Posted inଖେଳ

ଶ୍ରୀଲଙ୍କା ମନା କଲା:ଭାରତରେ ହୋଇପାରେ ଏସିଆ କପ୍‌

ନୂଆଦିଲ୍ଲୀ,୨୧।୭: ଶ୍ରୀଲଙ୍କା କ୍ରିକେଟ କାଉନସିଲ(ଏସ୍‌ଏଲ୍‌ସି) ଟି-୨୦ ଏସିଆ କପ୍‌ ୨୦୨୨ କ୍ରିକେଟ ଆୟୋଜନ କରିବାକୁ ମନା କରିଦେଇଛି। ଶ୍ରୀଲଙ୍କା କ୍ରିକେଟ ଏସିଆ କ୍ରିକେଟ ପରିଷଦ (ଏସିସି)କୁ ଏନେଇ ସୂଚନା ଦେଇଛି। ଅର୍ଥନୈତିକ ଏବଂ ରାଜନୈତିକ କାରଣରୁ ଟି-୨୦ ଏସିଆ କପ ଆୟୋଜନ କରିବା ସ୍ଥିତିରେ ନାହିଁ ଶ୍ରୀଲଙ୍କା। ଆର୍ଥିକ ସଙ୍କଟ ଯୋଗୁ ଲଙ୍କା ପ୍ରିମିୟର ଲିଗ୍‌ (ଏଲ୍‌ପିଏଲ୍‌)ର ତୃତୀୟ ସଂସ୍କରଣ ମଧ୍ୟ ସ୍ଥଗିତ ରଖାଯାଇଛି।
ଏସିସି ସୂତ୍ର ଅନୁଯାୟୀ, ଶ୍ରୀଲଙ୍କା କହିଛି ଯେ, ଦେଶର ଅବସ୍ଥା ଅତ୍ୟନ୍ତ ଖରାପ। ୬ଟି ଦଳକୁ ନେଇ ଏତେ ବଡ଼ ଟୁର୍ନାମେଣ୍ଟ ଆୟୋଜନ କରିବା ସ୍ଥିତିରେ ନାହିଁ। ଟି-୨୦ ବିଶ୍ୱକପ ପୂର୍ବରୁ ଚଳିତ ବର୍ଷ ଅଗଷ୍ଟ-ସେପ୍ଟେମ୍ବରରେ ହେବାକୁ ଥିବା ଏସିଆ କପ ସମ୍ବନ୍ଧରେ ଏସିସି ଆଗାମୀ ଦିନରେ ଏକ ବଡ଼ ଘୋଷଣା କରିବ। ଭାରତ କିମ୍ବା ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏହି ଟୁର୍ନାମେଣ୍ଟ ଆୟୋଜନ କରିବାର ସୁଯୋଗ ପାଇପାରନ୍ତି।
ୟୁଏଇ ଉପରେ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। କିନ୍ତୁ ଭାରତରେ ଏହି ଟୁର୍ନାମେଣ୍ଟ ହେବା ସମ୍ଭାବନା ଅଧିକ ବୋଲି କୁହାଯାଉଛି। ଏସୀୟ କ୍ରିକେଟ ପରିଷଦର ସଭାପତି ହେଉଛନ୍ତି ଜୟ ଶାହା। ଜୟ ଶାହା ବିସିସିଆଇର ସଚିବ ମଧ୍ୟ ଅଛନ୍ତି। ଏଭଳି ପରିସ୍ଥିତିରେ ଭାରତରେ ଟୁର୍ନାମେଣ୍ଟ ଆୟୋଜନ ପାଇଁ ଅଧିକ ଦାବିଦାର ରହିବ। ଯଦି ଏହା ଘଟେ, ତେବେ ପ୍ରଶଂସକମାନେ ଏଠାରେ ଭାରତ-ପାକିସ୍ତାନ ହାଇ ଭୋଲଟେଜ ମ୍ୟାଚ ଦେଖିବାକୁ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବର୍ଷାରେ ଭିଜିଲେ, ମ୍ୟାଚ ଉପଭୋଗ କଲେ

ଭୁବନେଶ୍ୱର, ୯।୨(କ୍ରୀଡ଼ା ପ୍ରତିନିଧି)- ଚଳିତ ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଶନିବାର ଭାରତ ଓ ବେଲଜିୟମ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଛି। ଥଣ୍ଡା କୋହଲା ପାଗ...

ପ୍ରଗତି ସ୍ପୋର୍ଟିଂ-ରାମେଶ୍ୱର ଯୁଗ୍ମ ବିଜେତା

ଭୁବନେଶ୍ୱର,୩ା୪(ସ୍ପୋଟର୍‌ସ ବ୍ୟୁରୋ) : ରାମେଶ୍ୱର ସ୍ପୋର୍ଟିଂ ଆନୁକୂଲ୍ୟରେ ଅନୁଷ୍ଠିତ ପଞ୍ଚମ ରାମେଶ୍ୱର କପ୍‌ ତଥା କମଳା ପରିଡ଼ା ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଛି।...

୯୯ତମ ଟେଷ୍ଟରେ କୋହଲିଙ୍କ ଶତକ

କେପ ଟାଉନ୍‌,୧୨।୧: ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି କ୍ୟାରିୟରର ୯୯ତମ ଟେଷ୍ଟରେ ୧୦୦ କ୍ୟାଚ୍‌ ପୂରଣ କରିଛନ୍ତି। ୩୨ ବର୍ଷୀୟ କୋହଲିଙ୍କ ୧୦୦ତମ...

ତାହିର ପ୍ରଥମ ସ୍ପିନର

ଲଣ୍ଡନ,୩୧।୫(ପି.ଟି.)- ଦକ୍ଷିଣ ଆଫ୍ରିକା ଅଭିଜ୍ଞ ସ୍ପିନର ଇମ୍ରାନ ତାହିର ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ପ୍ରଥମ ସ୍ପିନର ଭାବେ କୌଣସି ବିଶ୍ୱକପ୍‌ର ପ୍ରଥମ...

ସମାଲୋଚନା ପରେ ଶ୍ରୀଜେଶଙ୍କ ପାଇଁ ୨ କୋଟି ଟଙ୍କା

ନୂଆଦିଲ୍ଲୀ,୧୧।୮: ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ହେଉଛନ୍ତି ପି ଆର ଶ୍ରୀଜେଶ। ଗତ ୧୦ ତାରିଖରେ ହକି ଦଳର...

ପଞ୍ଜାବକୁ ରୋକିଲା ରାଜସ୍ଥାନ

ଆବୁଧାବି, ୩୧।୧୦- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ କିଙ୍ଗ୍ସ ଇଲେଭେନ ପଞ୍ଜାବର କ୍ରମାଗତ ୬ ବିଜୟରେ ବ୍ରେକ୍‌ ଲଗାଇଛି ରାଜସ୍ଥାନ ରୟାଲ୍ସ। ଲଗାତାର ୫ ମ୍ୟାଚ...

ଡିଫେନ୍ସ ଉପରେ କୋଚ୍‌ ଗ୍ରାହମ ଜୋର ଦେଉଛନ୍ତି: ବୀରେନ୍ଦ୍ର

ବେଙ୍ଗାଲୁରୁ,୧୫।୩(ପି.ଟି.)- ଏକ ଭଲ ତଥା ଦୃଢ ଡିଫେନ୍ସ ମ୍ୟାଚ୍‌ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ବୋଲି ଭାରତୀୟ ହକି କୋଚ୍‌ ଗ୍ରାହମ ରିଡ ବିଶ୍ୱାସ...

ଫୁଟବଲ ଖେଳାଳି ଇଟୋଙ୍କ ଅବସର

ପ୍ୟାରିସ, ୭ା୯ (ଏଏଫ୍‌ପି)-କାମେରୁନ୍‌ର ୪ଥର ଆଫ୍ରିକାନ ପ୍ଲେୟର ଅଫ୍‌ ଦି ଇୟର ସାମୁଏଲ ଇଟୋ ଶନିବାର ଫୁଟ୍‌ବଲରୁ ଅବସର ଘୋଷଣା କରିଛନ୍ତି। ୩୮ବର୍ଷୀୟ ଏହି ଷ୍ଟ୍ରାଇକର...

Advertisement
Archives

Model This Week