୭ମାସ ପରେ ବି ଆସିନି ଡିଏନ୍‌ଏ ରିପୋର୍ଟ

ଭୁବନେଶ୍ୱର, ୨୧।୩(ବ୍ୟୁରୋ):ଗତବର୍ଷ ବୌଦ୍ଧ ବନଖଣ୍ଡର ବୌଦ୍ଧ ରେଞ୍ଜ ଅନ୍ତର୍ଗତ ବଘିଆପଡ଼ା ସେକ୍ସନରେ ଦୁଇଟି ଦନ୍ତା ହାତୀର କଙ୍କାଳ ଗଳିତ ଅବସ୍ଥାରେ ମିଳିଥିଲା। ପ୍ରଥମେ ଜୁନ ୨୩ରେ ଜାମୁଖୋଲ ସଂରକ୍ଷିତ ଜଙ୍ଗଲରେ ଗୋଟିଏ ଓ ଜୁନ୍‌ ୨୫ରେ ବାଙ୍କୀମୁଣ୍ଡି ସଂରକ୍ଷିତ ଜଙ୍ଗଲରେ ଅନ୍ୟଏକ ପ୍ରାପ୍ତବୟସ୍କ ଦନ୍ତାହାତୀର କଙ୍କାଳ ଉଦ୍ଧାର କରାଯାଇଥିଲା। ଉଭୟ ହାତୀଙ୍କର ଶୁଣ୍ଢ ସହିତ ଦାନ୍ତ ମଧ୍ୟ କଟାଯାଇଥିଲା। ଶିକାରୀମାନେ ହାତୀକୁ ମାରିବା ପରେ ତା’ ଦାନ୍ତ କାଟିବା ପାଇଁ ନିଷ୍ଠୁର ଭାବରେ ତା’ର ଶୁଣ୍ଢକୁ କାଟିଦେଇଥିଲେ। ସେହିପରି ଗତବର୍ଷ ଜୁଲାଇ ୭ରେ ସମ୍ବଲପୁର ଅଇଁଠାପାଲି ନିକଟରେ ଦୁଇଟି ହାତୀଦାନ୍ତ ଜବତ ହୋଇଥିଲା। ତେବେ ସେହିଦିନ ସମ୍ବଲପୁର ଡିଏଫ୍‌ଓଙ୍କ ସହିତ ମିଳିତ ଖବରଦାତା ସମ୍ମିଳନୀରେ ବୌଦ୍ଧ ଡିଏଫ୍‌ଓ କହିଥିଲେ, ଜବତ ହାତୀ ଦାନ୍ତ ଦୁଇଟି ବାଙ୍କୀମୁଣ୍ଡି ସଂରକ୍ଷିତ ଜଙ୍ଗଲରେ ମିଳିଥିବା ମୃତହାତୀର ବୋଲି ଅନୁମାନ କରାଯାଉଛି। ସମ୍ବଲପୁରରୁ ଜବତ ହାତୀଦାନ୍ତ ବୌଦ୍ଧରୁ ଶିକାର ହୋଇଥିବା ହାତୀର ବୋଲି ନିଶ୍ଚିତ କରିବା ପାଇଁ ଜବତ ହାତୀଦାନ୍ତ ଏବଂ ବାଙ୍କୀମୁଣ୍ଡି ସଂରକ୍ଷିତ ଜଙ୍ଗଲରେ ମିଳିଥିବା ହାତୀ ଶରୀରର ନମୁନାକୁ ଡିଏନ୍‌ଏ ମ୍ୟାଚିଂ ପାଇଁ ପଠାଯାଇଥିବା ସେମାନେ ସୂଚନା ଦେଇଥିଲେ। ହେଲେ ୭ମାସ ବିତିଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କୌଣସି ଡିଏନ୍‌ଏ ରିପୋର୍ଟ ଆସିଲା ନାହିଁ। ଏପରିକି ସେହି ଡିଏନ୍‌ଏ ମ୍ୟାଚିଂ ତଥ୍ୟକୁ ସୂଚନା ଅଧିକାର ଆଇନରେ ମାଗିଲେ ମଧ୍ୟ ବୌଦ୍ଧ ଡିଏଫ୍‌ଓ ଦେଉ ନ ଥିବା ଅଭିଯୋଗ ଉଠୁଛି। ଅନେକ କ୍ଷେତ୍ରରେ ଡିଏନ୍‌ଏ ଟେଷ୍ଟ ରିପୋର୍ଟ ୫ଦିନ ମଧ୍ୟରେ ଆସୁଥିବାବେଳେ ଏ କ୍ଷେତ୍ରରେ କାହିଁକି ମାସ ମାସ ବିତୁଛି ବୋଲି ସୂଚନା ଅଧିକାର କର୍ମୀମାନେ ପ୍ରଶ୍ନ କରିଛନ୍ତି। ରଞ୍ଜନ ଦାସ ନାମକ ଜଣେ ବ୍ୟକ୍ତି ଗତବର୍ଷ ଡିସେମ୍ବର ୧୬ରେ ଏହି ଡିଏନ୍‌ଏ ମ୍ୟାଚିଂ ରିପୋର୍ଟ ଆଦି ସମ୍ପର୍କରେ ଜାଣିବା ପାଇଁ ସୂଚନା ଅଧିକାର ଆଇନ ୨୦୦୫ ବଳରେ ତଥ୍ୟ ମାଗିଥିଲେ। ହେଲେ ତଦନ୍ତ ଚାଲିଛି ବୋଲି କହି ବୌଦ୍ଧ ଡିଏଫ୍‌ଓ ତଥ୍ୟ ଦେବାକୁ ମନା କରି ଦେଇଛନ୍ତି। ଏହି ଘଟଣା ବଲାଙ୍ଗୀରରେ ମୃତ କେନ୍ଦୁପତ୍ର ତୋଳାଳିଙ୍କ କ୍ଷତିପୂରଣ ଟଙ୍କା ଆତ୍ମସାତ୍‌ କରିଥିବା ବୌଦ୍ଧ ଡିଏଫ୍‌ଓଙ୍କୁ ଆହୁରି ସନ୍ଦେହ ଘେରକୁ ଟାଣି ନେଇଛି।
ସମ୍ପର୍କରେ ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ଯଦି ସମ୍ବଲପୁରରୁ ଜବତ ହାତୀଦାନ୍ତ ଏବଂ ବାଙ୍କୀମୁଣ୍ଡି ସଂରକ୍ଷିତ ଜଙ୍ଗଲରେ ମିଳିଥିବା ମୃତ ହାତୀର ନମୁନା ଡିଏନ୍‌ଏ ମ୍ୟାଚିଂ ନ କରେ, ତେବେ ଡିଏଫ୍‌ଓଙ୍କୁ ଅବିଳମ୍ବେ ଗିରଫ କରାଯିବା ସହିତ କ୍ରାଇମବ୍ରାଞ୍ଚକୁ ମାମଲା ଦେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?