Posted inଖେଳ

ଟି-୨୦ ଟିମ୍‌ରେ ଅଶ୍ୱିନଙ୍କୁ କାହିଁକି ମିଳିଲା ସୁଯୋଗ; ଚୟନ ଟିମ୍‌ ମୁଖ୍ୟ କହିଲେ କାରଣ…

ନୂଆଦିଲ୍ଲୀ,୯।୯: ଅକ୍ଟୋବର ୧୭ରୁ ୟୁଏଇ ଏବଂ ଓମାନରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ ପାଇଁ ବିସିସିଆଇ ପକ୍ଷରୁ ଭାରତୀୟ ଦଳ ଘୋଷଣା କରାଯାଇଛି। ୟୁଏଇର ଅବସ୍ଥାକୁ ଦୃଷ୍ଟିରେ ରଖି ଚେତନ ଶର୍ମାଙ୍କ ନେତୃତ୍ୱରେ ଚୟନ କମିଟି ଦଳରେ ୫ ସ୍ପିନରଙ୍କୁ ସାମିଲ କରିଛି। ସେଥିରେ ଚାରି ବର୍ଷ ଧରି ଭାରତୀୟ ଟି-୨୦ ଦଳରୁ ବାହାରିଥିବା ରବିଚନ୍ଦ୍ରନ ଅଶ୍ୱିନଙ୍କ ନାମ ଥିବା ଦେଖି ଅନେକ ଚକିତ ହୋଇଛନ୍ତି। ତାଙ୍କ ଛଡ଼ା ରବିନ୍ଦ୍ର ଜାଡେଜା, ରାହୁଲ ଚହର, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ ମଧ୍ୟ ସ୍ଥାନ ପାଇଛନ୍ତି।

ଦୀର୍ଘ ୪ ବର୍ଷର ବ୍ୟବଧାନ ପରେ ଟିମ୍‌ ଇଣ୍ଡିଆକୁ ଫେରିଥିବା ୩୪ ବର୍ଷୀୟ ଅଶ୍ୱିନ ଜୁଲାଇ ୯, ୨୦୧୭ରେ ଶେଷ ଥର ପାଇଁ ଟି-୨୦ ମ୍ୟାଚ୍‌ ଖେଳିଥିଲେ। ସେବେଠାରୁ ତାଙ୍କୁ ଟେଷ୍ଟ ଦଳରେ ସୁଯୋଗ ଦିଆଯାଇଥିଲା। ହେଲେ ଏବେ ସେ ସୀମିତ ଓଭର ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ହଠାତ୍‌ ଦଳରେ ସୁଯୋଗ ଦିଆଯିବା ବିଷୟରେ ଚୟନ କମିଟି ଅଧ୍ୟକ୍ଷ ଚେତନ ଶର୍ମା କହିଛନ୍ତି, ଅଶ୍ୱିନ ଆମ ପାଇଁ ଜଣେ ଗୁରୁତ୍ୱପୂର୍ଣ୍ଣ ଖେଲାଳି। ସେ ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରିଛନ୍ତି। ଆମକୁ ଅଭିଜ୍ଞ ଖେଳାଳି ଦରକାର। ଓ୍ବାଶିଂଟନ ସୁନ୍ଦର ଆହତ ହୋଇଥିବା ଯୋଗୁ ଆମକୁ ଆଉ ଜଣେ ଅଫ୍‌ ସ୍ପିନରଙ୍କ ଆବଶ୍ୟକତା ଥିଲା। ଏଥିପାଇଁ ଅଶ୍ୱିନ ଦଳର ପ୍ରମୁଖ ଖେଳାଳି ପାଲଟିଛନ୍ତି। ସେ ଆଇପିଏଲ୍‌ରେ ଚମତ୍କାର କରି ଦଳରେ ସ୍ଥାନ ପାଇଛନ୍ତି ବୋଲି ଚେତନ କହିଛନ୍ତି।

୨୦୧୭ରେ ଭାରତୀୟ ଟିମ୍‌ରୁ ବାଦ ପଡ଼ିବା ପରେ ଅଶ୍ୱିନ ୨୦୧୮ରୁ ୨୦୨୧ ଯାଏ ଆଇପିଏଲ୍‌ରେ ଚମତ୍କାର ବୋଲିଂ କରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ୨୦୧୮ରେ ସେ ୧୦ ଉଇକେଟ, ୨୦୧୯ରେ ୧୫, ୨୦୨୦ରେ ୧୩ ଉଇକେଟ ନେଇଥିଲେ। ଆଇପିଏଲ୍‌ ୨୦୨୧ର ପ୍ରଥମ ପର୍ଯ୍ୟାୟରେ ଅଶ୍ୱିନ୍‌ ୫ ମ୍ୟାଚ୍‌ରେ ମାତ୍ର ୧ ଉଇକେଟ ନେଇଥିବା ବେଳେ ପରିବାରଲୋକ କରୋନା ଆକ୍ରାନ୍ତ ହେବାକୁ ନେଇ ସେ ନିଜ ନାମ ପ୍ରତ୍ୟାହାର କରିନେଇଥିଲେ। ଏବେ ତାଙ୍କୁ ଜାତୀୟ ଦଳରେ ସୁଯୋଗ ମିଳିଥିବାରୁ ସେ ଏହି ସୁଯୋଗକୁ ହାତଛଡ଼ା କରିବାକୁ ଚାହିଁବେ ନାହିଁ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri