Posted inଜାତୀୟ

ସମ୍ପୂର୍ଣ୍ଣ କୋଭିଡ୍‌ କଟକଣା ହଟାଇଲା ଏହି ରାଜ୍ୟ

ଗୌହାଟୀ,୭।୨: ଦୀର୍ଘ ଦୁଇ ବର୍ଷ ହେଲା କରୋନା ପାଇଁ ବିଭିନ୍ନ କଟକଣା ଲଗାଯାଉଛି। କେତେକ ରାଜ୍ୟରେ କଟକଣା କୋହଳ କରାଯାଇଛି, ଏହାରି ମଧ୍ୟରେ ପ୍ରଥମ ରାଜ୍ୟ ଭାବେ ଆସାମରୁ ଲାଗୁ ହୋଇଥିବା ସମସ୍ତ କରୋନା କଟକଣା ହଟିବାକୁ ଯାଉଛି। ଗତ ଦୁଇ ସପ୍ତାହ ଧରି ସଂକ୍ରମଣ ହାର କମୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଫେବୃଆରୀ ୧୫ ଠାରୁ କୌଣସି ପ୍ରକାରର କର୍ଫ୍ୟୁ କିମ୍ବା କଟକଣା ଲାଗୁ ହେବନି। ଏ ନେଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସୋମବାର ଘୋଷଣା କରିଛନ୍ତି।
କରୋନା କଟକଣା ହଟିବା ପରେ ମଧ୍ୟ ମାସ୍କ ଏବଂ ସାନିଟାଇଜର ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଆହୁରି ମଧ୍ୟ କହିଛନ୍ତି, ସ୍କୁଲ ବୋର୍ଡ ପରୀକ୍ଷା, ପୌରପାଳିକା ନିର୍ବାଚନ , ମଜଉଲି ବିଧାନସଭାର ଉପ ନିର୍ବାଚନ ଓ ଅନ୍ୟ ସମସ୍ତ କାର୍ଯ୍ୟ ଆସନ୍ତା ୨ ମାସ ମଧ୍ୟରେ ଅନୁଷ୍ଠିତ ହେବ। ଏହି ସମୟରେ କୌଣସି ପ୍ରକାରର କଟକଣା ରହିବ ନାହିଁ, ପରୀକ୍ଷା ପୂର୍ବରୁ ଛାତ୍ରୀଛାତ୍ର ଡବଲ ଡୋଜ୍‌ ଟକା ନେଇଯିବା ପାଇଁ ସେ କହିଛନ୍ତି।
ମଲ ଓ ସିନେମା ହଲ ଗୁଡିକ ପୂର୍ଣ୍ଣ କ୍ଷମତାରେ ଚାଲିବ। ସେହିପରି ବିବାହକୁ ଅନୁମତି ଦିଆଯାଇଛି କିନ୍ତୁୁ ଏଠାକୁ ଆସୁଥିବା ଅତିଥିମାନେ ଡବଲ ଡୋଜ୍‌ ଟିକା ନେଇଥିବା ଆବଶ୍ୟକ। ଏହାବାଦ୍‌ ଆଉ କୌଣସି କରୋନା କଟକଣା ରାଜ୍ୟରେ ଲାଗୁ ହେବନି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୮ ବର୍ଷ ପରେ ମିଳିଲା ଶହୀଦଙ୍କ କଙ୍କାଳ

ଶ୍ରୀନଗର,୧୪।୮: ୧୯୮୪ରେ ସିଆଚେନରେ ହିମସ୍ଖଳନରେ ପୋତି ହୋଇ ଶହୀଦ ହୋଇଥିବା ଲାନ୍ସନାୟକ ଚନ୍ଦ୍ରଶେଖର ହାର୍ବୋଲାଙ୍କ କଙ୍କାଳ ମିଳିଛି। ୧୬ ହଜାର ଫୁଟ ଗଭୀର ତଳୁ ଚନ୍ଦ୍ର...

ପୁଣି ବଢୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୩।୫: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଧୀରେ ଧୀରେ ବଢିବାରେ ଲାଗିଛି। ଗତ କିଛିଦିନ ହେବ ସଂକ୍ରମଣ ହଜାରେ ତଳେ ଥିବାବେଳେ ମଙ୍ଗଳବାର ତାହା...

ନଭନୀତ କାର୍ଲାଙ୍କୁ ଜାମିନ

ନୂଆଦିଲ୍ଲୀ, ୩୦।୫: ଅକ୍ସିଜେନ୍‌ କନ୍‌ସେଣ୍ଟ୍ରେଟର ବେଆଇନ ମହଜୁଦ୍‌ ରଖିବା ମାମଲାରେ ବ୍ୟବସାୟୀ ନଭନୀତ କାର୍ଲାଙ୍କୁ ଦିଲ୍ଲୀର ଏକ ଅଦାଲତ ଶନିବାର ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ...

ଜମ୍ମୁ କଶ୍ମୀର ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୧୨।୬: ଜାମ୍ମୁ କାଶ୍ମୀରର ଅନ୍ତନାଗ କେପି ରୋଡ଼ରେ ବୁଧବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ସିଆରପିଏଫର ୫ଜଣ ଯବାନ ଶହୀଦ ହୋଇଛନ୍ତି। ଏଥିସହ ଯବନାଙ୍କ...

ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଦିଲ୍ଲୀରେ ବେଆଇନ ଭାବେ ରହୁଥିବା ବିଦେଶୀଙ୍କୁ ଖୋଜୁଛି ପୋଲିସ

ନୂଆଦିଲ୍ଲୀ,୮ ।୧୧: ରାଜଧାନୀ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା କରି ପୋଲିସ ଦିଲ୍ଲୀରେ ବେଆଇନ ଭାବେ ରହୁଥିବା ବିଦେଶୀ ନାଗରିକଙ୍କ ଡାଟା ସଂଗ୍ରହ କରିବାରେ ଲାଗି...

ଭୂତାଣୁ ବାଣ୍ଟିଲା କୁମ୍ଭମେଳା

ନୂଆଦିଲ୍ଲୀ, ୧୪ା୪: ଭାରତରେ କରୋନା ସଂକ୍ରମଣ ବ୍ରାଜିଲକୁ ଟପି ଦ୍ୱିତୀୟ ସ୍ଥାନକୁ ଉଠିଥିବାବେଳେ ଭୂତାଣୁ ବାଣ୍ଟିବାରେ ଲାଗିଛି ଉତ୍ତରାଖଣ୍ଡର ହରିଦ୍ୱାର କୁମ୍ଭମେଳା। ଲକ୍ଷ ଲକ୍ଷ ସଂଖ୍ୟାରେ...

କେନ୍ଦ୍ରର ବିଜ୍ଞାପନ ଖର୍ଚ୍ଚ: ୫ ବର୍ଷରେ ୨,୬୦୨ କୋଟି

ନୂଆଦିଲ୍ଲୀ,୧୦ା୨: କେନ୍ଦ୍ର ସରକାର ଗତ ୫ ବର୍ଷ ମଧ୍ୟରେ ବିଭିନ୍ନ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍‌ ଗଣମାଧ୍ୟମରେ ବିଜ୍ଞାପନ ବାବଦକୁ ୨,୫୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।...

୮ ପର୍ଯ୍ୟାୟ ନିର୍ବାଚନକୁ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ, ୨।୩(ପି.ଟି.): ପଶ୍ଚିମବଙ୍ଗରେ ୮ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ କରିବା ଲାଗି ନିର୍ବାଚନ କମିଶନ (ଇସି) ନେଇଥିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଇସିଙ୍କ ନିଷ୍ପତ୍ତି...

Advertisement
Archives

Model This Week