ବିଧାନସଭାରେ ନବ ଝଡ଼

ଭୁବନେଶ୍ୱର,୧୧ା୩(ବ୍ୟୁରୋ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡକୁ ମାସେରୁ ଊର୍ଦ୍ଧ୍ୱ ସମୟ ବିତିଗଲାଣି। ତଦନ୍ତର ଦିଗ କେଉଁଆଡ଼େ ଯାଉଛି ତାହା ଜଣାପଡୁ ନାହିଁ। ଏ ପର୍ଯ୍ୟନ୍ତ ହତ୍ୟାର କାରଣ ମଧ୍ୟ ଲୋକଲୋଚନକୁ ଆସିପାରିଲା ନାହିଁ। ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ଉପରେ ଭରସା ନାହିଁ। ଏହାର ତଦନ୍ତ ଭାର ସିବିଆଇକୁ ଦିଆଯାଉ ଏବଂ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ଏଭଳି ଦାବି କରି ବିରୋଧୀ କଂଗ୍ରେସ ଓ ଭାଜପା ସଦସ୍ୟମାନେ ବିଧାନସଭାରେ ହୁଲସ୍ଥୂଲ କରିଛନ୍ତି।
ଶୁକ୍ରବାରଠାରୁ ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ତେବେ ଆରମ୍ଭରୁ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ତଦନ୍ତକୁ ନେଇ ବିରୋଧୀ ଦଳ ବିଧାନସଭାରେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ବିରୋଧୀଙ୍କ ହୋହଲ୍ଲାରେ ବିଧାନସଭାର ଦିନତମାମ କାର୍ଯ୍ୟକ୍ରମ ବରବାଦ ହୋଇଯାଇଛି। ପ୍ରଶ୍ନୋତ୍ତର, ଶୂନ୍ୟକାଳ, ମୁଲତବୀ ଆଲୋଚନା ବାଏଁ ବାଏଁ ଉଡ଼ିଯାଇଛି। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ବିଭିନ୍ନ ପର୍ଯ୍ୟାୟରେ ଗୃହକୁ ଆସନ୍ତା ସୋମବାର ପୂର୍ବାହ୍ନ ୧୦ଟା ୩୦ ମିନିଟ ଯାଏ ମୁଲତବୀ ଘୋଷଣା କରିଛନ୍ତି।
ଶୁକ୍ରବାର ପୂର୍ବାହ୍ନ ୧୦ଟା ୩୦ ମିନିଟରେ ବିଧାନସଭା ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରିବା ମାତ୍ରେ କଂଗ୍ରେସ ସଦସ୍ୟମାନେ ଆଇନ ଶୃଙ୍ଖଳା, ନବ ଦାସ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଗୃହର ମଧ୍ୟଭାଗକୁ ଆସି ପାଟିତୁଣ୍ଡ କରିଥିଲେ। ଭାଜପା ସଦସ୍ୟମାନେ ମଧ୍ୟ ନବ ଦାସ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କରି ହୋହଲ୍ଲା କରିଥିଲେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବାଚସ୍ପତି ବିରୋଧୀ ଦଳ ସଭ୍ୟମାନଙ୍କୁ ଅନୁରୋଧ କରିଥିଲେ। ତେବେ ଏହାର ପ୍ରଭାବ ସେମାନଙ୍କ ଉପରେ ଆଦୌ ପଡ଼ି ନ ଥିଲା। ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ଶିଳ୍ପମନ୍ତ୍ରୀ ପ୍ରତାପ ଦେବଙ୍କୁ ବିଜେଡି ସଭ୍ୟ ପ୍ରଦୀପ କୁମାର ଦିଶାରୀଙ୍କ ପ୍ରଶ୍ନ ନଂ. ୨୮୧ର ଉତ୍ତର ଦେବାକୁ ଡାକିଥିଲେ। ପ୍ରଶ୍ନ ଥିଲା, କଳାହାଣ୍ଡି ଜିଲାରେ କେତୋଟି ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ଅନୁମୋଦନ କରିଛନ୍ତି। ଏଥିପାଇଁ କେତେ ଟଙ୍କାର ନିବେଶ ପ୍ରସ୍ତାବ ରହିଛି। ଲାଞ୍ଜିଗଡ଼ ନିର୍ବାଚନମଣ୍ଡଳୀରେ ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା ପାଇଁ ସରକାରଙ୍କ ପ୍ରସ୍ତାବ ଅଛି କି। ମନ୍ତ୍ରୀ ଉତ୍ତରରେ କହିଥିଲେ, କଳାହାଣ୍ଡି ଜିଲାରେ ୮ଟି ବୃହତ୍‌ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟସ୍ତରୀୟ ସିଙ୍ଗଲ୍‌ ଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟି ଅନୁମୋଦନ କରିଛନ୍ତି। ଲାଞ୍ଜିଗଡ଼ରେ ଇଣ୍ଡଷ୍ଟ୍ର୍ରିଆଲ ପାର୍କ ପ୍ରତିଷ୍ଠା ପାଇଁ ବର୍ତ୍ତମାନ କୌଣସି ବ୍ୟବସ୍ଥା ନାହିଁ। ଅନ୍ୟପକ୍ଷରେ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ଗୃହକୁ ୧୦ଟା ୩୨ରୁ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ୧୧ଟା ୩୦ ମିିନିଟରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁଣି ବିରୋଧୀ ଦଳ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ପାଟିତୁଣ୍ଡ କରିଥିଲେ। ହଟ୍ଟଗୋଳ ମଧ୍ୟରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ବିଷୟରେ ଗୃହରେ ଘୋଷଣା କରିଥିଲେ। ଏହା ପରେ ଗୃହ ସ୍ବାଭାବିକ ନ ହେବାରୁ ବାଚସ୍ପତି ଗୃହକୁ ୧୧ଟା ୩୭ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଅପରାହ୍ନରେ ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଥିଲା। ବାଚସ୍ପତି ଗୃହକୁ ସ୍ବାଭାବିକ କରିବାକୁ ସର୍ବଦଳୀୟ ବୈଠକ ଡାକିଥିଲେ। ତେବେ ସର୍ବଦଳୀୟ ବୈଠକରେ କୌଣସି ସହମତି ହୋଇପାରି ନ ଥିଲା। ବିରୋଧୀ କଂଗ୍ରେସ ଓ ଭାଜପା ସଦସ୍ୟମାନେ ପୁଣି ହୋହଲ୍ଲା କରିଥିଲେ। ହଟ୍ଟଗୋଳ ମଧ୍ୟରେ ଗୃହରେ ବିଭିନ୍ନ ବିଭାଗର ପେପର ଉପସ୍ଥାପନ କରାଯାଇଥିଲା। ହୋହଲ୍ଲା ନ କମିବାରୁ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ସୋମବାର ପୂର୍ବାହ୍ନ ୧୦ଟା ୩୦ ମିିନିଟ ଯାଏ ମୁଲତବୀ ଘୋଷଣା କରିଛନ୍ତି।
ଗୃହ ଅଚଳ ନେଇ ଶାସକ ଦଳ ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି। ବିଜେଡି ବିଧାୟକ ନୃସିଂହ ସାହୁ କହିଛନ୍ତି, ଯେଉଁ ପ୍ରସଙ୍ଗରେ ଗୃହରେ ଆଲୋଚନା ହୋଇଛି ସେ ନେଇ ଗୃହରେ ଦାବି କରିବା ଉଚିତ ନୁହେଁ। ପାଟିତୁଣ୍ଡ ଯୋଗୁ ଆମେ ଆମର ନିର୍ବାଚନମଣ୍ଡଳୀ ସମସ୍ୟା ବିଷୟ ଉତ୍‌ଥାପନ କରିପାରୁନାହୁଁ। ଅଯଥା ପ୍ରସଙ୍ଗରେ ଗୃହରେ ନାରାବାଜି ଯୋଗୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ବାଧାପ୍ରାପ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?