Posted inଖେଳ

ଆଇସିସି ‘ପ୍ଲେୟର ଅଫ୍‌ ଦି ମନ୍ଥ’ ପୁରସ୍କାର ଦୌଡ଼ରେ ଅଶ୍ୱିନ, ରୁଟ୍‌, ମେୟର୍ସ

ଦୁବାଇ,  ୩ା୩ (ପି.ଟି.)-ଫେବୃୟାରୀରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପୁରୁଷ ବିଭାଗରେ ‘ଆଇସିସି ପ୍ଲେୟର ଅଫ୍‌୍‌ ଦି ଇୟର’ ଦୌଡ଼ରେ ଭାରତର ପୁରୁଖା ଅଫ୍‌-ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ, ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଓ ଓ୍ବେଷ୍ଟଇଣ୍ଡିଜର ନୂଆ ବ୍ୟାଟିଂ ସେନ୍‌ସେସନ କାଇଲ ମେୟର୍ସ ପ୍ରମୁଖ ରହିଛନ୍ତି। ଅଶ୍ୱିନ ଇଂଲଣ୍ଡ ବିପକ୍ଷରେ ତିନୋଟି ଟେଷ୍ଟ ଖେଳିଛନ୍ତି। ଚେନ୍ନାଇଠାରେ ଭାରତର ଦ୍ୱିତୀୟ ଟେଷ୍ଟ ବିଜୟରେ ସେ ୧୦୬ ରନ ସଂଗ୍ରହ କରିଛନ୍ତି। ଅହମଦାବାଦରେ ତୃତୀୟ ଟେଷ୍ଟ ବିଜୟରେ ସେ ତାଙ୍କ ୪୦୦ ଉଇକେଟ ପୂରଣ କରିଛନ୍ତି। ତିନୋଟି ଟେଷ୍ଟରେ ସେ ମୋଟ ୧୭୬ ରନ ସଂଗ୍ରହ କରିବା ସହ ୨୪ ଉଇକେଟ ଅକ୍ତିଆର କରିଛନ୍ତି। ଏହି ପ୍ରଦର୍ଶନ ପାଇଁ ପୁରୁଷ କାଟେଗୋରିରେ ପ୍ରାର୍ଥୀ ହେବା ପାଇଁ ସେ ଯୋଗ୍ୟ ବୋଲି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) କହିଛି। ଉଭୟ ବ୍ୟାଟ ଓ ବଲ୍‌ରେ ଚମତ୍କାର ପ୍ରଦର୍ଶନ ପାଇଁ ଇଂଲଣ୍ଡ ଟେଷ୍ଟ ଅଧିନାୟକ ଜୋ ରୁଟ୍‌ଙ୍କ ନାମ ମଧ୍ୟ ପୁଣି ସୁପାରିସ ହୋଇଛି। ଭାରତ ବିପକ୍ଷ ତିନୋଟି ଟେଷ୍ଟରେ ସେ ମୋଟ ୩୩୩ ରନ ସଂଗ୍ରହ କରିବା ସହ ୬ ଉଇକେଟ ଦଖଲ କରିଛନ୍ତି। ରୁଟ୍‌ ସିରିଜ ଆରମ୍ଭରେ ଓପନିଂ ଟେଷ୍ଟରେ ଆକର୍ଷଣୀୟ ୨୧୮ ରନ ସଂଗ୍ରହ କରିଥିଲେ। ଓ୍ବେଷ୍ଟଇଣ୍ଡିଜର ନବାଗତ ଟେଷ୍ଟ ଖେଳାଳି ମେୟର୍ସ ବାଂଲାଦେଶ ବିପକ୍ଷରେ ଦୁଇଟି ଟେଷ୍ଟ ଖେଳିଛନ୍ତି। ମେୟର୍ସଙ୍କ ମ୍ୟାଚ ବିଜୟୀ ୨୧୦ ରନ ଯୋଗୁ ତାଙ୍କ ଦଳ ଚିଟାଗଙ୍ଗରେ ୩୯୫ କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଥିଲା। ଅନ୍ୟପକ୍ଷରେ ମହିଳା ବିଭାଗରେ ଉକ୍ତ ପୁରସ୍କାର ଦୌଡ଼ରେ ଇଂଲଣ୍ଡର ଟାମି ବିମଣ୍ଟ ଓ ନାଟ୍‌ ସ୍କିଭର ଏବଂ ନ୍ୟୁଜିଲାଣ୍ଡର ବ୍ରୁକି ହାଲିଡେ ପ୍ରମୁଖ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୂର୍ବତନ ତୀରନ୍ଦାଜ ଶ୍ୟାମ ଲାଲଙ୍କ ପରଲୋକ, ସେଉଲ ଅଲିମ୍ପିକ୍ସରେ କରିଥିଲେ ପ୍ରତିନିଧିତ୍ୱ

ନୂଆଦିଲ୍ଲୀ, ୨୬ା୫: ଭରତର ପୂର୍ବତନ ତୀରନ୍ଦାଜ ଶ୍ୟାମ ଲାଲ ମୀନାଙ୍କ ପରଲୋକ ଘଟିଛି। ସେ ୧୯୮୮ ସେଉଲ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ…

IPL ପରେ MI ଛାଡି ଏହି ଟିମ୍‌କୁ ଯିବେ ପାଣ୍ଡ୍ୟା! ଏହି ଖେଳାଳିଙ୍କ ବଡ଼ ସଙ୍କେତ ପରେ କ୍ରିକେଟଜଗତରେ ହଇଚଇ

ନୂଆଦିଲ୍ଲୀ, ୨୬।୫: ଆଇପିଏଲ (IPL) ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଭଲ ରହିନାହିଁ ଏବଂ ଏହା ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ…

କ୍ୱାଲିଫାୟର-୧: ହୋଇପାରେ ହାଇସ୍କୋରିଂ ମ୍ୟାଚ୍‌

ଧର୍ମଶାଳା,୨୬ା୫; ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମ ଧର୍ମଶାଳାରେ ମଙ୍ଗଳବାର କ୍ୱାଲିଫାୟର-୧ ମ୍ୟାଚ୍‌ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ଇନଷ୍ଟାଗ୍ରାମରୁ ୨୦୦ ପୋଷ୍ଟ ଡିଲିଟ୍ କଲେ ଅର୍ଶଦୀପ; DP ମଧ୍ୟ ବଦଳାଇଲେ, ଜାଣନ୍ତୁ ମାମଲା

ନୂଆଦିଲ୍ଲୀ,୨୬।୫: IPL ୨୦୨୬ରେ ପଞ୍ଜାବ କିଙ୍ଗସର ଅଭିଯାନ ସମାପ୍ତ ହେବା ସହିତ, ଅର୍ଶଦୀପ ସିଂଙ୍କ ପାଇଁ ମଧ୍ୟ ସିଜିନ୍ ଶେଷ ହୋଇଗଲା। ପଞ୍ଜାବ କିଙ୍ଗସ ଦଳର ସଦସ୍ୟ…

ଆଜି କ୍ୱାଲିଫାୟର-୧, ଆର୍‌ସିବି-ଗୁଜରାଟ ମହାମୁକାବିଲା

ଧର୍ମଶାଳା, ୨୬ା୫: ଆଜି ଚଳିତ ଆଇପିଏଲ୍‌ର କ୍ୱାଲିଫାୟର-୧ ମହାମୁକାବିଲା। ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି) ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍‌ର ବିଜେତା…

ପଦ୍ମଶ୍ରୀ ନେବାକୁ କାହିଁକି ଆସିଲେନି ରୋହିତ ଶର୍ମା? ହିଟମ୍ୟାନଙ୍କୁ ନେଇ ଆସିଲା ଏମିତି କାରଣ

ନୂଆଦିଲ୍ଲୀ,୨୬।୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ଷ୍ଟାର ବ୍ୟାଟସମ୍ୟାନ ରୋହିତ ଶର୍ମା ୨୫ ମଇରେ ନୂଆଦିଲ୍ଲୀରେ ଅନୁଷ୍ଠିତ ପଦ୍ମଶ୍ରୀ ପଦାର୍ପଣ ଉତ୍ସବରେ ଯୋଗ ଦେଇ…

ଇରାନର ବଡ଼ ଅନୁରୋଧ ରଖିଲା ଫିଫା

ତେହରାନ, ୨୫ା୫: ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁଥିବା ଫିଫା ବିଶ୍ୱକପ୍‌ ଲାଗି ଇରାନ ପକ୍ଷରୁ ଦଳର ଟ୍ରେନିଂ କ୍ୟାମ୍ପ ଆମେରିକାରୁ ମେକ୍ସିକୋକୁ ସ୍ଥାନାନ୍ତର କରିବା ଲାଗି…

ପୂର୍ବତନ କ୍ରିକେଟର ଆକାଶ ଚୋପ୍ରାଙ୍କ ବଡ଼ ଦାବି: ବଦଳିବେ ଏହି ୪ଦଳର ଅଧିନାୟକ

ନୂଆଦିଲ୍ଲୀ,୨୫।୫: ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ଏକ ବଡ଼ ଦାବି କରିଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ’X’ରେ ଏକ ଭିଡିଓ ସେୟାର କରି IPLର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri