କୋଭିଡ୍‌ ହସ୍ପିଟାଲରେ ଏଏସ୍‌ଆଇଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ୍‌,୩୧ା୭- ଗଞ୍ଜାମ ଜିଲାରେ କରେନା କାୟା ବିସ୍ତାର କରି ଚାଲିଛି। ଏହାକୁ ପ୍ରତିହତ କରିବା କାର୍ଯ୍ୟରେ ନିୟୋଜିତ କରୋନା ଯୋଦ୍ଧାମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି। ବ୍ରହ୍ମପୁରରେ କାର୍ଯ୍ୟରତ ଜଣେ ପୋଲିସ୍‌ ଏଏସ୍‌ଆଇ କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବାବେଳେ ଶୁକ୍ରବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ କୃଷ୍ଣଚନ୍ଦ୍ର ମଣ୍ଡଳ(୫୮)। କୃଷ୍ଣଚନ୍ଦ୍ର ବ୍ରହ୍ମପୁର ଟ୍ରାଫିକ ଥାନାରେ ଏଏସ୍‌ଆଇ ଭାବେ କାର୍ଯ୍ୟରତ ଥିଲେ। ପୋଲିସ ଅଧିକାରୀମାନଙ୍କ ଉପସ୍ଥିତିରେ ଗାର୍ଡ ଅଫ ଅନର ଦିଆଯିବା ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।
କୃଷ୍ଣଚନ୍ଦ୍ରଙ୍କ ନିଜ ଘର ଗଜପତି ଜିଲା ରାମଗିରି ନିକଟ ମଣ୍ଡଳସାହିରେ। ପରିବାର ସହ ଲାଞ୍ଜିପଲ୍ଲୀରେ ସେ ଘରଭଡ଼ା ନେଇ ରହୁଥିଲେ। ମାର୍ଚ୍ଚ ୨୬ ତାରିଖରେ ବ୍ରହ୍ମପୁର ଟ୍ରାଫିକ ଥାନାରେ ଏଏସ୍‌ଆଇ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଗତ ୨୨ ତାରିଖରେ ଜ୍ୱର ଓ କାଶ ହେବାରୁ ସ୍ବାବ୍‌ ପରୀକ୍ଷା କରାଇଥିଲେ। ୨୫ ତାରିଖରେ ରିପୋର୍ଟ ପଜିଟିଭ୍‌ ଆସିବାରୁ କୃଷ୍ଣଚନ୍ଦ୍ରଙ୍କୁ ଶୀତଳାପଲ୍ଲୀ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ସକାଳେ ତାଙ୍କର ମୃତ୍ୟୁ ଘଟିଥିବା ଅତିରିକ୍ତ ଏସ୍‌ପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି। ପରିବାର ଲୋକେ ହସ୍ପିଟାଲ ନିକଟକୁ ଆସି ଶେଷ ଦର୍ଶନ କରିଥିଲେ। ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର, ଏଏସ୍‌ପି ରାଉତରାୟ, ଏସ୍‌ଡିପିଓ ବିଷ୍ଣୁପ୍ରସାଦ ପତି ଓ ଟ୍ରାଫିକ ଡିଏସ୍‌ପି ସାର୍ଥକ ରାୟ ପ୍ରମୁଖଙ୍କ ଉପସ୍ଥିତିରେ କରୋନା ଯୋଦ୍ଧା କୃଷ୍ଣଚନ୍ଦ୍ରଙ୍କୁ ଗାର୍ଡ ଅଫ ଅନର ଦିଆଯିବା ପରେ ଖ୍ରୀଷ୍ଟ ଧର୍ମାନୁସାରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀ ପ୍ରବେଶ କରିବା ପରେ ଜେଇଇ ପରୀକ୍ଷା କେନ୍ଦ୍ରରେ ଖେଳିଗଲା ଆତଙ୍କ; କାହିଁକି ଜାଣନ୍ତୁ…

କୋଟା, ୧।୯: ରାଜସ୍ଥାନର ଶିକ୍ଷାର ସହର କୋଟାରେ ଜେଇଇ ମେନ୍‌-୨୦୨୦ ପରୀକ୍ଷାର ପ୍ରଥମ ଦିନରେ ମଙ୍ଗଳବାର ପରୀକ୍ଷା କେନ୍ଦ୍ରରେ ଆତଙ୍କ ଖେଳିଯାଇଛି। ସେପ୍ଟେମ୍ବର ୧ରୁ ୬...

ଜାଲ୍‌ ସାର୍ଟିଫିକେଟ: ୧୮ ବର୍ଷ ପରେ ଗଲା ଚାକିରି

ପୋଲସରା,୩୦ା୪: ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅଭିଯୋଗରେ ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କୁ ବହିଷ୍କାର କରାଯାଇଛି। ସେ ହେଲେ ଗଞ୍ଜାମ ଜିଲା ପୋଲସରା ବ୍ଲକ ବିଲେଇଝୁରି...

୧୦ ଜିଲାରେ ଝଡ଼ବର୍ଷା

ଭୁବନେଶ୍ୱର,୨୭।୫(ବ୍ୟୁରୋ): ରାଜ୍ୟର ୧୦ ଜିଲାରେ ଝଡ଼ବର୍ଷା ନେଇ ପାଣିପାଗ ବିଭାଗ ଶୁକ୍ରବାର ସତର୍କ ସୂଚନା ଜାରି କରିଛି। ଏହି ସବୁ ଜିଲାଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ,...

ସବୁ ଜିଲାରେ ହେବ ବିଜ୍ଞାନ ପାର୍କ: ପ୍ରଥମ ପର୍ଯ୍ୟାୟରେ ୧୦ ଜିଲା, ଖର୍ଚ୍ଚ ହେବ ୬ କୋଟି

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ରାଜ୍ୟର ୧୦ଟି ଜିଲାରେ ବିଜ୍ଞାନ ପାର୍କ ନିର୍ମାଣ ହେବ। ସେହି ଜିଲାଗୁଡିକ ହେଲା ଗଞ୍ଜାମ, ନୟାଗଡ, ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ଭଦ୍ରକ, ପୁରୀ, ବଲାଙ୍ଗୀର,...

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୫୭୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୨୫୭୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ ଜିଲାରୁ ସର୍ବାଧିକ ୨୪୪ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଯାଜପୁରରୁ ୧୩୭, ଖୋର୍ଦ୍ଧାରୁ ୧୨୪,...

୩୪ଲକ୍ଷ ଚାଷୀଙ୍କୁ ୬୯୩.୯୪କୋଟି

ଭୁବନେଶ୍ୱର, ୨ା୪(ବ୍ୟୁରୋ):୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀ କଲ୍ୟାଣ କାର୍ଯ୍ୟକ୍ରମ ଅନ୍ତର୍ଗତ ‘କାଳିଆ’ ଯୋଜନାରେ ୪ର୍ଥ ପର୍ଯ୍ୟାୟ ଅର୍ଥ ପ୍ରଦାନ...

ଭିଜିଲାନ୍ସ ଜାଲରେ ସମବାୟ ଲ୍ୟାମ୍ପ୍ସ ଏମ୍‌ଡି

ସମ୍ବଲପୁର ଅଫିସ,୩ା୧୨: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡ ଜମନକିରା ସମବାୟ ଲ୍ୟାମ୍ପସ୍‌ର ଏମ୍‌ଡି ଫଣିନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ...

ଗଞ୍ଜାମ ବସ୍‌ ଦୁର୍ଘଟଣା ଏସ୍‌ସିବିରେ ଆହତଙ୍କୁ ଭେଟିଲେ ଭାଜପା ରାଜ୍ୟ ସଭାପତି

କଟକ ଅଫିସ,୧୧ା୨: ଗଞ୍ଜାମ ଜିଲାର ଗୋଳନ୍ଥରା ଥାନା ଅଧୀନ ମେଣ୍ଢରାଜପୁର ଛକରେ ରବିବାର ଅପରାହ୍ନରେ ସିଲ୍‌କ ସିଟି ନାମକ ଏକ ବସ୍‌ରେ ୧୧ କେଭି ବିଦ୍ୟୁତ୍‌...

Advertisement
Archives

Model This Week