Posted inଜାତୀୟ

ଆସାମରେ ବନ୍ୟା

ଗୁଆହାଟୀ,୧୫।୫: ଆସାମର ଡିମା ହାସାଓ ଜିଲାରେ ଭୂସ୍ଖଳନ ଘଟି ଜଣେ ମହିଳାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି। ବନ୍ୟା ଓ ଭୂସ୍ଖଳନ ଯୋଗୁ ଜିଲାର ବିଭିନ୍ନ ସ୍ଥାନରେ ରେଳ ଓ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ସୂଚନା ଅନୁଯାୟୀ ନ୍ୟୁ କୁଞ୍ଜୁଙ୍ଗ, ଫିଆଙ୍ଗପୁଇ, ମୌଲହୋଇ, ନାମଜେଉରାଙ୍ଗ, ସାଉଧ ବାଗେଟାର, ମହାଦେବ ଟିଲା, କାଳୀବାରି, ନର୍ଥ ବାଗେଟାର, ଜିଓନ ଏବଂ ଲୋଦି ପଙ୍ଗମୌଲ ଗ୍ରାମରେ ଭୂସ୍ଖଳନ ଯୋଗୁ ୮୦ରୁ ଊର୍ଦ୍ଧ୍ୱ ଘର କ୍ଷତିଗ୍ରସ୍ତ ହୋଇଛି। ଜଟିଙ୍ଗା-ହରଙ୍ଗାଜାଓ ଏବଂ ମହୁର-ଫାଇଡିଙ୍ଗ ରେଳଲାଇନ ଅବରୋଧ ହୋଇଛି। ଆସାମର ୫ ଜିଲାରେ ବନ୍ୟା ଆସିବା ଯୋଗୁ ୨୫,୦୦୦ ଲୋକ ପ୍ରଭାବିତ ହୋଇଛନ୍ତି। ସର୍ବାଧିକ ପ୍ରଭାବିତ ଚାଚର ଜିଲାରେ ୨୧ ହଜାରରୁ ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା ସମୟରେ କାଳୀ ମୂର୍ତ୍ତିଙ୍କଠାରୁ ବାହାରେ ଝାଳ…

ମଧ୍ୟପ୍ରଦେଶର ଜବଲପୁରରେ ମାତା କାଳୀଙ୍କର ଏକ ପୁରାତନ ମନ୍ଦିର ରହିଛି। ଏହା ଏକ ଚମତ୍କାରୀ ମନ୍ଦିର। ଏଠାରେ ଗରମ ହେଲେ କାଳୀ ମୂର୍ତ୍ତିଙ୍କଠାରୁ ଝାଳ ବାହାରିଥାଏ।...

ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ, ଜଣେ ଯବାନ ଆହତ

ଶ୍ରୀନଗର,୨୫।୧୦:ଜମ୍ମୁ-କଶ୍ମୀର ସୀମାରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଶୁକ୍ରବାର ଭୋରରୁ ପୁଞ୍ଛ ଅଞ୍ଚଳରେ ପାକିସ୍ତାନ ପକ୍ଷରୁ ଗୁଳିବର୍ଷନ କରାଯାଇଥିଲା। ଏଥିରେ ଜଣେ ଭାରତୀୟ ଯବାନ...

ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି: ଜରୁରିକାଳୀନ ଅବତରଣ କଲା ଇଣ୍ଡିଗୋ ବିିମାନ

ଭୋପାଳ,୧୭।୧: ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଇଣ୍ଡିଗୋର ଏକ ଯାତ୍ରୀବାହୀ ବିମାନକୁ ରବିବାର ମଧ୍ୟପ୍ରଦେଶର ଭୋପାଳ ବନ୍ଦରରେ ଜରୁରିକାଳୀନ ଅବତରଣ କରାଯାଇଛି। ବିମାନରେ ଥିବା...

ଆର୍ଥିକ ପ୍ୟାକେଜ ସମ୍ପର୍କରେ ଯାହା କୁହନ୍ତି …

-ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ଲାଗି କେନ୍ଦ୍ର ସରକାର ଘୋଷଣା କରିଥିବା ଆର୍ଥତ୍କ ପ୍ୟାକେଜ ବ୍ୟବସାୟ ବିଶେଷ କରି ଏମ୍‌ଏସ୍‌ଏମ୍‌ଇ ସେକ୍ଟର ସମ୍ମୁଖୀନ ହୋଇଥିବା ସମସ୍ୟା...

ସୋପୋରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର, ୨୦।୪: ଜମ୍ମୁ-କଶ୍ମୀର ସୋପୋରରେ ଶନିବାର ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁ ବୁହିଁ ହୋଇଛନ୍ତି। ଏଥିରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ସ୍ଥାନୀୟ ବାଟରଗାମ୍‌ରେ...

୪ ରାଜ୍ୟ ଲାଗି ଭାଜପା ପର୍ଯ୍ୟବେକ୍ଷକ ନିଯୁକ୍ତ

ନୂଆଦିଲ୍ଲୀ,୧୪।୩: ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ଭାଜପା ସରକାର ଗଢ଼ିବାକୁ ଯାଉଥିବାବେଳେ ନବନିର୍ବାଚିତ ବିଧାୟକ ଦଳ ନେତା ବାଛିବା ଲାଗି ସୋମବାର ପର୍ଯ୍ୟବେକ୍ଷକ ନିଯୁକ୍ତ...

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କେବଳ କଂଗ୍ରେସକୁ ଟାର୍ଗେଟ କରନ୍ତି: ଥରୁର

ନୂଆଦିଲ୍ଲୀ,୮ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ଲୋକ ସଭାରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ବିରୋଧି କଂଗ୍ରେସକୁ...

ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ଉପହାର ଦେଇଥିବା କାର୍ଯ୍ୟକର୍ତ୍ତାଙ୍କ ପାଦ ଛୁଇଁଲେ ପ୍ରଧାନମନ୍ତ୍ରୀ ମୋଦି

ଲକ୍ଷ୍ନୌ,୨୦।୨: ଉତ୍ତର ପ୍ରଦେଶରେ ଏବେ ବିଧାନସଭା ନିର୍ବାଚନ ଚାଲିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଦଳ ପକ୍ଷରୁ ନିର୍ବାଚନୀ ସଭା ଚାଲିଛି। ଏହି କ୍ରମରେ ରବିବାର...

Advertisement
Archives

Model This Week