Posted inଖେଳ

ଏସିଆନ ବକ୍ସିଂ: ମେରୀ କମ୍‌, ସାକ୍ଷୀ ଫାଇନାଲରେ

ଦୁବାଇ, ୨୮।୫(ପି.ଟି.)-ଛଅ ଥର ବିଶ୍ୱ ଚାମ୍ପିୟନ ଏମ୍‌. ସି. ମେରୀ କମ୍‌ (୫୧ କେଜି) ଓ ସାକ୍ଷୀ (୫୪ କେଜି) ଏସିଆନ ବକ୍ସିଂ ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ଅନୁଷ୍ଠିତ ସେମିଫାଇନାଲରେ ମେରୀ କମ୍‌ ୪-୧ରେ ମଙ୍ଗୋଲିଆର ଲୁସାଇଖାନ ଆଲଟାନସେସେଗଙ୍କୁ ହରାଇଥିବାବେଳେ ୨ ଥର ୟୁଥ୍‌ ବିଶ୍ୱ ଚାମ୍ପିୟନ ସାକ୍ଷୀ ଟପ୍‌ ସିଡ୍‌ କାଜାଖସ୍ତାନର ଦିନା ଝୋଲାମନଙ୍କୁ ୩-୨ରେ ପରାସ୍ତ କରିଛନ୍ତି। ତେବେ ମୋନିକା (୪୮ କେଜି) ଓ ଜସ୍‌ମିନ (୫୭ କେଜି) ସେମାନଙ୍କ ସେମିଫାଇନାଲ ଲଢ଼େଇ ହାରି ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ମୋନିକା ୦-୫ରେ ଦ୍ୱିତୀୟ ସିଡ୍‌ କାଜାଖସ୍ତାନର ଆଲୁଆ ବାଲ୍‌କିବେକୋଭାଙ୍କଠାରୁ ଏବଂ ଜସ୍‌ମିନ ସମାନ ପଏଣ୍ଟରେ ଆଉ ଜଣେ କାଜାଖ ପ୍ରତିଯୋଗୀ ଭ୍ଲାଡିସ୍ଲାଭ କୁଖତାଙ୍କଠାରୁ ପରାଜିତ ହୋଇଥିଲେ। ମେରୀ କମ୍‌ ଫାଇନାଲରେ ୨ ଥର ବିଶ୍ୱ ଚାମ୍ପିୟନ କାଜାଖସ୍ତାନର ନଜିମ କାଜିବେଙ୍କୁ ଭେଟିବେ। ପୂର୍ବରୁ କେତେକ ଲଢ଼େଇରେ କାଜିବେଙ୍କୁ ହରାଇଥିବାରୁ ଦୃଢ଼ ଆତ୍ମବିଶ୍ୱାସରେ ଅଛନ୍ତି ୩୮ ବର୍ଷୀୟା ମେରୀ କମ୍‌। ସାକ୍ଷୀ ଫାଇନାଲରେ ଉଜବେକିସ୍ତାନର ସିତୋରା ଶୋଗ୍‌ଡାରୋଭାଙ୍କୁ ଭେଟିବେ। ବୁଧବାର ରାତିରେ ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ଅଲିମ୍ପିକ୍‌ ଯୋଗ୍ୟତା ହାସଲକାରୀ ଆଶିଷ କୁମାର (୭୫ କେଜି) ୨-୩ରେ ଏସିଆନ ଗେମ୍ସ ସିଲ୍‌ଭର ମେଡାଲିଷ୍ଟ କାଜାଖସ୍ତାନର ଅବିଖାନ ଅମନକୁଲଙ୍କଠାରୁ ହାରିଥିଲେ। ନରେନ୍ଦରଙ୍କ ଅଭିଯାନ ମଧ୍ୟ କ୍ୱାର୍ଟର ଫାଇନାଲରୁ ଶେଷ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବଙ୍କୁ ଟପିଯିବେ ସାନ ଭାଇ ଆଶୀର୍ବାଦ! ପୁଣି ମାରିଲେ ବିସ୍ଫୋରକ ଶତକ, ଚୌକା-ଛକା ବର୍ଷା ଦେଖି… 

ନୂଆଦିଲ୍ଲୀ,୨୪।୬: କ୍ରିକେଟଜଗତରେ ଏବେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ ଡେବ୍ୟୁକୁ ନେଇ ଉତ୍ସାହ ବଢ଼ୁଛି। ସେ କେବେ ନୀଳ ଜର୍ସିି ପିନ୍ଧି ମଇଦାନକୁ ଓହ୍ଲାଇବେ ସେଦିନକୁ…

ଭାରତୀୟ ଦଳରେ ସ୍ଥାନ ପାଇଲେ ଏହି ଉଦୀୟମାନ ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୬: ଆୟର୍ଲାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ସିରିଜ ପାଇଁ ଆଘାତପ୍ରାପ୍ତ ଅଲରାଉଣ୍ଡର ନୀତିଶ ରେଡ୍ଡୀଙ୍କ ସ୍ଥାନରେ ଉଦୀୟମାନ ଖେଳାଳି ସୂର୍ଯ୍ୟାଂଶ ଶେଡ୍‌ଗେଙ୍କୁ ଭାରତୀୟ…

IPL ଇତିହାସର ସବୁଠାରୁ ବଡ଼ ଡିଲ୍‌: LSGରୁ ଅଲଗା ହେଲେ ରିଷଭ ପନ୍ତ

ନୂଆଦିଲ୍ଲୀ,୨୩।୬: ରିଷଭ ପନ୍ତ ଲକ୍ଷ୍ନୌ ସୁପର ଜାଏଣ୍ଟସରୁ ଅଲଗା ହୋଇ ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିଛନ୍ତି। ପନ୍ତଙ୍କ ନିଜ ପୂର୍ବ ଦଳକୁ ଫେରିବା ଏକ ଟ୍ରେଡ୍‌ ଡିଲ୍‌ ମାଧ୍ୟମରେ…

ବିଶ୍ୱକପ୍‌ରେ ମେସିଙ୍କ ରେକର୍ଡ, ନକ୍‌ଆଉଟ୍‌ରେ ପହଞ୍ଚିଲା ଆର୍ଜେଣ୍ଟିନା

ଆର୍ଲିଟନ,୨୩ା୬: ଲିଓନେଲ ମେସିଙ୍କ ରେକର୍ଡ ଡବଲ ଗୋଲ ବଳରେ ଖେଳାଯାଇଥିବା ଗ୍ରୁପ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୦ ଗୋଲରେ ଅଷ୍ଟ୍ରିଆକୁ ପରାସ୍ତ କରିଛି। ଏହି ବିଜୟ ସହ ଡିଫେଣ୍ଡିଂ…

Video: ଇଣ୍ଟରନ୍ୟାଶନାଲ ଡେବ୍ୟୁରେ କେତେ ନମ୍ବର ଜର୍ସି ପିନ୍ଧିବେ ବୈଭବ? ଦେଖୁ ଦେଖୁ ଖୁସି ହୋଇଗଲେ ବେବି ବସ

ନୂଆଦିଲ୍ଲୀ,୨୩।୬: ଜୁନିଅର କ୍ରିକେଟ ସର୍କିଟରେ ଝଡ଼ ସୃଷ୍ଟି କରିବା ପରେ, ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିବାକୁ ପ୍ରସ୍ତୁତ। ବୈଭବ ମଙ୍ଗଳବାର ଭାରତୀୟ…

ବୈଭବ ସୂର୍ଯ୍ୟବଂଶୀ ପହଞ୍ଚିବା ପୂର୍ବରୁ ଇଂଲଣ୍ଡରେ ପହଞ୍ଚି ସାରିଥିଲେ ତାଙ୍କ ବାପା, ବିଶ୍ୱର ପ୍ରମୁଖ ବ୍ୟବସାୟୀଙ୍କଠାରୁ ଶୁଣିଲେ ପୁଅର ପ୍ରଶଂସା

ନୂଆଦିଲ୍ଲୀ,୨୩।୬: ଭାରତୀୟ କ୍ରିକେଟକୁ ଝଡ଼ରେ ପରିଣତ କରିଥିବା ବିହାରର ସମସ୍ତିପୁରର ଯୁବ ସେନସେସନ ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଖବର ଶିରୋନାମାରେ ଅଛନ୍ତି। ଇଂଲଣ୍ଡ ଗସ୍ତ ପାଇଁ ଯିବା…

ନିଜ ବଡିଗାର୍ଡଙ୍କୁ ଧକ୍କା ଦେଲେ ରୋହିତ ଶର୍ମା: କାରଣ ଜାଣିଲେ ପ୍ରଶଂସକ ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ VIDEO

ନୂଆଦିଲ୍ଲୀ,୨୩।୬: ଭାରତୀୟ ଦଳର ଷ୍ଟାର ବ୍ୟାଟସମ୍ୟାନ ରୋହିତ ଶର୍ମା ସାଧାରଣତଃ ତାଙ୍କର ମଜାଳିଆ ଏବଂ ଶାନ୍ତ ଆଚରଣ ପାଇଁ ଜଣାଶୁଣା। ପଡ଼ିଆ ଭିତରେ ହେଉ କିମ୍ବା ବାହାରେ,…

ଗୋଲକିପରଙ୍କ ଦମ୍‌ଦାର ପ୍ରଦର୍ଶନ, ଇରାନର ନକ୍‌ଆଉଟ୍‌ ଆଶା ଉଜ୍ଜୀବିତ

ଇଙ୍ଗଲଉଡ୍‌,୨୨ା୬: ଚଳିତ ଫିଫା ବିଶ୍ୱକପ୍‌ରେ ସୋମବାର ଶକ୍ତିଶାଳୀ ବେଲଜିୟମ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌କୁ ୦-୦ ଗୋଲରେ ଇରାନ ଡ୍ର’ ରଖିଛି। ଏଥିସହିତ ଦଳ ନକ୍‌ଆଉଟ୍‌ ରାଉଣ୍ଡ ଅଭିମୁଖେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri