Posted inଖେଳ

ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ: ଭିନେଶ ଓ ଅଂଶୁଙ୍କୁ ପ୍ରଥମ ସ୍ବର୍ଣ୍ଣ

ଅଲମାଟି, ୧୬ା୪ (ପି.ଟି.)-ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଥିବା ଭାରତୀୟ ରେସ୍‌ଲର ଭିନେଶ ଫୋଗତ ଓ ଅଂଶୁ ମଲିକ ଏସିଆନ ଚାମ୍ପିୟନଶିପ୍‌ରେ ସେମାନଙ୍କର ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଚାଇନିଜ ଓ ଜାପାନିଜ୍‌ ପ୍ରତିଦ୍ୱନ୍ଦ୍ୱୀଙ୍କ ଅନୁପସ୍ଥିତିରେ ଭିନେଶ ଶୁକ୍ରବାର ଗୋଟିଏ ହେଲେ ପଏଣ୍ଟ ନ ହରାଇ ୫୩ କେଜି କାଟେଗୋରିରେ ଟାଇଟଲ ଜିତିଥିଲେ। ଏହି ସଂସ୍କରଣ ପୂର୍ବରୁ ସେ ଏସିଆନ ମିଟ୍‌ରେ ୭ଥର ପୋଡିୟମ ଫିନିଶ କରିପାରିଛନ୍ତି। ତନ୍ମଧ୍ୟରେ ୩ ରୌପ୍ୟ ପଦକ ଅନ୍ତର୍ଭୁକ୍ତ। ଭିନେଶ ମଙ୍ଗୋଲିଆର ଓଟଗୋଁଜାର୍ଗାଲ ଗାନବାଟାର ଏବଂ ତାଇପେର ମେଙ୍ଗ ହୁଆନ୍‌ ହିଏଙ୍କୁ ଟେକ୍‌ନିକାଲ ସୁପରିଅରିଟିରେ ପରାସ୍ତ କରିଥିବାବେଳେ ସେମିଫାଇନାଲରେ ଇଞ୍ଜୁରି ଯୋଗୁ କୋରିଆର ହ୍ୟୁନ୍‌ୟଙ୍ଗ ଓହ ଲଢିବାକୁ ଆସି ନ ଥିଲେ। ଏହି ମହାଦେଶୀୟ ଚାମ୍ପିୟନଶିପ୍‌ର ଦିଲ୍ଲୀ ସଂସ୍କରଣରେ ବ୍ରୋଞ୍ଜ ଜିତିଥିବା ଭିନେଶ ଫାଇନାଲରେ ହିଏଙ୍କୁ ୬-୦ରେ ପରାସ୍ତ କରିଥିଲେ। ଅନ୍ୟପକ୍ଷରେ କିଛିଦିନ ପୂର୍ବରୁ ଏହି ଭେନ୍ୟୁରେ ଅଲିମ୍ପିକ କୋଟା ହାସଲ କରିଥିବା ଅଂଶୁ ୫୭କେଜି ଶ୍ରେଣୀରେ ଟାଇଟଲ ବିଜୟୀ ହୋଇଛନ୍ତି। ଫାଇନାଲରେ ସେ ମଙ୍ଗୋଲିଆର ବାଟ୍‌ସେଟ୍‌ସେଗ୍‌ ଅଲଟାଣ୍ଟସେଟସେଗ୍‌ଙ୍କୁ ୩-୦ରେ ପରାସ୍ତ କରିଥିଲେ। ଆରମ୍ଭରେ ଡବଲ ଲେଗ୍‌ ଆଟାକ୍‌ ବ୍ୟତୀତ ମଙ୍ଗୋଲିଆନ ପ୍ରତିଦ୍ୱନ୍ଦ୍ୱୀ ବାଉଟ୍‌ରେ ଅଧିକାଂଶ ସମୟ ନିଜକୁ ଡିଫେଣ୍ଡ କରିବାକୁ ଚେଷ୍ଟା କରିଥିଲେ। ୧୯ ବର୍ଷୀୟା ଏହି ବକ୍ସର ଉଜ୍‌ବେକିସ୍ତାନର ସେମେରା ଇସ୍‌ମୁରେଟୋଭା ଏବଂ ସେମିଫାଇନାଲରେ କିରଗିଜସ୍ତାନର ନାଜିରା ମାର୍ସବେକ୍‌ଙ୍କ ବିପକ୍ଷ ତାଙ୍କ ପ୍ରଥମ ଦୁଇଟି ବାଉଟ୍‌ରେ ଟେକ୍‌ନିକାଲ ସୁପରିଅରିଟି ଭିତ୍ତିରେ ଜିତିଥିଲେ। ୬୫କେଜି କାଟେଗୋରିରେ ଭାଗ ନେଉଥିବା ସାଖୀ ମଲିକ ମଧ୍ୟ ଫାଇନାଲରେ ପ୍ରବେଶ କରିଛନ୍ତି। ସ୍ବର୍ଣ୍ଣ ପଦକ ପାଇଁ ସେ ମଙ୍ଗୋଲିଆର ବୋଲରଟୁଙ୍ଗାଲାଗ୍‌ ଜୋର୍ଗିଟ୍‌ଙ୍କ ସହ ମୁକାବିଲା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୂର୍ବତନ ତୀରନ୍ଦାଜ ଶ୍ୟାମ ଲାଲଙ୍କ ପରଲୋକ, ସେଉଲ ଅଲିମ୍ପିକ୍ସରେ କରିଥିଲେ ପ୍ରତିନିଧିତ୍ୱ

