ବିଧାନସଭା ଅଚଳ କଲା ଭାଜପା

ଭୁବନେଶ୍ୱର,୩।୧୨(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ପ୍ରଚାର ସରଗରମ ଥିବାବେଳେ ଚାଷୀ ପ୍ରସଙ୍ଗକୁ ଭାଜପା ହାତଛଡ଼ା କରିବାକୁ ଚାହୁଁନାହିଁ। ବିଧାନସଭା ବାହାରେ ଦଳ ପକ୍ଷରୁ ଆନ୍ଦୋଳନ କରାଯାଉଥିବା ବେଳେ ବିଧାନସଭାରେ ଭାଜପା ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି । ସରକାର ମିଲର ପାଇଁ ଦଲାଲି କରୁଛନ୍ତି। ଚାଷୀମାରଣ ନୀତି ସରକାର ବନ୍ଦ କରନ୍ତୁ ଅଭିଯୋଗ କରି ବିଧାନସଭା ପ୍ରଶ୍ନକାଳକୁ ଭାଜପା ସଦସ୍ୟମାନେ ଅଚଳ କରି ଦେଇଥିଲେ। ଅଚଳାବସ୍ଥା ଦୂର କରିବାକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ତାହା କାମ ଦେଇ ନ ଥିଲା। ଭାଜପା ସଦସ୍ୟମାନେ ଗୃହ କାର୍ଯ୍ୟରେ ଭାଗ ନ ନେଇ ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେଇଥିଲେ।
ଶୁକ୍ରବାର ୧୦ଟା ୩୦ ମିନିଟରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରିବା ମାତ୍ରେ ଭାଜପା ସଦସ୍ୟମାନେ ପୋଷ୍ଟର, ବ୍ୟାନର ଧରି ଗୃହର ମଧ୍ୟଭାଗରେ ହୋହଲ୍ଲା କରିଥିଲେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେବାକୁ ବାଚସ୍ପତି ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ଭାଜପା ସଦସ୍ୟମାନେ ନ ଶୁଣି ସ୍ଲୋଗାନରେ ବିଧାନସଭାକୁ କମ୍ପାଇ ଦେଇଥିଲେ। ଚାଷୀଙ୍କୁ ନ୍ୟାୟ ଦେବା ଆମର ଦାବି….ଆମର ଦାବି ସ୍ଲୋଗାନ ଦେଇ ହଟ୍ଟଗୋଳ କରିଥିଲେ। ପାଟିତୁଣ୍ଡ ମଧ୍ୟରେ ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ ପଚାରିଥିବା ପ୍ରଶ୍ନ ନଂ.୨୧୨ ଉତ୍ତର ଦେବାକୁ କହିଥିଲେ। ମନ୍ତ୍ରୀ ପାଟିତୁଣ୍ଡ ମଧ୍ୟରେ ଉତ୍ତର ପଢ଼ିଥିଲେ। ଅନ୍ୟପକ୍ଷରେ ଭାଜପା ସଦସ୍ୟମାନେ ସ୍ଲୋଗାନ ଦେଉଥିବାରୁ ଗୃହରେ ଏକ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରିସ୍ଥିତି ଅସମ୍ଭାଳ ହେବାରୁ ବାଚସ୍ପତି ବିଧାନସଭାକୁ ବାଧ୍ୟ ହୋଇ ୧୦.୩୪ମିନିଟରୁ ୧୧.୩୦ ମିନିଟ ଯାଏ ମୁଲତବୀ ଘୋଷଣା କରିଥିଲେ। ୧୧ଟା ୩୦ ମିନିଟରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ଭାଜପା ସଦସ୍ୟମାନେ ପୁଣି ହୋହଲ୍ଲା କରିଥିଲେ। ବାଚସ୍ପତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝିଙ୍କୁ କହିବାକୁ ସୁଯୋଗ ଦେଇଥିଲେ। ମୋହନ କହିଥିଲେ ଯେ ରାଜ୍ୟରେ ଚାଷୀଙ୍କର ଦୁଃଖ କହିଲେ ନ ସରେ। ପଦ୍ମପୁରରେ ଚାଷୀମାନେ ଧାରଣାରେ ବସିଛନ୍ତି। ବିଧାନସଭାରେ ଏ ପ୍ରସଙ୍ଗ ବାରମ୍ବାର ଉଠାଇଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍‌ ଯଦି ବାଚସ୍ପତି ଗୁରୁତ୍ୱପୂର୍ଣ୍ଣ କହୁଛନ୍ତି ବିଧାନସଭାରେ ମୁଖ୍ୟମନ୍ତ୍ରୀ, କୃଷିମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ସମବାୟ ମନ୍ତ୍ରୀ ନାହାନ୍ତି। ତେବେ ଏହା ଗୁରୁତ୍ୱପୂର୍ଣ୍ଣ ହେଲା କେମିତି। ବାଚସ୍ପତି କହିଲେ, ଚାଷୀ ପ୍ରସଙ୍ଗରେ ଆଲୋଚନା ପାଇଁ ପର୍ଯ୍ୟାପ୍ତ ସୁଯୋଗ ଦିଆଯାଇଛି। ଖର୍ଚ୍ଚଦାବି ଆଲୋଚନାରେ ଆପଣମାନେ ଭାଗ ନେଲେ ନାହିଁ। ଆଜି ମଧ୍ୟ ବ୍ୟୟମଞ୍ଜୁରୀ ବିଲ୍‌ରେ ଆଲୋଚନା ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବାଚସ୍ପତି ଅନୁରୋଧ କରିଥିଲେ। ମୋହନ କହିଥିଲେ, ଆମେ ଗୃହ କାର୍ଯ୍ୟରେ ଭାଗ ନେଇପାରିବୁ ନାହିଁ। ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିବୁ କହି ବିଧାନସଭା ବାହାରକୁ ଚାଲି ଯାଇଥିଲେ। ଭାଜପା ସଦସ୍ୟମାନଙ୍କୁ ଗୃହକୁ ଆଣିବାକୁ ବାଚସ୍ପତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଏବଂ ସରକାରୀ ଦଳ ମୁଖ୍ୟ ସଚେତକଙ୍କୁ ଗାନ୍ଧୀମୂର୍ତ୍ତି ନିକଟକୁ ପଠାଇଥିଲେ। ମାତ୍ର ଭାଜପା ସଭ୍ୟମାନେ ଗୃହକୁ ଆସି ନ ଥିଲେ। ବାଚସ୍ପତି ଗୃହକୁ ସ୍ବାଭାବିକ କରିବାକୁ ସର୍ବଦଳୀୟ ବୈଠକ ଡାକିଥିଲେ। ଏଥିପାଇଁ ଗୃହକୁ ୧୨ଟା ୧୮ ମିନିଟରୁ ୧୨ଟା ୪୦ ମିନିଟ ଯାଏ ମୁଲତବୀ କରିଥିଲେ। ଏହା ସତ୍ତ୍ୱେ ଭାଜପା ସଦସ୍ୟମାନେ ଗୃହକୁ ନ ଆସି ଗାନ୍ଧୀମୂର୍ତ୍ତି ନିକଟରେ ଧାରଣାରେ ବସିଥିଲେ। ଭାଜପା ସଦସ୍ୟଙ୍କ ବିନା ବିଧାନସଭାରେ ଖର୍ଚ୍ଚଦାବି ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?