Posted inଖେଳ

ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌: ଦୀପକ ପୁନିଆଙ୍କୁ ରୌପ୍ୟ ପଦକ

ଅଲମାଟି (କାଜାଖସ୍ତାନ), ୧୯ା୪ (ପି.ଟି.)-ଏଠାରେ ଚାଲିଥିବା ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌ର ଅନ୍ତିମ ଦିବସରେ ଭାରତର ଦୀପକ ପୁନିଆ ରୌପ୍ୟ ପଦକ ହାସଲ କରିଛନ୍ତି। ଫାଇନାଲରେ ସେ ତାଙ୍କ ଆଦର୍ଶ ତଥା ଇରାନିଆନ୍‌ କିମ୍ବଦନ୍ତୀ ହସନ ୟାଜଦାନିଚାରାତିଙ୍କଠାରୁ ହାରିଯାଇଛନ୍ତି। ସେହିପରି ସଞ୍ଜିତ ଦେଶ ପାଇଁ ଏକ ବ୍ରୋଞ୍ଜ ପଦକ ଆଣିଦେଇଛନ୍ତି। ୮୬କେଜି ଶ୍ରେଣୀ ଫାଇନାଲରେ ଇରାନିଆନ୍‌ ରେସ୍‌ଲରଙ୍କ ଆକ୍ରମଣାତ୍ମକ ପ୍ରଦର୍ଶନ ଆଗରେ ଦୀପକ ତିଷ୍ଠି ପାରି ନ ଥିଲେ। ୨୦୧୬ ଅଲିମ୍ପିକ ଚାମ୍ପିୟନ ତଥା ଦୁଇଥର ବିଶ୍ୱ ଚାମ୍ପିୟନଙ୍କ ସହିତ ଦୀପକଙ୍କ ଏହା ଥିଲା ଦ୍ୱିତୀୟ ମୁକାବିଲା। କିନ୍ତୁ ଏଠାରେ ସେ ପ୍ରଥମ ଥର ତାଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ। କାରଣ ଗୋଡ଼ରେ ଇଞ୍ଜୁରି ଯୋଗୁ ଏହି ଇରାନିଆନ ରେସ୍‌ଲରଙ୍କ ବିପକ୍ଷ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ ଫାଇନାଲରୁ ଦୀପକ ଓହରିଯାଇଥିଲେ। ରବିବାର ପୋଡିୟମ ଫିନିଶ କରିଥିବା ଅନ୍ୟ ଜଣେ ଭାରତୀୟ ରେସ୍‌ଲର ହେଲେ ସଞ୍ଜିତ (୯୨କେଜି)। ବ୍ରୋଞ୍ଜ ପ୍ଲେ-ଅଫ୍‌ରେ ସେ ଉଜବେକିସ୍ତାନର ରୁସ୍ତମ ଶୋଦିଭଙ୍କୁ ୧୧-୮ରେ ହରାଇ ଦେଇଥିଲେ। ପୁରୁଷ ଫ୍ରିଷ୍ଟାଇଲ ଇଭେଣ୍ଟରେ ଓଭର ଅଲ୍‌ ଭାରତ ୭ ପଦକ ଜିତିଥିଲା। କେବଳ ଦୀପକ ଡାହିୟା (୫୭କେଜି) ଏକ ସ୍ବର୍ଣ୍ଣ ଜିତିବାରେ ସଫଳ ରହିଥିଲେ। ରବିନ୍ଦର (୬୧କେଜି) କିରଗିଜସ୍ତାନର ଇକ୍ରୋମଝୋନ୍‌ ଖାଦିମଉରୁଦୋଭ୍‌ଙ୍କ ବିପକ୍ଷ ତାଙ୍କ ବ୍ରୋଞ୍ଜ ପ୍ଲେ-ଅଫ୍‌ ଟେକ୍‌ନିକାଲ ସୁପରିଅରିଟିରେ ହାରିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଭକ୍ତିରେ ବୁଡିଲେ ବିରାଟ କୋହଲି, ଜନ୍ମାଷ୍ଟମୀରେ…

ନୂଆଦିଲ୍ଲୀ,୪।୯: ଜନ୍ମାଷ୍ଟମୀ ଅବସରରେ, ବିରାଟ କୋହଲିଙ୍କୁ ମଧ୍ୟ ଭକ୍ତିର ଭାବନାରେ ବୁଡ଼ ପକାଇଥିବାର ଦେଖାଯାଇଥିଲା। ସେ ପ୍ରଶଂସକମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ, ‘କିଙ୍ଗ କୋହଲି’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri