Posted inଖେଳ

ଅଶ୍ୱିନ, ଜାଡେଜାଙ୍କ ଉପରେ ନଜର: ନିକୋଲ୍ସ

ନୂଆଦିଲ୍ଲୀ, ୨୭।୫(ପି.ଟି.)- ଭାରତୀୟ ପେସ୍‌ ଆକ୍ରମଣ ନ୍ୟୁଜିଲାଣ୍ଡ ସହ ସମକକ୍ଷ। ତେଣୁ ଆଗାମୀ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ଭାରତର ଦୁଇ ତାରକା ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜାଙ୍କ ଉପରେ ନଜର ରହିବ ବୋଲି ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ହେନରି ନିକୋଲ୍ସ ପ୍ରକାଶ କରିଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପ୍ରଥମ ଟାଇଟଲ ପାଇଁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସାଉଥାମ୍ପଟନର ଏଜେସ ବାଓଲଠାରେ ମୁକାବିଲା ହେବ। ଇଂଲଣ୍ଡରେ ଯେତେଗୁଡ଼ିଏ ପିଚ୍‌ ଅଛି ଏଠାରେ ଟେଷ୍ଟ ମ୍ୟାଚ ସମୟରେ କ୍ୱଚିତ ସ୍ପିନରଙ୍କୁ ସହାୟତା ମିଳିବା ଦେଖା ଯାଇଥାଏ।
”ଭାରତର ପେସ୍‌ ଆକ୍ରମଣ ଖୁବ୍‌ ଶାଣିତ। ଏହି ଦଳରେ ଅଶ୍ୱିନ ଓ ଜାଡେଜାଙ୍କ ପରି ଅଭିଜ୍ଞ ସ୍ପିନର ମଧ୍ୟ ଅଛନ୍ତି। ଏମାନେ ବିଶ୍ୱର ବିଭିନ୍ନ ସ୍ଥାନରେ ସ୍ଥିର ପ୍ରଦର୍ଶନ ଦେଇ ଆସିଛନ୍ତି ଏବଂ ଆକ୍ରମଣରେ କ୍ୱାଲିଟି ଆଣିଛନ୍ତି“ ବୋଲି ନିକୋଲ୍ସ କହିଛନ୍ତି। ଯଦି କୌଣସି ଆହତ ସମସ୍ୟା ନ ରୁହେ ତେବେ ଭାରତର ପେସ୍‌ ତ୍ରୟ ଯଶପ୍ରୀତ୍‌ ବୁମ୍‌ରା, ଈଶାନ୍ତ ଶର୍ମା ଓ ମହମ୍ମଦ ସାମି ଜୁନ୍‌ ୧୮ରୁ ଆରମ୍ଭ ହେବାକୁ ଯାଉଥିବା ମୁକାବିଲାରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ଏକପ୍ରକାର ନିଶ୍ଚିତ। ”ଟ୍ରେଣ୍ଟ ବୋଲ୍ଟ, ଟିମ୍‌ ସୌଦୀ ଓ ନେଲ ଓ୍ବେଗନରଙ୍କୁ ନେଇ ଆମେ ଗର୍ବିତ ହେବାଭଳି ପ୍ରଦର୍ଶନ କରି ଆସିଛୁ। ମାତ୍ର ଏବେ ଭାରତର ବୁମ୍‌ରା, ଈଶାନ୍ତ ଏବଂ ସାମି ଆମ ପେସରଙ୍କ ସମକକ୍ଷ ପ୍ରଦର୍ଶନ କରି ନିଜ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ତେଣୁ ଯଦି ଉଭୟ ଦଳରେ ଏପରି ଲାଇନ୍‌ଅପ୍‌ ରୁହେ ତେବେ ରୋମାଞ୍ଚକ ମୁକାବିଲା ଦେଖିବାକୁ ମିଳିବ। ଏହା କଷ୍ଟସାଧ୍ୟ ହେଲେ ହେଁ ଆମେ ଏଥିପାଇଁ ପ୍ରସ୍ତୁତ ବୋଲି ୩୭ ଟେଷ୍ଟ ମ୍ୟାଚରୁ ୪୩ରୁ ଊର୍ଦ୍ଧ୍ୱ ଆଭରେଜ ରଖିଥିବା ୨୯ ବର୍ଷୀୟ ନିକୋଲ୍ସ କହିଛନ୍ତି। ତେବେ ଆଗାମୀ ମୁକାବିଲା ନିରପେକ୍ଷ ଭେନ୍ୟୁରେ ହେବାକୁ ଯାଉଥିବାରୁ ଏଥିରେ ସ୍ପିନରଙ୍କ ପାଇଁ ମଧ୍ୟ କିଛି ସୁଯୋଗ ଥାଇପାରେ। ତେଣୁ ୟୁକେ ଆସିବା ପୂର୍ବରୁ ସେମାନେ ଏଥିପାଇଁ ଅଭ୍ୟାସ କରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।
ଗତଥର ଘରୋଇ ପରିବେଶରେ ଭାରତକୁ ୨-୦ରେ ସିରିଜ ମୂଳପୋଛ କରି ଜିତିଥିବା ନ୍ୟୁଜିଲାଣ୍ଡ ଦଳର ସଦସ୍ୟ ଥିଲେ ନିକୋଲ୍ସ । ତେଣୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲକୁ ତାଙ୍କ ଦଳ ଦୃଢ଼ ଆତ୍ମବିଶ୍ୱାସର ସହ ଖେଳିବାକୁ ଯିବ ବୋଲି ସେ କହିଛନ୍ତି। ”୨୦୧୯-୨୦ ସିଜନରେ ଆମେ ଏହି ଦଳକୁ ୨-୦ରେ ହରାଇଥିଲୁ। ଆଗାମୀ ମୁକାବିଲା ଏକ ନିରପେକ୍ଷ ଭେନ୍ୟୁରେ ହେବାକୁ ଯାଉଥିଲେ ହେଁ ଦଳଗତଭାବେ ଆମେ ପୂର୍ବ ସିରିଜ ପ୍ରଦର୍ଶନ ଆଧାରରେ ଦୃଢ଼ ଆତ୍ମବିଶ୍ୱାସରେ ରହିଛୁ। ନମ୍ବର ୧ ଏବଂ ୨ ଦଳ ମଧ୍ୟରେ ମୁକାବିଲା ଚ୍ୟାଲେଞ୍ଜପୂର୍ଣ୍ଣ ହେବା ସ୍ବାଭାବିକ“ ବୋଲି ସେ କହିଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ପୂର୍ବରୁ ନ୍ୟୁଜିଲାଣ୍ଡ ଘରୋଇ ଇଂଲଣ୍ଡ ଦଳ ବିପକ୍ଷରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

କ୍ରିକେଟରୁ ସନ୍ନ୍ୟାସ ପରେ ବି ମାସକୁ କେତେ ଟଙ୍କା କମାନ୍ତି ଧୋନୀ? ଆୟ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୯।୮: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିଲେ। ତେବେ କ୍ରିକେଟରୁ ଦୂରେଇବା ପରେ ମଧ୍ୟ ତାଙ୍କ ରୋଜଗାରରେ କୌଣସି ବ୍ରେକ୍‌…

କୋହଲିଙ୍କଠାରୁ ଶ୍ରେଷ୍ଠ ବୁମ୍‌ରା: କହୁ କହୁ ଏମିତି କହିଦେଲେ ଅଶ୍ୱିନ

ନୂଆଦିଲ୍ଲୀ,୨୯।୮: ପୂର୍ବତନ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତାଙ୍କୁ ସମସ୍ତ ଫର୍ମାଟରେ ସର୍ବଶ୍ରେଷ୍ଠ ଭାରତୀୟ ଖେଳାଳିଙ୍କୁ ଚୟନ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri