Posted inଫୁରସତ

ଏଚଆଇଭି ପଜିଟିଭ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଏସିଆର ପ୍ରଥମ କାଫେ

କେବଳ ଏଚଆଇଭି ପଜିଟିଭ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଏସିଆର ପ୍ରଥମ କାଫେ କୋଲକାତାରେ ଖୋଲିଛି। ଏହି କାଫେର ନାଁ ରହିଛି ‘କାଫେ ପଜିଟିଭ’। ଏହାର ଉଦ୍ଦେଶ୍ୟ ହେଉଛି ସଚେତନତା ବିସ୍ତାର କରିବା ଏବଂ ଏଚ.ଆଇ.ଭି ପଜିଟିଭ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବା। ଏହି କାଫେ ୭ ଜଣ ଯୁବକଙ୍କୁ ନେଇ ଗଠିତ, ଏହି ସମସ୍ତ ଯୁବକ ଏଚ.ଆଇ.ଭି ପଜିଟିଭ।
କାଫେ ମାଲିକ କାଲୋଲ ଘୋଷ ଆନନ୍ଦଧର ନାମକ ଏକ ଏନଜିଓ ସ୍ଥାପନ କରିଛନ୍ତି। ଏହି ଏନଜିଓ ମାନସିକ ସ୍ବାସ୍ଥ୍ୟ ଏବଂ ଏଚଆଇଭି ପଜିଟିଭ୍‌ ଲୋକଙ୍କ ପାଇଁ କାମ କରେ। ସେ ଫ୍ରାଙ୍କଫର୍ଟ ନାମକ ଏକ କ୍ୟାଫେ ଦ୍ୱାରା ଅନୁପ୍ରାଣିତ ହୋଇ ଏହି କାଫେ ଆରମ୍ଭ କରିଥିଲେ।
କାଲୋଲ ଘୋଷ କହିଛନ୍ତି, ଏଚ୍‌ଆଇଭି ସଂକ୍ରମିତ ପିଲାମାନେ କୁଆଡେ ଯିବେ? ସେମାନଙ୍କୁ ଚାକିରି ଦରକାର। ‘କାଫେ ପଜିଟିଭ’କୁ ଆସିବାକୁ କିଛି ଲୋକ ଅସହଜ ହୁଅନ୍ତି। ଯଦି ସେମାନେ ଆସି କର୍ମଚାରୀମାନେ ଏଚଆଇଭି ପଜିଟିଭ ବୋଲି ଜାଣନ୍ତି, ତେବେ ଆମେ ସେମାନଙ୍କୁ ସବୁକିଛି ବୁଝାଇଥାଉ ଏବଂ ଅଧିକାଂଶ ଲୋକ ଫେରି ଯାଆନ୍ତି। ଆଉ କିଛି ଲୋକ ରୁହନ୍ତି। କାଫେର ମୂଳ ଉଦ୍ଦେଶ୍ୟ କେବଳ ଏଚଆଇଭି ସଂକ୍ରମିତ ଲୋକଙ୍କ ବିଷୟରେ ସଚେତନତା ନୁହେଁ ବରଂ ଲୋକଙ୍କୁ ରୋଜଗାର ଯୋଗାଇବା ମଧ୍ୟ ଅଟେ। ଏହି ସ୍ଥାନଟି କଫି ଏବଂ ସାଣ୍ଡୱିଚ ପାଇଁ ଜଣାଶୁଣା।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri