Posted inଜାତୀୟ

ନିପାତ ହେଲେ ଆସାମର ବିରାପାନ

ଗୁଆହାଟୀ, ୧୧।୭: ଆସାମର ବିଦ୍ରୋହୀ ସଂଗଠନ ୟୁନାଇଟେଡ୍‌ ପିପୁଲ୍ସ ରିଭୋଲ୍ୟୁଶନାରୀ ଫ୍ରଣ୍ଟ (ୟୁପିଆରଏଫ୍‌)ର ମୁଖ୍ୟଙ୍କୁ ଶନିବାର ବିଳମ୍ବିତ ରାତିରେ କାର୍ବି ଆଙ୍ଗଲଙ୍ଗ ଜିଲାରେ ହତ୍ୟା କରାଯାଇଛି। କାଠ ଚୋରାଚାଲାଣ ପାଇଁ ଆସାମର ବିରାପାନ ଭାବେ ଜଣାଯାଉଥିବା ୟୁପିଆର୍‌ଏଫ୍‌ର ମୁଖ୍ୟ ମାନଗିନ ଖାଲହାଉଙ୍କ ମୃତ୍ୟୁ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ଗତ କିଛି ବର୍ଷରେ ଏହି ସଂଗଠନର ଅନ୍ୟ ବରିଷ୍ଠ ସଦସ୍ୟ ପୋଲିସ ଆଗରେ ଆତ୍ମସମର୍ପଣ କରିଦେଇଥିଲେ।

ରବିବାର ରାତିରେ ଖେଙ୍ଗପିବଙ୍ଗର ପାହାଡ଼ିଆ ଅଞ୍ଚଳରେ ଆନ୍ତଃ ବିବାଦ ପାଇଁ ଗ୍ରୁପ ମଧ୍ୟରେ ଗୁଳିକାଣ୍ଡ ଘଟିଥିଲା। କାର୍ବି ଆଙ୍ଗଲଙ୍ଗ ଜିଲାର ମୁଖ୍ୟ କାର୍ଯ୍ୟାଳୟ ଦିପୁଠାରୁ ୫୬ କିମି ଦୂରରେ ଏହି ଘଟଣା ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି।

ମାନଗିନଙ୍କ ବେକରେ ଏକାଧିକ ଗୁଳି ବାଜିଥିଲା। ରବିବାର ସକାଳେ ତାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ କ୍ୟାଡରମାନେ ହିଁ ତାଙ୍କୁ ଗୁଳି କରିଥିବା ପୋଲିସ ପକ୍ଷରୁ ସନ୍ଦେହ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଇନ୍ଦିରାଜୀଙ୍କ ବୋହୂ, କାହାକୁ ଡରେ ନାହିଁ’

ନୂଆଦିଲ୍ଲୀ,୨୧।୭: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଗୁରୁବାର ପଚରାଉଚରା କରିବ। ଏଥିପାଇଁ ସୋନିଆ ଇଡି ଅଫିସରେ ହାଜର ହୋଇଛନ୍ତି।...

ନାମାଙ୍କନ ପୂର୍ବରୁ ଚର୍ଚ୍ଚାରେ କେଜରିଓ୍ବାଲଙ୍କ ଟୁଇଟ୍‌

ନୂଆଦିଲ୍ଲୀ,୨୧।୧: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମଙ୍ଗଳବାର ଦିଲ୍ଲୀ ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହା ପୂର୍ବରୁ ତାଙ୍କ ଟୁଇଟ୍‌କୁ...

କରୋନା ସଂକ୍ରମଣ: ଅନ୍ତିମ ସଂସ୍କାର ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି

ମୁମ୍ବାଇ,୧୧।୬: ମିଳିଥିବା ଏକ ସୂଚନାରୁ ଜଣାପଡିଛି ମୁମ୍ବାଇରେ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି।...

କୃଷକଙ୍କୁ ଅନୁରୋଧ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୨୬ା୧- ଦିଲ୍ଲୀ ଛାଡ଼ି ସୀମାକୁ ଫେରି ଆସିବାକୁ କୃଷକଙ୍କୁ ଅନୁରୋଧ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ। ନୂଆ ଚାଷୀ ଆଇନ ବିରୋଧରେ ଦିଲ୍ଲୀ ସୀମାରେ...

ଆଜି ପ୍ରଚାରର ଶେଷ ଦିନ: ନନ୍ଦିଗ୍ରାମରେ ଶାହା-ମମତା ମୁହାଁମୁହିଁ

କୋଲକାତା,୩୦।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଏପ୍ରିଲ ୧ରେ ଅନୁଷ୍ଠିତ ହେବ। ଆଜି ପ୍ରଚାରର ଶେଷ ଦିନ ହୋଇଥିବାରୁ ନନ୍ଦିଗ୍ରାମରେ ଏକ ନିର୍ବାଚନ...

ଇସିଙ୍କ ଦ୍ୱାରସ୍ଥ ହେଲା ଟିଏମ୍‌ସି

ନୂଆଦିଲ୍ଲୀ,୧୬ା୫(ପି.ଟି.): ଟିଏମ୍‌ସି ମଧ୍ୟ କୋଲକାତା ରୋଡ ଶୋ ହିଂସାକାଣ୍ଡ ଏବଂ ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣା ପାଇଁ ଭାଜପାକୁ ଦାୟୀ କରିଛି। ଭାଜପା ଗୁଣ୍ଡାମାନେ ପ୍ରତିମୂର୍ତ୍ତି...

ସୋନାଲୀଙ୍କ ଶରୀରରେ ରହିଛି କ୍ଷତ ଚିହ୍ନ: ହତ୍ୟା ନେଇ ରୁଜୁ ହେଲା ଏଫ୍‌ଆଇଆର

ପଣଜୀ,୨୫।୮: ଭାଜପା ନେତ୍ରୀ ତଥା ଟିକ୍‌ଟକ୍‌ ଷ୍ଟାର ସୋନାଲୀ ଫୋଗାଟଙ୍କ ମଙ୍ଗଳବାର ପରଲୋକ ଘଟିଛି। ଆରମ୍ଭରୁ ତାଙ୍କର ହୃଦ୍‌ଘାତ ଯୋଗୁ ମୃତ୍ୟୁ ହୋଇଥିବା ନେଇ କୁହାଯାଉଥିଲା।...

ପରଲୋକରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା

ଲକ୍ଷ୍ନୌ,୨୦।୪: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା ଆନନ୍ଦ ସିଂ ବିଷ୍ଟଙ୍କର ସୋମବାର ୮୯ ବର୍ଷ ବୟସରେ ପରଲୋକ ହୋଇଛି। କିଛିଦିନ ହେବ ସେ...

Advertisement
Archives

Model This Week