ଚାଷୀଙ୍କୁ ନେଇ ବିଧାନସଭା ଘେରିଲା ଭାଜପା

ଭୁବନେଶ୍ୱର, ୩।୧୨(ବ୍ୟୁରୋ) : ଓଡ଼ିଶାର କୃଷକ ଓ କୃଷି ପ୍ରସଙ୍ଗରେ ଭାଜପାର ୧୫ଦିନ ଧରି ଚାଲିଥିବା ସତ୍ୟାଗ୍ରହ ଶୁକ୍ରବାର ଜୋର୍‌ଦାର ହୋଇଥିଲା। ଚାଷୀ ବିରୋଧୀ ରାଜ୍ୟ ସରକାରଙ୍କ ବିରୋଧରେ ହଜାର ହଜାର ଚାଷୀଙ୍କୁ ନେଇ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ସମାବେଶ କରିବା ସହ ବିଧାନସଭା ଘେରାଉ କରିଥିଲା। ଚାଷୀମାନେ ଗାନ୍ଧୀମାର୍ଗରେ ଟ୍ରାକ୍ଟର, ହଳ ଲଙ୍ଗଳ ଓ ଶଗଡ଼ ଧରି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ମାଷ୍ଟରକ୍ୟାଣ୍ଟିନରୁ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜିରେ ବିଧାନସଭା ଅଭିମୁଖେ ଯାଇ ନାନା ନାରାବାଜି ଦେଇଥିଲେ। ଭାଜପା ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ବିଧାୟକ ମୋହନ ଚରଣ ମାଝୀଙ୍କ ସମେତ ବହୁ ନେତୃବୃନ୍ଦ ଶାସକ ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କ ଚାଷୀ ବିରୋଧୀ ଆଭିମୁଖ୍ୟର କଡ଼ା ଜବାବ ରଖିଥିଲେ।
କହିଛନ୍ତି, କୃଷକଙ୍କ ପାଇଁ ୧୫ଦିନ ଧରି ରାଜରାସ୍ତାରେ ବସି ସତ୍ୟାଗ୍ରହ ଚଳାଇଥିଲା ଭାଜପା। ସେପଟେ ବିଧାୟକ ଦଳ ଉକ୍ତ ପ୍ରସଙ୍ଗରେ ଗୃହ ବର୍ଜନ କରି ଆନ୍ଦୋଳନରେ ସାମିଲ ହେବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ବା ତାଙ୍କର ମନ୍ତ୍ରୀ ପରିଷଦ କେହି ହେଲେ ଏ ପ୍ରସଙ୍ଗରେ ବିରୋଧୀ ଦଳ ସହ ଆଲୋଚନା କଲେନାହିଁ। ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ଯାଇ ପଦ୍ମପୁରରେ ନିର୍ବାଚନୀ ସଭା କରି କୃଷି ଓ କୃଷକଙ୍କ ପ୍ରସଙ୍ଗ ଏବଂ ପବିତ୍ର ବିଧାନସଭାକୁ ପ୍ରତ୍ୟାଖ୍ୟାନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ବିଧାୟକ ମାଝୀ କହିଛନ୍ତି, ବିଧାନସଭା ଚାଲିଥିବାବେଳେ ପରାଜୟ ଭୟରେ ଆତଙ୍କିତ ମୁଖ୍ୟମନ୍ତ୍ରୀ, କୃଷିମନ୍ତ୍ରୀ, ଅର୍ଥମନ୍ତ୍ରୀ, ଜଳ ସମ୍ପଦ ମନ୍ତ୍ରୀ, ଖାଦ୍ୟ ଯୋଗାଣ ମନ୍ତ୍ରୀ, ସମବାୟ ମନ୍ତ୍ରୀଙ୍କ ସମେତ ୧୬ଜଣ ମନ୍ତ୍ରୀ ଓ ୬୦ରୁ ଊର୍ଦ୍ଧ୍ୱ ବିଜେଡି ବିଧାୟକ ରାଜ୍ୟ ପ୍ରସଙ୍ଗକୁ ଛାଡ଼ି ପଦ୍ମପୁର ଉପନିର୍ବାଚନରେ ବ୍ୟସ୍ତ ଅଛନ୍ତି। ନିଜ ନିର୍ବାଚନମଣ୍ଡଳୀ ସମେତ ରାଜ୍ୟର ସମସ୍ତ ଚାଷୀ ହତାଶରେ ଅଛନ୍ତି। ଯେଉଁ ବରଗଡ଼ ଜିଲାର ସୋହେଲାଠାରେ ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୧୦୦ ଟଙ୍କାର ବୋନସ ଦେବାକୁ ୬ ବର୍ଷ ତଳେ ଘୋଷଣା କରିଥିବା ମୁଖ୍ୟମନ୍ତ୍ରୀ ତାହାକୁ ନ ଦେଇ ଠକି ଚାଲିଛନ୍ତି। ଏପରି କି ଶୁକ୍ରବାର ଉକ୍ତ ଜିଲାକୁ ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାରରେ ଯାଇଥିଲେ ମଧ୍ୟ ସେ ସମ୍ପର୍କରେ ଉତ୍ତର ରଖିଲେ ନାହିଁ ବୋଲି କହି ସେ ତାଙ୍କୁ ସମାଲୋଚନା କରିଛନ୍ତି।
କୃଷକଙ୍କ ପ୍ରସଙ୍ଗରେ ସରକାର ଆଲୋଚନାକୁ ନ ଆସିବାରୁ ଭାଜପା ବିଧାୟକମାନେ ଗୃହ ବର୍ଜନ କରି ବିଧାନସଭା ପରିସର ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସି ପ୍ରତିବାଦ କରିଥିଲେ। ପରେ ସେମାନେ ବିଧାନସଭାରୁ ଆସି ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିଲେ। ଏହି ଚାଷୀ ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଭାସ୍କର ମଢ଼େଇ, ଜୟନ୍ତ ଷଡଙ୍ଗୀ, ସୁକାନ୍ତ ନାୟକ, ସନାତନ ବିଜୁଳି, ନବ ଚରଣ ମାଝୀ ପ୍ରମୁଖ ଯୋଗଦେଇ ଆଗାମୀ ଦିନରେ ମିଥ୍ୟାବାଦୀ ଓ ଚାଷୀ ବିରୋଧୀ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଆହ୍ବାନ ଦେଇଥିଲେ। ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତିଙ୍କ ସଂଯୋଜନାରେ ଏହି ଘେରାଉ ସମାବେଶରେ ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ଉପସଭାନେତ୍ରୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ରାଜ୍ୟ ଚାଷୀଙ୍କ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଆନ୍ଦୋଳନ ଜାରି ରହିବ ବୋଲି ଭାଜପା ପକ୍ଷରୁ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri