ଆଜିଠୁ ବିଧାନସଭା

ଭୁବନେଶ୍ୱର,୧ା୯(ବ୍ୟୁରୋ):ବୁଧବାରଠାରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ସେପ୍ଟେମ୍ବର ୯ ଯାଏ ଚାଲିବ। ଏହି ଅଧିବେଶନରେ ୮ଟି କାର୍ଯ୍ୟଦିବସ ରହିଛି। ୮ ଦିନରୁ ୭ ଦିନ ସରକାରୀ ଦିବସ ପାଇଁ ସମୟ ନିର୍ଘଣ୍ଟ ହୋଇଥିବା ବେଳେ ଗୋଟିଏ ଦିନ ଅର୍ଥାତ୍‌ ସେପ୍ଟେମ୍ବର ୩କୁ ବେସରକାରୀ ଦିବସ ପାଇଁ ଦିନ ଧାର୍ଯ୍ୟ ହୋଇଛି। ୫ ତାରିଖ ରବିବାର ପାଇଁ ଛୁଟି ରହିବ।
ଚଳିତଥର ମଧ୍ୟ କୋଭିଡ୍‌ ଗାଇଡ୍‌ଲାଇନ ମଧ୍ୟରେ ଗୃହ ପରିଚାଳିତ ହେବ। ବିଧାନସଭାକୁ ଆସୁଥିବା ସମସ୍ତ ଜନପ୍ରତିନିଧି, ସେମାନଙ୍କ ଡ୍ରାଇଭର, ବିଧାନସଭା କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧିମାନଙ୍କର କୋଭିଡ୍‌ ଟେଷ୍ଟ କରାଯାଇଛି। ଦୁଇଟି ସିଟିଂରେ (ସକାଳ ସାଢ଼େ ୧୦ରୁ ମଧ୍ୟାହ୍ନ ସାଢ଼େ ୧ଟା ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା) ଅଧିବେଶନ ଚାଲିବ। ପ୍ରମୁଖ ବିରୋଧୀ ଦଳ ଭାଜପାକୁ ମୁଲତବୀ ପ୍ରସ୍ତାବ ଆଣିବା ଲାଗି ୪ଦିନ ସମୟ ଦିଆଯାଇଥିବା ବେଳେ କଂଗ୍ରେସକୁ ୨ଦିନ ମିଳିଛି। ମରୁଡ଼ି, କୃଷକ ସମସ୍ୟା, ଦୁର୍ନୀତି, ଆଇନଶୃଙ୍ଖଳା, ବେକାରି ସମସ୍ୟା, ମାହାଙ୍ଗା ଡବଲ ମର୍ଡର ଭଳି ଘଟଣାକୁ ନେଇ ଗୃହ ସରଗରମ ହେବ ବୋଲି ସୂଚନା ମିଳିଛି। ଯେଉଁ ସଦସ୍ୟମାନେ ଗୃହକୁ ଆସି ପାରିବେ ନାହିଁ ସେମାନଙ୍କ ସକାଶେ ଭିଡିଓ କନ୍‌ଫରେନ୍ସିଂର ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରୁ ସୁସ୍ଥ ହେଲେ ୩୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୨।୫(ବ୍ୟୁରୋ): ରାଜ୍ୟରୁ ଗତ ୨୪ ଘଣ୍ଟାରେ ସୁସ୍ଥ ହେଲେ ଆଉ ୩୩ ଜଣ କରୋନା ଆକ୍ରାନ୍ତ। ଏଯାବତ୍‌ ୧୨ ଲକ୍ଷ ୭୮ହଜାର ୯୭୨ ଜଣ ସୁସ୍ଥ...

CORONAVIRUS UPDATE: ରାଜ୍ୟରେ ହଜାରେ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର, ୨୦।୫(ବ୍ୟୁରୋ): ରାଜ୍ୟରେ ହଜାରେ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବୁଧବାର ଆଉ ୭୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ...

ସାଲେପୁର ନାବାଳିକା ବଳାତ୍କାର, ହତ୍ୟା ମାମଲା: ଦୋଷୀ ମହମ୍ମଦ ମୁସ୍ତାକଙ୍କୁ ଫାଶୀ

କଟକ ଅଫିସ,୧୯।୯: ସାଲେପୁର ନାବାଳିକା ବଳାତ୍କାର ଓ ହତ୍ୟା ମାମଲାରେ କଟକ ସ୍ପେଶାଲ ପୋକ୍ସୋ କୋର୍ଟ ଗୁରୁବାର ରାୟ ଶୁଣାଇଛନ୍ତି। ଦୋଷୀ ମହମ୍ମଦ ମୁସ୍ତାକଙ୍କୁ ଫାଶୀ...

ଜାତୀୟ ସାହସିକତା ପୁରସ୍କାର ପାଇଥିବା ୩ ଝିଅଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା: ଜଣଙ୍କ ପିଛା ଏକ ଲକ୍ଷ ଟଙ୍କା ଚେକ୍‌ ପ୍ରଦାନ

ଭୁବନେଶ୍ୱର,୩୦ା୧(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ନିପାଣିଆ ଗ୍ରାମ ନିକଟ ଖୋଳା ନଦୀରେ ଗତବର୍ଷ ଜାନୁୟାରୀ ୨ ତାରିଖରେ ଏକ ଯାତ୍ରୀବାହୀ ଡଙ୍ଗା ବୁଡିଯିବା କାରଣରୁ...

ଅରଣ୍ୟ ସଂସ୍କୃତିରେ ଭାରତୀୟ ଜୀବନାଦର୍ଶ, ଜୀବନବୋଧ ମାର୍ଗ ରହିଛି

ଭୁବନେଶ୍ୱର, ୧୯ା୧୧ (ବ୍ୟୁରୋ): ଅରଣ୍ୟ ସଂସ୍କୃତିରେ ଭାରତୀୟ ଜୀବନାଦର୍ଶ ଓ ଜୀବନବୋଧର ମାର୍ଗ ରହିଛି। ଯିଏ ଏହି ସଂସ୍କୃତିରେ ବିକୃତି ଆଣିବାକୁ ଚେଷ୍ଟା କରିଛି ସେ...

ପୁରୀ ଉନ୍ନତୀକରଣ ପଛର କାହାଣୀ କହିଲେ ପାଣ୍ଡିଆନ

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ପୁରୀ ଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ଲାଗି ରାଜ୍ୟ ସରକାର ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ମନ୍ଦିର ଚତୁର୍ପାର୍ଶ୍ୱରୁ ୭୫ ମିଟର ପର୍ଯ୍ୟନ୍ତ ଘର ଏବଂ...

ମୁହଁମାଡ଼ି ପଡ଼ିଛି ପର୍ଯ୍ୟଟନ ଶିଳ୍ପ

ପୁରୀ ଅଫିସ,୧୩ା୭: ପୁରୀ ଜିଲାର ପର୍ଯ୍ୟଟନ ସ୍ଥଳ ହେଉ କି ବେଳାଭୂମି ସବୁଠି ଏବେ ଛାଇଯାଇଛି ନିର୍ଜନତା। କୌଣସି ଦର୍ଶନୀୟ ସ୍ଥାନରେ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳୁନାହିଁି...

ବାତ୍ୟା ‘ଅମ୍ଫନ୍‌’ରେ ୧୫୧ କିମି ରାସ୍ତା ନଷ୍ଟ: ତୁରନ୍ତ ମରାମତି ପାଇଁ ଆବଶ୍ୟକ ୩ କୋଟି ୮୮ ଲକ୍ଷ

ଭୁବନେଶ୍ୱର,୨୩।୫(ବ୍ୟୁରୋ): ବାତ୍ୟା ଅମ୍ଫନ୍‌ ଓ ବର୍ଷା ଯୋଗୁ ହୋଇଥିବା ରାସ୍ତା କ୍ଷୟକ୍ଷତି ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ୧୫୧ କିମି...

Advertisement
Archives

Model This Week