ନୂଆଦିଲ୍ଲୀ,୧୦ ।୩: ଉତ୍ତର ପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର ଓ ଉତ୍ତରାଖଣ୍ଡର ବିଧାନସଭା ନିର୍ବାଚନ ଫଳାଫଳ ଗୁରୁବାର ଘୋଷଣା ହେବାକୁ ଯାଉଛି । ଗତ ପ୍ରାୟ ୨ ମାସ ହେବ ରାଜନୈତିକ ଦଳ ଗୁଡିକ ପରସ୍ପର ଉପରକୁ କାଦୁଅ ଫିଙ୍ଗା ଫିଙ୍ଗି ହେବା ପରେ ଯାହାର ପରିଣାମ କିଛି ସମୟ ପରେ ସାମ୍ନାକୁ ଆସିବ । ଉତ୍ତର ପ୍ରଦେଶରେ ଭାରତୀୟ ଜନତା ପାର୍ଟି(ଭାଜପା) ସହ ସମାଜବାଦୀ ପାର୍ଟିର ହେଉଛି କଡା ଟକ୍କର । ଅନ୍ୟପଟେ ପଞ୍ଜାବରେ କଂଗ୍ରେସକୁ ଟକ୍କର ଦେବ ଆମ ଆଦମୀ ପାର୍ଟି(ଏଏପି) ।
ସକାଳ ୮ଟାରେ ଭୋଟ ଗଣତି ଆରମ୍ଭ ହେବାକୁ ଥିବା ବେଳେ ପ୍ରଥମେ ପୋଷ୍ଟାଲ ବାଲଟରୁ ଗଣନା ଆରମ୍ଭ କରାଯିବ । ତେବେ ହିଂସାକୁ ଦୃଷ୍ଟିରେ ରଖି ନୋଏଡା ଓ ବାରାଣସୀରେ ୧୪୪ ଧାରା ଜାରି କରାଯାଇଛି ।