Posted inଖେଳ

ଅଶ୍ୱିନ, ଜାଡେଜାଙ୍କ ଉପରେ ନଜର: ନିକୋଲ୍ସ

ନୂଆଦିଲ୍ଲୀ, ୨୭।୫(ପି.ଟି.)- ଭାରତୀୟ ପେସ୍‌ ଆକ୍ରମଣ ନ୍ୟୁଜିଲାଣ୍ଡ ସହ ସମକକ୍ଷ। ତେଣୁ ଆଗାମୀ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ଭାରତର ଦୁଇ ତାରକା ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜାଙ୍କ ଉପରେ ନଜର ରହିବ ବୋଲି ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ହେନରି ନିକୋଲ୍ସ ପ୍ରକାଶ କରିଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପ୍ରଥମ ଟାଇଟଲ ପାଇଁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସାଉଥାମ୍ପଟନର ଏଜେସ ବାଓଲଠାରେ ମୁକାବିଲା ହେବ। ଇଂଲଣ୍ଡରେ ଯେତେଗୁଡ଼ିଏ ପିଚ୍‌ ଅଛି ଏଠାରେ ଟେଷ୍ଟ ମ୍ୟାଚ ସମୟରେ କ୍ୱଚିତ ସ୍ପିନରଙ୍କୁ ସହାୟତା ମିଳିବା ଦେଖା ଯାଇଥାଏ।
”ଭାରତର ପେସ୍‌ ଆକ୍ରମଣ ଖୁବ୍‌ ଶାଣିତ। ଏହି ଦଳରେ ଅଶ୍ୱିନ ଓ ଜାଡେଜାଙ୍କ ପରି ଅଭିଜ୍ଞ ସ୍ପିନର ମଧ୍ୟ ଅଛନ୍ତି। ଏମାନେ ବିଶ୍ୱର ବିଭିନ୍ନ ସ୍ଥାନରେ ସ୍ଥିର ପ୍ରଦର୍ଶନ ଦେଇ ଆସିଛନ୍ତି ଏବଂ ଆକ୍ରମଣରେ କ୍ୱାଲିଟି ଆଣିଛନ୍ତି“ ବୋଲି ନିକୋଲ୍ସ କହିଛନ୍ତି। ଯଦି କୌଣସି ଆହତ ସମସ୍ୟା ନ ରୁହେ ତେବେ ଭାରତର ପେସ୍‌ ତ୍ରୟ ଯଶପ୍ରୀତ୍‌ ବୁମ୍‌ରା, ଈଶାନ୍ତ ଶର୍ମା ଓ ମହମ୍ମଦ ସାମି ଜୁନ୍‌ ୧୮ରୁ ଆରମ୍ଭ ହେବାକୁ ଯାଉଥିବା ମୁକାବିଲାରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ଏକପ୍ରକାର ନିଶ୍ଚିତ। ”ଟ୍ରେଣ୍ଟ ବୋଲ୍ଟ, ଟିମ୍‌ ସୌଦୀ ଓ ନେଲ ଓ୍ବେଗନରଙ୍କୁ ନେଇ ଆମେ ଗର୍ବିତ ହେବାଭଳି ପ୍ରଦର୍ଶନ କରି ଆସିଛୁ। ମାତ୍ର ଏବେ ଭାରତର ବୁମ୍‌ରା, ଈଶାନ୍ତ ଏବଂ ସାମି ଆମ ପେସରଙ୍କ ସମକକ୍ଷ ପ୍ରଦର୍ଶନ କରି ନିଜ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ତେଣୁ ଯଦି ଉଭୟ ଦଳରେ ଏପରି ଲାଇନ୍‌ଅପ୍‌ ରୁହେ ତେବେ ରୋମାଞ୍ଚକ ମୁକାବିଲା ଦେଖିବାକୁ ମିଳିବ। ଏହା କଷ୍ଟସାଧ୍ୟ ହେଲେ ହେଁ ଆମେ ଏଥିପାଇଁ ପ୍ରସ୍ତୁତ ବୋଲି ୩୭ ଟେଷ୍ଟ ମ୍ୟାଚରୁ ୪୩ରୁ ଊର୍ଦ୍ଧ୍ୱ ଆଭରେଜ ରଖିଥିବା ୨୯ ବର୍ଷୀୟ ନିକୋଲ୍ସ କହିଛନ୍ତି। ତେବେ ଆଗାମୀ ମୁକାବିଲା ନିରପେକ୍ଷ ଭେନ୍ୟୁରେ ହେବାକୁ ଯାଉଥିବାରୁ ଏଥିରେ ସ୍ପିନରଙ୍କ ପାଇଁ ମଧ୍ୟ କିଛି ସୁଯୋଗ ଥାଇପାରେ। ତେଣୁ ୟୁକେ ଆସିବା ପୂର୍ବରୁ ସେମାନେ ଏଥିପାଇଁ ଅଭ୍ୟାସ କରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।
ଗତଥର ଘରୋଇ ପରିବେଶରେ ଭାରତକୁ ୨-୦ରେ ସିରିଜ ମୂଳପୋଛ କରି ଜିତିଥିବା ନ୍ୟୁଜିଲାଣ୍ଡ ଦଳର ସଦସ୍ୟ ଥିଲେ ନିକୋଲ୍ସ । ତେଣୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲକୁ ତାଙ୍କ ଦଳ ଦୃଢ଼ ଆତ୍ମବିଶ୍ୱାସର ସହ ଖେଳିବାକୁ ଯିବ ବୋଲି ସେ କହିଛନ୍ତି। ”୨୦୧୯-୨୦ ସିଜନରେ ଆମେ ଏହି ଦଳକୁ ୨-୦ରେ ହରାଇଥିଲୁ। ଆଗାମୀ ମୁକାବିଲା ଏକ ନିରପେକ୍ଷ ଭେନ୍ୟୁରେ ହେବାକୁ ଯାଉଥିଲେ ହେଁ ଦଳଗତଭାବେ ଆମେ ପୂର୍ବ ସିରିଜ ପ୍ରଦର୍ଶନ ଆଧାରରେ ଦୃଢ଼ ଆତ୍ମବିଶ୍ୱାସରେ ରହିଛୁ। ନମ୍ବର ୧ ଏବଂ ୨ ଦଳ ମଧ୍ୟରେ ମୁକାବିଲା ଚ୍ୟାଲେଞ୍ଜପୂର୍ଣ୍ଣ ହେବା ସ୍ବାଭାବିକ“ ବୋଲି ସେ କହିଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ପୂର୍ବରୁ ନ୍ୟୁଜିଲାଣ୍ଡ ଘରୋଇ ଇଂଲଣ୍ଡ ଦଳ ବିପକ୍ଷରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri