Posted inଜାତୀୟ

ନିର୍ବାଚନରେ ଜିତିଲେ ମାଗଣାରେ ୨ ଏଲପିଜି ସିଲିଣ୍ଡର, ଛାତ୍ରୀଙ୍କୁ ସ୍କୁଟି ଦେବ ଭାଜପା

ଇମ୍ଫାଲ,୧୭ ।୨: ମଣିପୁର ବିଧାନସଭା ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ରହିଛି । ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା) ଅଧ୍ୟକ୍ଷ ଜେ ପି ନଡ୍ଡା ଭାଜପାର ଘୋଷଣା ପତ୍ର ଜାରି କରିଛନ୍ତି । ସେ କହିଛନ୍ତି ସମସ୍ତଙ୍କୁ ଜଣା ମଣିପୁର ସକରାତ୍ମକ ରାଜ୍ୟ ଓ ଏଥିରେ ଅପାର ଉର୍ଜା ରହିଛି ।ଏଠାରେ ଅନେକ ପ୍ରତିଭା ରହଛନ୍ତି, ଯାହା ପୂର୍ବୋତ୍ତରର ବିକାଶଣ ପ୍ରବେଶ ଦ୍ୱାର । ଏନ୍ ବିରେନ ସିଂଙ୍କ ଗତିଶୀଳ ନେତୃତ୍ୱରେ ବିଗତ ୫ ବର୍ଷରେ ଏକ ବଡ ପରିବର୍ତ୍ତନ ହୋଇଛି । ରାଜ୍ୟ ଅସ୍ଥିରତାରୁ ସ୍ଥିରତା ଆଡକୁ ଗତି କରିଛି । ଆମେ ଭବିଷ୍ୟତରେ ଆହୁରି ଅଧିକ ବିକାଶ କରିବୁ ନିଶ୍ଚୟ । ରାଜ୍ୟ ଉଗ୍ରବାଦ ବଦଳରେ ଶାନ୍ତି ଓ ବିଭାଜନକାରୀ ରାଜନୀତିରୁ ସଂଯୁକ୍ତ ମଣିପୁର ଆଡକୁ ବଢୁଛି ।
ଏଥର ମଣିପୁରରେ ଭାଜପା ଶାସନ କ୍ଷମତାକୁ ଆସିଲେ ଉଜ୍ୱଳା ଲାଭାର୍ଥୀଙ୍କୁ ୨ଟି ସିଲିଣ୍ଡର ମାଗଣାରେ ଦେବା ସହ କଲେଜ ଯାଉଥିବା ସମସ୍ତ ମେଧାବୀ ଛାତ୍ରୀଙ୍କୁ ମାଗଣାରେ ସ୍କୁଟି ଯୋଗାଇ ଦିଆଯିବ । ମହିଳା, ଯୁବକ ଓ କୃଷକଙ୍କୁ ସଶକ୍ତ କରିବା ଆମର ଲକ୍ଷ୍ୟ ବୋଲି ନଡ୍ଡା ଘୋଷଣା ପତ୍ର ଜାରି କରିବା ସମୟରେ କହିଛନ୍ତି । ଏହାସହ ମତ୍ସଜୀବିଙ୍କୁ ୫ ଲକ୍ଷ ଟଙ୍କାର ମାଗଣା ଦୁର୍ଘଟଣା ବୀମା, ପଛୁଆ ବର୍ଗର ଝିଅମାନଙ୍କ ଶିକ୍ଷା ପାଇଁ ୨୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳିବ । ଦ୍ୱାଦଶ ପାସ କରିଥିବା ସମସ୍ତ ମେଧାବୀ ଛାତ୍ରଙ୍କୁ ମାଗଣାରେ ଲାପଟପ ବି ପ୍ରଦାନ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ

ବେଲଗୁଣ୍ଠା,୧୯।୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ ଗଙ୍ଗପୁର ଥାନା ଅଧୀନ ଇନ୍ଦନପୁର ଗ୍ରାମରେ ଏକ କାର ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ…

ରୋଷେଇ ବେଳେ ବିସ୍ଫୋରଣ ହେଲା ଗ୍ଯାସ ସିଲିଣ୍ଡର, ହୁତୁହୁତୁ ହୋଇ ଜଳିଗଲା ୩…

ଦିଗପହଣ୍ଡି,୧୯ା୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ଦଳିତ ସାହିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ରବିବାର  ସନ୍ଧ୍ୟାରେ ରୋଷେଇ ଗ୍ଯାସ ସିଲିଣ୍ଡର ଲିକ୍ ହୋଇ…

ସାଙ୍ଗ ଗୁଳିରେ ଚାଲିଗଲା ସାଙ୍ଗର ଜୀବନ

ଫୁଲବାଣୀ/ଚକାପାଦ/ବାଲିଗୁଡା,୧୯ା୪(ରାକେଶ କୁମାର ରାଉତ/ପ୍ରତାପ କିଶୋର ବେହେରା/ ସଞ୍ଜୟ କୁମାର ପାଣିଗ୍ରାହୀ): ଜଙ୍ଗଲକୁ ଶିକାର କରିବାକୁ ୩ ସାଙ୍ଗ ଯାଇଥିଲେ। ହେଲେ ଶିକାର କଲାବେଳେ ବନ୍ଧୁକ ଧରିଥିବା ଯୁବକଙ୍କ…

ପ୍ରେମିକାକୁ ମାଡ଼ ମାରିଲେ ପ୍ରେମିକ, ନିର୍ଯାତନା ସହି ନପାରି ଆତ୍ମହତ୍ୟା କଲେ

କୋରାପୁଟ,୧୯ା୪(ଅମିତାଭ ବେହେରା ): ପ୍ରେମିକର ନିର୍ଯ୍ୟାତନା ସହି ନପାରି ବେକରେ ରସି ଲଗାଇ ଆତ୍ମହତ୍ୟା କଲେ ଛାତ୍ରୀ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ଚକା ଫାଟି ଗଛରେ ପିଟିହେଲା କାର: ପରିବାରର ୬ଗୁରୁତର

ବଘିଆପଡ଼ା,୧୯।୪(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ୱର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଗାୟତ୍ରୀ ପ୍ରଜ୍ଞାପୀଠ ନିକଟରେ ରବିବାର ଏକ ଦୁର୍ଘଟଣା ଘଟିଛି। ଏକ କାର୍‌ର ଆଗ…

ଥୁଆମୂଳ ରାମପୁରରେ ଅବକାରୀ ବିଭାଗର ଚଢ଼ାଉ: ୨୫ କୁଇଣ୍ଟାଲ ମହୁଲ ସହ ପିକଅପ୍ ଭ୍ୟାନ ଜବତ

ଥୁଆମୂଳ ରାମପୁର,୧୯ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଅବୈଧ ମହୁଲ ଚାଲାଣ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଭାଗ…

ପାରିବାରିକ ହିଂସା, ଟାଙ୍ଗିଆ ଚୋଟରେ ମହିଳା ଗୁରୁତର

ଦିଗପହଣ୍ଡି,୧୯ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ବାଘମରା ସାହିରେ ରବିବାର ଅପରାହ୍ନରେ ପାରିବାରିକ ହିଂସା ଦେଖିବାକୁ ମିଳିଛି । ଜଣେ ମହିଳାଙ୍କୁ ଟାଙ୍ଗିଆରେ…

ଶ୍ରୀନଗର ବିମାନବନ୍ଦରରୁ ୨ ଆମେରିକୀୟ ଅଟକ, ପୋଲିସର ତଦନ୍ତ ଜାରି

ଶ୍ରୀନଗର,୧୯ା୪: ଶ୍ରୀନଗର ବିମାନବନ୍ଦରରୁ ରବିବାର ୨ଜଣ ଆମେରିକୀୟଙ୍କୁ ଅଟକ ରଖାଯାଇଛି। ବିମାନବନ୍ଦରରେ ଯାଞ୍ଚ ବେଳେ ସେମାନଙ୍କ ଲଗେଜ୍‌ରୁ ସାଟେଲାଇଟ୍‌ ଫୋନ୍‌ ମିଳିଥିବା ସୁରକ୍ଷା ଅଧିକାରୀଙ୍କ ସୂତ୍ରରୁ କୁହାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri