୍ଚିବା ପରେ ଏୟାରଫୋର୍ସର ଆଇଏଲ୍‌- ୭୬ ଏୟାରକ୍ରାଫ୍ଟ ଦ୍ୱାରା ଅଷ୍ଟ୍ରୋନଟ୍‌ମାନେ ପୃଥିବୀ ପୃଷ୍ଠକୁ ଆସିବେ ବୋଲି ଇସ୍ରୋ କହିଛି।

ମୋଟ ୧୦ଟି ପାରାଚ୍ୟୁଟକୁ ମିଶାଇ ଏହି ସ୍ବତନ୍ତ୍ର ଆକାଶଛତା ତିଆରି କରାଯାଇଛି। ଗଗନୟାନରେ ବ୍ୟବହାର ହେବାକୁ ଥିବା ପାରାଚ୍ୟୁଟର ବେଗ ନିୟନ୍ତ୍ରଣ କ୍ଷମତା ରହିିଛି। ୧୦ଟି ଆକାଶଛତା ମଧ୍ୟରୁ ୩ଟି ପାରାଚ୍ୟୁଟ ମହାକାଶଚାରୀଙ୍କୁ ପୃଥିବୀକୁ ଫେରାଇ ଆଣିବାକୁ ସକ୍ଷମ। ଶନିବାର କରାଯାଇଥିବା ଏହି ପରୀକ୍ଷଣରେ ମୁଖ୍ୟ ଆକାଶଛତାରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ସଫଳ ପରୀକ୍ଷଣ ପରେ ହିଁ ଭାରତ ନିଜର ପ୍ରଥମ ହ୍ୟୁମାନ ସ୍ପେସ୍‌ ଫ୍ଲାଇଟ୍‌ ମିଶନରେ ପାରାଚ୍ୟୁଟକୁ ସାମିଲ କରିବ। ଇସ୍ରୋ ଏବଂ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂଗଠନ (ଡିଆର୍‌ଡିଓ) ମିଳିତ ଭାବେ ଉକ୍ତ ମିଶନ ଉପରେ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

ଗୁଗୁଲ ସର୍ଚ୍ଚର ସମସ୍ତ ରେକର୍ଡ ଭାଙ୍ଗିଲା ଉତ୍ତରାଧିକାର ଟ୍ୟାକ୍ସ, ସାମ ପିଟ୍ରୋଡାଙ୍କୁ ବି କରିଛନ୍ତି ଖୁବ ସର୍ଚ୍ଚ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ, ଭାରତୀୟ ବିଦେଶ କଂଗ୍ରେସ ସଭାପତି ସାମ ପିଟ୍ରୋଡାଙ୍କ ଉତ୍ତରାଧିକାର ଟ୍ୟାକ୍ସ ସମ୍ପର୍କରେ ଦେଇଥିବା ବିବୃତ୍ତି ଉପରେ ରାଜନୀତି ବନ୍ଦ ହେଉନାହିଁ। ଗୁରୁବାର (ଏପ୍ରିଲ...

‘କାନ ଖୋଲି ଶୁଣି ନିଅ, ଯେପର୍ଯ୍ୟନ୍ତ ମୋଦି ବଞ୍ଚିଛନ୍ତି’

ନୂଆଦିଲ୍ଲୀ,୨୫ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଶୁକ୍ରବାର ଉତ୍ତରପ୍ରଦେଶର ୮ଟି ଆସନରେ ଅନୁଷ୍ଠିତ ହେବ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri