Posted inଜାତୀୟ

ଅକ୍ସିଜେନ ଅଭାବରୁ କାହାକୁ ମରିବାକୁ ଦେବୁ ନାହିଁ – କେଜରିଓ୍ବାଲ

ନୂଆଦିଲ୍ଲୀ, ୬ା୫ : ଯଦି କେନ୍ଦ୍ର ସରକାର ଆମକୁ ଆବଶ୍ୟକ ପରିମାଣର (ପ୍ରତ୍ୟେକ ଦିନ ୭୦୦ ଟନ) ଅକ୍ସିଜେନ ଯୋଗାନ୍ତି, ତେବେ ଦିଲ୍ଲୀରେ ଅକ୍ସିଜେନ ଅଭାବରୁ କାହାରି ମୃତ୍ୟୁ ହୁଅନ୍ତା ନାହଁି। ଆମେ ୯ରୁ ସାଢ଼େ ୯ ହଜାର ଅକ୍ସିଜେନ ବେଡ୍‌ ପ୍ରସ୍ତୁତ କରନ୍ତୁ। ଯାହା ଫଳରେ ଦିଲ୍ଲୀରେ ଅକ୍ସିଜେନ ଅଭାବରୁ କାହାରି ମୃତ୍ୟୁ ହେବ ନାହିଁ ବୋଲି ଆଶ୍ୱାସନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ।

କରୋନା ମହାମାରୀ ସମୟରେ କେନ୍ଦ୍ର ସରକାର ରାଜ୍ୟ ଓ ରାଜଧାନୀ ଭଳି କେନ୍ଦ୍ର ଶାସିତ ଅଞ୍ଚଳକୁ ମେଡିକାଲ ଅକ୍ସିଜେନ ଯୋଗାଇ ପାରୁ ନାହାନ୍ତି। ଯଦ୍ଦ୍ବାରା ଅକ୍ସିଜେନ ଅଭାବରୁ ବିଭିନ୍ନ ରାଜ୍ୟରେ ଲୋକଙ୍କ ମୃତ୍ୟୁ ହେଉଥିବା ଦୃଷ୍ଟାନ୍ତ ରହିଛି। ବହୁ ସଂଖ୍ୟାରେ ଲୋକମାନେ ମେଡିକାଲ ବେଡ୍‌ କିମ୍ବା ଅକ୍ସିଜେନକୁ ଅପେକ୍ଷା କରି ଆମ୍ବୁଲାନ୍ସରେ ପ୍ରାଣ ହରାଉଛନ୍ତି। ଏତେ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହେଉଥିବାରୁ ଶବଗୃହ ଓ ଶବଦାହ କେନ୍ଦ୍ର ଉପରେ ପ୍ରବଳ ଚାପ ପଡ଼ୁଛି।

ଦିଲ୍ଲୀ ସରକାରଙ୍କ ଅନୁଯାୟୀ, ଦିଲ୍ଲୀକୁ ଆବଶ୍ୟକ ଥିବା ଅକ୍ସିଜେନ ପରିମାଣର ଏପର୍ଯ୍ୟନ୍ତ ଅଧା ମିଳୁଛି। କିନ୍ତୁ କେନ୍ଦ୍ର ସରକାର ଭାଜପା ଶାସିତ ଉତ୍ତର ପ୍ରଦେଶ ଓ ହରିୟାଣା ଭଳି ପଡ଼ୋଶୀ ରାଜ୍ୟକୁ ପ୍ରାଥମିକତା ଦେଉଛନ୍ତି। ଅକ୍ସିଜେନ ଅଭାବ ଯୋଗୁ ହସ୍ପିଟାଲଗୁଡ଼ିକ କମାଇ ଦେଇଛନ୍ତି ସେମାନଙ୍କ ବେଡ୍‌ ସଂଖ୍ୟା। ମୁଁ ସେମାନଙ୍କୁ ଅନୁରୋଧ କରୁଛି ଦକ୍ଷତାନୁସାରେ ବେଡ୍‌ ସଂଖ୍ୟା ବଢ଼ାଇ ଦିଅନ୍ତୁ। ଆଶା କରୁଛି, ପ୍ରତ୍ୟେକ ଦିନ ଆମକୁ ୭୦୦ ଟନ ଅକ୍ସିଜେନ ମିଳିବ ବୋଲି କେଜରିଓ୍ବାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାବିବୋହୂଙ୍କ ଫଟୋ ଶେୟାର କଲେ ନବଜୋତ ସିଦ୍ଧୁ

ଚଣ୍ଡିଗଡ,୨୭।୬: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ସୋମବାର ତାଙ୍କ ଭାବିବୋହୂଙ୍କୁ ପରିଚିତ କରାଇବା ସହ ଟୁଇଟରରେ ଫଟୋ ମଧ୍ୟ ଶେୟାର କରିଛନ୍ତି। ସିଦ୍ଧୁ ଏକ...

ଯୁବକଙ୍କ କାନରୁ ବାହାରିଲେ ୧୦ ଅସରପା

ନୂଆଦିଲ୍ଲୀ: ଚାଇନାରେ ଜଣେ ଲୋକଙ୍କ କାନରୁ ବାହାରିଛି ୧୦ ଅସରପା। ଯୁବକଙ୍କ କାନରେ ପ୍ରବଳ କଷ୍ଟ ଅନୁଭବ ହେବାରୁ ସେ ଡାକ୍ତରଙ୍କ ପାଖକୁ ଯାଇ ଦେଖାଇଥିଲେ।...

‘ଚାଇନା ଉପରେ ଆଲୋଚନା ହେଉ, ଏହାର ମୂଳୋତ୍ପାଟନ କରାଯାଉ’: ଓଓ୍ବାଇସି

ନୂଆଦିଲ୍ଲୀ,୧୦।୮: ମୋଦି ସରକାର ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳରେ ପ୍ରଥମ ଥର ଲାଗି ଗୁରୁବାର ଅନାସ୍ଥା ପ୍ରସ୍ତାବର ସାମ୍ନା କରିବାକୁ ଯାଉଛନ୍ତି। ଗୁରୁବାର ଦ୍ୱିତୀୟ କାର୍ଯ୍ୟକାଳରେ ମୋଦି...

ମାଙ୍ଗାଲୁରୁ ଅଟୋରିକ୍ସା ବିସ୍ଫୋରଣରେ ଆତଙ୍କବାଦୀ ଲିଙ୍କ୍‌

ମାଙ୍ଗାଲୁରୁ,୨୦।୧୧: କର୍ନାଟକ ମାଙ୍ଗାଲୁରୁରେ ଶନିବାର ଘଟିଥିବା ଅଟୋରିକ୍ସା ବିସ୍ଫୋରଣ ଘଟଣାରେ ଆତଙ୍କବାଦୀ ଲିଙ୍କ୍‌ ରହିଥିବା ଜଣାପଡିଛି। କର୍ନାଟକ ପୋଲିସ ଡିଜି ପ୍ରବୀଣ ସୁଦ୍‌ ଏହି ସୂଚନା...

ସ୍ବାମୀଙ୍କ ହତ୍ୟାକାରୀ ସ୍ତ୍ରୀର ଷଡ଼ଯନ୍ତ୍ର ଜାଣି ଚକିତ ହୋଇଗଲା ପୋଲିସ

ଫରିଦାବାଦ୍‌, ୮ା୨- ଏକ ସୁପରିକଳ୍ପିତ ହତ୍ୟାକାଣ୍ଡର ପର୍ଦ୍ଦା ଫାସ କରିଛି ଡାବୁଆ ପୋଲିସ। ଜାନୁୟାରୀ ୨୮ ତାରିଖରେ ଦିଲ୍ଲୀ ଏନ୍‌ସିଆର ସିଟିର ଡାବୁଆ ଅଞ୍ଚଳର ଡ୍ରେନରୁ...

ହାତ ନ ଭାଙ୍ଗି ପାରୁଛ ଯଦି ଗୋଡ଼ ଭାଙ୍ଗିଦିଅ, ଜାମିନ କରାଇଦେବି, ବିଧାୟକଙ୍କ ଧମକ…

ମୁମ୍ବାଇ, ୧୬।୮ : ଉଦ୍ଧବ ଠାକରେଙ୍କ ଶିବସେନାରୁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଗୋଷ୍ଠୀରେ ଯୋଗ ଦେଇଥିବା ବିଧାୟକ ପ୍ରକାଶ ସୁର୍ଭେ ତାଙ୍କ ସମର୍ଥକଙ୍କୁ ଶିବ ସୈନିକଙ୍କ...

ରାସନ କାର୍ଡଧାରୀଙ୍କୁ ମିଳିପାରେ ଆଉ ୧ କିଲୋ ଅଧିକ ଗହମ, ଚିନି, ଚାଉଳ

ନୂଆଦିଲ୍ଲୀ,୩।୬: ଖୁବ୍‌ଶୀଘ୍ର ରାସନ କାର୍ଡଧାରୀଙ୍କୁ ଅଧିକ ୧ କିଲୋ ଚାଉଳ, ଚିନି ଓ ଗହମ କେନ୍ଦ୍ର ସରକାର ଦେଇପାରନ୍ତି ବୋଲି କୁହାଯାଉଛି। ଏହାମଧ୍ୟ ସବ୍‌ସିଡି ଦରରେ...

ବରୁଣ ଗାନ୍ଧୀ କରୋନା ପଜିଟିଭ୍‌…

ନୂଆଦିଲ୍ଲୀ, ୯।୧ : ଭାଜପା ଏମ୍‌ପି ବରୁଣ ଗାନ୍ଧୀଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଉତ୍ତରପ୍ରଦେଶରେ ନିର୍ବାଚନ ପ୍ରଚାର କରୁଥିବା ସମୟରେ ସେ...

Advertisement
Archives

Model This Week