ନୂଆଦିଲ୍ଲୀ, ୨୬ା୫: ଭରତର ପୂର୍ବତନ ତୀରନ୍ଦାଜ ଶ୍ୟାମ ଲାଲ ମୀନାଙ୍କ ପରଲୋକ ଘଟିଛି। ସେ ୧୯୮୮ ସେଉଲ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ…

IPL ପରେ MI ଛାଡି ଏହି ଟିମ୍‌କୁ ଯିବେ ପାଣ୍ଡ୍ୟା! ଏହି ଖେଳାଳିଙ୍କ ବଡ଼ ସଙ୍କେତ ପରେ କ୍ରିକେଟଜଗତରେ ହଇଚଇ

ନୂଆଦିଲ୍ଲୀ, ୨୬।୫: ଆଇପିଏଲ (IPL) ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଭଲ ରହିନାହିଁ ଏବଂ ଏହା ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ…

କ୍ୱାଲିଫାୟର-୧: ହୋଇପାରେ ହାଇସ୍କୋରିଂ ମ୍ୟାଚ୍‌

ଧର୍ମଶାଳା,୨୬ା୫; ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମ ଧର୍ମଶାଳାରେ ମଙ୍ଗଳବାର କ୍ୱାଲିଫାୟର-୧ ମ୍ୟାଚ୍‌ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ଇନଷ୍ଟାଗ୍ରାମରୁ ୨୦୦ ପୋଷ୍ଟ ଡିଲିଟ୍ କଲେ ଅର୍ଶଦୀପ; DP ମଧ୍ୟ ବଦଳାଇଲେ, ଜାଣନ୍ତୁ ମାମଲା

ନୂଆଦିଲ୍ଲୀ,୨୬।୫: IPL ୨୦୨୬ରେ ପଞ୍ଜାବ କିଙ୍ଗସର ଅଭିଯାନ ସମାପ୍ତ ହେବା ସହିତ, ଅର୍ଶଦୀପ ସିଂଙ୍କ ପାଇଁ ମଧ୍ୟ ସିଜିନ୍ ଶେଷ ହୋଇଗଲା। ପଞ୍ଜାବ କିଙ୍ଗସ ଦଳର ସଦସ୍ୟ…

ଆଜି କ୍ୱାଲିଫାୟର-୧, ଆର୍‌ସିବି-ଗୁଜରାଟ ମହାମୁକାବିଲା

ଧର୍ମଶାଳା, ୨୬ା୫: ଆଜି ଚଳିତ ଆଇପିଏଲ୍‌ର କ୍ୱାଲିଫାୟର-୧ ମହାମୁକାବିଲା। ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି) ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍‌ର ବିଜେତା…

ପଦ୍ମଶ୍ରୀ ନେବାକୁ କାହିଁକି ଆସିଲେନି ରୋହିତ ଶର୍ମା? ହିଟମ୍ୟାନଙ୍କୁ ନେଇ ଆସିଲା ଏମିତି କାରଣ

ନୂଆଦିଲ୍ଲୀ,୨୬।୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ଷ୍ଟାର ବ୍ୟାଟସମ୍ୟାନ ରୋହିତ ଶର୍ମା ୨୫ ମଇରେ ନୂଆଦିଲ୍ଲୀରେ ଅନୁଷ୍ଠିତ ପଦ୍ମଶ୍ରୀ ପଦାର୍ପଣ ଉତ୍ସବରେ ଯୋଗ ଦେଇ…

ଇରାନର ବଡ଼ ଅନୁରୋଧ ରଖିଲା ଫିଫା

ତେହରାନ, ୨୫ା୫: ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁଥିବା ଫିଫା ବିଶ୍ୱକପ୍‌ ଲାଗି ଇରାନ ପକ୍ଷରୁ ଦଳର ଟ୍ରେନିଂ କ୍ୟାମ୍ପ ଆମେରିକାରୁ ମେକ୍ସିକୋକୁ ସ୍ଥାନାନ୍ତର କରିବା ଲାଗି…

ପୂର୍ବତନ କ୍ରିକେଟର ଆକାଶ ଚୋପ୍ରାଙ୍କ ବଡ଼ ଦାବି: ବଦଳିବେ ଏହି ୪ଦଳର ଅଧିନାୟକ

ନୂଆଦିଲ୍ଲୀ,୨୫।୫: ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ଏକ ବଡ଼ ଦାବି କରିଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ’X’ରେ ଏକ ଭିଡିଓ ସେୟାର କରି IPLର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri