ଅସ୍ତମିତ ଅସ୍ମିତା

ଦୁବଂଶ ଧ୍ବଂସ ମୂଳରେ ଥିଲା କୋକୁଆ। ବାସ୍ତବରେ କୋକୁଆର ସ୍ବରୂପ କେହି ଦେଖି ନ ଥିଲେ। କୋକୁଆ କୌଣସି ଜୀବ ବା ଜୀବାଣୁ ନ ଥିଲା। ଜନମୁଖରେ କେବଳ କୋକୁଆ ଶୁଭୁଥିଲା। ପରସ୍ପର ମଧ୍ୟରେ କୋକୁଆ କୋକୁଆ ଶବ୍ଦ ସହ ଗଣ୍ଡଗୋଳ ଏପରି ବ୍ୟାପକ ହେଲା ଯେ ସମ୍ପୂର୍ଣ୍ଣ ଯଦୁ କୁଳ ଧ୍ୱଂସ ହୋଇଗଲା। ଠିକ୍‌ ସେହିପରି ଗତ ସାଧାରଣ ନିର୍ବାଚନରେ ‘ଅସ୍ମିତା’ ଶବ୍ଦଟି ଏତେ ପ୍ରଭାବଶାଳୀ ହେଲା ଯେ ଦୀର୍ଘ ଚବିଶ ବର୍ଷର ଶାସନକୁ ରାଜ୍ୟରେ ପରାଜୟର ସ୍ବାଦ ଦେଇ ଲୋକ ସଭାର ସଭ୍ୟ ସଂଖ୍ୟା ଶୂନ ହୋଇଗଲା। ଯଦି ଅସ୍ମିତାର ସ୍ବରୂପ ଓ ଏହାର ପ୍ରୟୋଗ ସମ୍ପର୍କରେ ପ୍ରଶ୍ନ କରାଯାଏ, ତେବେ ତା’ର ଉତ୍ତର ପାଇଁ ଅନେକ ପ୍ରଶ୍ନ ମଧ୍ୟ ସୃଷ୍ଟି ହେବ। କିଛିଦିନ ଧରି ରାଜନୈତିକ ବ୍ୟକ୍ତିଙ୍କ ଠାରୁ ସାମାଜିକ ଗଣମାଧ୍ୟମରେ ଓ ସଭାସମିତିରେ ଏହି ଶବ୍ଦର ଢେର ପ୍ରୟୋଗ ଚାଲିଛି। ପ୍ରତ୍ୟେକ କଥାରେ ସେଇ ଅସ୍ମିତାର ଉଚ୍ଚାରଣ । କିନ୍ତୁ ଅସ୍ମିତା କାହାକୁ କୁହନ୍ତି ତା’ର ତର୍ଜମା ହେଉନାହିଁ। ଅସ୍ମିତାର ଆଭିଧାନିକ ଅର୍ଥ ହେଉଛି ‘ଅହଂବର୍ଜିତ ସ୍ବାଭିମାନ’। ବିବେକାନୁମୋଦିତ ସ୍ବାଭିମାନ ହିଁ ଅସ୍ମିତା। ଏହା ସତ୍ୟ ଯେ ଆମେ ଯଦି ଆମ ରାଜ୍ୟର ଅତୀତଠାରୁ ଆଜି ପର୍ଯ୍ୟନ୍ତ ଅନେକ ଆଲୋଚିତ ଓ ଅନାଲୋଚିତ ତଥ୍ୟକୁ ତର୍ଜମା କରିବା ତେବେ ଏହା ନିଶ୍ଚିତ ହେବ ଯେ ଆମର କଳୁଷିତ ଲୋକଚରିତ୍ର ପାଇଁ ଆମେ ଆମ ଅସ୍ମିତାକୁ ହତ୍ୟା କରିସାରିଛେ କିମ୍ବା ଅସ୍ମିତା ଆମ ପାଇଁ ଅସ୍ତମିତ ହୋଇଯାଇଛି। ସେଇ ଅସ୍ତମିତ ଅସ୍ମିତାର ପୁନଃ ଉଦୟ ା ମୃତ ଅସ୍ମିତାର ପୂର୍ବଜନ୍ମ ପାଇଁ ଆମେ କାୟ ମନ ବାକ୍ୟ ଓ ବିବେକର ପୁନଃ ଜାଗରଣ କରିପାରିଲେ ହୁଏତ ସେଇ ଅସ୍ମିତା କିଛି ମାତ୍ରାରେ ଜାଗରଣ ହୋଇପାରେ।
ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟର ମାନ୍ୟତା ଓଡ଼ିଶା ହିଁ ପାଇଥିଲା। କିନ୍ତୁ ରାଜ୍ୟର ଅନେକ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ପଡ଼ୋଶୀ ରାଜ୍ୟକୁ ଟେକି ଦିଆଗଲା। ବିଖଣ୍ଡିତ ରାଜ୍ୟ ପାଇବା ସତ୍ତ୍ୱେ ଆମେ ଓଡ଼ିଶାର ଗଜପତି କପିଳେନ୍ଦ୍ର ଦେବ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ପ୍ରକାଣ୍ଡ ଭୂଖଣ୍ଡର ଅଧିକାରୀ ଥିଲେ ବୋଲି ଦମ୍ଭୋକ୍ତି ଦେଖାଇବା କେଉଁ ଅସ୍ମିତା? ନଅଙ୍କ ଦୁର୍ଭିକ୍ଷ ବେଳେ ଛତରରେ ନ ଖାଇ ଏବଂ ସରକାରୀ ସହାୟତାକୁ ପ୍ରତ୍ୟାଖ୍ୟାନ କରି ମୃତ୍ୟୁକୁ ଶ୍ରେୟମଣି ଛତରଖିଆ ହୋଇ ନ ଥିବା ଏଇ ଜାତିର ଦାୟାଦ ଯଦି ନିଜ ଆତ୍ମୀୟଙ୍କ ଶବଦାହ ପାଇଁ ହରିଶ୍ଚନ୍ଦ୍ର ଯୋଜନାର ସହାୟତା ନିଏ ଏବଂ ଏକାଧିକ ରୋଜଗାରକ୍ଷମ ପୁଅଙ୍କ ମାତାପିତା ପୁଅମାନେ ପଚାରୁନାହାନ୍ତି ବୋଲି ସତ୍ୟପାଠ ଦାଖଲ କରି ବାର୍ଦ୍ଧକ୍ୟ ଭତ୍ତା ପାଇଁ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୁଅନ୍ତି ତେବେ ଆମର ଅସ୍ମିତା କାହାକୁ କହିବା। ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ। ଯଦି ଆମର ଚାଷଜମିକୁ ବିଦେଶୀ କମ୍ପାନୀକୁ ଟେକିଦେଇ ତା’ ଅଧୀନରେ ଚପରାସୀ ପଦବୀରେ ନିଯୁକ୍ତି ପାଇଁ ଆନ୍ଦୋଳନ କରିବା ବୋଧହୁଏ ଆମ ଅସ୍ମିତା। ଅନେକ ଲୋକଙ୍କ ଆତ୍ମବଳିଦାନ ଓ ଦୀର୍ଘଦିନର ସଂଗ୍ରାମ ପରେ ଆମଦେଶ ସ୍ବାଧୀନ ହେଲା। ଯେଉଁମାନେ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇ କାରାବରଣ କରିଥିଲେ, ସେମାନଙ୍କୁ ସରକାରୀ ପେନ୍‌ସନ ମିଳିଲା। କିନ୍ତୁ ଅନେକ ସଚ୍ଚା ସ୍ବାଧୀନତା ସଂଗ୍ରାମୀ ତାହା ଗ୍ରହଣ କରି ନ ଥିଲେ। ମାତ୍ର ଅନେକ ବ୍ୟକ୍ତି ଜେଲ ଯାଇଥିବା ପ୍ରମାଣ ନ ଥିବା ସତ୍ତ୍ୱେ ପେନ୍‌ସନ ପ୍ରାପ୍ତ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରଦତ୍ତ ପ୍ରମାଣ ପତ୍ର ଆଧାରରେ ପେନ୍‌ସନ ପାଇଲେ। ଏହାପରେ ସଂଗ୍ରାମରେ ସଂଶ୍ଳିଷ୍ଟ ହୋଇଥିବା ଦାବିକରି କିଛି ବ୍ୟକ୍ତି ଅଣବନ୍ଦୀ ସ୍ବାଧୀନତା ସଂଗ୍ରାମୀ ଭତ୍ତା ପାଇଁ ଦାବି ଓ ଆନ୍ଦୋଳନ କରିବା ଏବଂ କିଛି ବ୍ୟକ୍ତି ସ୍ବାଧୀନତା ସଂଗ୍ରାମୀ ଉତ୍ତର ଦାୟାଦ ଭାବରେ ସରକାରୀ ସୁବିଧା ଦାବି କରିବା କ’ଣ ଆମ ଜାତି ବା ରାଜ୍ୟର ଅସ୍ମିତା? ସ୍ବର୍ଗତ ନବକୃଷ୍ଣ ଚୌଧୁରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା ଯାହା କି ବହୁ ମତରେ ଅଗ୍ରାହ୍ୟ ହୋଇଥିଲା। କିନ୍ତୁ ଶାସକ ଦଳର ଦୁଇଜଣ ସଦସ୍ୟଙ୍କ ବିପରୀତ ଆଚରଣରେ ସେ ମର୍ମାହତ ହୋଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏବଂ ପୁରୀ ତାଳଚେର ପାସେଞ୍ଜର ଗାଡ଼ିର ତତ୍କାଳୀନ ତୃତୀୟ ଶ୍ରେଣୀ ଡବାରେ ନିଜ ଲୁଗାପଟା ନେଇ ଢେଙ୍କାନାଳର ବାଜି ରାଉତ ଛାତ୍ରାବାସକୁ ଚାଲିଗଲେ। ଜୀବଦ୍ଦଶାରେ ସେ ରାଜନୀତିକୁ ଫେରି ନ ଥିଲେ। ଏବେ ଆମେ ଅସ୍ମିତା କାହାକୁ କହିବା?

ଆଖୁ, ଝୋଟ, କପାଚାଷରେ ଅଗ୍ରଣୀ ରାଜ୍ୟର ମାନ୍ୟତା ପାଇଥିବା ଆମ ରାଜ୍ୟରେ ଉତ୍ପାଦିତ ହେଉଥିବା ବାରିପଦା ଗଞ୍ଜି, କୋଣାର୍କ ଝୋଟ କଳ, ଓଟିଏମ୍‌ ଲୁଗା, ନୂଆ ପାଟଣାର ଖଣ୍ଡୁଆ ପାଟ, ଖୋର୍ଦ୍ଧା ଲୁଙ୍ଗି ଗାମୁଛା ଏକଦା ଦେଶରେ ପ୍ରସିଦ୍ଧିଲାଭ କରିଥିବା କୋଣାର୍କ ଟିଭି,ଏଚ୍‌ଏମ୍‌ଟି ଘଣ୍ଟା, ଅଏଲ ଓଡ଼ିଶା,ଏକାଧିକ ଚିନିକଳ ବନ୍ଦ କରି ବା କରାଇ ଆମ ରାଜ୍ୟର କୁଶଳୀ କାରିଗରମାନଙ୍କୁ ପଡ଼ୋଶୀ ରାଜ୍ୟକୁ କର୍ମ ସଂସ୍ଥାନ ପାଇଁ ବାଟ ସଫା କରିବା ଏବଂ ଏ ସମସ୍ତ ଜିନିଷ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବା ବୋଧହୁଏ ଆମର ଅସ୍ମିତା। ଦେଶ ସ୍ବାଧୀନ ପରେ ଆମ ରାଜ୍ୟର ଉତ୍ପାଦିତ ଲୁଣ ପଡ଼ୋଶୀ ରାଜ୍ୟରେ ବ୍ୟବହୃତ ହେଉଥିଲା। ଏହା ଅନେକଙ୍କ ପାଇଁ ଜୀବିକାର୍ଜନର ମାଧ୍ୟମ ମଧ୍ୟ ହୋଇଥିଲା। ଏବେ ସେ ଦେଶୀଲୁଣ ବିଲୁପ୍ତ ହୋଇଯାଇଛି। ଏବେ ଆମରି ଲୁଣ ଆମେ କମ୍ପାନୀ ପ୍ରସ୍ତୁତ ଆୟୋଡିନ ଲୁଣ ଭାବରେ ଉଚ୍ଚ ଦରରେ କିଣିବାକୁ ବାଧ୍ୟ ହେଉଥିବା ବୋଧହୁଏ ଆମର ଅସ୍ମିତା। ଆମ ରାଜ୍ୟରେ ଅନେକ ଚିର ସ୍ମରଣୀୟ ଲେଖକଙ୍କର ଲେଖନୀ ନିଃସୃତ ଚମ୍ପୂ, ଛାନ୍ଦ ରାଗ ରାଗିଣୀରେ ଭରପୂର କାଳଜୟୀ କବିତା ଏବେ ଅବଲୁପ୍ତ। ତା’ର ସ୍ଥାନ ନେଇଛି ରସ ଗନ୍ଧହୀନ ଗୀତିକବିତା ଏବଂ ଲେଖକଙ୍କ ଧନ ବା କ୍ଷମତା ବଳ ଆଧାରରେ ତା’ର ମାନଦଣ୍ଡ ମଧ୍ୟ ଉନ୍ନତ ହୋଇଯାଉଛି। ଏଠାରେ ଆମେ ଅସ୍ମିତା କାହାକୁ କହିବା? ପାଇକ ବିଦ୍ରୋହ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ବିଳମ୍ବରେ ହେଲେ ବି ସୀକୃତ ହୋଇଛି। କିନ୍ତୁ ପର ପିଢ଼ିଙ୍କ ସୂଚନା ବା ଗବେଷଣା ପାଇଁ ସ୍ମାରକୀ ନିର୍ମାଣ ଏଯାବତ୍‌ ହୋଇପାରି ନାହିଁ। ତେଣୁ ଶେଷରେ ଏତିକି କୁହାଯାଇପାରେ ଯେ ଅସ୍ମିତା ଜାଗରଣ ପରିବର୍ତ୍ତେ ତା’ର ସମାଧି ଉପରେ ଠିଆହୋଇ ଆମର ଅସ୍ମିତା ଅସ୍ମିତା ଚିତ୍କାର କେବଳ ଓଡ଼ିଆଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ଦିଷ୍ଟ ଏଥିରେ ସନ୍ଦେହ ନାହିଁ।

୧୧୩- ଗୁଣ୍ଡିଚା ବିହାର, ପୁରୀ
ମୋ- ୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?