Advertisement

ଆଜିଠାରୁ ବିଧାନସଭା: ଉପସ୍ଥାପନ ହେବ ଅତିରିକ୍ତ ବଜେଟ

ଭୁବନେଶ୍ୱର,୨୪ା୧୧(ବ୍ୟୁରୋ): ଗୁରୁବାରଠାରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ ଡିସେମ୍ବର ୩୧ ତାରିଖ ଯାଏ ଚାଲିବ। ଏଥିରେ ମୋଟ ୩୨ଟି କାର୍ଯ୍ୟ ଦିବସ ରହିଛି। ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ ହେବ। କୋଭିଡ୍‌ ପରେ ପ୍ରଥମ ଥର ଲାଗି କଟକଣା ହଟାଇ ଦିିଆଯାଇଛି। ବିଧାୟକମାନଙ୍କୁ ନିଜ ସିଟ୍‌ରେ ବସିବାକୁ ସୁଯୋଗ ମିଳିବ। ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରେସ୍‌ ଗ୍ୟାଲେରିକୁ ଅନୁମତି ଦିଆଯାଇଛି। ବିଧାନସଭା ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ୨ ବର୍ଷ ପରେ ବିଧାନସଭା ପୂର୍ବଭଳି ସ୍ବାଭାବିକ ହେବ। ଏହି ଅଧିବେଶନ ଅଧିକ ସରଗରମ ହେବାର ସମ୍ଭାବନା ରହିଛି। ଅର୍ଚ୍ଚନା ନାଗ କେଳେଙ୍କାରି, ଚାଷୀ ସମସ୍ୟା, ଆଇନଶୃଙ୍ଖଳା ଭଳି ଅନେକ ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ଏସବୁ ଦୃଷ୍ଟିରୁ ଚଳିତ ଅଧିବେଶନ ଅଧିକ ସରଗରମ ହେବା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାମାନ୍ୟ କମିଲା ଶୀତ: ୨୮ରୁ ବର୍ଷା

ଭୁବନେଶ୍ୱର,୨୫।୧୨(ବ୍ୟୁରୋ): ଶୀତରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଅସହ୍ୟଜାଡରେ ସାମାନ୍ୟ ସୁଧାର ଆସିଛି । ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ବଢିବା ସହିତ ଶୀତ କମିଛି ।...

ବନ୍ୟାଜଳ ଘେରରେ କଣାସ ଅଞ୍ଚଳବାସୀ

କଣାସ,୧୭ା୮(ସ୍ବ.ପ୍ର.): ରାଜ୍ୟରେ ଲଘୁଚାପଜନିତ ବର୍ଷା ଯୋଗୁ ଅଧିକାଂଶ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଉପରୁ ମୁଣ୍ଡରେ ବନ୍ୟାଜଳ ସମେତ ଲଗାଣ ବର୍ଷା ଯୋଗୁ ପୁରୀ...

ବିନାନୁମତିରେ ଖାଦ୍ୟ ବାଣ୍ଟିପାରିବେନି ସ୍ବେଚ୍ଛାସେବୀ

ଭୁବନେଶ୍ୱର, ୩୧ା୩(ବ୍ୟୁରୋ): କୋଭିଡ଼୍‌-୧୯ର ସଂକ୍ରମଣକୁ ଏଡ଼ାଇବା ସହ ଜନସାଧାରଣଙ୍କ ସୁବିଧାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଗୁରୁତ୍ୱ ଦେଉଛି। ଏହି ମର୍ମରେ ସୋମବାର ଖାଦ୍ୟ ସାମାଗ୍ରୀ...

ଆକର୍ଷଣ ସାଜିଛି ଏସ୍‌ଏଚ୍‌ଜି ମହିଳାଙ୍କ ପସରା

ଭୁବନେଶ୍ୱର,୯ା୧୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଆୟୋଜିତ ମିଶନ ଶକ୍ତି ମେଳାରେ ସମଗ୍ର ରାଜ୍ୟରୁ ଆସିଥିବା ସ୍ବଂୟ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ଉତ୍ପାଦିତ...

ଜମି ଦେବା ନାଁରେ ୩୩ ଲକ୍ଷ ଠକେଇ, ଜଣେ ଗିରଫ

ଭୁବନେଶ୍ୱର,୧୫।୨(ବ୍ୟୁରୋ): ଭୁବନେଶ୍ୱରରେ ଜମି କିଣି ଦେବାକୁ କହି ୩୩ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ରବିବାର ଖଣ୍ଡଗିରି ଥାନା ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ...

ବମ୍ବେ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୮ା୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ହାଇଦ୍ରାବାଦରୁ ସ୍ବତନ୍ତ୍ର ଏୟାରକ୍ରାଫ୍ଟ ଯୋଗେ ବମ୍ବେ ଗସ୍ତ କରିଛନ୍ତି। ସେ ବୁଧବାର ଓଡିଶା ଫେରିବାର କାର୍ଯ୍ୟକ୍ରମ ରହିଛି। ମଙ୍ଗଳବାର...

‘ବୁଲ୍‌ବୁଲ୍‌’କୁ ନେଇ କେନ୍ଦ୍ରାପଡ଼ା ଜିଲା ପ୍ରଶାସନର ତତ୍ପରତା : ସମୁଦ୍ରକୂଳିଆ ଅଞ୍ଚଳ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଗଲା

ରାଜନଗର,୮।୧୧(ଡି.ଏନ୍‌.ଏ.): ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ‘ବୁଲ୍‌ବୁଲ୍‌’ର ରୂପନେଇ ସ୍ଥଳଭାଗ ଆଡ଼କୁ ମୁହାଁଇଛି। ଏହାର ପ୍ରଭାବରେ...

ଆବାସ ଯୋଜନାରେ ଅନିୟମିତତା: ଜିଆର୍‌ଏସ୍‌ ନିଲମ୍ବିତ

ତିର୍ତ୍ତୋଲ, ୧୪।୩ (ଡି.ଏନ୍‌.ଏ.):ଆବାସ ଯୋଜନାରେ ଅନିୟମିତତା ନେଇ ତିର୍ତ୍ତୋଲ ବ୍ଲକ ବିଷନପୁର ପଞ୍ଚାୟତ ଜିଆରଏସ୍‌ ତପୁ ମହାପାତ୍ରଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଉକ୍ତ ପଞ୍ଚାୟତରେ କେତେଜଣ...

Advertisement
Archives

Model This Week