Posted inଖେଳ

ଅଶ୍ୱିନ ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌

ଦୁବାଇ, ୧୦ା୩ (ପି.ଟି.)- ଇଂଲଣ୍ଡ ବିପକ୍ଷ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ପ୍ରଭାବୀ ପ୍ରଦର୍ଶନ ପାଇଁ ଭାରତର ଷ୍ଟାର ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ମଙ୍ଗଳବାର ଆଇସିସି ପୁରୁଷ ପ୍ଲେୟର ଅଫ୍‌ ଦି ମନ୍ଥ୍‌ ବିବେଚିତ ହୋଇଛନ୍ତି। ଏହି ସିରିଜରେ ବିଜୟ ହାସଲ କରି ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିିଛି। ଇଂଲଣ୍ଡର ଟାମି ବିମଣ୍ଟ ମହିଳା ପ୍ଲେୟର ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି। ସିରିଜରେ ଅଶ୍ୱିନ ତିନୋଟି ଟେଷ୍ଟ ମ୍ୟାଚରେ ଖେଳିଥିଲେ। ଚେନ୍ନାଇଠାରେ ଭାରତର ଦ୍ୱିତୀୟ ଟେଷ୍ଟ ବିଜୟରେ ଦ୍ୱିତୀୟ ଇନିଂସରେ ସେ୧୦୬ ରନ କରିଥିଲେ। ଅହମଦାବାଦରେ ତୃତୀୟ ଟେଷ୍ଟ ବିଜୟ ବେଳେ ସେ ତାଙ୍କର ୪୦୦ ଟେଷ୍ଟ ଉଇକେଟ ପୂରଣ କରିଥିଲେ। ଫେବୃୟାରୀରେ ଇଂଲଣ୍ଡ ବିପକ୍ଷରେ ଅଶ୍ୱିନ ଶତକ ହାସଲ କରିବା ବ୍ୟତୀତ ୨୪ଟି ଉଇକେଟ ମଧ୍ୟ ନେଇଥିଲେ। ୪ ମ୍ୟାଚ ବିଶିଷ୍ଟ ସିରିଜକୁ ଭାରତ ୩-୧ରେ ଜିତି ଜୁନ୍‌ରେ ସାଉଥାମ୍ପଟନରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଏକ ବିବୃତିରେ କୁହାଯାଇଛି ସିରିଜରେ ମୋଟ ୧୭୬ରନ ସଂଗ୍ରହ କରି୨୪ ଉଇକେଟ ନେଇଥିବାରୁ ପୁରୁଷ ବିଭାଗରେ ଅଶ୍ୱିନ ସମସ୍ତଙ୍କର ପସନ୍ଦ ରହିଥିଲେ। ସମର୍ଥକଙ୍କଠାରୁ ମଧ୍ୟ ସେ ସର୍ବାଧିକ ଭୋଟ ପାଇଥିଲେ। ପୁରୁଷ ବିଭାଗରେ ପ୍ଲେୟର ଅଫ୍‌ ଦି ମନ୍ଥ ପୁରସ୍କାର ଦୌଡ଼ରେ ଥିବା ଅନ୍ୟ ଖେଳାଳିମାନଙ୍କ ମଧ୍ୟରେ ଥିଲେ ଇଂଲଣ୍ଡ ଟେଷ୍ଟ ଅଧିନାୟକ ଜୋ ରୁଟ୍‌। ସେ ଭାରତ ବିପକ୍ଷରେ ୩ଟି ଟେଷ୍ଟ ଖେଳି ୩୩୩ ରନ ସଂଗ୍ରହ କରିବା ସହ ୬ଟି ଉଇକେଟ ଅକ୍ତିଆର କରିଥିଲେ। ସେହିପରି ଓ୍ବେଷ୍ଟଇଣ୍ଡିଜର ଟେଷ୍ଟ ପଦାର୍ପଣକାରୀ ଖେଳାଳି କାଇଲ ମେୟର୍ସ ମଧ୍ୟ ଏହି ପୁରସ୍କାର ପାଇଁ ସୁପାରିସ ହୋଇଥିଲା। ସେ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ୩୯୫ରନ ସଫଳ ଚେଜ୍‌ରେ ମ୍ୟାଚ ବିଜୟୀ ୨୧୦ରନ କରିଥିଲେ।
ବିମଣ୍ଟ ଫେବୃୟାରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ଅନ୍ତର୍ଜାତୀୟ ଦିନିକିଆ ଖେଳିଥିଲେ। ସେ ପ୍ରତିଟି ମ୍ୟାଚରେ ୫୦ରୁ ଅଧିକ ରନ ସଂଗ୍ରହ କରିଥିଲେ। ତାଙ୍କର ମୋଟ ରନ ସଂଖ୍ୟା ୨୩୧ ରହିଥିଲା। ଆଇସିସି ଭୋଟିଂ ଏକାଡେମୀରୁ ପ୍ରତିନିଧିତ୍ୱ କରୁଥିବା ଇଆନ ବିଶପ କହିଛନ୍ତି, ଇଂଲଣ୍ଡ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ସିରିଜରେ ଅଶ୍ୱିନ ଭଲ ବୋଲିଂ କରିଥିଲେ। ନିୟମିତ ଉଇକେଟ ନେବା ସହ ଦ୍ୱିତୀୟ ଟେଷ୍ଟରେ ଶତକ ହାସଲ କରିଥିଲେ, ଯେଉଁ ସମୟରେ ଇଂଲଣ୍ଡ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିବା ଲାଗି ଚେଷ୍ଟା କରୁଥିଲା। ଅନ୍ୟପକ୍ଷରେ ଜବରଦସ୍ତ ଫର୍ମରେ ରହିଥିବା ବିମଣ୍ଟ ଯେଉଁ ତିନୋଟି ଅର୍ଦ୍ଧଶତକ ହାସଲ କରିଥିଲେ ତନ୍ମଧ୍ୟରୁ ଦୁଇଟି ଦଳକୁ ଜିତାଇବାରେ ସହାୟକ ହୋଇଥିଲା ବୋଲି ବିଶପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲଡର୍‌ସରେ ଗାଙ୍ଗୁଲିଙ୍କ ସେଲିବ୍ରେଶନକୁ ପୁଣି ଦୋହରାଇଲେ ଭାରତୀୟ ଖେଳାଳି

ଲଣ୍ଡନ,୨୦ା୮: ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଇଥିବା ସପ୍ତମ ତଥା ଅନ୍ତିମ ମିକ୍ସଡ୍‌ ଭିନ୍ନକ୍ଷମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଇଂଲଣ୍ଡକୁ ୧୧୮ ରନରେ ହରାଇ ଭାରତ ବିଜୟ…

ବୈଭବଙ୍କ ପାଇଁ ବଡ଼ ସୁଯୋଗ, ଟିମ ଇଣ୍ଡିଆ ପୂର୍ବରୁ ଦୁଲୀପ ଟ୍ରଫିରେ ଖେଳିବେ, BCCI ଘୋଷଣା କଲା ପୂରା ସୂଚୀ

ନୂଆଦିଲ୍ଲୀ, ୨୦।୮: ବୈଭବ ସୂର୍ଯ୍ୟବଂଶୀ ଭାରତୀୟ T20I ଟିମର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ପାଲଟିଛନ୍ତି। ସେପ୍ଟେମ୍ବରରେ ଆଫଗାନିସ୍ତାନ ବିପକ୍ଷ T20I ସିରିଜ ଜରିଆରେ ସେ ଟିମ ଇଣ୍ଡିଆ…

ପାକିସ୍ତାନ ବିପକ୍ଷରେ କମାଲ! ୫-୫ ୱିକେଟ୍ ନେଲେ ୨ ବୋଲର, ଗୋଟିଏ ବଲ୍‌କୁ ୨ ଭାଗ କରି ବାଣ୍ଟିଲା ଇଂଲଣ୍ଡ

ହେଡିଂଲି,୨୦।୮: ହେଡିଂଲିରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ପାକିସ୍ତାନର ପ୍ରଥମ ପାଳି…

‘IPL ଖେଳ ନାହିଁ, ନଚେତ୍‌…’ ଭାରତୀୟ ଖେଳାଳିଙ୍କୁ ମିଳିଲା ବଡ଼ ଚେତାବନୀ

ନୂଆଦିଲ୍ଲୀ, ୨୦।୮: ମାନବ ସୁତାର ଟିମ ଇଣ୍ଡିଆର ନୂଆ ଷ୍ଟାର ପାଲଟିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ସେ ମୋଟ ୧୦ଟି ଉଇକେଟ୍‌ ନେଇ ଐତିହାସିକ…

ଡିଭିଲିୟର୍ସଙ୍କ ବଡ଼ ବୟାନ; ସଚିନ-ବିରାଟଙ୍କୁ ନେଇ କହିଦେଲେ ଏମିତି, ସବୁଠି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୮: ଦକ୍ଷିଣ ଆଫ୍ରିକାର ‘ମିଷ୍ଟର ୩୬୦ ଡିଗ୍ରୀ’ ଭାବେ ପରିଚିତ ଏବି ଡିଭିଲିୟର୍ସ ଭାରତୀୟ କ୍ରିକେଟର ଦୁଇ ମହାନ ବ୍ୟାଟର ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ…

୨୦ ବର୍ଷ ପରେ କ୍ରିକେଟ୍‌ ଜଗତରେ ଘଟିଲା ଏମିତି: ପରାଜିତ ହେବ ପାକିସ୍ତାନ!

ହେଡିଂଲି,୨୦।୮: ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ବର୍ତ୍ତମାନ ହେଡିଂଲିରେ ଚାଲିଛି। ପ୍ରଥମ ଦିନରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ଦୁଇ…

ICC ରାଙ୍କିଂରେ ବଡ଼ ଓଲଟପାଲଟ: ଜୋ ରୁଟଙ୍କୁ ହଟାଇ ବିଶ୍ୱର ନମ୍ବର-୧ ଟେଷ୍ଟ ବ୍ୟାଟ୍ସମ୍ୟାନ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୦।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ତା’ର ସଦ୍ୟତମ ରାଙ୍କିଂ ପ୍ରକାଶ କରିଛି। ହ୍ୟାରି ବ୍ରୁକ ବିଶ୍ୱର ନମ୍ବର-୧ ଟେଷ୍ଟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ତାଙ୍କ ସାଥୀ ଜୋ…

ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦା କଲା ଭାରତ

ନୂଆଦିଲ୍ଲୀ,୧୯।୮: FIH ହକି ବିଶ୍ୱକପ୍ ୨୦୨୬ ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri