Posted inଖେଳ

ଏସିଆନ ବକ୍ସିଂ ଚାମ୍ପିୟନଶିପ୍‌: ଭାରତର ଆଉ ୫ ପଦକ ନିଶ୍ଚିତ

ଦୁବାଇ, ୨୭।୫(ପି.ଟି.)- ତିନି ମହିଳାଙ୍କୁ ମିଶାଇ ଭାରତର ଆଉ ୫ ବକ୍ସର ଏଠାରେ ଚାଲିଥିବା ଏସିଆନ ବକ୍ସିଂ ଚାମ୍ପିୟନଶିପ୍‌ରେ ପଦକ ନିଶ୍ଚିତ କରିଛନ୍ତି। ଏହି ବକ୍ସରମାନେ ପ୍ରଭାବୀ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଫଳରେ ଭାରତ ଏହି ପ୍ରତିଯୋଗିତାରୁ ଅତିକମ୍‌ରେ ୧୩ଟି ପଦକ ପାଇବା ନିଶ୍ଚିତ ହୋଇଛି। ବୁଧବାର ଅନୁଷ୍ଠିତ ଲଢ଼େଇରେ ବିଜୟ ହାସଲ କରିଥିବା ଭାରତୀୟମାନେ ହେଲେ ଗତଥରର ଚାମ୍ପିୟନ ତଥା ଅଲିମ୍ପିକ୍ସ ଯୋଗ୍ୟତା ହାସଲକାରୀ ଅମିତ ପଙ୍ଘାଲ (୫୨ କେଜି), ସଞ୍ଜିତ (୯୧ କେଜି), ସାକ୍ଷୀ (୫୪ କେଜି), ଜସ୍ମିନ (୫୭ କେଜି) ଓ ଅଲିମ୍ପିକ ଯୋଗ୍ୟତା ହାସଲକାରୀ ସିମରନଜିତ କୌର(୬୦ କେଜି)। ମଙ୍ଗଳବାର ଶିବା ଥାପ୍ପା (୬୪ କେଜି) ମଧ୍ୟ କ୍ୱାର୍ଟର ଫାଇନାଲ ଜିତି ସେମିଫାଇନାଲରେ ପହଞ୍ଚତ୍ଥିଲେ।
ମଙ୍ଗୋଲିଆର ଖାର୍ଖୁ ଏଙ୍ଖମାନ୍ଦାଖଙ୍କଠାରୁ କଡ଼ା ଚ୍ୟାଲେଞ୍ଜ ପାଇଥିଲେ ହେଁ ବିଶ୍ୱ ଚାମ୍ପିୟନଶିପ୍‌ ରୌପ୍ୟ ପଦକ ବିଜେତା ତଥା ଗତଥରର ଚାମ୍ପିୟନ ପଙ୍ଘାଲ ଶେଷରେ ୩-୨ରେ ବିଜୟୀ ହେବାରେ ସକ୍ଷମ ହୋଇଥିଲେ। ଜୋର୍ଡାନର ଅମନଠାରେ ଅନୁଷ୍ଠିତ ୨୦୨୦ ଏସିଆନ ଅଲିମ୍ପିକ୍‌ କ୍ୱାଲିଫାୟରରେ ମଧ୍ୟ ପଙ୍ଘାଲ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇ ବିଜୟ ହାସଲ କରିଥିଲେ। ଇଣ୍ଡିଆ ଓପନ ସ୍ବର୍ଣ୍ଣ ପଦକ ବିଜେତା ସଞ୍ଜିତ ତାଜିକସ୍ତାନର ଜାସୁର କୁର୍ବୋନୋଭଙ୍କୁ ୫-୦ରେ ହରାଇ ଏସିଆନ ଚାମ୍ପିୟନଶିପ୍‌ର ସେମିଫାଇନାଲରେ ପ୍ରବେଶ କରିଥିଲେ। ତାଙ୍କ ପରବର୍ତ୍ତୀ ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି ଗତଥରର ରୌପ୍ୟ ପଦକ ବିଜେତା ଉଜବେକିସ୍ତାନର ସାଞ୍ଜାର ତୁର୍ସୁନୋଭ। ଚଳିତ ବର୍ଷ ସେ ତୃତୀୟ ସିଡ୍‌ର ମାନ୍ୟତା ପାଇଛନ୍ତି। ମହିଳା ବିଭାଗ ଲଢ଼େଇରେ ତାଜିକସ୍ତାନର ରୁହାଫ୍‌ଜୋ ହକ୍‌ଜାରୋଭାଙ୍କୁ ସାକ୍ଷୀ ୫-୦ରେ ହରାଇ ନିଜ ଦକ୍ଷତା ଦେଖାଇଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ସେ କାଜାଖସ୍ତାନର ଦିନା ଝୋଲାମାନଙ୍କୁ ଭେଟିବା ପଥ ପରିଷ୍କାର କରିଛନ୍ତି। ମଙ୍ଗୋଲିଆର ଓନ୍‌ସେସେଗ୍‌ ୟେସୁଗେନଙ୍କୁ ୪-୧ରେ ହରାଇଥିବା ଜସ୍ମିନ ସେମିଫାଇନାଲରେ କାଜାଖସ୍ତାନର ଭ୍ଲାଡିସ୍ଲାଭ କୁଖତାଙ୍କୁ ଭେଟିବେ। ସେହିପରି ନିକଟରେ କୋଭିଡ୍‌-୧୯ରୁ ଆରୋଗ୍ୟଲାଭ କରିଥିବା ସିମରନଜିତ ଉଜ୍‌ବେକିସ୍ତାନର ରିଖୋନା କୋଡିରୋଭାଙ୍କୁ ୪-୧ରେ ପରାସ୍ତ କରିଛନ୍ତି। ସେମିଫାଇନାଲରେ ସେ କାଜାଖସ୍ତାନର ରିମା ଭୋଲୋସେଙ୍କୋଙ୍କ ସହ ମୁକାବିଲା କରିବେ।
ପୂର୍ବରୁ ବିକାଶ କ୍ରିଷ୍ଣନ (୬୯ କେଜି) ଓ ଆଶିଷ କୁମାର (୭୫ କେଜି) ବିଜୟ ସହ ସେମାନଙ୍କ ଅଭିଯାନ ଆରମ୍ଭ କରିଛନ୍ତି। ଅନ୍ୟ ଭାରତୀୟଙ୍କ ମଧ୍ୟରେ ଏସିଆନ ଚାମ୍ପିୟନ ବିକାଶ କ୍ରିଷ୍ଣନ ଇରାନର ମୋସଲେମ ମାଲାମିର, ଗତ ସଂସ୍କରଣର ରୌପ୍ୟ ପଦକ ବିଜେତା ଆଶିଷ ବିଶ୍ୱ ଚାମ୍ପିୟନଶିପ୍‌ ଏବଂ ଏସିଆନ ଗେମ୍ସ ସିଲଭର ମେଡାଲିଷ୍ଟ କାଜାଖସ୍ତାନର ଅବିଖାନ ଅମନକୁଲଙ୍କ ସହିତ ଲଢ଼େଇରେ ଅବତୀର୍ଣ୍ଣ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

ଧ୍ରୁବ ଜୁରେଲଙ୍କ ‘ଟାଟୁ’ ପଛରେ କ’ଣ ଅଛି ଅର୍ଥ? ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ…

ନୂଆଦିଲ୍ଲୀ,୨୫।୮: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧ୍ରୁବ ଜୁରେଲ ଶତକ ପୂରଣ କରିବା ମାତ୍ରେ, ତାଙ୍କର ଉତ୍ସବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ପ୍ରଥମେ ଏକ…

ଇମ୍ରାନଙ୍କୁ ନେଇ ଏମିତି କହିଲେ କପିଲ ଦେବ, ହେଉଛି ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ କପିଲ ଦେବ ପୁଣି ଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇମ୍ରାନ ଖାନଙ୍କ ସମର୍ଥନରେ ବାହାରିଛନ୍ତି। ସମ୍ପ୍ରତି, 21 ଜଣ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ…

କାନିଜ୍‌ସା ଓପନ୍‌ ଚେସ୍‌ ଟାଇଟଲ ହାସଲ କଲେ ପ୍ରଣେଶ

କାନିଜ୍‌ସା(ହଙ୍ଗେରୀ),୨୪ା୮: ଜର୍ମାନୀର ଭାଦିମ ପେତ୍ରୋଭସ୍କିଙ୍କ ବିପକ୍ଷରେ ଏକ ରୋମାଞ୍ଚକ ବିଜୟ ହାସଲ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍‌ ସମ୍ମାନଜନକ କାନିଜ୍‌ସା ଓପନ ଚେସ୍‌ ଟାଇଟଲ ହାସଲ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri