Posted inଖେଳ

ଶ୍ରୀଲଙ୍କା ମନା କଲା:ଭାରତରେ ହୋଇପାରେ ଏସିଆ କପ୍‌

ନୂଆଦିଲ୍ଲୀ,୨୧।୭: ଶ୍ରୀଲଙ୍କା କ୍ରିକେଟ କାଉନସିଲ(ଏସ୍‌ଏଲ୍‌ସି) ଟି-୨୦ ଏସିଆ କପ୍‌ ୨୦୨୨ କ୍ରିକେଟ ଆୟୋଜନ କରିବାକୁ ମନା କରିଦେଇଛି। ଶ୍ରୀଲଙ୍କା କ୍ରିକେଟ ଏସିଆ କ୍ରିକେଟ ପରିଷଦ (ଏସିସି)କୁ ଏନେଇ ସୂଚନା ଦେଇଛି। ଅର୍ଥନୈତିକ ଏବଂ ରାଜନୈତିକ କାରଣରୁ ଟି-୨୦ ଏସିଆ କପ ଆୟୋଜନ କରିବା ସ୍ଥିତିରେ ନାହିଁ ଶ୍ରୀଲଙ୍କା। ଆର୍ଥିକ ସଙ୍କଟ ଯୋଗୁ ଲଙ୍କା ପ୍ରିମିୟର ଲିଗ୍‌ (ଏଲ୍‌ପିଏଲ୍‌)ର ତୃତୀୟ ସଂସ୍କରଣ ମଧ୍ୟ ସ୍ଥଗିତ ରଖାଯାଇଛି।
ଏସିସି ସୂତ୍ର ଅନୁଯାୟୀ, ଶ୍ରୀଲଙ୍କା କହିଛି ଯେ, ଦେଶର ଅବସ୍ଥା ଅତ୍ୟନ୍ତ ଖରାପ। ୬ଟି ଦଳକୁ ନେଇ ଏତେ ବଡ଼ ଟୁର୍ନାମେଣ୍ଟ ଆୟୋଜନ କରିବା ସ୍ଥିତିରେ ନାହିଁ। ଟି-୨୦ ବିଶ୍ୱକପ ପୂର୍ବରୁ ଚଳିତ ବର୍ଷ ଅଗଷ୍ଟ-ସେପ୍ଟେମ୍ବରରେ ହେବାକୁ ଥିବା ଏସିଆ କପ ସମ୍ବନ୍ଧରେ ଏସିସି ଆଗାମୀ ଦିନରେ ଏକ ବଡ଼ ଘୋଷଣା କରିବ। ଭାରତ କିମ୍ବା ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏହି ଟୁର୍ନାମେଣ୍ଟ ଆୟୋଜନ କରିବାର ସୁଯୋଗ ପାଇପାରନ୍ତି।
ୟୁଏଇ ଉପରେ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। କିନ୍ତୁ ଭାରତରେ ଏହି ଟୁର୍ନାମେଣ୍ଟ ହେବା ସମ୍ଭାବନା ଅଧିକ ବୋଲି କୁହାଯାଉଛି। ଏସୀୟ କ୍ରିକେଟ ପରିଷଦର ସଭାପତି ହେଉଛନ୍ତି ଜୟ ଶାହା। ଜୟ ଶାହା ବିସିସିଆଇର ସଚିବ ମଧ୍ୟ ଅଛନ୍ତି। ଏଭଳି ପରିସ୍ଥିତିରେ ଭାରତରେ ଟୁର୍ନାମେଣ୍ଟ ଆୟୋଜନ ପାଇଁ ଅଧିକ ଦାବିଦାର ରହିବ। ଯଦି ଏହା ଘଟେ, ତେବେ ପ୍ରଶଂସକମାନେ ଏଠାରେ ଭାରତ-ପାକିସ୍ତାନ ହାଇ ଭୋଲଟେଜ ମ୍ୟାଚ ଦେଖିବାକୁ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷୀର ଦେବା ବନ୍ଦକଲେ ମାଲିକ ଛାଡ଼ିଦେଉଛନ୍ତି ଗାଈ: ଫସଲ ଖାଇ କରୁଛନ୍ତି ନଷ୍ଟ

ଅମରପାଲି,୨୦ା୮(ପୀତାମ୍ବର ସାହୁ): ମାଲିକ ଗାଈ ପାଳନ କରି କ୍ଷୀର ବିକ୍ରି କରୁଛନ୍ତି। ଗାଈ କ୍ଷୀର ଦେଉଥିବା ପର୍ଯ୍ୟନ୍ତ ତାହାର ଯତ୍ନ ନେଉଛନ୍ତି। ହେଲେ କ୍ଷୀର ଦେବା ବନ୍ଦ…

ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ…

ପ୍ରିନ୍ସିପାଲଙ୍କୁ ୨୭ ଥର ଛୁରା ମାଡ଼ କଲେ ଛାତ୍ର; ‘ବାବୁ’ ଶବ୍ଦ ଖୋଲିଲା…

ନାଲଗୋଣ୍ଡା,୨୦।୮: ତେଲଙ୍ଗାନା ନାଲଗୋଣ୍ଡା ଜିଲାର ଏକ ଘରୋଇ ସ୍କୁଲର ପ୍ରିନ୍ସିପାଲ ରୂପା ରେଡ୍ଡିଙ୍କୁ ତାଙ୍କ ଘରେ ହତ୍ୟା କରାଯିବାର ଏକ ସପ୍ତାହରୁ ଅଧିକ ସମୟ ପରେ, ପୋଲିସ…

ସୃଷ୍ଟି ହେଲା ଦୁର୍ଲଭ ରାଜଯୋଗ: କର୍କଟ ସମେତ ୫ ରାଶିଙ୍କ ଚମକିବ ଭାଗ୍ୟ, ଅଚାନକ ମିଳିବ ଖୁସିଖବର!

୨୦ ଅଗଷ୍ଟର ରାଶିଫଳ ଅନୁସାରେ, ଏହି ଦିନ ଚନ୍ଦ୍ରମା ଦିନ-ରାତି ବିଛା ରାଶିରେ ବିଶାଖା ପରେ ଅନୁରାଧା ନକ୍ଷତ୍ରରେ ଗୋଚର କରିବେ। ବିଛା ରାଶିରେ ଚନ୍ଦ୍ରମା ନୀଚସ୍ଥ…

ICC ରାଙ୍କିଂରେ ବଡ଼ ଓଲଟପାଲଟ: ଜୋ ରୁଟଙ୍କୁ ହଟାଇ ବିଶ୍ୱର ନମ୍ବର-୧ ଟେଷ୍ଟ ବ୍ୟାଟ୍ସମ୍ୟାନ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୦।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ତା’ର ସଦ୍ୟତମ ରାଙ୍କିଂ ପ୍ରକାଶ କରିଛି। ହ୍ୟାରି ବ୍ରୁକ ବିଶ୍ୱର ନମ୍ବର-୧ ଟେଷ୍ଟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ତାଙ୍କ ସାଥୀ ଜୋ…

ଶ୍ରାବଣରେ ଶାହରୁଖ ଖାନ୍‌ଙ୍କ ଘରୁ ବାହାରିଲା ସାପ ଯୋଡ଼ି: ଜାଣନ୍ତୁ ଘରେ ସାପ ଆସିବା କେଉଁ ସଙ୍କେତ ଦିଏ…

ହିନ୍ଦୁ ଧର୍ମୀୟ ଶାସ୍ତ୍ରରେ ସାପକୁ ପୂଜନୀୟ ମନେ କରାଯାଏ। ଭଗବାନ ଶିବ ମଧ୍ୟ ନିଜ ବେକରେ ନାଗକୁ ଧାରଣ କରିଥିବାରୁ ନାଗଙ୍କୁ ନେଇ ଧାର୍ମିକ ମାନ୍ୟତା ରହିଛି।…

ଇଣ୍ଡୋନେସିଆରେ ପୁଣି ୫.୭ ତୀବ୍ରତାର ଭୂମିକମ୍ପ

ଜାକର୍ତ୍ତା,୨୦।୮: ଇଣ୍ଡୋନେସିଆର ରୁଟେଙ୍ଗ ନିକଟରେ ୫.୭ ତୀବ୍ରତାର ଭୂମିକମ୍ପ ହୋଇଛି। USGS ଅନୁଯାୟୀ, ଏହାର କେନ୍ଦ୍ରସ୍ଥଳ ରୁଟେଙ୍ଗର ପ୍ରାୟ ୩୨ କିଲୋମିଟର ଉତ୍ତର-ଉତ୍ତରପୂର୍ବ (NNE) ରେ ୧୦…

ଉସେନ ବୋଲ୍ଟଙ୍କୁ ପଛରେ ପକାଇଦେବ ରୋବୋ ‘ସୁପରମ୍ୟାନ୍‌’: ଡେଇଁପାରିବ ୨ ମିଟର

ବେଜିଂ,୨୦ା୮:ଚାଇନାର ପ୍ରସିଦ୍ଧ ରୋବୋଟିକ୍ସ ସଂସ୍ଥା ‘ୟୁନିଟ୍ରି ରୋବୋଟିକ୍ସ’ ଏକ ନୂଆ ହ୍ୟୁମାନଏଡ୍‌ (ମଣିଷ ଭଳି ଦିଶୁଥିବା) ରୋବୋ ପ୍ରସ୍ତୁତ କରିଛି, ଯାହା ମାନବୀୟ ଶାରୀରିକ ଦକ୍ଷତାର ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri