Posted inଖେଳ

ଟି-୨୦ ଟିମ୍‌ରେ ଅଶ୍ୱିନଙ୍କୁ କାହିଁକି ମିଳିଲା ସୁଯୋଗ; ଚୟନ ଟିମ୍‌ ମୁଖ୍ୟ କହିଲେ କାରଣ…

ନୂଆଦିଲ୍ଲୀ,୯।୯: ଅକ୍ଟୋବର ୧୭ରୁ ୟୁଏଇ ଏବଂ ଓମାନରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ ପାଇଁ ବିସିସିଆଇ ପକ୍ଷରୁ ଭାରତୀୟ ଦଳ ଘୋଷଣା କରାଯାଇଛି। ୟୁଏଇର ଅବସ୍ଥାକୁ ଦୃଷ୍ଟିରେ ରଖି ଚେତନ ଶର୍ମାଙ୍କ ନେତୃତ୍ୱରେ ଚୟନ କମିଟି ଦଳରେ ୫ ସ୍ପିନରଙ୍କୁ ସାମିଲ କରିଛି। ସେଥିରେ ଚାରି ବର୍ଷ ଧରି ଭାରତୀୟ ଟି-୨୦ ଦଳରୁ ବାହାରିଥିବା ରବିଚନ୍ଦ୍ରନ ଅଶ୍ୱିନଙ୍କ ନାମ ଥିବା ଦେଖି ଅନେକ ଚକିତ ହୋଇଛନ୍ତି। ତାଙ୍କ ଛଡ଼ା ରବିନ୍ଦ୍ର ଜାଡେଜା, ରାହୁଲ ଚହର, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ ମଧ୍ୟ ସ୍ଥାନ ପାଇଛନ୍ତି।

ଦୀର୍ଘ ୪ ବର୍ଷର ବ୍ୟବଧାନ ପରେ ଟିମ୍‌ ଇଣ୍ଡିଆକୁ ଫେରିଥିବା ୩୪ ବର୍ଷୀୟ ଅଶ୍ୱିନ ଜୁଲାଇ ୯, ୨୦୧୭ରେ ଶେଷ ଥର ପାଇଁ ଟି-୨୦ ମ୍ୟାଚ୍‌ ଖେଳିଥିଲେ। ସେବେଠାରୁ ତାଙ୍କୁ ଟେଷ୍ଟ ଦଳରେ ସୁଯୋଗ ଦିଆଯାଇଥିଲା। ହେଲେ ଏବେ ସେ ସୀମିତ ଓଭର ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ହଠାତ୍‌ ଦଳରେ ସୁଯୋଗ ଦିଆଯିବା ବିଷୟରେ ଚୟନ କମିଟି ଅଧ୍ୟକ୍ଷ ଚେତନ ଶର୍ମା କହିଛନ୍ତି, ଅଶ୍ୱିନ ଆମ ପାଇଁ ଜଣେ ଗୁରୁତ୍ୱପୂର୍ଣ୍ଣ ଖେଲାଳି। ସେ ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରିଛନ୍ତି। ଆମକୁ ଅଭିଜ୍ଞ ଖେଳାଳି ଦରକାର। ଓ୍ବାଶିଂଟନ ସୁନ୍ଦର ଆହତ ହୋଇଥିବା ଯୋଗୁ ଆମକୁ ଆଉ ଜଣେ ଅଫ୍‌ ସ୍ପିନରଙ୍କ ଆବଶ୍ୟକତା ଥିଲା। ଏଥିପାଇଁ ଅଶ୍ୱିନ ଦଳର ପ୍ରମୁଖ ଖେଳାଳି ପାଲଟିଛନ୍ତି। ସେ ଆଇପିଏଲ୍‌ରେ ଚମତ୍କାର କରି ଦଳରେ ସ୍ଥାନ ପାଇଛନ୍ତି ବୋଲି ଚେତନ କହିଛନ୍ତି।

୨୦୧୭ରେ ଭାରତୀୟ ଟିମ୍‌ରୁ ବାଦ ପଡ଼ିବା ପରେ ଅଶ୍ୱିନ ୨୦୧୮ରୁ ୨୦୨୧ ଯାଏ ଆଇପିଏଲ୍‌ରେ ଚମତ୍କାର ବୋଲିଂ କରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ୨୦୧୮ରେ ସେ ୧୦ ଉଇକେଟ, ୨୦୧୯ରେ ୧୫, ୨୦୨୦ରେ ୧୩ ଉଇକେଟ ନେଇଥିଲେ। ଆଇପିଏଲ୍‌ ୨୦୨୧ର ପ୍ରଥମ ପର୍ଯ୍ୟାୟରେ ଅଶ୍ୱିନ୍‌ ୫ ମ୍ୟାଚ୍‌ରେ ମାତ୍ର ୧ ଉଇକେଟ ନେଇଥିବା ବେଳେ ପରିବାରଲୋକ କରୋନା ଆକ୍ରାନ୍ତ ହେବାକୁ ନେଇ ସେ ନିଜ ନାମ ପ୍ରତ୍ୟାହାର କରିନେଇଥିଲେ। ଏବେ ତାଙ୍କୁ ଜାତୀୟ ଦଳରେ ସୁଯୋଗ ମିଳିଥିବାରୁ ସେ ଏହି ସୁଯୋଗକୁ ହାତଛଡ଼ା କରିବାକୁ ଚାହିଁବେ ନାହିଁ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri