Posted inଖେଳ

ସେମିଫାଇନାଲରେ ଭାରତ

ହାଙ୍ଗଝୋ,୨୧।୯: ଆଜି ଏସିଆନ ଗେମ୍ସ ୨୦୨୩ରେ ମହିଳା କ୍ରିକେଟ ଇଭେଣ୍ଟରେ ଭାରତ ଏବଂ ମାଲେସିଆ ମଧ୍ୟରେ ଏକ ମ୍ୟାଚ ଖେଳାଯାଇଥିଲା। ବର୍ଷା ଯୋଗୁ ଏହି କ୍ୱାର୍ଟର ଫାଇନାଲ ମ୍ୟାଚ ବାତିଲ ହୋଇଥିଲ। ଏହା ସହ ଭାରତୀୟ ମହିଳା ଦଳ ବର୍ତ୍ତମାନ ସେମିଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଛି। ଏହି ମ୍ୟାଚରେ ଭାରତୀୟ ଇନିଂସ ସମୟରେ ମଧ୍ୟ ବର୍ଷା ବ୍ୟାହତ ହୋଇଥିଲା। ଫଳରେ ମ୍ୟାଚ ୧୫-୧୫ ଓଭରକୁ ହ୍ରାସ ପାଇଥିଲା।
ଏହି ମ୍ୟାଚରେ ଭାରତୀୟ ମହିଳା ଦଳ ୧୫ ଓଭରରେ ୧୭୩ ରନ ସଂଗ୍ରହ କରିଥିଲେ। ଏହା ପରେ ମାଲେସିଆର ଇନିଂସରେ ମାତ୍ର ୨ଟି ବଲ ଖେଳିବା ପରେ ପ୍ରବଳ ବର୍ଷା ହେତୁ ମ୍ୟାଚ ବନ୍ଦ ହୋଇଯାଇଥିଲା। ଲଗାଣ ବର୍ଷା ହେତୁ ଅମ୍ପାୟାରମାନେ ମ୍ୟାଚକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ ୧୪ ସେପ୍ଟେମ୍ବରରେ ସେମିଫାଇନାଲ ମ୍ୟାଚ ଖେଳିବା ପାଇଁ ଟିମ ଇଣ୍ଡିଆ ପଡିଆକୁ ଓହ୍ଲାଇବ।
ମାଲେସିଆ ବିପକ୍ଷରେ ଭାରତୀୟ ଦଳର ବ୍ୟାଟିଂ ଭଲ ଥିଲା। ତେବେ ଏହି ମ୍ୟାଚରେ ଅଧିନାୟକ ସ୍ମୃତି ମନ୍ଧନା ଏବଂ ଶେଫାଳି ବର୍ମାଙ୍କ ଯୋଡି ଦଳକୁ ଏକ ଭଲ ଆରମ୍ଭ କରିଥିଲେ। ପ୍ରଥମ ଉଇକେଟ ପାଇଁ ଉଭୟଙ୍କ ମଧ୍ୟରେ ୫୭ ରନର ଭାଗିଦାରୀ ଦେଖିବାକୁ ମିଳିଥିଲା। ୧୬ ଟି ବଲରେ ୨୭ ରନ୍‌ର ଇନିଂସ ଖେଳିବା ପରେ ମନ୍ଧାନା ପାଭିଲିୟନକୁ ଫେରିଥିଲେ।
୩ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଷ୍ଟାର ଖେଳାଳି ଜେମିମା ରୋଡ୍ରିଗେଜ ଗୋଟିଏ ପଟରୁ ଦ୍ରୁତ ଗତିରେ ସ୍କୋର କରିବା ଆରମ୍ଭ କରିଥିଲେ। ଶେଫାଳୀ ବର୍ମା ମଧ୍ୟ କ୍ରମାଗତ ଭାବରେ ଆକ୍ରମଣାତ୍ମକ ବ୍ୟାଟିଂ କରୁଥିଲେ। ଦ୍ୱିତୀୟ ଉଇକେଟ ପାଇଁ ଉଭୟଙ୍କ ମଧ୍ୟରେ ୪୭ ବଲରେ ୮୬ ରନର ଭାଗିଦାରୀ ହୋଇଥିଲା। ୩୯ଟି ବଲରେ ୬୭ ରନ୍‌ର ଏକ ଇନିଂସ ଖେଳିବା ପରେ ଶେଫାଳି ବର୍ମା ଏହି ମ୍ୟାଚରେ ପ୍ୟାଭିଲିୟନକୁ ଫେରିଥିଲେ।
ଏଠାରୁ ଜେମିମା ରିଚା ଘୋଷଙ୍କ ସମର୍ଥନ ପାଇଲେ ଏବଂ ତୃତୀୟ ଉଇକେଟ ପାଇଁ ସେମାନଙ୍କ ମଧ୍ୟରେ ୧୨ଟି ବଲରେ ୩୦ ରନ ଭାଗିଦାରୀ ହୋଇଥିଲା। ୧୫ ଓଭରରେ ୨ ଉଇକେଟ ହରାଇ ଟିମ ଇଣ୍ଡିଆ ୧୭୩ ରନ ସ୍କୋରରେ ପହଞ୍ଚିବାରେ ସଫଳ ହୋଇଥିଲା। ଜେମିମା ୨୯ ବଲରେ ଅପରାଜିତ ୪୭ ରନ ସଂଗ୍ରହ କରିଥିବାବେଳେ ରିଚା ମଧ୍ୟ ୭ ବଲରେ ୨୧ ରନର ଅପରାଜିତ ଇନିଂସ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

ଭଦ୍ରା ସହ ସୂର୍ଯ୍ୟ ଗ୍ରହଣର ଅଦ୍ଭୁତ ସଂଯୋଗ! ଏହି ୩ ରାଶି ଉପରେ ବଡ଼ ସଙ୍କଟ, ଖାଲି ଖର୍ଚ୍ଚ ହେବ…

ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟଗ୍ରହଣ ଅଗଷ୍ଟ ୧୨ ତାରିଖରେ ସଂଗଠିତ ହେବାକୁ ଯାଉଛି । ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଏବଂ ଏଠାରେ…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri